Posted inUncategorized

ଚନ୍ଦନ ଶ୍ରେଷ୍ଠ ଅଭିନେତା, ଦିବ୍ୟାଦିଶା ଶ୍ରେଷ୍ଠ ଅଭିନେତ୍ରୀ

ଭୁବନେଶ୍ୱର, ୧୩।୨ (ବ୍ୟୁରୋ): ମାସ୍‌ ଇଭେଣ୍ଟ୍‌ସ ପକ୍ଷରୁ ଓଡ଼ିଶା ମୋଶନ ପିକ୍ଚର୍‌ ଆୱାର୍ଡ ପ୍ରଦାନ ଉତ୍ସବ ଶନିବାର ଗୀତଗୋବିନ୍ଦ ସଦନରେ ଅନୁଷ୍ଠିତ ହୋଇଯାଇଛି। ଶ୍ରେଷ୍ଠ ଅଭିନେତା ଭାବେ ଚନ୍ଦନ କର ଓ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଦିବ୍ୟାଦିଶା ମହାନ୍ତି ପୁରସ୍କୃତ ହୋଇଛନ୍ତି। ସେହିଭଳି ଶ୍ରେଷ୍ଠ ପାର୍ଶ୍ୱ ଅଭିନେତା ଭାବେ ହର ରଥ, ଶ୍ରେଷ୍ଠ ଖଳନାୟକ ଶ୍ରୀତମ ଦାଶ, ଶ୍ରେଷ୍ଠ ଲେଖକ ନିର୍ମଳ ନାୟକ, ଶ୍ରେଷ୍ଠ ହାସ୍ୟାଭିନେତା ଜୀବନ ପଣ୍ଡା, ଶ୍ରେଷ୍ଠ ସିନେମାଟୋଗ୍ରାଫର ପ୍ରଦୀପ କୁମାର, ଶ୍ରେଷ୍ଠ ନିର୍ଦ୍ଦେଶକ ରାକେଶ ସାମଲ, ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ମଳୟ ମିଶ୍ର, ଶ୍ରେଷ୍ଠ ଶିଶୁ ପ୍ରତିଭା ପ୍ରିୟାଂଶୀ ଜେନା, ଶ୍ରେଷ୍ଠ ନବାଗତା ନାୟିକା ପିଆଲି ଦାଶ, ଶ୍ରେଷ୍ଠ ସିନେ ସାମ୍ବାଦିକ ସୁବ୍ରତ କୁମାର ମହାନ୍ତି, ଶ୍ରେଷ୍ଠ ଆଙ୍କର ମୁକେଶ କୁମାର ଓ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ‘ତୋ ପାଇଁ ଫେରିବି ବସୁଧା ଚିରି’ ପୁରସ୍କାର ପାଇଛି। ଏହାସହ ଅନେକ ବର୍ଷ ଧରି ଓଡ଼ିଆ ଚଳଚ୍ଚିତ୍ର ସହିତ ଜଡ଼ିତ ଥିବା ବରିଷ୍ଠ କଳାକାର ଭକ୍ତ ପ୍ରହ୍ଲାଦ ଚରଣ ପଟ୍ଟନାୟକ ଓରଫ ହାଡୁ, ଚୌଧୁରୀ ଜୟ ପ୍ରକାଶ ଦାସ, ଦେବୀ ବାରିକ, ଭିକାରୀ ସ୍ବାଇଁ ପ୍ରମୁଖଙ୍କୁ ‘ଓଡ଼ିଆ ଚଳଚ୍ଚିତ୍ର ଗର୍ବ’ ସମ୍ମାନ ପ୍ରଦାନ କରାଯାଇଛି। ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ, ପୂର୍ବତନ ବିଧାୟକ ଦିଲୀପ ଶ୍ରୀଚନ୍ଦନ, ଅଭିନେତା ପ୍ରଦ୍ୟୁମ୍ନ ଲେଙ୍କା, ସ୍ତମ୍ଭକାର ଅମିୟ ପାଣ୍ଡବ ଓ ବିଜୁ ଛାତ୍ର ଜନତା ଦଳ ଭୁବନେଶ୍ବର ମଧ୍ୟ ନିର୍ବାଚନମଣ୍ଡଳୀ ସଭାପତି ଶକ୍ତି ପ୍ରସାଦ ପତି ପ୍ରମୁଖ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମକୁ ମୁକେଶ କୁମାର ଓ ମାସ୍‌ ଇଭେଣ୍ଟସ୍‌ର ସଂଯୋଜକ ମିର୍‌ ଅହମ୍ମଦ ଅଲ୍ଲୀ ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କନିଷ୍ଠ ଶିକ୍ଷକ ନିଯୁକ୍ତି ମାମଲା: ଡିଭିଜନ ବେଞ୍ଚରେ ରାଜ୍ୟ ସରକାରଙ୍କ ଅପିଲ

କଟକ,୨୫ା୪(କାର୍ତ୍ତିକ ସାହୁ): ରାଜ୍ୟର ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କନିଷ୍ଠ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ନେଇ ରୁଜୁ ମାମଲାର ରାୟ ପ୍ରକାଶ କରି...

ନାବାଳିକାଙ୍କୁ ବାରମ୍ବାର ବଳାତ୍କାର : ଦୋଷୀଙ୍କୁ ୨୦ବର୍ଷ କାରାଦଣ୍ଡ

ବାଲେଶ୍ୱର,୨୫।୪(ମାନସ ବିଶ୍ୱାଳ): ବାଲେଶ୍ୱର ସ୍ବତନ୍ତ୍ର ପୋକ୍‌ସୋ କୋର୍ଟ ଜଜ୍‌ ରଞ୍ଜନ କୁମାର ସୂତାର ଗୁରୁବାର ଏକ ନାବାଳିକା ବଳାତ୍କାର ମାମଲାର ବିଚାର କରି ଅଭିଯୁକ୍ତଙ୍କୁ ଦୋଷୀ...

ନିଜ ସ୍ତ୍ରୀ ଆଗରେ ମହିଳାଙ୍କୁ କଲେ ବଳାତ୍କାର, ନଗ୍ନ ଫଟୋ ଦେଖାଇ ଧର୍ମ ବଦଳାଇବାକୁ କଲେ ବ୍ଲାକମେଲ୍

ନୂଆଦିଲ୍ଲୀ, ୨୨।୪: କର୍ଣ୍ଣାଟକରେ ୨୮ ବର୍ଷ ବୟସ୍କା ବିବାହିତା ମହିଳାଙ୍କୁ କିଛି ବ୍ୟକ୍ତି ତାଙ୍କ ନଗ୍ନ ଫଟୋ ଦେଖାଇ ବ୍ଲାକମେଲ ମାଧ୍ୟମରେ ଇସଲାମ ଧର୍ମ ଗ୍ରହଣ...

ଏମ୍ସ ଡାକ୍ତରଙ୍କ ସହ ୪୦ ମିନିଟ କଥା ହେଲେ କେଜରିଓ୍ବାଲ, ଉଠିଲା ନାହିଁ ଇନସୁଲିନ ପ୍ରସଙ୍ଗ!

ନୂଆଦିଲ୍ଲୀ,୨୧।୪: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଏଆଇଆଇଏମଏସର ବରିଷ୍ଠ ଡାକ୍ତରଙ୍କ ସହ ଭିଡିଓ ପରାମର୍ଶର ସୁବିଧା ଦିଆଯାଇଥିଲା। ଯେଉଁଥିରେ ତାଙ୍କୁ ନିଶ୍ଚିତ କରାଯାଇଥିଲା ଯେ ତାଙ୍କ...

ଓଡ଼ିଶାର ୪ ନଦୀରେ ପାଣି ନାହିଁ

ନୂଆଦିଲ୍ଲୀ,୮ା୪:ଦକ୍ଷିଣ ଓଡ଼ିଶାରେ ପ୍ରବାହିତ ୪ଟି ନଦୀ ଏବେ ଶୁଖିଲା ପଡ଼ିଥିବା କେନ୍ଦ୍ରୀୟ ଜଳ ଆୟୋଗ (ସିଡବ୍ଲ୍ୟୁସି)ଙ୍କ ତଥ୍ୟରୁ ଜଣାପଡ଼ିଛି। ଗ୍ରୀଷ୍ମ ଆରମ୍ଭରୁ ରାଜ୍ୟରେ ତାପମାତ୍ରା ଅସହ୍ୟ...

ଚଳିତ ଆର୍ଥିକବର୍ଷର କାରବାର ଶେଷ, ସେନ୍‌ସେକ୍ସ ୭୪,୦୦୦ ନିକଟବର୍ତ୍ତୀ

ନୂଆଦିଲ୍ଲୀ,୨୯।୩: ଚଳିତ ଆର୍ଥିକ ବର୍ଷର ଅବଧି ଶେଷ ପୂର୍ବରୁ ଘରୋଇ ଶେୟାର ବଜାରର କାରବାର ଗୁରୁବାର ଶେଷ ହୋଇଛି। ବିଶେଷକରି ୨୦୨୩-୨୪ ଆର୍ଥିକ ବର୍ଷ (...

କେଜରିଓ୍ବାଲ କିଙ୍ଗପିନ, ସିସୋଡିଆ ମୁଖ୍ୟ ଷଡଯନ୍ତ୍ରକାରୀ: ଇଡି

ନୂଆଦିଲ୍ଲୀ,୨୨।୩: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗୁରୁବାର (୨୧ ମାର୍ଚ୍ଚ ୨୦୨୪) ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଛି। ମଦ ନୀତିରେ...

୨୦ ଲକ୍ଷ ଟଙ୍କା ହଡ଼ପ କରିନେଲେ ବିଇଓ

ଦାରିଙ୍ଗବାଡି,୨୦।୩(ଅରୁଣ ସାହୁ): ଶିକ୍ଷକ ନ୍ୟାଶନାଲ ପେନସନ ସିଷ୍ଟମର ୨୦ ଲକ୍ଷ ହଡପ କରି ବିଇଓ ରସାନନ୍ଦ କର ଏବେ ଭିଜିଲାନ୍ସ ମାମଲାରେ ଛନ୍ଦି ହୋଇଯାଇଛନ୍ତି। ଦାରିଙ୍ଗବାଡି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri