ମହିଳାଙ୍କ ଏହି ୫ ଅଭ୍ୟାସ ଯୋଗୁ ନଷ୍ଟ ହୁଏ ଘର,ଜାଣନ୍ତୁ ଏଭଳି କାହିଁକି କହିଛନ୍ତି ଚାଣକ୍ୟ…

ଚାଣକ୍ୟଙ୍କୁ ଶ୍ରେଷ୍ଠ ବିଦ୍ୱାନ ଭାବେ ଗଣାଯାଏ। ସେ ବିପରିତ ପରିସ୍ଥିତିରେ ମଧ୍ୟ ନିଜର ଲକ୍ଷ୍ୟକୁ ହାସଲ କରିଥିଲେ। ରାଜନୀତିଠାରୁ ଆରମ୍ଭ କରି କୁଟନୀତି ପର୍ଯ୍ୟନ୍ତ ସବୁଥିରେ ସେ ମାହିର ଥିଲେ। ଚାଣକ୍ୟ ନିଜର ଅନୁଭବ ଅନୁସାରେ ମନୁଷ୍ୟ ଜୀବନ ସହ ଜଡ଼ିତ କିଛି କଥା ବିଷୟରେ ଉଲ୍ଲେଖ କରିଛନ୍ତି। ସେହି ପ୍ରକାରେ କିଛି ସ୍ତ୍ରୀଙ୍କ ମଧ୍ୟରେ ଏପରି ଗୁଣ ଥାଏ ଯାହା ତାଙ୍କୁ ବରବାଦ କରିଦିଏ ବୋଲି ଚାଣକ୍ୟ କହିଛନ୍ତି। ଯେପରିକି:

ଭାବିଚିନ୍ତି କାର୍ଯ୍ୟ ନ କରିବା: ଅଧିକାଂଶ ମହିଳା କିଛି କରିବା ପୂର୍ବରୁ ଚିନ୍ତା କରନ୍ତି ନାହିଁ। ଆଜିକାଲି ସମୟରେ ମହିଳାମାନେ କିଛି ସ୍ତ୍ରୀ ସ୍ବାର୍ଥ ପାଇଁ ନିଜ ମନ ମୁତାବକ କାମ କରିବାକୁ ପସନ୍ଦ କରିଥାନ୍ତି। ତାଙ୍କର କର୍ମ ଦ୍ୱାରା ଅନ୍ୟ ଉପରେ କି ପ୍ରଭାବ ପଡ଼ିବ ସେ ବିଷୟରେ ବିଲକୁଲ ଭାବି ନ ଥାନ୍ତି। ଏଣୁ ଉକ୍ତ କାମର କୁପରିଣାମ ତାଙ୍କୁ ହିଁ ଭୋଗିବାକୁ ପଡ଼ିଥାଏ। ଏଣୁ କିଛି ବି କାମ କରିବା ପୂର୍ବରୁ ତା ବିଷୟରେ ଭଲ ଭାବେ ଚିନ୍ତା କରିବା ଉଚିତ।

ବାରମ୍ବାର ମିଛ କହିବା: ଚାଣକ୍ୟଙ୍କ ଅନୁସାରେ ଅଧିକାଂଶ ମହିଳା ମିଛ କହିଥାନ୍ତି। କିଛି ମହିଳା ନିଜ ପରିବାର ସଦସ୍ୟଙ୍କ ବିଷୟରେ ଚୁଗୁଲି କରିଥାନ୍ତି। ଛୋଟ ଛୋଟ କଥାରେ ମିଛ କହିଥାନ୍ତି। ଏଭଳି ମହିଳାଙ୍କୁ କେହି ବିଶ୍ୱାସ କରନ୍ତି ନାହିଁ। ଅନ୍ୟମାନଙ୍କ ନଜରରେ ସେମାନେ ସମ୍ମାନ ହରାଇଥାନ୍ତି। ଫଳରେ ସେମାନଙ୍କର ଖରାପ ସମୟ ଦେଇ ଗତି କରିଥାନ୍ତି।

ବଡ଼ମାନଙ୍କ ସମ୍ମାନ ନ କରିବା: ଯେଉଁ ମହିଳା ନିଜଠାରୁ ବଡ଼ ଲୋକଙ୍କୁ ସମ୍ମାନ ଦିଅନ୍ତି ନାହିଁ, ତାଙ୍କ ସହ ଝଗଡ଼ା କରିଥାନ୍ତି, ସେଭଳି ମହିଳା ଘରର ସୁଖଶାନ୍ତି ପାଇଁ ବିପଦ। ଏଭଳି ମହିଳାଙ୍କୁ ଘରକୁ ଆଣି କୌଣସି ଲୋକ ସୁଖି ରହି ପାରିବେ ନାହିଁ।

କଥା କଥାରେ ଫୁଲେଇ ହେବା: ଫୁଲେଇ ହେବା ମହିଳାଙ୍କ ସ୍ବଭାବ। ହେଲେ କଥା କଥାରେ ନଖରା ଦେଖାଇବା ଠିକ ନୁହେଁ। ଏପରି କରିବା ଦ୍ୱାରା ଯେ କେହି ଖପ୍ପା ହୋଇପାରେ। ଏହାର କୁପରିଣାମ ପରବର୍ତ୍ତୀ ସମୟରେ ଭୋଗିବାକୁ ପଡେ।

ଲୋଭୀ: ଚାଣକ୍ୟଙ୍କ ମତରେ କିଛି ମହିଳା ବହୁତ ଲୋଭୀ ଥାନ୍ତି। ଏଣୁ ସେ ଧନ ପାଇଁ ସେ ଖରାପ କାମ କରିଥାନ୍ତି, ଆଗାମୀ ସମୟରେ ଅସୁବିଧାରେ ପକାଇଥାଏ। ଏଣୁ ଯଦି କୌଣସି ମହିଳାଙ୍କ ପାଖରେ ଏଭଳି ଖରାପ ଅଭ୍ୟାସ ଥାଏ ତାଙ୍କୁ ଏହାର କୁପରିଣାମ ଭୋଗିବାକୁ ପଡ଼ିଥାଏ।

ପୂଜା ପାଠ ନକରିବା: ଯେଉଁ ଘରର ମହିଳା ପୂଜାପାଠ କରନ୍ତି ନାହିଁ, ସେଠାରେ ନକରାତ୍ମକ ଉର୍ଜାର ଶକ୍ତି ବଢ଼ିଥାଏ। ଏହାଦ୍ୱାରା ଘରର ସୁଖଶାନ୍ତି ଚାଲିଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ବିଶେଷ ଫରକ ପଡ଼ିବ ନାହିଁ, ବିରାଟ-ରୋହିତଙ୍କ ଦିନିକିଆରୁ ଅବସରକୁ ନେଇ ଏ କ’ଣ କହିଦେଲେ ସେହ୍ବାଗ

ନୂଆଦିଲ୍ଲୀ,୨୫।୯: ଭାରତ ଓ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ ସେପ୍ଟେମ୍ବର ୨୭ରୁ ଆରମ୍ଭ ହେବାକୁ ଯାଉଛି। ଏହି ସିରିଜ୍‌ରେ ଆଉ ଥରେ…

ପ୍ରତିଯୋଗିତା ଛାଡ଼ି ଛାତ୍ରୀଙ୍କୁ ରୋଷେଇ କାମ!

ତୁମୁଡ଼ିବନ୍ଧ, ୨୫।୯ (ଦୀପକ କୁମାର ପରାସେଠ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତଜନିତ ବର୍ଷା ଗତ ୪ ଦିନ ହେଲା ଲାଗିରହିଛି। ଏହା ମଧ୍ୟରେ ଶୁକ୍ରବାର ତୁମୁଡ଼ିବନ୍ଧସ୍ଥିତ…

ଘର ନୁହେଁ, ଏବେ ବୃଦ୍ଧାଶ୍ରମରେ ରହୁଛନ୍ତି ବିନୋଦ କାମ୍ବଲୀ; ଭାଇରାଲ ଭିଡିଓ ଦେଖି ସ୍ତବ୍ଧ କ୍ରିକେଟ୍ ଜଗତ!

ମୁମ୍ବାଇ,୨୫।୯: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ତାରକା ବ୍ୟାଟର୍‌ ବିନୋଦ କାମ୍ବଲି ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ନିକଟରେ ସୋସିଆଲ ମିଡିଆରେ ସାମ୍ନାକୁ ଆସିଥିବା ତାଙ୍କର ଏକ…

UPI Payment Rules: ₹୬,୦୦୦ ବିଲ୍‌କୁ ₹୨,୦୦୦ କରି ଭାଗ ଭାଗ କରି ପେମେଣ୍ଟ କରୁଛନ୍ତି କି? ଜାଣନ୍ତୁ କ’ଣ ରହିଛି ନିୟମ

ନୂଆଦିଲ୍ଲୀ,୨୫।୯: ୟୁପିଆଇ (UPI) ଜରିଆରେ ନେଣଦେଣ କରୁଥିବା ଗ୍ରାହକ ଓ ବ୍ୟବସାୟୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ୨୦୨୬ ଅକ୍ଟୋବର ୧୫ ତାରିଖରୁ UPI ନିୟମରେ ବଡ଼…

ଛାତ୍ରୀଛାତ୍ରଙ୍କ କଣ୍ଠରେ ବନ୍ଦେ ମାତରଂ

ପାଟଣା,୨୫।୯(ବୀର କିଶୋର ଦାଶ): ବନ୍ଦେ ମାତରଂର ୧୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ବିଦ୍ୟା ଭାରତୀ ଓ ଶିକ୍ଷା ବିକାଶ ସମିତି ଆନୁକୂଲ୍ୟରେ ଶୁକ୍ରବାର ପାଟଣା ସ୍ବରସ୍ବତୀ ଶିଶୁ…

ଗଛ ପଡ଼ି ରାସ୍ତା ଅବରୋଧ: ଯାତାୟତ ଠପ୍‌

କୃଷ୍ଣପ୍ରସାଦ,୨୫।୯(କୈଳାଶ ଚନ୍ଦ୍ର ପଟ୍ଟନାୟକ): ପୁରୀ ଜିଲା କୃଷ୍ଣପ୍ରସାଦରେ ଦୁଇ ଦିନ ହେବ ବାତ୍ୟା ତାଣ୍ଡବ ସୃଷ୍ଟି କରିଛି। ପବନ ସାଙ୍ଗକୁ ବର୍ଷା ଲାଗି ରହିଛି। ଫଳରେ ଲୋକ…

ସମୁଦ୍ର ଉପକୂଳ ଅଞ୍ଚଳ ପରିଦର୍ଶନ କଲେ ବିଧାୟକ: ପ୍ରଶାସନିକ ଅଧିକାରୀଙ୍କ ସହ ବନ୍ୟାସ୍ଥିତି ନେଇ ଆଲୋଚନା

ଛତ୍ରପୁର, ୨୫।୯ (ଦିଲ୍ଲୀପ ସାମଲ/ ବିଦ୍ୟାଧର ସାହୁ): ଗତ ତିନିଦିନ ଧରି ଲଗାଣ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ତୁହାକୁ ତୁହା ବର୍ଷା ସାଙ୍ଗକୁ ପବନର…

ମାନସିକ ଭିନ୍ନକ୍ଷମ ଯୁବତୀ ୮ ମାସର ଗର୍ଭବତୀ, ପ୍ରଶାସନିକ ସହାୟତା ଦାବି

କଲ୍ୟାଣସିଂହପୁର, ୨୫।୯ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ସଦର ମହକୁମାରେ ଏକ ଅତ୍ୟନ୍ତ ସମ୍ବେଦନଶୀଳ ତଥା ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?