Posted inଖେଳ

ପୁଷ୍ପା ଅବତାରରେ ୟୁଜବେନ୍ଦ୍ର ଚହଲ: କହିଲେ ଫାୟାର ହୁଁ ମେଁ…

ଲକ୍ଷ୍ନୌ,୨୨।୨: ଶ୍ରୀଲଙ୍କା ବିପକ୍ଷ ଟି-୨୦ ସିରିଜ୍‌ ଆରମ୍ଭ ହେବା ପୂର୍ବରୁ ଭାରତୀୟ ଟିମ୍‌ ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌରେ ପହଞ୍ଚିଛି। ଏଠାରେ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ପ୍ରଥମ ଟି-୨୦ ମ୍ୟାଚ୍‌ ଖେଳାଯିବ। ତେବେ ଭାରତୀୟ ଟିମ୍‌ ଅଭ୍ୟାସ କରିବା ପୂର୍ବରୁ ଖେଳାଳିଙ୍କ କିଛି ମଜାମସ୍ତିର ଏକ ଭିଡିଓ ସାମ୍ନାକୁ ଆସିଛି। ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଟିମ୍‌ ଇଣ୍ଡିଆର ଷ୍ଟାର ସ୍ପିନର ୟୁଜବେନ୍ଦ୍ର ଚହଲ ଇନ୍‌ଷ୍ଟାଗ୍ରାମରେ ନିଜ ସାଥୀ ଖେଳାଳିଙ୍କ ସହ ଏକ ରିଲ୍‌ ଶେୟାର କରିଛନ୍ତି। ଯେଉଁଥିରେ ସେ ସାଉଥର ସୁପରହିଟ୍‌ ଫିଲ୍ମ ‘ପୁଷ୍ପା’ର ବେଶ୍‌ ଚର୍ଚ୍ଚିତ ଡାଏଲଗ୍‌ କହୁୁଥିବାର ନଜର ଆସିଛନ୍ତି। ୟୁଜବେନ୍ଦ୍ର ଚହଲଙ୍କ ସହ ନବଦୀପ ସାଇନି, ହରପ୍ରୀତ ବରାର ମଧ୍ୟ ନିଜର ଜଲଓ୍ବା ଦେଖାଇଥିବା ଦେଖିବାକୁ ମିଳିଛି। ଫିଲ୍ମର ବେଶ୍‌ ଚର୍ଚ୍ଚିତ ଡାଏଲଗ୍‌ ‘ପୁଷ୍ପା ନାମ ସୁନକର ଫ୍ଲାଓ୍ବର ସମଝି କ୍ୟା, ଫାୟାର ହୁଁ ମେଁ-ଝୁକୁଙ୍ଗା ନହିଁ’ର ଏକ ରିଲ୍‌ ଭିଡିଓରେ ୩ଜଣ ଖେଳାଳିଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି। ରାଜସ୍ଥାନ ରୟାଲସ୍ସ ମଧ୍ୟ ନିଜ ଟୁଇଟର ଆକାଉଣ୍ଟରେ ଏହି ଭିଡିଓକୁ ଶେୟାର କରିଛି। କେବଳ ଟିମ୍‌ ଇଣ୍ଡିଆ ନୁହେଁ ବିଶ୍ୱର ଅନେକ କ୍ରିକେଟର ପୁଷ୍ପା ଫିଲ୍ମର ଏହି ଡାଏଲଗ ଉପରେ ଏଭଳି ରିଲ ତିଆରି କରିସାରିଛନ୍ତି। ଯେଉଁଥିରେ ଡେଭିଡ ୱାର୍ନର, ରସିଦ ଖାନ ଏବଂ ଅନ୍ୟ ଖେଳାଳିଙ୍କ ନାମ ସାମିଲ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର: ଅକ୍ଟୋବର ୨୯ରୁ …

କଟକ,୨୯।୮: ଓଡ଼ିଶା ଲୋକସେବା ଆୟୋଗ (OPSC) ପକ୍ଷରୁ ଓଡ଼ିଶା ସିଭିଲ ସର୍ଭିସ (OCS) ମେନ୍ ପରୀକ୍ଷାର ତାରିଖ ଘୋଷଣା କରାଯାଇଛି। ଆସନ୍ତା ଅକ୍ଟୋବର ୨୯ ତାରିଖରୁ ନଭେମ୍ବର…

ନେପାଳରେ ବନ୍ୟା: ୟୁପିରୁ ମିଳିଲାଣି ୧୦ ମୃତଦେହ

ଲକ୍ଷ୍ନୌ,୨୯ା୮: ନେପାଳ ବନ୍ୟାରେ ଭାସିଆସିଥିବା ୧୦ ଜଣଙ୍କ ମୃତଦେହ ପୂର୍ବ ଉତ୍ତରପ୍ରଦେଶର ଗଣ୍ଡକ ନଦୀରୁ ମିଳିଛି। ମହାରାଜଗଞ୍ଜ ଏବଂ କୁଶିନଗର ଜିଲାରୁ ୨ ଦିନରେ ୧୦ ଜଣଙ୍କ…

