Categories: ଖେଳ

ମିଲ୍‌ଖାଙ୍କ ନାମରେ ଚେୟାର

ଚଣ୍ଡିଗଡ଼, ୨୦ା୬ (ପି.ଟି.)-ପଟିଆଲାସ୍ଥିତ ସ୍ପୋଟର୍‌ସ ୟୁନିଭର୍ସିଟିରେ ମିଲ୍‌ଖା ସିଂଙ୍କ ନାମରେ ଏକ ଚେୟାର ପ୍ରତିଷ୍ଠା କରାଯିବ। ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ଶନିବାର ଏହା ଘୋଷଣା କରିଛନ୍ତି। ଶୋକ ସନ୍ତପ୍ତ ପରିବାରକୁ ସାନ୍ତ୍ୱନା ଜଣାଇବା ଲାଗି ଅମରିନ୍ଦର ରାଜ୍ୟ କ୍ରୀଡ଼ାମନ୍ତ୍ରୀ ରାଣା ଗୁର୍‌ମିତ ସିଂ ସୋଧିଙ୍କ ସହ ମିଲ୍‌ଖାଙ୍କ ପୁଅ ଜିଭ୍‌ ଓ ପରିବାରର ଅନ୍ୟ ସଦସ୍ୟମାନଙ୍କୁ ଭେଟିଥିଲେ। ମିଲ୍‌ଖା ଯେତେବେଳେ ପ୍ରଥମ ଭାରତୀୟ ଆଥ୍‌ଲେଟ ଭାବେ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ବ୍ୟକ୍ତିଗତ ସ୍ବର୍ଣ୍ଣ ପଦକ ଜିତିଥିଲେ ସେତେବେଳେ ତାଙ୍କ ଅନୁରୋଧ କ୍ରମେ ତତ୍‌କାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଏକ ଜାତୀୟ ଛୁଟିଦିବସ ଘୋଷଣା କରିଥିଲେ। ମିଲ୍‌ଖାଙ୍କ ବାସଭବନକୁ ଯିବାବେଳେ ସାଥିରେ ନେହେରୁଙ୍କ ସହ ଏହି ସ୍ପ୍ରିଣ୍ଟରଙ୍କ ରହିଥିବା ଏକ ଫଟୋଚିତ୍ରକୁ ସେ ନେଇଥିଲେ। ୧୯୬୦ରେ ନେହେରୁ ଯେତେବେଳେ ଜାତୀୟ ଛୁଟିଦିବସ ଘୋଷଣା କରିଥିଲେ, ସେତେବେଳେ ଏହି ଫଟୋ ଉତ୍ତୋଳନ ହୋଇଥିଲା।

Share