୧୪ ଭକ୍ତଙ୍କୁ ନେଇ ଚଡ଼କମେଳା

ଭୋଗରାଇ, ୧୧।୪(ଡି.ଏନ.ଏ.)-ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ପୂର୍ବଭାରତର ପ୍ରସିଦ୍ଧ ଶୈବପୀଠ ହୁଗୁଳି ଗ୍ରାମର ଜଳଯନ୍ତ୍ର ଦେବତା ଶ୍ରୀ ଚନ୍ଦନେଶ୍ୱର ମହାଦେବଙ୍କ ଚୈତ୍ର ଚଡ଼କମେଳାର ଶନିବାର ଥିଲା ୪ର୍ଥ ଅର୍ଘ୍ୟ। ଏହି ଅବସରରେ ମହାଦେବଙ୍କଠାରେ ଶ୍ରେଷ୍ଠ ଭକ୍ତ ଉପବୀତଧାରୀ ପାଟଭକ୍ତ, ଦେଉଳିଆ ଓ ଶ୍ରୀବେକିଡି ୧୪ଭକ୍ତଙ୍କୁ ନେଇ ପାରମ୍ପରିକ ଚଡ଼କମେଳା ଅନୁଷ୍ଠିତ ହେଉଛି। କୋଭିଡ୍‌-୧୯ର ଦ୍ୱିତୀୟ ଲହର ସମଗ୍ର ଦେଶରେ ଦ୍ରୁତଗତିରେ ସଂକ୍ରମିତ ହେଉଥିବାରୁ ଜିଲା ପ୍ରଶାସନ, ଟ୍ରଷ୍ଟବୋର୍ଡ଼ ଭକ୍ତଙ୍କ ଭିଡ଼କୁ ଲକ୍ଷ୍ୟ ରଖି ଚଡ଼କମେଳାରେ କଟକଣା କଡ଼ାକଡ଼ି କରିଛନ୍ତି। ମନ୍ଦିର ପୂର୍ବ ସିଂହଦ୍ୱାର ଓ ଦକ୍ଷିଣ ଦ୍ୱାର ପ୍ରବେଶ ପଥ ମୁଖ୍ୟ ଫାଟକରେ ପ୍ରଶାସନ ପକ୍ଷରୁ ତାଲା ପକାଇ ପୋଲିସକୁ ସଜାଗ ରଖାଯାଇଛି। ସୀମିତ ସେବାୟତ, ପୂଜାରୀ ଓ ୧୪ ଉପବୀତଧାରୀ ଭକ୍ତଙ୍କୁ କେବଳ ମନ୍ଦିରକୁ ପ୍ରବେଶ ପାଇଁ ଅନୁମତି ମିଳିଥିବା ବେଳେ ଶ୍ରଦ୍ଧାଳୁଙ୍କୁ ମନ୍ଦିର ପରିସରକୁ ଯିବା ବାରଣ କରାଯାଇଛି। ଅପରପକ୍ଷରେ ଚନ୍ଦନେଶ୍ୱରଜୀଉଙ୍କ କୌଳିକ ପ୍ରଥାନୁଯାୟୀ ନୀତିକାନ୍ତି ପୂଜାର୍ଚ୍ଚନା କରାଯାଉଛି। ଏଥିସହିତ ଉପବୀତଧାରୀ ୧୪ଭକ୍ତ ସେବାୟତ, ପୂଜାରୀ ଓ ବାଦ୍ୟକାରମାନେ କୋଭିଡ୍‌ ନିୟମ ମାନି ବେକଡା ନୃତ୍ୟ, ଗ୍ରାମରେ ଆଲୋମ ପୂଜାର୍ଚ୍ଚନା କରୁଛନ୍ତି।
ରବିବାର ଚନ୍ଦନେଶ୍ୱର ମହାଦେବଙ୍କ ଅନ୍ୟ ଏକ ଆକର୍ଷଣ ହେଉଛି କାମିନୀ ବିବାହ। ଜୀଉଙ୍କ ବିବାହ ନିମନ୍ତେ ଭକ୍ତ, ସେବାୟତ, ପୂଜାରୀ ଓ ଟ୍ରଷ୍ଟବୋର୍ଡ଼ର ସଦସ୍ୟମାନଙ୍କ ଦ୍ୱାରା ତପତ୍ରତା ପ୍ରକାଶ ପାଇଛି। ଶନିବାର ନିଶିବସାନରୁ ସମସ୍ତ ଭକ୍ତ ଓ ପ୍ରଶାସକମାନେ ମନ୍ଦିରରୁ ପୂଜାର୍ଚ୍ଚନା କରି ନିକଟସ୍ଥ ଭଟ୍ଟପୁର ଗାଁ ମାଳାକାର ଘରେ ଯାଇ ମହାଦେବଙ୍କ ବିବାହ ନିମନ୍ତେ ନିମନ୍ତ୍ରଣ କରିବେ ଏବଂ ସେଠାରୁ କନ୍ୟା କାମିନୀଙ୍କୁ ସୁସଜ୍ଜିତ ଶୋଭାଯାତ୍ରାରେ ନେଇ ମନ୍ଦିର ବିଜେ କରିବେ। ବାବା ଚନ୍ଦନେଶ୍ୱର ମହାଦେବଙ୍କ ରୁଦ୍ଧଦ୍ୱାରରେ ମହାଦେବ ସୁନ୍ଦରୀ ଅସୁରୁଣୀଙ୍କୁ ବରଣମାଳା ପିନ୍ଧାଇବେ। କିମ୍ବଦନ୍ତୀ ଓ ପ୍ରଥାନୁଯାୟୀ ସେବାୟତଙ୍କ ଦ୍ୱାରା କାମିନୀ ବିବାହ ସମ୍ପୂର୍ଣ୍ଣ ହେବ। ବିଶ୍ୱାସର ଠାକୁର ଶ୍ରୀ ଶ୍ରୀ ଚନ୍ଦନେଶ୍ୱର ମହାଦେବଙ୍କ କାମିନୀ ବିବାହର ବହୁ ରୋମାଞ୍ଚକର କାହାଣୀ ଏବେ ବି ଶୈବଭକ୍ତଙ୍କ ଭାବାବେଗକୁ ଉଜ୍ଜୀବିତ କରୁଛି। ହେଲେ ଲକ୍ଷାଧିକ ଭକ୍ତଙ୍କ ଗହଳି ହେଉଥିବା ଏହି ପ୍ରସିଦ୍ଧ ଶୈବପୀଠ ମହାମାରୀ କରୋନାରେ ମଳିନ ପଡ଼ିଛି। କେବଳ ଚନ୍ଦନେଶ୍ୱର ବଜାର ଖୋଲା ଥିବା ବେଳେ ମନ୍ଦିର ପରିସର ବାହାରେ କାଁ ଭାଁ ଶୈବଭକ୍ତ ଭଗବାନଙ୍କୁ ଆରାଧନା କରି ଫେରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

ଓଡ଼ିଆ ଭାଷା ସାହିତ୍ୟର ଜାତୀୟ ଆଲୋଚନା ଚକ୍ର

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମସ୍ଥିତ ସ୍ନାତକ ବିଜ୍ଞାନ ମହାବିଦ୍ୟାଳୟ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ ସୋମବାର ଏକ ଦିବସୀୟ…

ୟୁଏଇକୁ ହରାଇଲା ଖାତା ଖୋଲିଲା ଆଫଗାନିସ୍ଥାନ

ନୂଆଦିଲ୍ଲୀ,୧୬ା୨: ଅଜ୍‌ମାତୁଲ୍ଲାଙ୍କ ଅଲ୍‌ରାଉଣ୍ଡ ପ୍ରଦର୍ଶନ ସହାୟତାରେ ଆଫଗାନିସ୍ତାନ ସୋମବାର ଖେଳାଯାଇଥିବା ୟୁଏଇ ବିପକ୍ଷ ଟି୨୦ ବିଶ୍ୱକପ ମ୍ୟାଚ୍‌ରେ ୫ ଉଇକେଟରେ ବିଜୟ ହୋଇଛି। ଓମାରଜାଇ ୪ ଉଇକେଟ…

ବିଶ୍ୱକପ ଜିତିବ ଇଣ୍ଡିଆ! ଜାଣନ୍ତୁ T20ର କେମେଷ୍ଟ୍ରି, ପ୍ଲାନିଂର ଗଣିତ, ବିଜୟର ସାଇନ୍ସ

ନୂଆଦିଲ୍ଲୀ,୧୬।୨: ରବିବାର ରାତିରେ କଲମ୍ବୋରେ ବର୍ଷା ହେବ ଏବଂ ୨୦୨୬ ଟି-୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ମ୍ୟାଚ ଧୋଇ ହୋଇଯିବ ବୋଲି ଆଶଙ୍କା ଥିଲା, କିନ୍ତୁ ବିପରୀତ ଘଟିଥିଲା।…

ମଧ୍ୟାହ୍ନ ଭୋଜନରେ ଅନିୟମିତତା ଅଭିଯୋଗ ଆଣିଲେ ଗ୍ରାମବାସୀ

ଖଜୁରିପଡ଼ା,୧୬ା୨(ବିଦୁର ବେହେରା): ଖଜୁରିପଡ଼ା ଅଞ୍ଚଳରେ ସୋମବାର କିଛି ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅଧୀନରେ ଥିବା ଗଡ଼ପଦର୍‌ ସ୍କୁଲ,…

ରାଧାକୃଷ୍ଣ ମନ୍ଦିର ସାହିରେ ମଦ ନାମରେ ବିଷ ବିକ୍ରୀ ଅଭିଯୋଗ, ସବୁ ଜାଣି ଚୁପ୍ ପୋଲିସ ଓ ଅବକାରୀ ବିଭାଗ!

ଦାରିଙ୍ଗବାଡି,୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ରାଧାକୃଷ୍ଣ ମନ୍ଦିର ନିକଟରେ ଚୋରାମଦ ନାମରେ ବେଧଡ଼କ ଚାଲିଛି ବିଷ ବିକ୍ରୀ । ଏଥିପାଇଁ ଏକାଧିକ ଗରୀବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri