ମୌଳିକ ସୁବିଧାଠାରୁ ଦୂରରେ ଚଣ୍ଡିଜାନିଗୁଡ଼ା

ଦଶମନ୍ତପୁର, ୩ା୨ ( ଡ଼ି.ଏନ.ଏ.): କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ସଦର ପଞ୍ଚାୟତର ଚଣ୍ଡିଜାନୀଗୁଡା ଗ୍ରାମ। ଏଠାରେ ମୌଳିକ ସୁବିଧାରୁ ଗ୍ରାମବାସୀ ବଞ୍ଚତ୍ତ ହୋଇ ଆସୁଥିବା ଅଭିଯୋଗ ହେଉଛି। ୬୦ ପରିବାର ଆଦିବାସୀ କନ୍ଧ ଓ ଅନ୍ୟ ସମ୍ପ୍ରଦାୟର ଲୋକେ ବସବାସ କରୁଥିବା ବେଳେ ଗ୍ରାମର ଜନସଂଖ୍ୟା ୨୫୦ରୁ ଊର୍ଦ୍ଧ୍ୱ ରହିଛି। ପୋଡ଼ୁଚାଷ କରି ଜୀବିକା ନିର୍ବାହ କରୁଥିବା ଏହି ଗ୍ରାମବାସୀଙ୍କ ଗମନାଗମନ ପାଇଁ ପକ୍କା ରାସ୍ତା ନାହିଁ। ପାନୀୟ ଜଳ ସମସ୍ୟା ମଧ୍ୟ ଲାଗି ରହିଛି ଗ୍ରାମରେ। ଏନେଇ ପଞ୍ଚାୟତଠାରୁ ଆରମ୍ଭ କରି ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଜଣାଇଥିଲେ ମଧ୍ୟ କେହି ଶୁଣୁନାହାନ୍ତି। ଗ୍ରାମରେ୨ଟି ନଳ କୂଅ ରହିଥିଲେ ସୁଦ୍ଧା ଗୋଟିଏ ଦୀର୍ଘଦିନ ଧରି ଅଚଳ ହୋଇପଡିଛି। ଅନ୍ୟ ଗୋଟିଏ ନଳକୂଅ ମିଳୁଥିବା ପାଣି ଗ୍ରାମବାସୀଙ୍କ ଲାଗି ଯଥେଷ୍ଟ ହେଉନାହିଁ। ଫଳରେ କେତେକ ପରିବାର ନିକଟସ୍ଥ ନାଳ ପାଣି ବ୍ୟବହାର କରୁଥିବା କହନ୍ତି ଗ୍ରାମର ଘେନୁ ସାଉନ୍ତା, ପୂର୍ଣ୍ଣ ମିଣିଆକା, ମହେଶ୍ୱର ସାଉନ୍ତା, ଡମୁ ଜାନି। ବ୍ଲକ କାର୍ଯ୍ୟଳୟଠାରୁ ମାତ୍ର ୭ କି.ମି. ଦୂରରେ ଥିବା ଏହି ଗ୍ରାମ ପ୍ରତି ପ୍ରଶାସନିକ ଅବହେଳା ଜାରି ରହିଥିବାରୁ ଗ୍ରାମରେ କୌଣସି ବିକାଶମୂଳକ କାର୍ଯ୍ୟ ହେଉ ନ ଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ। ପଲି ସଭା ଓ ଗ୍ରାମ ସଭାରେ ଗ୍ରାମର ବିକାଶ ପାଇଁ ପ୍ରସ୍ତାବ ଗୃହୀତ ହେଉଛି ମାତ୍ର ଏହି ଗୃହୀତ ପ୍ରସ୍ତାବ କାର୍ଯ୍ୟକାରୀ ହେଉନାହିଁ। ଗ୍ରାମଠାରୁ ୩ କିମି ଦୂରରେ ରହିଛି ମୁନ୍ଦାର ଛକ। ଏହି ଛକ ଉପରେ ବଜାର ସଉଦା ଉପରେ ଗ୍ରାମବାସୀ ନିର୍ଭର କରିଥାନ୍ତି। ଗମନାଗମନ ସୁବିଧା ନ ଥିବାରୁ ଗ୍ରାମବାସୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଗ୍ରାମର କେହି ଅସୁସ୍ଥ ହୋଇ ପଡିଲେ ଭାରରେ ବୋହି ପରିବାର ଲୋକେ ନିଅନ୍ତି ଦଶମନ୍ତପୁର ଡାକ୍ତରଖାନା। ତୁରନ୍ତ ଚଣ୍ଡିଜାନିଗୁଡାକୁ ପାନୀୟ ଜଳ ବ୍ୟବସ୍ଥା ସହ ଗ୍ରାମକୁ ପକ୍କା ରାସ୍ତା ସୁବିଧା ଯୋଗାଇ ଦେବାକୁ ଦାବି କରିଛନ୍ତି ଗ୍ରାମବାସୀ।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ରାଜ୍ୟରୁ ୮୯ ପଜିଟିଭ୍‌ ଚିହ୍ନଟ, ୩୩୬୯୨୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର,୨୫।୨(ବ୍ୟୁରୋ): ଗୁରୁବାର ରାଜ୍ୟରୁ ୮୯ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୩୬,୯୨୪ରେ ପହଞ୍ଚିଥିବା ରାଜ୍ୟ ସୂଚନା...

ପିଇଓ ସ୍ମିତାରାଣୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ହେଉ, ନଚେତ ବିଧାନସଭା ଅଚଳ କରିଦିଆଯିବ: ଭାଜପା

ଭୁବନେଶ୍ୱର,୨।୧୧(ବ୍ୟୁରୋ): ବିଧାନସଭା ଅଧିବେଶନ ଆରମ୍ଭ ହେବା ପୂର୍ବରୁ ଯାଜପୁର ଜିଲା ଧର୍ମଶାଳା ବ୍ଲକ ହରିଦାସପୁର ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ...

ପୁରୀ ଗଣବଳାତ୍କାର ପ୍ରସଙ୍ଗରେ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ଇସ୍ତଫା ଦାବି: ଛାତ୍ର କଂଗ୍ରେସ ପକ୍ଷରୁ ବାସଭବନ ଉପରକୁ ଟମାଟୋ ମାଡ଼

ଭୁବନେଶ୍ୱର,୪।୧୨(ବ୍ୟୁରୋ): ପୁରୀ ଗଣବଳାତ୍କାର ଘଟଣାକୁ ନେଇ ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଭୁବନେଶ୍ୱର ସରକାରୀ ଘର ଉପରକୁ ଟମାଟୋ ମାଡ଼ କରିଛି ଛାତ୍ର କଂଗ୍ରେସ।...

ଲୋକାୟୁକ୍ତରେ ରିପୋର୍ଟ ଦାଖଲ କଲା ଭିଜିଲାନ୍ସ

ଭୁବନେଶ୍ୱର, ୧୭।୩(ବ୍ୟୁରୋ): କୋଭିଡ୍‌ ମହାମାରୀରେ ପିପିଇ କିଟ୍‌, ମାସ୍କ ଏବଂ ସାନିଟାଇଜର କ୍ରୟରେ ହୋଇଥିବା ଅନିୟମିତତା ପ୍ରସଙ୍ଗରେ ରାଜ୍ୟ ଭିଜିଲାନ୍ସ ମଙ୍ଗଳବାର ଲୋକାୟୁକ୍ତରେ ପ୍ରାଥମିକ ତଦନ୍ତ...

ସୁମିତଙ୍କ ବେଡ୍‌ରୁମ୍‌ରେ ରହିବାକୁ ଅଡ଼ି ବସିଲେ ତପସ୍ବିନୀ

ବ୍ରହ୍ମପୁର ଅଫିସ,୫।୧: ଗଞ୍ଜାମ ଜିଲା ଜଜ କୋର୍ଟ ତପସ୍ବିନୀଙ୍କୁ ଶାଶୁଘର ବ୍ରହ୍ମପୁର ବ୍ରହ୍ମାନଗରର ଗଣେଶ ନିବାସରେ ରହିବାକୁ ମଙ୍ଗଳବାର ରାୟ ଶୁଣାଇଥିଲେ। କୋର୍ଟଙ୍କ ରାୟ ପରେ...

୪ ବର୍ଷ ହେଲା ସ୍ଥାୟୀ ଉପନିବନ୍ଧକ ନାହାନ୍ତି

ନାଉଗାଁ , ୨୨ା୭(ସ୍ବ.ପ୍ର.): ଜଗତ୍‌ସିଂହପୁର ଜିଲା ନାଉଗାଁ ଉପନିବନ୍ଧକ କାର୍ଯ୍ୟାଳୟରେ ଉପନିବନ୍ଧକଙ୍କ ପଦବୀ ଦୀର୍ଘ ୪ ବର୍ଷ ହେବ ଖାଲି ପଡିଛି। ୨୦୧୮ ସେପ୍ଟେମ୍ବରରେ ମହେଶ୍ୱର...

ମୋ ସରକାର’ରେ ମିଶିଲା ଆଉ ୩ ବିଭାଗ

ଭୁବନେଶ୍ୱର,୨୭।୫(ବ୍ୟୁରୋ): ମୋ ସରକାର’ ବ୍ୟବସ୍ଥାରେ ଅର୍ଥ, ପୂର୍ତ୍ତ, ବାଣିଜ୍ୟ ଓ ପରିବହନ ବିଭାଗକୁ ସାମିଲ କରାଯାଇଛି। ଏହାପରେ ମୋଟ୍‌ ୩୧ଟି ବିଭାଗର ୨୫୦ ସେବା ଏହା...

ବିପର୍ଯ୍ୟୟ ମୁକାବିଲା: ଓଡ଼ିଶାକୁ ମିଳିବ ୨୧ ଶହ କୋଟି

ଭୁବନେଶ୍ୱର,୧୧ା୨(ବ୍ୟୁରୋ): ପଞ୍ଚଦଶ ଅର୍ଥ କମିଶନ ସୁପାରିସ ଅନୁଯାୟୀ ରାଜ୍ୟକୁ ୨୦୨୦-୨୧ ଆର୍ଥ୍‌ତ୍କବର୍ଷ ପାଇଁ ୨୧ ଶହ କୋଟି ଟଙ୍କା ପ୍ରଦାନ କରିବାକୁ କେନ୍ଦ୍ର ସରକାର ସବୁଜ...

Advertisement
Archives

Model This Week