ମହିଳାଙ୍କ ଏହି ୫ ଅଭ୍ୟାସ ଯୋଗୁ ନଷ୍ଟ ହୁଏ ଘର,ଜାଣନ୍ତୁ ଏଭଳି କାହିଁକି କହିଛନ୍ତି ଚାଣକ୍ୟ…

ଚାଣକ୍ୟଙ୍କୁ ଶ୍ରେଷ୍ଠ ବିଦ୍ୱାନ ଭାବେ ଗଣାଯାଏ। ସେ ବିପରିତ ପରିସ୍ଥିତିରେ ମଧ୍ୟ ନିଜର ଲକ୍ଷ୍ୟକୁ ହାସଲ କରିଥିଲେ। ରାଜନୀତିଠାରୁ ଆରମ୍ଭ କରି କୁଟନୀତି ପର୍ଯ୍ୟନ୍ତ ସବୁଥିରେ ସେ ମାହିର ଥିଲେ। ଚାଣକ୍ୟ ନିଜର ଅନୁଭବ ଅନୁସାରେ ମନୁଷ୍ୟ ଜୀବନ ସହ ଜଡ଼ିତ କିଛି କଥା ବିଷୟରେ ଉଲ୍ଲେଖ କରିଛନ୍ତି। ସେହି ପ୍ରକାରେ କିଛି ସ୍ତ୍ରୀଙ୍କ ମଧ୍ୟରେ ଏପରି ଗୁଣ ଥାଏ ଯାହା ତାଙ୍କୁ ବରବାଦ କରିଦିଏ ବୋଲି ଚାଣକ୍ୟ କହିଛନ୍ତି। ଯେପରିକି:

ଭାବିଚିନ୍ତି କାର୍ଯ୍ୟ ନ କରିବା: ଅଧିକାଂଶ ମହିଳା କିଛି କରିବା ପୂର୍ବରୁ ଚିନ୍ତା କରନ୍ତି ନାହିଁ। ଆଜିକାଲି ସମୟରେ ମହିଳାମାନେ କିଛି ସ୍ତ୍ରୀ ସ୍ବାର୍ଥ ପାଇଁ ନିଜ ମନ ମୁତାବକ କାମ କରିବାକୁ ପସନ୍ଦ କରିଥାନ୍ତି। ତାଙ୍କର କର୍ମ ଦ୍ୱାରା ଅନ୍ୟ ଉପରେ କି ପ୍ରଭାବ ପଡ଼ିବ ସେ ବିଷୟରେ ବିଲକୁଲ ଭାବି ନ ଥାନ୍ତି। ଏଣୁ ଉକ୍ତ କାମର କୁପରିଣାମ ତାଙ୍କୁ ହିଁ ଭୋଗିବାକୁ ପଡ଼ିଥାଏ। ଏଣୁ କିଛି ବି କାମ କରିବା ପୂର୍ବରୁ ତା ବିଷୟରେ ଭଲ ଭାବେ ଚିନ୍ତା କରିବା ଉଚିତ।

ବାରମ୍ବାର ମିଛ କହିବା: ଚାଣକ୍ୟଙ୍କ ଅନୁସାରେ ଅଧିକାଂଶ ମହିଳା ମିଛ କହିଥାନ୍ତି। କିଛି ମହିଳା ନିଜ ପରିବାର ସଦସ୍ୟଙ୍କ ବିଷୟରେ ଚୁଗୁଲି କରିଥାନ୍ତି। ଛୋଟ ଛୋଟ କଥାରେ ମିଛ କହିଥାନ୍ତି। ଏଭଳି ମହିଳାଙ୍କୁ କେହି ବିଶ୍ୱାସ କରନ୍ତି ନାହିଁ। ଅନ୍ୟମାନଙ୍କ ନଜରରେ ସେମାନେ ସମ୍ମାନ ହରାଇଥାନ୍ତି। ଫଳରେ ସେମାନଙ୍କର ଖରାପ ସମୟ ଦେଇ ଗତି କରିଥାନ୍ତି।

ବଡ଼ମାନଙ୍କ ସମ୍ମାନ ନ କରିବା: ଯେଉଁ ମହିଳା ନିଜଠାରୁ ବଡ଼ ଲୋକଙ୍କୁ ସମ୍ମାନ ଦିଅନ୍ତି ନାହିଁ, ତାଙ୍କ ସହ ଝଗଡ଼ା କରିଥାନ୍ତି, ସେଭଳି ମହିଳା ଘରର ସୁଖଶାନ୍ତି ପାଇଁ ବିପଦ। ଏଭଳି ମହିଳାଙ୍କୁ ଘରକୁ ଆଣି କୌଣସି ଲୋକ ସୁଖି ରହି ପାରିବେ ନାହିଁ।

କଥା କଥାରେ ଫୁଲେଇ ହେବା: ଫୁଲେଇ ହେବା ମହିଳାଙ୍କ ସ୍ବଭାବ। ହେଲେ କଥା କଥାରେ ନଖରା ଦେଖାଇବା ଠିକ ନୁହେଁ। ଏପରି କରିବା ଦ୍ୱାରା ଯେ କେହି ଖପ୍ପା ହୋଇପାରେ। ଏହାର କୁପରିଣାମ ପରବର୍ତ୍ତୀ ସମୟରେ ଭୋଗିବାକୁ ପଡେ।

ଲୋଭୀ: ଚାଣକ୍ୟଙ୍କ ମତରେ କିଛି ମହିଳା ବହୁତ ଲୋଭୀ ଥାନ୍ତି। ଏଣୁ ସେ ଧନ ପାଇଁ ସେ ଖରାପ କାମ କରିଥାନ୍ତି, ଆଗାମୀ ସମୟରେ ଅସୁବିଧାରେ ପକାଇଥାଏ। ଏଣୁ ଯଦି କୌଣସି ମହିଳାଙ୍କ ପାଖରେ ଏଭଳି ଖରାପ ଅଭ୍ୟାସ ଥାଏ ତାଙ୍କୁ ଏହାର କୁପରିଣାମ ଭୋଗିବାକୁ ପଡ଼ିଥାଏ।

ପୂଜା ପାଠ ନକରିବା: ଯେଉଁ ଘରର ମହିଳା ପୂଜାପାଠ କରନ୍ତି ନାହିଁ, ସେଠାରେ ନକରାତ୍ମକ ଉର୍ଜାର ଶକ୍ତି ବଢ଼ିଥାଏ। ଏହାଦ୍ୱାରା ଘରର ସୁଖଶାନ୍ତି ଚାଲିଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ରକ୍ଷା ନାହିଁ, କାଶିଲେ-ଛିଙ୍କିଲେ ୧୦ ମିଟର ପର୍ଯ୍ୟନ୍ତ ବ୍ୟାପିବ କରୋନା ଭୂତାଣୁ…

ନୂଆଦିଲ୍ଲୀ,୨୦।୫: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ଏପରିସ୍ଥଳେ ସରକାରଙ୍କ ପକ୍ଷରୁ କରୋନା ଭୂତାଣୁ ସଂକ୍ରମଣ ନେଇ ନୂଆ ସତର୍କ...

କରୁଛନ୍ତି କି ଏକତରଫା ପ୍ରେମ

କୁହାଯାଏ ଯେ ଯେତେବେଳେ କିଏ କାହାକୁ ପ୍ରେମ କରେ, ଏହା ତାହା ଜୀବନର ଏକ ସୁନ୍ଦର ଅନୁଭବ। ସେ ସବୁକିଛି ଭଲ ଅନୁଭବ କରିଥାଏ। ନିଜ...

ମେଦବହୁଳତା ନିୟନ୍ତ୍ରଣ ଲାଗି ସଚେତନତା ଜରୁରୀ

ମେଦବହୁଳତା ଯୋଗୁ ବର୍ତ୍ତମାନ ଅନେକ ସ୍ବାସ୍ଥ୍ୟ ସମସ୍ୟା ଦେଖାଯାଉଛି। ଏହି ସମସ୍ୟାଠାରୁ ଯୁବବର୍ଗ ମଧ୍ୟ ବର୍ତ୍ତି ନାହାନ୍ତି। ସାରା ବିଶ୍ୱରେ ମେଦବହୁଳ ରୋଗୀଙ୍କ ସଂଖ୍ୟା ଦ୍ରୁତଗତିରେ...

ଅଧିକ ହଳଦୀ କ୍ଷତିକାରକ

ହଳଦୀ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ବୋଲି ସମସ୍ତଙ୍କୁ ଜଣା। ସେଥିପାଇଁ ତାକୁ ରୋଷେଇ ଘରର ଭଲ ମସଲା ବୋଲି କୁହାଯାଏ। ହେଲେ ଏବେ ଗବେଷକମାନେ କହିଛନ୍ତି...

ବ୍ଲାକ୍‌ ହେଡ୍ସରୁ ମୁକ୍ତି

ମୁହଁର ଗଢ଼ଣ ଯେତେ ଭଲ ହୋଇଥାଉ ନା କାହିଁକି ଏହା ଉପରେ ସାମାନ୍ୟ ବ୍ଲାକ୍‌ ହେଡ୍ସ ସମ୍ପୂର୍ଣ୍ଣ ସୌନ୍ଦର୍ଯ୍ୟକୁ ବିଗାଡ଼ିଦେଇଥାଏ। ଯଦି ଆପଣ ବି ବ୍ଲାକ୍‌...

ଲଚ୍ଛା

ଆବଶ୍ୟକ ସାମଗ୍ରୀ : କାଜୁ, ପିସ୍ତାବାଦାମ, ଚେରି, କେଶର, ଗୁଜୁରାତି, ଚିନି, କ୍ଷୀର ଓ ଲଚ୍ଛା ପ୍ରସ୍ତୁତି ପ୍ରଣାଳୀ : ପ୍ରଥମେ ଆବଶ୍ୟକ ଅନୁଯାୟୀ କ୍ଷୀର...

ଦୀପାବଳିରେ କିପରି ସଜାଇବେ ଘର

ଦଶହରା ସରୁ ସରୁ ଘରେ ଦୀପାବଳିର ପ୍ରସ୍ତୁତି ଆରମ୍ଭ ହୋଇଯାଏ। ଦୀପାବଳିରେ ସମସ୍ତେ ଘରକୁ ସଜାଇଥାନ୍ତି। କିନ୍ତୁ ଏଠାରେ କେତୋଟି ସହଜ ଉପାୟ ଦେଉଛୁ ଯାହାକୁ...

ସ୍ତନ୍ୟପାନ ବେଳେ ଅସୁବିଧା

ଶିଶୁ ଜନ୍ମ ପରେ କ୍ଷୀରର ପରିମାଣ କମ୍‌ ଥାଏ। ସାଧାରଣତଃ ତୃତୀୟ ଦିନ କ୍ଷୀର ସର୍ବାଧିକ ଝରିଥାଏ। ତେଣୁ ତା’ ପର ଠାରୁ ସ୍ତନ ଟାଣ...

Advertisement
Archives

Model This Week