ନେପାଳ ବନ୍ୟାରେ ସାଙ୍ଘାତିକ ଲୁଟ୍! ଭାସିଆସିଲା ସିନ୍ଦୁକ, ଲୁଟିନେଲେ ୯୨.୭ ଲକ୍ଷ! ମୃତଦେହରୁ ବି ଚୋରି ହେଲା…

କାଠମାଣ୍ଡୁ, ୨୯।୮: ନେପାଳରେ ସମ୍ପ୍ରତି ଆସିଥିବା ବିନାଶକାରୀ ବନ୍ୟା ମଧ୍ୟରେ କିଛି ଚାଞ୍ଜଲ୍ୟକର ଘଟଣା ସାମ୍ନାକୁ ଆସିଛି। ବନ୍ୟା ପାଣିରେ ଭାସିଆସିଥିବା ଏକ ସେଫ୍‌ (ସିନ୍ଦୁକ)ରୁ ଟଙ୍କା…

ୟୁପିରେ ବନ୍ୟା: ପ୍ରଭାବିତ ଅଞ୍ଚଳ ବୁଲିଲେ ଯୋଗୀ, ରିଲିଫ କିଟ୍‌ କଲେ ବଣ୍ଟନ

ଲକ୍ଷ୍ନୌ,୨୯।୮: ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉତ୍ତରପ୍ରଦେଶର ବନ୍ୟା ପରିସ୍ଥିତିକୁ ଗମ୍ଭୀରତାର ସହ ନେଉଛନ୍ତି। ଚିତ୍ରକୂଟ, ଜାଲୌନ, ହମିରପୁର ଏବଂ ଆଉରିଆରେ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଯୋଗୀ…

ଗ୍ଲେସିଅର୍ ତାଣ୍ଡବ ମଧ୍ୟରେ ଭାରତ ସାଜିଲା ଦେବଦୂତ! ପିଏମ୍ ମୋଦିଙ୍କୁ ‘ଉଦାର’ କହି କୃତଜ୍ଞତା ଜଣାଇଲେ ନେପାଳ ଅର୍ଥମନ୍ତ୍ରୀ!

କାଠମାଣ୍ଡୁ,୨୯।୮: ନେପାଳ-ତିବ୍ବତ ସୀମାରେ ହିମସ୍ଖଳନ ଏବଂ ଗ୍ଲେସିଅର୍ ଫାଟିବା ଯୋଗୁ ଆସିଥିବା ବିନାଶକାରୀ ବନ୍ୟା ନେପାଳରେ ଭୟଙ୍କର ତାଣ୍ଡବ ରଚିଛି। ଏହି ପ୍ରାକୃତିକ ବିପତ୍ତିରେ ବର୍ତ୍ତମାନ ସୁଦ୍ଧା…

ଯୁବପିଢ଼ିଙ୍କ ମଧ୍ୟରେ କ୍ରୀଡ଼ା ପ୍ରତି ଆଗ୍ରହ: ବିଜୟୀ ଛାତ୍ରଛାତ୍ରୀଙ୍କୁ ପୁରସ୍କାର

କର୍ଲାମୁଣ୍ଡା, ୨୯।୮ (ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଯୋରାଡବରାସ୍ଥିତ ରାଧାମାଧବ ଯୁବକ ସଂଘ ପକ୍ଷରୁ ଶନିବାର ଜାତୀୟ କ୍ରୀଡ଼ା ଦିବସ ପାଳିତ ହୋଇଯାଇଛି।…

ରାଜସ୍ବ ଆଦାୟରେ ଆଗୁଆ, ସୁରକ୍ଷା ଦିଗରେ ପଛୁଆ: ଆରଟିଓଙ୍କ ପାଖରେ ସୂଚନା ମିଳୁନି, କିରାଣି ସର୍ବେସବା, ବୈଠକରେ ସୀମିତ

ଭବାନୀପାଟଣା,୨୯।୮(ଉତ୍ତମ କୁମାର ଦାଶ): ଜିଲା ସ୍ତରରେ ସଡ଼କ ଦୁର୍ଘଟଣା ରୋକିବା ଏବଂ ଯାତାୟତ ବ୍ୟବସ୍ଥାର ସୁଧାର ପାଇଁ ଜିଲା ସ୍ତରରେ ଏକ ସଡ଼କ ସୁରକ୍ଷା ସମିତି କମିଟି…

ଗାଧୋଇବା ବେଳେ ନଦୀରେ ବୁଡ଼ି ନାବାଳିକାଙ୍କ ମୃତ୍ୟୁ

ପଟ୍ଟାମୁଣ୍ଡାଇ, ୨୯/୮ (କଳ୍ପତରୁ ନାୟକ): ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ଅନ୍ତର୍ଗତ ତନୂପୁର ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବ୍ରାହ୍ମଣୀ ନଦୀର ଶାଖା ନାଳରେ ଗାଧୋଇବା ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri