ଏଭଳି ଭୁଲ ମଣିଷକୁ କରିଦିଏ ବରବାଦ, ଆପଣ କରୁନାହାନ୍ତି ତ…

ମହାନ ଅର୍ଥନୀତିଜ୍ଞ ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଆଜି ବି ସମୟରେ ବେଶ ପ୍ରାସଙ୍ଗିକ। ନିଜର ନୀତି ଯୋଗୁ ସେ ଜଣେ ସାଧାରଣ ବାଳକଙ୍କୁ ସମ୍ରାଟ କରିପାରିଥିଲେ। ଚାଣକ୍ୟ ନିଜର ନୀତିଶାସ୍ତ୍ରରେ ଏପରି ଅନେକ ବିଷୟରେ କହିଛନ୍ତି ଯାହାର ପାଳନ କଲେ ବ୍ୟକ୍ତିଟିଏ ଜୀବନରେ ଖୁସିରେ ରହିବ। ସେଥିରୁ ଗୋଟିଏ ହେଉଛି ଭୁଲ। ସେ କୁହନ୍ତି ଏଭଳି କିଛି ଭୁଲ ରହିଛି ଯାହା ମଣିଷ ଜୀବନକୁ ପୁରା ବରବାଦ କରିଦିଏ। ଆସନ୍ତୁ ଜାଣିବା ସେ ସମ୍ପର୍କରେ…

କୁକର୍ମ କରି ରୋଜଗାର କରାଯାଇଥିବା ଧନ: ଚାଣକ୍ୟ କୁହନ୍ତି ଯେଉଁମାନେ ଖରାପ କର୍ମ କରି ଅଥବା ଛନ୍ଦକପଟ କରି ରୋଜଗାର କରିଥାନ୍ତି, ସେମାନଙ୍କ ପାଖରେ ବେଶି ଦିନ ଧନ ରହି ନ ଥାଏ। ସେମାନେ ସର୍ବଦା ବିପଦରେ ଫସିଥାନ୍ତି। କୁକର୍ମ କରି ରୋଜଗାର କରାଯାଇଥିବା ଧନ ଶୀଘ୍ର ନଷ୍ଟ ହୋଇଯାଏ।

ଦିନରେ ଶୋଉଥିବା ବ୍ୟକ୍ତି: ଚାଣକ୍ୟ କୁହନ୍ତି ଯେଉଁ ଲୋକ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଶୋଇଥାନ୍ତି, ସେମାନଙ୍କ ଘରେ କେବେ ବି ମା’ ଲକ୍ଷ୍ମୀ ବାସ କରି ନଥାନ୍ତି। ସୂର୍ଯ୍ୟୋଦୟରୁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ଶୋଉଥିବା ବ୍ୟକ୍ତିଙ୍କ ଘରେ ସର୍ବଦା ଦରିଦ୍ରତା ଏବଂ ସଙ୍କଟ ଦେଖାଦେଇଥାଏ।

ଅଧିକ ଖାଦ୍ୟ ଗ୍ରହଣ କରୁଥିବା ବ୍ୟକ୍ତି: ଯେଉଁ ଲୋକ ଆବଶ୍ୟକତାଠାରୁ ଅଧିକ ଭୋଜନ କରିଥାନ୍ତି ସେମାନେ ସର୍ବଦା ଦରିଦ୍ର ରହିଥାନ୍ତି। ଏହାଛଡ଼ା ସେମାନେ ସର୍ବଦା ଅସୁସ୍ଥ ରହିଥାନ୍ତି।

କଠୋର ବାଣୀ: ଯେଉଁ ଲୋକଙ୍କ ବାଣୀ କଠୋର, ତାଙ୍କ ପାଖରେ ଲକ୍ଷ୍ମୀ ରୁହନ୍ତି ନାହିଁ। ଏଭଳି ବ୍ୟକ୍ତି ଜୀବନରେ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି।

ଅପରିଷ୍କାର ଦାନ୍ତ: ଚାଣକ୍ୟ କୁହନ୍ତି ଦାନ୍ତ ସଫା ରହିବା ବହୁତ ଆବଶ୍ୟକ। ଯେଉଁଲୋକଙ୍କ ଦାନ୍ତ ଅପରିଷ୍କାର ଥାଏ, ସେମାନଙ୍କ ପାଖରେ ମା’ ଲକ୍ଷ୍ମୀ ରହି ନ ଥାନ୍ତି। ଏହି କାରଣରୁ ବ୍ୟକ୍ତି ସର୍ବଦା ଦରିଦ୍ର ହୋଇ ରହିଯାଏ।

ନିଜର ଆଖପାଖ ପରିଷ୍କାର ରଖନ୍ତୁ: ଚାଣକ୍ୟଙ୍କ ଅନୁଯାୟୀ ଘରକୁ ସଫା ରଖିବା ଆବଶ୍ୟକ। ଯେଉଁ ଲୋକ ଏପରି କରେ ତାଙ୍କ ଉପରେ ଲକ୍ଷ୍ମୀ କ୍ରୋଧିତ ହୋଇଯାଇଥାନ୍ତି। ସମାଜରେ ଏପରି ଲୋକଙ୍କୁ ମାନସମ୍ମାନ ମିଳି ନ ଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଦଶଟି କଥା

ବୟସ ବଢ଼ିବା ସହ କେତୋଟି ବିଷୟ ପ୍ରତି ଦୃଷ୍ଟି ଦେବାକୁ ପଡିଥାଏ। ବିଶେଷ ଭାବରେ ଏହି ସମୟରେ ନିମ୍ନୋକ୍ତ ୧୦ଟି କଥାକୁ ଧ୍ୟାନ ଦେଲେ ତାହା...

ରଙ୍ଗ ଖେଳ: ହୋଲିର ମଜା ନେବା ପାଇଁ କ’ଣ ସବୁ କରିବାକୁ ହେବ

ଗୋଟିଏ ପଟେ ବସନ୍ତର ପରଶ ତ ଅନ୍ୟପଟେ ରଙ୍ଗର ପସରା। ସେଥିପାଇଁ ତ ହୋଲି ଖେଳର ମଜା ନିଆରା। ରଙ୍ଗର ଏଇ ଖେଳରେ ଥାଏ ଭଲପାଇବାର...

ସାମ୍ନାକୁ ଆସିଲା କରୋନା ଭାଇରସ୍‌ ସଂକ୍ରମଣର ୬ଟି ନୂଆ ଲକ୍ଷଣ

ଓ୍ବାଶିଂଟନ୍‌,୨୭।୪: କରୋନା ଭାଇରସ୍‌ ସଂକ୍ରମଣ ପ୍ରାରମ୍ଭରୁ ସଂକ୍ରମିତ ରୋଗୀଙ୍କ ମଧ୍ୟରେ ସୁଖା କାଶ, ଭୀଷଣ ଜ୍ୱର ଓ ଶ୍ବାସକ୍ରିୟାରେ କଷ୍ଟ ଅନୁଭବ ହେଲା ଭଳି ଲକ୍ଷଣ...

ପ୍ରଥମ ପାରିଶ୍ରମିକ ବହିକିଣା, ଜଳଖିଆ ଓ ବଣ୍ଟାବଣ୍ଟିରେ ସରିଥିଲା

ସାହିତି୍ୟକା ବନ୍ଦିତା ଦାଶ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି… ପ୍ରଥମ ହେବା ଅନୁଭବ ସତରେ ନିଆରା। ସତରେ ପୁଲକିତ କରେ ତନୁମନ। ଯେକୌଣସି...

ସୁରକ୍ଷା ମନ୍ତ୍ର…

କେତେବେଳେ ପ୍ରବଳ ଗରମ ତ କେତେବେଳେ ଲାଗି ରହୁଛି ପ୍ରବଳ ବର୍ଷା। ଆଉ ପୁଣି କେତେବେଳେ ହଠାତ୍‌ ଝଡ଼ ତୋଫାନ ସାଙ୍ଗକୁ ବିଜୁଳି, ଘଡ଼ଘଡ଼ି ଓ...

ପ୍ରତିଷେଧକ ହିଁ ପ୍ରକୃତ ନିଦାନ

ଶରୀରରେ ବିଭିନ୍ନ ସମସ୍ୟା ସୃଷ୍ଟି ହୋଇଥାଏ। ତେବେ ପ୍ରତିଷେଧକ ବ୍ୟବସ୍ଥା ହିଁ ପ୍ରକୃତ ନିଦାନ । ପ୍ରତିବର୍ଷ ଜୁଲାଇ ୨୮ରେ ପାଳନ କରାଯାଉଥିବା ବିଶ୍ୱ ହେପାଟାଇଟିସ୍‌...

ଶୀତଦିନେ ଗରମପାଣିରେ ଗାଧୋଉଛନ୍ତି କି? ପଡ଼ିପାରେ ଏସବୁ କୁପ୍ରଭାବ

ବର୍ତ୍ତମାନ ଚାରିଆଡ଼େ ଶୀତର ଲହରି। ଏଥିରୁ ରକ୍ଷା ପାଇବା ପାଇଁ କିଛି ଲୋକଙ୍କର ଗରମପାଣିରେ ଗାଧୋଇବାର ଅଭ୍ୟାସ ଥାଏ। ମାତ୍ର ଗରମପାଣିରେ ଗାଧୋଇଲେ ସ୍ବାସ୍ଥ୍ୟ ପ୍ରତି...

କହୁଣି ଦିଶିବ ସୁନ୍ଦର

କହୁଣି ଅଧିକ କଳା ଏବଂ ରୁକ୍ଷ ହେଲେ ହାତର ସୌନ୍ଦର୍ଯ୍ୟ କମି ଯାଇଥାଏ। ତେଣୁ କହୁଣିର କଳାପଣକୁ ଦୂର କରିବା ପାଇଁ ଜାଣିରଖନ୍ତୁ କିଛି ଘରୋଇ...

Advertisement
Archives

Model This Week