Posted inଜାତୀୟ

ଚକ-ଅଖ ଜାମ୍‌: ୧୯୮୮ର ପୁନରାବୃତ୍ତି, ମୋଦି ସରକାରଙ୍କ ପାଇଁ ଚେତାବନୀ

ନୂଆଦିଲ୍ଲୀ,୮।୧୨: କୃଷି ଆଇନକୁ ନେଇ ମଙ୍ଗଳବାର ଦେଶବ୍ୟାପୀ ଅନ୍ନଦାତାଙ୍କ ପକ୍ଷରୁ ଦିଆଯାଇଥିବା ଭାରତ ବନ୍ଦ ଡାକରାରେ ଚକ-ଅଖ ଜାମ୍‌ ହୋଇ ଯାଇଛି। ପ୍ରଦର୍ଶନକାରୀ ଚାଷୀମାନେ ବହୁ ସ୍ଥାନରେ ରେଳ ରୋକ କରିଛନ୍ତି। ବିଭିନ୍ନ ଜାତୀୟ ରାଜପଥରେ ବସି ରହି ସେମାନେ ଯାନବାହନ ଚଳାଚଳକୁ ବନ୍ଦ କରି ଦେଇଛନ୍ତି। ଇତିମଧ୍ୟରେ ପ୍ରଦର୍ଶନକୁ ୧୨ ଦିନ ବିତିଥିଲେ ମଧ୍ୟ କୌଣସି ସମାଧାନର ପଥ ବାହାରି ପାରି ନାହିଁ। ବୁଧବାର କେନ୍ଦ୍ର ସରକାର ଏବଂ ଚାଷୀ ସଂଗଠନଗୁଡ଼ିକ ମଧ୍ୟରେ ପୁଣି ଆଲୋଚନା କରାଯିବ। ସାମ୍ପ୍ରତିକ ଅନ୍ନଦାତାଙ୍କ ଭାରତ ବନ୍ଦ ଘଟଣା ୩୨ ବର୍ଷ ତଳେ ୧୯୮୮ ଅକ୍ଟୋବର ୨୫ରେ ହୋଇଥିବା ଚାଷୀ ଆନ୍ଦୋଳନକୁ ମନେ ପକାଇ ଦେଇଛି। ୧୪ ରାଜ୍ୟର ୫ ଲକ୍ଷରୁ ଅଧିକ ଚାଷୀ ମହେନ୍ଦ୍ର ସିଂ ଟିକାୟତଙ୍କ ନେତୃତ୍ୱରେ ଦିଲ୍ଲୀ ମୁହାଁ ହୋଇଥିଲେ। ବିଦ୍ୟୁତ୍‌ ଏବଂ ଜଳସେଚନ ପାଇଁ ଧାର୍ଯ୍ୟ କରାଯାଇଥିବା ସରକାରୀ ଦାମ୍‌ର ବିରୋଧରେ ଚାଷୀ ସଂଗଠନ ଗୁଡ଼ିକ ପକ୍ଷରୁ ଆନ୍ଦୋଳନ କରାଯାଇଥିଲା। ଏହାଦ୍ୱାରା ତତ୍‌କାଳୀନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ସରକାରଙ୍କ ପାଇଁ ସମସ୍ୟା ସୃଷ୍ଟି ହୋଇଥିଲା। ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ଭଳି ସେତେବେଳେ ମଧ୍ୟ ଚାଷୀଙ୍କୁ ରୋକିବା ପାଇଁ ପୋଲିସଙ୍କୁ ମୁତୟନ କରାଯାଇଥିଲା। ଲୋନିଠାରେ ପୋଲିସ ଫାଇରିଙ୍ଗ୍‌ରେ ରାଜେନ୍ଦ୍ର ସିଂ ଏବଂ ଭୂପ ସିଂ ନାମକ ଚାଷୀଙ୍କର ମୃତ୍ୟୁ ଘଟିଥିଲା। ଶେଷରେ ଚାଷୀ ସଂଗଠନ ଦିଲ୍ଲୀର ବୋଟ କ୍ଲବ୍‌ରେ ପହଞ୍ଚି ୭ ଦିନ ଧରି ଧାରଣା ଦେଇଥିଲେ। ଅକ୍ଟୋବର ୩୦ରେ ରାତିରେ ଚାଷୀଙ୍କ ଉପରେ ଲାଠି ଚାର୍ଜ କରାଯାଇଥିଲା। କିନ୍ତୁ ଟିକାୟତ ହାରି ନ ଥିଲେ। ଚାଷୀଙ୍କ ପ୍ରଦର୍ଶନ ଯୋଗୁ କଂଗ୍ରେସକୁ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ପୂଣ୍ୟତିଥି ଉତ୍ସବ ଲାଗି ଆୟୋଜିତ ହେବାକୁ ଥିବା ରାଲିକୁ ଲାଲ୍‌ କିଲ୍ଲା ପଛରେ ଥିବା ପଡ଼ିଆକୁ ସ୍ଥାନାନ୍ତର କରାଯାଇଥିଲା। ରାଜୀବ ଗାନ୍ଧୀଙ୍କ ସରକାର ଅନ୍ନଦାତାଙ୍କ ଆଗରେ ମୁଣ୍ଡ ନୁଆଇଁଥିଲେ। ଅକ୍ଟୋବର ୩୧ରେ ଚାଷୀ ସଂଗଠନ ପକ୍ଷରୁ ଉପସ୍ଥାପନ କରାଯାଇଥିବା ସମସ୍ତ ୩୫ ଦାବିକୁ ସରକାର ମାନି ନେଇଥିଲେ। ଏବେ ଏହାର ପୁନରାବୃତ୍ତି ହେବା ନେଇ ଚର୍ଚ୍ଚା ଜାରି ରହିଛି। ମୋଦି ସରକାର କୃଷି ଆଇନ ଉପରେ ବିଚାର କରନ୍ତୁ ବୋଲି ବିଭିନ୍ନ ରାଜନେତାଙ୍କ ପକ୍ଷରୁ ଦାବି ମଧ୍ୟ ହେବାରେ ଲାଗିଛି। ଗୋଟିଏ ପରେ ଗୋଟିଏ ରାଜନୈତିକ ଦଳ ମଧ୍ୟ ଅନ୍ନଦାତାଙ୍କ ଆନ୍ଦୋଳନକୁ ସମର୍ଥନ କରିବାରେ ଲାଗିଛନ୍ତି। ଭାଜପା ନେତୃତ୍ୱାଧୀନ ଏନ୍‌ଡ଼ିଏର କେତେକ ସହଯୋଗୀ ମଧ୍ୟ ଆନ୍ଦୋଳନକୁ ସମର୍ଥନ କରିଛନ୍ତି। ଫଳରେ ଏନ୍‌ଡିଏରେ ଫାଟ ବଢ଼ିବାରେ ଲାଗିଛି। ଦେଶବ୍ୟାପୀ ଅନ୍ନଦାତାଙ୍କ ଆନ୍ଦୋଳନ ମୋଦି ସରକାରଙ୍କ ପାଇଁ ଚେତବାନୀ ସୃଷ୍ଟି କରିଥିବା ରାଜନୈତିକ ସମୀକ୍ଷକ ମତପୋଷଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଟ୍ରମ୍ପଙ୍କ ଅଲ୍ଟିମେଟମ୍‌: ଆଜି ରାତିରେ ଗୋଟିଏ ସଭ୍ୟତାର ବିନାଶ ନିଶ୍ଚିତ, ବିଶ୍ୱରେ ଚହଳ

ୱାଶିଂଟନ/ତେହେରାନ,୭।୪: ହର୍ମୁଜ ପ୍ରଣାଳୀ ଖୋଲିବାକୁ ନେଇ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦ ଏବେ ଚରମ ସୀମାରେ ପହଞ୍ଚିଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବିସ୍ଫୋରକ…

ସିଜିମାଳି ଖଣିରେ ରାସ୍ତା ନିର୍ମାଣକୁ ନେଇ ତୁମୁଳକାଣ୍ଡ: ଗ୍ରାମବାସୀ-ପୋଲିସ ମୁହାଁମୁହିଁ, ୧୦୦ରୁ ଊର୍ଦ୍ଧ୍ୱ ଆହତ,ଗିରଫ ଭୟରେ…

ରାୟଗଡ଼ା,୭।୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ସିଜିମାଳି ପାହାଡରେ ରାସ୍ତା ନିର୍ମାଣକୁ ନେଇ ସମଗ୍ର ଅଞ୍ଚଳ ଅଶାନ୍ତ ହୋଇପଡିଛି। ରାସ୍ତା ନିର୍ମାଣ କାର୍ଯ୍ୟକୁ ବିରୋଧ କରି କାଶୀପୁର…

ସୀମାରେ ସାପ-କୁମ୍ଭୀର ଛାଡିବ ଭାରତ! ଶୁଣିକି ଛାନିଆ ହେଲା ପାକ୍‌-ବାଂଲାଦେଶ

ନୂଆଦିଲ୍ଲୀ,୭।୪: ଭାରତ-ବାଂଲାଦେଶ ସୀମାରେ ଅବୈଧ ଅନୁପ୍ରବେଶକୁ ରୋକିବା ପାଇଁ ବିଏସଏଫ ଏକ ଅଭିନବ ପଦ୍ଧତି ପ୍ରସ୍ତୁତ କରିଛି। ସୋମବାର ଅଧିକାରୀମାନେ ପ୍ରକାଶ କରିଛନ୍ତି ଯେ ସୀମା ସୁରକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri