ଚାଣକ୍ୟ କହିଥିବା ଏହି ୧୦ଟି କଥାର ପାଳନ କରନ୍ତୁ, ଜୀବନରେ ହାରିବେ ନାହିଁ…

ଜୀବନର କଠିନ ପରିସ୍ଥିତିରୁ ମୁକୁଳିବା ପାଇଁ ଆଚାର୍ଯ୍ୟ ଚାଣକ୍ୟ ନିଜର ନୀତିଶାସ୍ତ୍ରରେ ଅନେକ ଉପାୟ କହିଛନ୍ତି। ଏହାକୁ ଆପଣାଇ ପ୍ରତ୍ୟେକ ମନୁଷ୍ୟ ସବୁ ପରିସ୍ଥିତିରେ ନ ହାରି ସୁଖୀ ଜୀବନ କାଟିପାରିବ। ଆଜି ଆପଣଙ୍କ ପାଇଁ ଚାଣକ୍ୟ କହିଥିବା ୧୦ଟି ଉପାୟ କହିବୁ। ଏହାକୁ ଆପଣାଇଲେ ଆପଣ ଜୀବନରେ ସଫଳ ହୋଇପାରିବେ। ହାରିବେ ନାହିଁ..

-ବ୍ୟକ୍ତି ସିଧାସାଧା ଏବଂ ସରଳ ହେବା ଉଚିତ ନୁହେଁ। କାରଣ ଜଙ୍ଗଲରେ ଯେଉଁ ବୃକ୍ଷ ସବୁଠାରୁ ସିଧା ଏବଂ ଚିକ୍କଣ ହୋଇଥାନ୍ତି, ସେମାନଙ୍କୁ କାଟିବାରେ ସମସ୍ୟା ଉପୁଜି ନ ଥାଏ। ଏଣୁ ତାଙ୍କୁ ପ୍ରଥମେ କାଟି ଦିଆଯାଇଥାଏ।

– ଚାଣକ୍ୟ କୁହନ୍ତି, ବିଶ୍ୱକୁ ଚଳାଇବା ପାଇଁ ଧନ ହିଁ ଏକମାତ୍ର ଶକ୍ତି। ଯାହା ପାଖରେ ଧନ ଥାଏ, ତାହାର ସମସ୍ତେ ବନ୍ଧୁ ପ୍ରିୟଜନ ହୋଇଥାନ୍ତି। ଧନୀ ହେବା କାରଣରୁ ବ୍ୟକ୍ତିଙ୍କୁ ସଚ୍ଚୋଟ ମଧ୍ୟ କୁହାଯାଏ। ଏପରିକି ଧନ ଥିବା ବ୍ୟକ୍ତି ମୁର୍ଖ ହୋଇଥିଲେ ହେଁ ତାଙ୍କୁ ଲୋକ ବୁଦ୍ଧିମାନ, ବିଦ୍ୱାନ ଏବଂ ଯୋଗ୍ୟ ବୋଲି ଲୋକେ କହିଥାନ୍ତି।

-କ୍ରୋଧ ମୃତ୍ୟୁକୁ ଡାକିଥାଏ। ଲୋଭ ଦୁଃଖକୁ ଡାକିଥାଏ। ଅପରପକ୍ଷେ ବିଦ୍ୟା କ୍ଷୀର ଦେଉଥିବା ଗାଇ ପରି ହୋଇଥାଏ। ଏହା ମନୁଷ୍ୟକୁ ସବୁ ବିପଦରୁ ରକ୍ଷା କରିଥାଏ। ଏଣୁ ନିଜ କର୍ମରୁ ସନ୍ତୁଷ୍ଟ ହେବାକୁ ଚେଷ୍ଟା କରନ୍ତୁ। କାରଣ ସେଭଳି ବ୍ୟକ୍ତି ସୁରୁଖୁରୁରେ ଜୀବନ ଅତିବାହିତ କରିଥାଏ।

-ବୁଦ୍ଧିମାନ ବ୍ୟକ୍ତି ନିଜର ସମୟ ପଢ଼ିବା ଏବଂ ଧ୍ୟାନ କରିବାରେ ବିତାଇଥାଏ। ଏଭଳି ବ୍ୟକ୍ତିଙ୍କୁ ସକାଳେ ମହାଭାରତ, ଦିନରେ ଅନ୍ୟ କାର୍ଯ୍ୟକଳାପ ସମ୍ବନ୍ଧୀୟ ଏବଂ ରାତିରେ ଚୋରର ଗତିବିଧି ଉପରେ ପଢ଼ିବା ଆବଶ୍ୟକ।

-ଅନୁଶାସନରେ ରହୁ ନ ଥିବା ମଣିଷ ଦୁଃଖି ହୋଇଥାଏ। ଅନ୍ୟକୁ ମଧ୍ୟ ଦୁଃଖ ଦେଇଥାଏ। ଏଭଳି ବ୍ୟକ୍ତି ଯେଉଁ ସମାଜରେ ରହିଥାଏ, ସେଠାରେ ନିୟମକୁ ଭାଙ୍ଗି ଅନ୍ୟମାନଙ୍କ ପାଇଁ ଏବଂ ନିଜ ପାଇଁ ବିପଦ ଆଣିଥାଏ।

-ଚାଣକ୍ୟ କୁହନ୍ତି ଜଣେ ସ୍ତ୍ରୀ ପୁରୁଷମାନଙ୍କ ତୁଳନାରେ ଦୁଇଗୁଣା ଆହାର ଖାଇଥାଏ। ଏଣୁ ସେ ଚାରିଗୁଣ ଅଧିକ ବୁଦ୍ଧିମାନ ଏବଂ ଚାଲାକ ହୋଇଥାଏ। ଏପରିକି ପୁରୁଷଙ୍କଠାରୁ ଛଅଗୁଣା ସାହସୀ ହୋଇଥାଏ।

-ନିଜର ବ୍ୟକ୍ତିଗତ ଜୀବନର ରହସ୍ୟ ବିଷୟରେ କାହାକୁ କିଛି ଜଣାନ୍ତୁନାହିଁ। କାରଣ ଏହା ଆପଣଙ୍କୁ ବରବାଦ କରିପାରେ।

-ସବୁ ବନ୍ଧୁତା ପଛରେ କିଛି ନା କିଛି ସ୍ବାର୍ଥ ନିହିତ ରହିଥାଏ। ଏଣୁ ବିନା ସ୍ବାର୍ଥରେ କେହି ଆପଣଙ୍କୁ ବନ୍ଧୁ ବୋଲି ଭାବିବା ବୋକାମୀ ବୋଲି ଚାଣକ୍ୟ କହିଛନ୍ତି।

– ଶିକ୍ଷା ସବୁଠାରୁ ଭଲ ବନ୍ଧୁ। ଜଣେ ଶିକ୍ଷିତ ବ୍ୟକ୍ତି ସବୁ ସ୍ଥାନରେ ସମ୍ମାନ ହାସଲ କରିଥାଏ।

-ମୂଳରୁ କିଛି ଭାବିନେବା ଉଚିତ ନୁହେଁ। ସେହିଭଳି ଭବିଷ୍ୟକୁ ନେଇ ଚିନ୍ତିତ ହେବା ମଧ୍ୟ ଠିକ୍‌ ନୁହେଁ। ବିବେକ ଥିବା ବ୍ୟକ୍ତି ସର୍ବଦା ବର୍ତ୍ତମାନରେ ହିଁ ବଞ୍ଚନ୍ତି ବୋଲି ଚାଣକ୍ୟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜନ୍ମାଷ୍ଟମୀରେ ଦୁର୍ଲଭ ଗ୍ରହ ସଂଯୋଗ: ୪ଟି ରାଶିର ଚମକିବ ଭାଗ୍ୟ, କ୍ୟାରିୟରରେ ଗ୍ରୋଥ୍‌ ସାଙ୍ଗକୁ ଅଚାନକ ଧନଲାଭ

ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଏଥର ଜନ୍ମାଷ୍ଟମୀ ପର୍ୱ ଅତ୍ୟନ୍ତ ଖାସ ବୋଲି ମାନାଯାଉଛି। ୪ ସେପ୍ଟେମ୍ୱର ୨୦୨୬ ଜନ୍ମାଷ୍ଟମୀ ଦିନ ଅନେକ ପ୍ରମୁଖ ଗ୍ରହ ଶୁଭ ସ୍ଥିତିରେ…

୨୦୨୭ ଯାଏ ୪ ରାଶିଙ୍କୁ ବିଶେଷ କୃପା କରିବେ ଶନି; କ୍ୟାରିୟର-ବିବାହ ଠାରୁ ଧନଲାଭରେ ମିଳିବ ଫାଇଦା…

ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କ ଗୋଚରକୁ ସବୁଠାରୁ ପ୍ରଭାବଶାଳୀ ବୋଲି ମାନାଯାଏ, କାରଣ ସେ ପ୍ରାୟ ଅଢ଼େଇ ବର୍ଷ ପରେ ରାଶି ପରିବର୍ତ୍ତନ କରିଥାନ୍ତି। ଧୀର ଗତିରେ ଚାଲୁଥିବା…

ସେପ୍ଟେମ୍ୱରରେ ଚମକିବ ୫ ରାଶିର ଭାଗ୍ୟ: ୪ ଗ୍ରହଙ୍କ ଚଳନରେ ପ୍ରଚୁର ଧନଲାଭ, ଚାକିରିରେ ମିଳିବ ବଡ଼ ଅଫର୍‌…

ସେପ୍ଟେମ୍ୱର ୨୦୨୬ରେ ସୂର୍ଯ୍ୟ, ମଙ୍ଗଳ, ବୁଧ ଏବଂ ଶୁକ୍ର ଗ୍ରହ ରାଶି ପରିବର୍ତ୍ତନ (ଗୋଚର) କରିବାକୁ ଯାଉଛନ୍ତି। ଏହି ଗ୍ରହମାନଙ୍କ ଗୋଚର ଯୋଗୁଁ ଅନେକ ଶୁଭ ରାଜଯୋଗ…

ଆଜି ମେଷ-ସିଂହ ରାଶି ଉପରେ ବର୍ଷିବ କୃପା: ଧନଲାଭ ସହ ମିଳିବ ବଡ଼ ଖୁସି ଖବର

୩୦ ଅଗଷ୍ଟ, ରବିବାର ଦିନ ଗ୍ରହ-ନକ୍ଷତ୍ରମାନଙ୍କର ଚାଲ ଦୃଷ୍ଟିରୁ ଅନେକ ରାଶି ପାଇଁ ବିଶେଷ ରହିବାକୁ ଯାଉଛି। ଆଜି କିଛି ଜାତକଙ୍କୁ କ୍ୟାରିୟର ଏବଂ ବ୍ୟବସାୟରେ ଅଗ୍ରଗତିର…

ଶକ୍ତିଶାଳୀ ମଣିଷକୁ ଭିତରୁ ଭାଙ୍ଗିଦିଏ ଏହି ୫ଟି ଜିନିଷ, ଆଚାର୍ଯ୍ୟ ଚାଣକ୍ୟଙ୍କ ଠାରୁ ଜାଣନ୍ତୁ କିପରି ରହିବେ ସାବଧାନ

ମଣିଷ ଜୀବନରେ ଏମିତି ଅନେକ ପରିସ୍ଥିତି ଆସିଥାଏ, ଯାହା ଯୋଗୁଁ ତାକୁ ନିରାଶ ଏବଂ ହତାଶ ହେବାକୁ ପଡ଼ିଥାଏ। ଜୀବନର ଏହି କଠିନ ସମୟ ଏବଂ ସମସ୍ୟା…

ଆଜି ମହାସଂଯୋଗ: ୫ ରାଶିର ଭାଗ୍ୟ ବଦଳାଇବେ ୩ଗ୍ରହ; ଅଚାନକ ହେବେ ଧନୀ…

୩୦ ଅଗଷ୍ଟର ଦିନ ପଞ୍ଚାଙ୍ଗ ଏବଂ ଜ୍ୟୋତିଷୀୟ ଯୋଗ ଦୃଷ୍ଟିରୁ ଅତ୍ୟନ୍ତ ଖାସ ପ୍ରମାଣିତ ହୋଇପାରେ। ଏହି ଦିନ ଭାଦ୍ରବ ମାସ କୃଷ୍ଣ ପକ୍ଷ ଦ୍ୱିତୀୟା ତିଥି…

ସେପ୍ଟେମ୍ୱରରେ ୩,୬ ଓ ୨୬ ତାରିଖ ଭାରି ଖାସ୍‌: ୩ ରାଶିଙ୍କ କ୍ୟାରିୟରରେ ହେବ ଉନ୍ନତି, ଅଚାନକ ଟଙ୍କା…

ଜ୍ୟୋତିଷ ଶାସ୍ତ୍ରରେ ଶୁକ୍ରଙ୍କୁ ସୁଖ, ବୈଭବ, ଭୋଗବିଳାସ, ବିବାହ, ପ୍ରେମ ଏବଂ ସୌନ୍ଦର୍ଯ୍ୟ ଆଦିର କାରକ ଗ୍ରହ ବୋଲି ଧରାଯାଏ। ଶୁକ୍ର ଯେତେବେଳେ ବି ରାଶି ପରିବର୍ତ୍ତନ…

ସୂର୍ଯ୍ୟଙ୍କ ଗୋଚରରେ ଚମକିବ ୫ ରାଶିଙ୍କ ଭାଗ୍ୟ; ମୋଟା ଅଙ୍କର ହେବ ରୋଜଗାର, ବଢିବ ସମ୍ପତ୍ତି…

ଜ୍ୟୋତିଷ ଶାସ୍ତ୍ରରେ ସୂର୍ଯ୍ୟଙ୍କୁ ଆତ୍ମବିଶ୍ୱାସ, ମାନ-ସମ୍ମାନ, ନେତୃତ୍ୱ ଏବଂ ପିତାଙ୍କ କାରକ ବୋଲି ଧରାଯାଏ। ତେଣୁ ସୂର୍ଯ୍ୟଙ୍କର ପ୍ରତ୍ୟେକ କାର୍ଯ୍ୟକଳାପ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ସେ ପ୍ରତିମାସରେ ପ୍ରାୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri