Posted inଖେଳ

Champions Trophy ଶେଷ ହେବା ପରେ ବଦଳିଯିବେ ଏହି ୪ ଟିମ୍‌ର ଅଧିନାୟକ? ଜାଣନ୍ତୁ କାହା ମୁଣ୍ଡରେ ଝୁଲୁଛି ଖଣ୍ଡା

ନୂଆଦିଲ୍ଲୀ,୨୭।୨: ଚାମ୍ପିଅନ୍ସ ଟ୍ରଫିରେ ଖେଳୁଥିବା ଆଠଟି ଦଳ  ମଧ୍ୟରୁ ଚାରି ଦଳର ଅଧିନାୟକଙ୍କ ଉପରେ ଝୁଲୁଛି ଖଣ୍ଡା।  ଟୁର୍ନାମେଣ୍ଟ ଶେଷ ହେବା ପରେ ସେ କେବଳ ଅଧିନାୟକ ପଦରୁ ନୁହେଁ ବରଂ ଦଳରୁ ମଧ୍ୟ ବାଦ୍‌ ପଡ଼ିପାରନ୍ତି। ଏମାନଙ୍କ ମଧ୍ୟରେ ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କଠାରୁ ଆରମ୍ଭ କରି ପାକିସ୍ତାନ ଅଧିନାୟକ ମହମ୍ମଦ ରିଜୱାନଙ୍କ ନାମ ରହିଛି। ଏହା ପଛରେ କ’ଣ କାରଣ ରହିଛି ଆସନ୍ତୁ ଜାଣିବା:
ମହମ୍ମଦ ରିଜୱାନ:
ପାକିସ୍ତାନ ଦଳ ଚାମ୍ପିଅନ୍ସ ଟ୍ରଫିରୁ ବାଦ୍‌ ପଡ଼ିଛି। ତ୍ରିରାଷ୍ଟ୍ରୀୟ ସିରିଜ କିମ୍ବା ଚାମ୍ପିଅନ୍ସ ଟ୍ରଫିରେ ତାଙ୍କର ପ୍ରଦର୍ଶନ ଭଲ ନ ଥିଲା। ଚାମ୍ପିଅନ୍ସ ଟ୍ରଫିରେ ନ୍ୟୁଜିଲାଣ୍ଡ ଏବଂ ଭାରତଠାରୁ ଲଗାତାର ଦୁଇଟି ମ୍ୟାଚ୍‌ ହାରିବା ପରେ, ପାକିସ୍ତାନ ମାତ୍ର ପାଞ୍ଚ ଦିନ ମଧ୍ୟରେ ଘରୋଇ ମାଟିରେ ଖେଳାଯାଉଥିବା ଚାମ୍ପିଅନ୍ସ ଟ୍ରଫିରୁ ବାଦ ପଡ଼ିଛି। ପୂର୍ବତନ ପାକିସ୍ତାନୀ କ୍ରିକେଟରମାନେ ଦଳରେ ବଡ଼ ପରିବର୍ତ୍ତନ ବିଷୟରେ ଆଲୋଚନା କରୁଛନ୍ତି। ଏପରି ପରିସ୍ଥିତିରେ ମହମ୍ମଦ ରିଜୱାନ ପ୍ରଥମ ଥର ପାଇଁ ଅଧିନାୟକ ପଦ ହରାଇବା ନିଶ୍ଚିତ ବୋଲି କୁହାଯାଉଛି।
ନଜମୁଲ ହୁସେନ ଶାନ୍ତୋ:
ବାଂଲାଦେଶ ଦଳ ମଧ୍ୟ ଚାମ୍ପିଅନ୍ସ ଟ୍ରଫିରୁ ବାଦ ପଡ଼ିଛି। ବାଂଲାଦେଶର ନେତୃତ୍ୱ ନେଉଛନ୍ତି ନାଜମୁଲ ହୁସେନ ଶାନ୍ତୋ। ତାଙ୍କ ଅଧିନାୟକତ୍ୱରେ, ବାଂଲାଦେଶ ପ୍ରଥମେ ଭାରତ ଏବଂ ପରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ମ୍ୟାଚ୍‌ ହାରିଥିଲା। ଦଳର ଖରାପ ପ୍ରଦର୍ଶନ ପରେ ବାଂଲାଦେଶ କ୍ରିକେଟ ବୋର୍ଡ ନାଜମୁଲ ହୁସେନଙ୍କୁ ମଧ୍ୟ ଅଧିନାୟକ ପଦରୁ ହଟାଇପାରେ।
ଜୋସ ବଟଲର୍‌:
ଜସ ବଟଲରଙ୍କ ଅଧିନାୟକତ୍ୱରେ ଇଂଲଣ୍ଡ ସମ୍ପ୍ରତି ଭାରତ ବିପକ୍ଷରେ ପାଞ୍ଚ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜକୁ ୧-୪ରେ ହାରିଛି। ଏହା ପରେ ଭାରତ ତିନି ମ୍ୟାଚ ବିଶିଷ୍ଟ ଏକଦିବସୀୟ ସିରିଜରେ ଇଂଲଣ୍ଡକୁ ୩-୦ ରେ ପରାଜିତ କରିଥିଲା। ଏବେ ଚାମ୍ପିଅନ୍ସ ଟ୍ରଫିରେ ଇଂଲଣ୍ଡ ପ୍ରଥମ ମ୍ୟାଚ୍‌ରେ ୩୫୧ ରନ କରିବା ସତ୍ତ୍ୱେ ଅଷ୍ଟ୍ରେଲିଆଠାରୁ ପରାସ୍ତ ହୋଇଥିଲା। ଜସ ବଟଲରଙ୍କ ଅଧିନାୟକତ୍ୱରେ ଇଂଲଣ୍ଡ ଦଳର ଖରାପ ପ୍ରଦର୍ଶନ ଜାରି ରହିଛି। ଏପରି ପରିସ୍ଥିତିରେ ଏହି ICC ଟୁର୍ନାମେଣ୍ଟ ପରେ ବଟଲରଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ।
ରୋହିତ ଶର୍ମା:
ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଟିମ୍‌ ଇଣ୍ଡିଆର ଉତ୍କୃଷ୍ଟ ପ୍ରଦର୍ଶନ ଜାରି ରହିଛି। ପ୍ରଥମେ ବାଂଲାଦେଶ ଏବଂ ପରେ ପାକିସ୍ତାନକୁ ପରାସ୍ତ କରି ଭାରତ ସେମିଫାଇନାଲରେ ପ୍ରବେଶ କରିଥିଲା। ଟିମ ଇଣ୍ଡିଆକୁ ମଧ୍ୟ ଏହି ଟୁର୍ନାମେଣ୍ଟ ଜିତିବାର ଏକ ଦୃଢ଼ ଦାବିଦାର ବୋଲି ବିବେଚନା କରାଯାଉଛି। ପରବର୍ତ୍ତୀ ସମୟରେ କ’ଣ ହେବ ତାହା କେବଳ ସମୟ କହିବ କିନ୍ତୁ ରୋହିତ ଶର୍ମାଙ୍କ କ୍ୟାରିୟର ସମ୍ପର୍କରେ ଚାମ୍ପିଅନ୍ସ ଟ୍ରଫି ପରେ ଏକ ବଡ଼ ନିଷ୍ପତ୍ତି ନିଆଯାଇପାରେ। କାରଣ ବିସିସିଆଇ ଏବେଠାରୁ ୨୦୨୭ ବିଶ୍ୱକପ ପାଇଁ ଦଳକୁ ପ୍ରସ୍ତୁତ କରିବାକୁ ଯୋଜନା କରୁଛି।
କାରଣ ରୋହିତ ଶର୍ମାଙ୍କ ବୟସ ୩୭ ବର୍ଷ ଏବଂ ସେ ଏପ୍ରିଲରେ ୩୮ ବର୍ଷରେପାଦ ରଖିବେ। ଅନେକ ପୂର୍ବତନ ଖେଳାଳି ବିଶ୍ୱାସ କରନ୍ତି ଯେ ଚାମ୍ପିଅନ୍ସ ଟ୍ରଫି ରୋହିତଙ୍କ ଶେଷ ଆଇସିସି ଟୁର୍ନାମେଣ୍ଟ ହୋଇପାରେ। ରୋହିତଙ୍କ ଅଧିନାୟକତ୍ୱ ସହିତ ତାଙ୍କ ବ୍ୟାଟିଂ ଉପରେ ମଧ୍ୟ ଧ୍ୟାନ ଦିଆଯିବ। ସେ ବାଂଲାଦେଶ ବିପକ୍ଷରେ ୪୧ ରନ ଏବଂ ପାକିସ୍ତାନ ବିପକ୍ଷରେ ୨୦ ରନ କରିଥିଲେ। କିନ୍ତୁ ଟିମ ଇଣ୍ଡିଆର ଆହୁରି ମ୍ୟାଚ୍‌ ବାକି ଅଛି। ଏଣୁ ଆଗାମୀ ଦିନରେ ତାଙ୍କ ପ୍ରଦର୍ଶନ ଉପରେ ନଜର ରଖାଯିବ। ମୋଟାମୋଟି କହିବାକୁ ଗଲେ ରୋହିତଙ୍କ ଭବିଷ୍ୟତର ନିଷ୍ପତ୍ତି ୫୦-୫୦ରେ ରହିଛି, ଯାହାକି ତାଙ୍କର ବ୍ୟାଟିଂ ଉପରେ ନିର୍ଭର କରିବ।

Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

ମୋଦିଙ୍କ ଘୋଷଣା ଶୁଣି ଟ୍ରମ୍ପ ଛାନିଆ! କହିଦେଲେ…

ନୂଆଦିଲ୍ଲୀ,୫।୧୨:ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଗସ୍ତରେ ଅଛନ୍ତି। ଆଜି ତାଙ୍କ ଗସ୍ତର ଦ୍ୱିତୀୟ ଦିନ। ଗୁରୁବାର ରାତିରେ ଭାରତରେ ପହଞ୍ଚିଥିବା ପୁଟିନ ମହାତ୍ମା ଗାନ୍ଧୀଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri