Posted inଖେଳ

ନୂଆ ଟାଇଟଲ ସ୍ପୋନ୍ସର ସନ୍ଧାନ ପ୍ରସଙ୍ଗ: ବିସିସିଆଇ ଆଗରେ ଚ୍ୟାଲେଞ୍ଜ

ମୁମ୍ବାଇ,୬।୮: ହାଇପ୍ରୋଫାଇଲ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଆଗାମୀ ୧୩ତମ ସଂସ୍କରଣରେ ଟାଇଟଲ ପ୍ରାୟୋଜକ ତଥା ଚାଇନା ମୋବାଇଲ୍‌ କମ୍ପାନୀ ଭିଭୋ ଓ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପରସ୍ପରଠାରୁ ଅଲଗା ଓ ଚୁକ୍ତିରୁ ଓହଯିବା ପାଇଁ ମିଳିତଭାବେ ନିଷ୍ପତ୍ତି ନେଇଛନ୍ତି। ଫଳରେ ଆଇପିଏଲ୍‌ ଟାଇଟଲ ପ୍ରାୟୋଜନରୁ ଭିଭୋ ଓହରିବା ଏକ ପ୍ରକାର ନିଶ୍ଚିତ ହୋଇଛି। ବର୍ତ୍ତମାନ ନୂଆ ପ୍ରାୟୋଜକ ସନ୍ଧାନ ଏବେ ବିସିସିଆଇ ସମ୍ମୁଖୀରେ ଏକ ବଡ଼ ଚ୍ୟାଲେଞ୍ଜ୍‌ ସୃଷ୍ଟି ହୋଇଛି।
୨୦୧୭ ଆଇପିଏଲ୍‌ରେ ଭିଭୋ ବିସିସିଆଇ ସହିତ ଚୁକ୍ତି କରିଥିଲା। ୨,୧୯୯ କୋଟି ଟଙ୍କା ବିନିମୟରେ ଭିଭୋ ୫ ବର୍ଷ ପାଇଁ ବିଡ୍‌ ଜିତିଥିଲା। ଟୁର୍ନାମେଣ୍ଟର ଟାଇଟଲ ରାଇଟ୍ସ ପାଇଁ ଭିଭୋ ପ୍ରତିବର୍ଷ ପାଖାପାଖି ୪୪୦ କୋଟି ଟଙ୍କ ପ୍ରଦାନ କରୁଥିଲା। ବର୍ତ୍ତମାନ ଭିଭୋ ଚୁକ୍ତିରୁ ଓହରିଯିବା ଫଳରେ ବିସିସିଆଇ ପାଇଁ ସମସ୍ୟା ସୃଷ୍ଟି ହୋଇଛି। ସାରା ଦେଶ ତଥା ବିଶ୍ୱରେ ଏବେ କୋଭିଡ୍‌-୧୯ ମହାମାରୀର ପ୍ରକୋପ ଜାରି ରହିଥିବା ବେଳେ ଅର୍ଥିକ ସଙ୍କଟ ସୃଷ୍ଟି ହୋଇଛି ଓ ବଜାରରେ ମାନ୍ଦାବସ୍ଥା ଚରମସୀମାରେ ପହଞ୍ଚିଛି। ଆଉ ମାତ୍ର ୪୫ ଦିନ ପରେ ଆଇପିଏଲ୍‌ ଆରମ୍ଭ ହେବ। ଏପରିସ୍ଥଳେ ହାତରେ ମଧ୍ୟ କମ୍‌ ସମୟ ରହିଛି। ଏବେ ସମାଧାନ ପନ୍ଥା ବାହାର କରିବା ପାଇଁ ବିସିସିଆଇ ବିଭିନ୍ନ ହିତଧାରକ ଓ ଶିଳ୍ପସଂସ୍ଥା ସହ ଆଲୋଚନା କରିବା ଆରମ୍ଭ କରିବ ବୋଲି କହିଛି।
ଭିଭୋ ଓହରିବା ପରେ ଭାରତୀୟ କ୍ରିକେଟ ଜଗତରେ ସମସ୍ୟା ସୃଷ୍ଟି ହୋଇଛି। ଭିଭୋ ପ୍ରତିବର୍ଷ ଦେଉଥିବା ୪୪୦ କୋଟି ଟଙ୍କା ବିସିସିଆଇ ଓ ଫ୍ରଞ୍ଚାଇଜ୍‌ଙ୍କ ମଧ୍ୟରେ ଭାଗ ହେଉଥିଲା। ବିସିସିଆଇ ୨୨୦ କୋଟି ହାସଲ କରୁଥିଲା। ସେହିପରି ୮ଟି ଫ୍ରାଞ୍ଚାଇଜ୍‌ଙ୍କ ମଧ୍ୟରେ ବାକି ୨୨୦ କୋଟି ଟଙ୍କା ଭାଗ ହେଉଥିଲା। ଫଳରେ ପ୍ରତ୍ୟେକ ଫ୍ରାଞ୍ଚାଇଜ୍‌ ପାଖାପାଖି ୨୮ କୋଟି ଟଙ୍କା ହାସଲ କରୁଥିଲେ। କିନ୍ତୁ ଭିଭୋ ଓହରିବା ପରେ ଫ୍ରାଞ୍ଚାଇଜ୍‌ଗୁଡିକ ଲାଭବାନ ହୋଇପାରିବେନି। ଫଳରେ ଫ୍ରଞ୍ଚାଇଜ୍‌ଗୁଡିକ ଆଇପିଏଲ୍‌ଠାରୁ କ୍ଷତିପୂରଣ ଦାବି କରିବେ। ପୁଣି ଫ୍ରଞ୍ଚାଇଜ୍‌ଗୁଡିକ ୫୦ କୋଟି ଟଙ୍କା ଅର୍ଥିକ କ୍ଷତି ସହିବେ ବୋଲି ବିସିସିଆଇ ମଧ୍ୟ ସ୍ବୀକାର କରିଛି।
ଅନ୍ୟପଟେ ଆଇପିଏଲ ଆୟୋଜନ ନ ହୋଇଥିଲେ କିଛି ମିଳି ନ ଥାନ୍ତା। ଯେହେତୁ ଟୁର୍ନାମେଣ୍ଟ ଆୟୋଜନ ହେଉଛି କିଛି ଅର୍ଥ ମିଳିବା ନିଶ୍ଚିତ। ଆଦୌ ନ ମିଳିବା ଅପେକ୍ଷା କିଛି ମିଳିବା ଶ୍ରେୟସ୍କର ବୋଲି ଧରି ନେବାକୁ ହେବ। ବିସିସିଆଇ ମଧ୍ୟ ନୂଆ ପ୍ରାୟୋଜକ ସନ୍ଧାନରେ ରହିଛି ବୋଲି ବୋର୍ଡର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ନୂଆ ପ୍ରାୟୋଜକଙ୍କଠାରୁ ଭିଭୋ ଭଳି ଅର୍ଥ ନ ମିଳିବା ନିଶ୍ଚିତ। କିନ୍ତୁ ଅତିକମ୍‌ରେ ଏହାର ୫୦ ପ୍ରତିଶତ ଅର୍ଥ ମିଳି ପାରିବ ବୋଲି ଆଶା କରାଯାଉଛି। ଏଭଳି ସ୍ଥିତିରେ କିଛି ଆକଳନ କରିବା ମଧ୍ୟ ଠିକ୍‌ ନୁହେଁ। ବିସିସିଆଇ ସମ୍ମୁଖରେ ଏକାଧିକ ଚ୍ୟାଲେଞ୍ଜ୍‌ ଥିଲେଣ ମଧ୍ୟ ଆଗାମୀ ୪୮ ଘଣ୍ଟ ମଧ୍ୟରେ ସବୁ କିଛି ସ୍ପଷ୍ଟ ହେବ ବୋଲି ଅଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

ମୁମ୍ୱାଇକୁ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ,୪ା୪: ସମୀର ରିଜ୍‌ଭୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ୬ ଉଇକେଟରେ ପରାସ୍ତ…

ୟୁକ୍ରେନ୍‌ ଉପରେ ରୁଷିଆର ଡ୍ରୋନ୍‌ ଆକ୍ରମଣ, ପୁଣି ବଢ଼ାଇଲା ଚିନ୍ତା…

କିଭ୍‌,୪ା୪: ୟୁକ୍ରେନ୍‌ର ନିକୋପୋଲ୍‌ ସହର ଅନ୍ତର୍ଗତ ଏକ ବଜାର ଉପରେ ଶନିବାର ରୁଷିଆ ଡ୍ରୋନ୍‌ ମାଡ଼ କରିବାରୁ ଅନୂ୍ୟନ ୫ ଜଣଙ୍କ ମୃତ୍ୟୁ ଘଟିବା ସହ ୧୯ଜଣ…

ଉତ୍ସବରେ ଯୋଗଦେଇ ଘରକୁ ଫେରୁଥିଲେ ପରିବାର ଲୋକେ: ରାସ୍ତାପାର୍ଶ୍ୱ କୂଅରେ ଖସିପଡ଼ିଲା କାର୍‌, ଆଉ ତା’ପରେ…

ନାଶିକ୍‌,୪ା୪: ମହାରାଷ୍ଟ୍ରର ନାଶିକ ଜିଲାରେ ଖୋଲା କୂଅକୁ ଏକ କାର୍‌ ଖସିପଡ଼ିବାରୁ ଗୋଟିଏ ପରିବାରର ୯ ସଦସ୍ୟଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୬ଜଣ ପିଲା ଥିବା…

ଶ୍ରେୟଶଙ୍କୁ ୨୪ ଲକ୍ଷ ଟଙ୍କା ଜରିମାନା

ଚେନ୍ନାଇ, ୪ା୪: ସ୍ଥାନୀୟ ଏମ୍‌.ଏ. ଚିଦାମ୍ୱରମ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ଆଇପିଏଲ୍‌ ମ୍ୟାଚରେ ଏକ ସ୍ଲୋ-ଓଭର ରେଟ୍‌ ପାଇଁ ପଞ୍ଜାବ କିଙ୍ଗ୍ସ ଅଧିନାୟକ ଶ୍ରେୟସ…

ସିଏସ୍‌କେ ପରାଜୟର କାରଣ କହିଲେ ଗାଭାସ୍କର

ଚେନ୍ନାଇ,୪ା୪: ଭାରତର କିମ୍ୱଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କରଙ୍କ ମତରେ ୫ ଥରର ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ପାଇଁ ସେମାନଙ୍କର ବୋଲିଂ ସବୁଠୁ ବଡ଼ ସମସ୍ୟା।…

ମହଙ୍ଗା ପଡ଼ିଲା କର୍ତ୍ତବ୍ୟରେ ଅବହେଳା: ବିଏଲ୍‌ଓ ନିଲମ୍ବିତ

ଗଜପତ/ମୋହନା,୪।୪(ଗିରିଧାରୀ ପରିଛା/ମନ୍ମଥ ମିଶ୍ର): ଗଜପତି ଜିଲା ୧୩୭-ପାରଳାଖେମୁଣ୍ଡି ବିଧାନସଭାର କାଶୀନଗର ବ୍ଲକ ଅନ୍ତର୍ଗତ ଭୋଟଗ୍ରହଣ କେନ୍ଦ୍ରର ବୁଥସ୍ତରୀୟ ଅଧିକାରୀ ଦାୟିତ୍ୱରେ ଥିବା ସହକାରୀ ଶିକ୍ଷକଙ୍କୁ ଜିଲା ନିର୍ବାଚନ…

ରେଷ୍ଟୁରାଣ୍ଟ-ଢାବା ମାଲିକଙ୍କ ପାଇଁ ନିର୍ଦ୍ଦେଶ: କେବଳ ଏମିତି କଲେ ମିଳିବ ବାଣିଜ୍ୟିକ ସିଲିଣ୍ଡର

ନୂଆଦିଲ୍ଲୀ,୪।୪: ଦିଲ୍ଲୀ ସରକାର ବାଣିଜ୍ୟିକ LPG ସିଲିଣ୍ଡର ଯୋଗାଣ ନିୟନ୍ତ୍ରଣ ନିୟମକୁ କଡ଼ାକଡ଼ି କରିଛନ୍ତି। ଏବେ, ଯେଉଁ ଅଞ୍ଚଳରେ ପାଇପ ଯୁକ୍ତ ପ୍ରାକୃତିକ ଗ୍ୟାସ (PNG) ନେଟୱାର୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri