Posted inଖେଳ

Champions Trophy ଶେଷ ହେବା ପରେ ବଦଳିଯିବେ ଏହି ୪ ଟିମ୍‌ର ଅଧିନାୟକ? ଜାଣନ୍ତୁ କାହା ମୁଣ୍ଡରେ ଝୁଲୁଛି ଖଣ୍ଡା

ନୂଆଦିଲ୍ଲୀ,୨୭।୨: ଚାମ୍ପିଅନ୍ସ ଟ୍ରଫିରେ ଖେଳୁଥିବା ଆଠଟି ଦଳ  ମଧ୍ୟରୁ ଚାରି ଦଳର ଅଧିନାୟକଙ୍କ ଉପରେ ଝୁଲୁଛି ଖଣ୍ଡା।  ଟୁର୍ନାମେଣ୍ଟ ଶେଷ ହେବା ପରେ ସେ କେବଳ ଅଧିନାୟକ ପଦରୁ ନୁହେଁ ବରଂ ଦଳରୁ ମଧ୍ୟ ବାଦ୍‌ ପଡ଼ିପାରନ୍ତି। ଏମାନଙ୍କ ମଧ୍ୟରେ ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କଠାରୁ ଆରମ୍ଭ କରି ପାକିସ୍ତାନ ଅଧିନାୟକ ମହମ୍ମଦ ରିଜୱାନଙ୍କ ନାମ ରହିଛି। ଏହା ପଛରେ କ’ଣ କାରଣ ରହିଛି ଆସନ୍ତୁ ଜାଣିବା:
ମହମ୍ମଦ ରିଜୱାନ:
ପାକିସ୍ତାନ ଦଳ ଚାମ୍ପିଅନ୍ସ ଟ୍ରଫିରୁ ବାଦ୍‌ ପଡ଼ିଛି। ତ୍ରିରାଷ୍ଟ୍ରୀୟ ସିରିଜ କିମ୍ବା ଚାମ୍ପିଅନ୍ସ ଟ୍ରଫିରେ ତାଙ୍କର ପ୍ରଦର୍ଶନ ଭଲ ନ ଥିଲା। ଚାମ୍ପିଅନ୍ସ ଟ୍ରଫିରେ ନ୍ୟୁଜିଲାଣ୍ଡ ଏବଂ ଭାରତଠାରୁ ଲଗାତାର ଦୁଇଟି ମ୍ୟାଚ୍‌ ହାରିବା ପରେ, ପାକିସ୍ତାନ ମାତ୍ର ପାଞ୍ଚ ଦିନ ମଧ୍ୟରେ ଘରୋଇ ମାଟିରେ ଖେଳାଯାଉଥିବା ଚାମ୍ପିଅନ୍ସ ଟ୍ରଫିରୁ ବାଦ ପଡ଼ିଛି। ପୂର୍ବତନ ପାକିସ୍ତାନୀ କ୍ରିକେଟରମାନେ ଦଳରେ ବଡ଼ ପରିବର୍ତ୍ତନ ବିଷୟରେ ଆଲୋଚନା କରୁଛନ୍ତି। ଏପରି ପରିସ୍ଥିତିରେ ମହମ୍ମଦ ରିଜୱାନ ପ୍ରଥମ ଥର ପାଇଁ ଅଧିନାୟକ ପଦ ହରାଇବା ନିଶ୍ଚିତ ବୋଲି କୁହାଯାଉଛି।
ନଜମୁଲ ହୁସେନ ଶାନ୍ତୋ:
ବାଂଲାଦେଶ ଦଳ ମଧ୍ୟ ଚାମ୍ପିଅନ୍ସ ଟ୍ରଫିରୁ ବାଦ ପଡ଼ିଛି। ବାଂଲାଦେଶର ନେତୃତ୍ୱ ନେଉଛନ୍ତି ନାଜମୁଲ ହୁସେନ ଶାନ୍ତୋ। ତାଙ୍କ ଅଧିନାୟକତ୍ୱରେ, ବାଂଲାଦେଶ ପ୍ରଥମେ ଭାରତ ଏବଂ ପରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ମ୍ୟାଚ୍‌ ହାରିଥିଲା। ଦଳର ଖରାପ ପ୍ରଦର୍ଶନ ପରେ ବାଂଲାଦେଶ କ୍ରିକେଟ ବୋର୍ଡ ନାଜମୁଲ ହୁସେନଙ୍କୁ ମଧ୍ୟ ଅଧିନାୟକ ପଦରୁ ହଟାଇପାରେ।
ଜୋସ ବଟଲର୍‌:
ଜସ ବଟଲରଙ୍କ ଅଧିନାୟକତ୍ୱରେ ଇଂଲଣ୍ଡ ସମ୍ପ୍ରତି ଭାରତ ବିପକ୍ଷରେ ପାଞ୍ଚ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜକୁ ୧-୪ରେ ହାରିଛି। ଏହା ପରେ ଭାରତ ତିନି ମ୍ୟାଚ ବିଶିଷ୍ଟ ଏକଦିବସୀୟ ସିରିଜରେ ଇଂଲଣ୍ଡକୁ ୩-୦ ରେ ପରାଜିତ କରିଥିଲା। ଏବେ ଚାମ୍ପିଅନ୍ସ ଟ୍ରଫିରେ ଇଂଲଣ୍ଡ ପ୍ରଥମ ମ୍ୟାଚ୍‌ରେ ୩୫୧ ରନ କରିବା ସତ୍ତ୍ୱେ ଅଷ୍ଟ୍ରେଲିଆଠାରୁ ପରାସ୍ତ ହୋଇଥିଲା। ଜସ ବଟଲରଙ୍କ ଅଧିନାୟକତ୍ୱରେ ଇଂଲଣ୍ଡ ଦଳର ଖରାପ ପ୍ରଦର୍ଶନ ଜାରି ରହିଛି। ଏପରି ପରିସ୍ଥିତିରେ ଏହି ICC ଟୁର୍ନାମେଣ୍ଟ ପରେ ବଟଲରଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ।
ରୋହିତ ଶର୍ମା:
ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଟିମ୍‌ ଇଣ୍ଡିଆର ଉତ୍କୃଷ୍ଟ ପ୍ରଦର୍ଶନ ଜାରି ରହିଛି। ପ୍ରଥମେ ବାଂଲାଦେଶ ଏବଂ ପରେ ପାକିସ୍ତାନକୁ ପରାସ୍ତ କରି ଭାରତ ସେମିଫାଇନାଲରେ ପ୍ରବେଶ କରିଥିଲା। ଟିମ ଇଣ୍ଡିଆକୁ ମଧ୍ୟ ଏହି ଟୁର୍ନାମେଣ୍ଟ ଜିତିବାର ଏକ ଦୃଢ଼ ଦାବିଦାର ବୋଲି ବିବେଚନା କରାଯାଉଛି। ପରବର୍ତ୍ତୀ ସମୟରେ କ’ଣ ହେବ ତାହା କେବଳ ସମୟ କହିବ କିନ୍ତୁ ରୋହିତ ଶର୍ମାଙ୍କ କ୍ୟାରିୟର ସମ୍ପର୍କରେ ଚାମ୍ପିଅନ୍ସ ଟ୍ରଫି ପରେ ଏକ ବଡ଼ ନିଷ୍ପତ୍ତି ନିଆଯାଇପାରେ। କାରଣ ବିସିସିଆଇ ଏବେଠାରୁ ୨୦୨୭ ବିଶ୍ୱକପ ପାଇଁ ଦଳକୁ ପ୍ରସ୍ତୁତ କରିବାକୁ ଯୋଜନା କରୁଛି।
କାରଣ ରୋହିତ ଶର୍ମାଙ୍କ ବୟସ ୩୭ ବର୍ଷ ଏବଂ ସେ ଏପ୍ରିଲରେ ୩୮ ବର୍ଷରେପାଦ ରଖିବେ। ଅନେକ ପୂର୍ବତନ ଖେଳାଳି ବିଶ୍ୱାସ କରନ୍ତି ଯେ ଚାମ୍ପିଅନ୍ସ ଟ୍ରଫି ରୋହିତଙ୍କ ଶେଷ ଆଇସିସି ଟୁର୍ନାମେଣ୍ଟ ହୋଇପାରେ। ରୋହିତଙ୍କ ଅଧିନାୟକତ୍ୱ ସହିତ ତାଙ୍କ ବ୍ୟାଟିଂ ଉପରେ ମଧ୍ୟ ଧ୍ୟାନ ଦିଆଯିବ। ସେ ବାଂଲାଦେଶ ବିପକ୍ଷରେ ୪୧ ରନ ଏବଂ ପାକିସ୍ତାନ ବିପକ୍ଷରେ ୨୦ ରନ କରିଥିଲେ। କିନ୍ତୁ ଟିମ ଇଣ୍ଡିଆର ଆହୁରି ମ୍ୟାଚ୍‌ ବାକି ଅଛି। ଏଣୁ ଆଗାମୀ ଦିନରେ ତାଙ୍କ ପ୍ରଦର୍ଶନ ଉପରେ ନଜର ରଖାଯିବ। ମୋଟାମୋଟି କହିବାକୁ ଗଲେ ରୋହିତଙ୍କ ଭବିଷ୍ୟତର ନିଷ୍ପତ୍ତି ୫୦-୫୦ରେ ରହିଛି, ଯାହାକି ତାଙ୍କର ବ୍ୟାଟିଂ ଉପରେ ନିର୍ଭର କରିବ।

Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri