ଅପମାନର ପ୍ରତିଶୋଧ ନେବା ପାଇଁ ଏହାକୁ ସବୁଠାରୁ ବଡ଼ ଅସ୍ତ୍ର କହିଛନ୍ତି ଚାଣକ୍ୟ

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ଜୀବନକୁ ସଫଳ କରିବା ପାଇଁ ଅନେକ କିଛି ବର୍ଣ୍ଣନା କରିଛନ୍ତି। ସେ ଏକ ଶ୍ଳୋକ ମାଧ୍ୟମରେ ଅପମାନର ପ୍ରତିଶୋଧ ନେବା ଓ ଶତ୍ରୁକୁ ପରାସ୍ତ କରିବା ବିଷୟରେ କହିଛନ୍ତି। ଜାଣନ୍ତୁ ସେ ସମ୍ପର୍କରେ…

ଅପମାନକୁ ନେଇ ଚାଣକ୍ୟ କହିଛନ୍ତି, ଯଦି ଜଣେ ଅପମାନିତ ହୁଏ, ତେବେ ଚୁପ ରହିବା ଆବଶ୍ୟକ। ଅପମାନ ଦେଇଥିବା ବ୍ୟକ୍ତିଙ୍କୁ ଦେଖି ହସିଦେବା ଉଚିତ୍‌। ନିରବତା ହେଉଛି ସବୁଠାରୁ ବଡ ଅସ୍ତ୍ର। ନୀରବଥିଲେ, ସାମ୍ନାରେ ଥିବା ବ୍ୟକ୍ତି ଆପଣଙ୍କ ଅବସ୍ଥା ବିଷୟରେ ଜାଣିବାକୁ ଅସମର୍ଥ

ସେ କହିଛନ୍ତି, ଜଣେ ବ୍ୟକ୍ତି ନିଜ ଶତ୍ରୁ ବିଷୟରେ ସମ୍ପୂର୍ଣ୍ଣ ଜ୍ଞାନ ଅର୍ଜନ କରିବା ଅତ୍ୟନ୍ତ ଜରୁରୀ । ଶତ୍ରୁ ଦୁର୍ବଳ କି ବଳଶାଳୀ ନ ଜାଣିଲେ ତାଙ୍କ ବିରୋଧରେ କୌଣସି ନୀତି ପ୍ରସ୍ତୁତ କରାଯାଇପାରିବ ନାହିଁ ।

ଯଦି ଶତ୍ରୁ ଅଧିକ ଶକ୍ତିଶାଳୀ, ତେବେ ତାଙ୍କୁ ପରାସ୍ତ କରିବାକୁ ହେଲେ ତାଙ୍କୁ ଅଡ଼ୁଆରେ ପକାଇବା ପାଇଁ ଅନୁକୂଳ ଆଚରଣ ଦେଖାଇବା ଉଚିତ୍‌। ଯଦି ଶତ୍ରୁର ପ୍ରକୃତି ମନ୍ଦ, ସେ ପ୍ରତାରଣା କରିବାକୁ ଚାହେଁ, ତେବେ ତାଙ୍କୁ ପରାସ୍ତ କରିବାକୁ, ତାଙ୍କ ବିରୋଧରେ ଯିବା ଉଚିତ୍‌ ।

ଆହୁରି ମଧ୍ୟ ସେ କହିଛନ୍ତି, ଯଦି ଶତ୍ରୁ ତୁମ ସମକକ୍ଷ, ତେବେ ତାଙ୍କୁ ନମ୍ର କିମ୍ବା ବଳପୂର୍ବକ ପରାସ୍ତ କରାଯିବା ଉଚିତ୍‌। ଅସ୍ତ୍ରଶସ୍ତ୍ରରେ ଆକ୍ରମଣ କରିବା ପୂର୍ବରୁ ସେମାନଙ୍କୁ ଜାଲରେ ପକାଇବା ଉଚିତ, ଯାହାଫଳରେ ସେମାନେ ଚାହିଁଲେ ମଧ୍ୟ ବାହାରକୁ ଯାଇ ପାରିବେ ନାହିଁ।

 


Enter your email to get our daily news in your inbox.

All Right Reserved By Dharitri.Com

ପିଲାଙ୍କୁ କରନ୍ତୁ ବୁଦ୍ଧିଆ

ସବୁ ଅଭିଭାବକ ନିଜ ପିଲାଙ୍କୁ ବୁଦ୍ଧିମାନ କରିବାକୁ ଚାହାନ୍ତି। ହେଲେ ଏଥିପାଇଁ କେତୋଟି କଥା ପ୍ରତି ବିଶେଷ ଧ୍ୟାନ ଦେବାକୁ ହୋଇଥାଏ। ଜାଣି ରଖନ୍ତୁ ସେ...

କରୋନା ମୁକାବିଲା: ୮ ଘଣ୍ଟାରେ ସର୍ଜିକାଲ ମାସ୍କ୍‌;୨୪ ଘଣ୍ଟାରେ ଏନ୍‌-୯୫ ମାସ୍କ୍‌ ବଦଳାଇବା ଜରୁରୀ

ନୂଆଦିଲ୍ଲୀ,୨୨।୪: କରୋନା ସଂକ୍ରମଣ ଯୋଗୁ ସାରା ପୃଥିବୀରେ ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସେହିପରି ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ଏପରିସ୍ଥଳେ ବିଶ୍ୱ...

ବୟସ୍କଙ୍କ ଯତ୍ନ ନେବ ରୋବୋ

ଆଜିକାଲି ବିଭିନ୍ନ କ୍ଷେତ୍ରରେ ରୋବୋର ବ୍ୟବହାର କରାଯାଉଛି। ଏପରି କି ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଏହାକୁ ନିୟୋଜିତ କରାଯାଇ ଅପରେସନ ପରି କାମକୁ ମଧ୍ୟ ସମ୍ପାଦନ...

ସମ୍ପର୍କକୁ ମଜଭୁତ କରେ ଉପହାର

ସମ୍ପର୍କକୁ ବି ମଜବୁତ କରିଥାଏ ଉପହାର। ତେବେ ଏହି ଉପହାର କିଭଳି ହେବା ଆବଶ୍ୟକ ଜାଣନ୍ତୁ ସେ ସମ୍ପର୍କରେ କିଛି କଥା.. ବନ୍ଧୁଙ୍କୁ ଖୁସିରେ ଦେଖିବାକୁ...

ଆଜି ପବିତ୍ର ପଣା ସଂକ୍ରାନ୍ତି; ଜାଣନ୍ତୁ ଦିନର ବୈଶିଷ୍ଟ୍ୟ, ଓଡ଼ିଆ ପରମ୍ପରା…

ଆଜି ହେଉଛି ପବିତ୍ର ପଣା ସଂକ୍ରାନ୍ତି। ଓଡ଼ିଆ ପରମ୍ପରାନୁଯାୟୀ ଆଜିଠାରୁ ନୂତନ ବର୍ଷ ଆରମ୍ଭ ହୋଇଥାଏ। ଏହାଛଡ଼ା ଏହି ଦିନକୁ ହନୁମାନ ଜୟନ୍ତୀ, ମହାବିଷୁବ ସଂକ୍ରାନ୍ତି...

ଚିକିତ୍ସା ବିଜ୍ଞାନକୁ ସହଜ କରିଛି ରେଡିଓଲୋଜି

ଚିକିତ୍ସା ବିଜ୍ଞାନରେ ରେଡିଓଲୋଜି ଏବେ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ହାସଲ କରିଛି । ଏକ୍ସ-ରେ ଦ୍ୱାରା ରେଡିଓଲୋଜି ସହଜ ହୋଇପାରିଛି। ୧୮୯୫ ନଭେମ୍ବର ୮ରେ ୱିଲହେଲମ...

ଅର୍ଥୋସ୍କୋପିକ୍‌ ସର୍ଜରି

”ଅର୍ଥୋସ୍କୋପିକ୍‌ ସର୍ଜରି ଏକ ଆଧୁନିକ ଅସ୍ଥିଶଲ୍ୟ ଚିକିତ୍ସା ପଦ୍ଧତି । ଏଥିରେ ବଡ଼ ଧରଣର କଟାକଟି ନ କରି ଛୋଟ କଣା ମାଧ୍ୟମରେ ଶରୀରର ବିଭିନ୍ନ...

ସାବଧାନ! ପାଣି ପିଇଲେ ବି ଚାଲିଯିବ ଜୀବନ, ଜାଣନ୍ତୁ କେମିତି ଆଉ କାହିଁକି

ପାଣି ଅମୃତ ସମାନ। କୁହାଯାଏ, ପାଣି ପିଇଲେ ଅନେକ ରୋଗରୁ ଉପଶମ ମିଳିଥାଏ। ପାଣି ପିଇବାକୁ ଡାକ୍ତରମାନେ ମଧ୍ୟ ପରାମର୍ଶ ଦେଇଥାନ୍ତି। ମାତ୍ର ପାଣି ବି...

Advertisement
Archives

Model This Week