Posted inଜାତୀୟ

ସିନେମା ହଲରେ ଉପସ୍ଥିତ ରହିବେ ୫୦ ପ୍ରତିଶତ ଦର୍ଶକ

ନୂଆଦିଲ୍ଲୀ,୬ ।୧୦: କେନ୍ଦ୍ର ସରକାରଙ୍କ ଅନ୍‌ଲକ୍‌-୫ ନିୟମ ଅନୁଯାୟୀ ଅକ୍ଟୋବର ୧୫ରେ ଖୋଲିବାକୁ ଯାଉଛି ସିନେମା ହଲ୍ ଓ ଥିଏଟର । ଏବେ ଏହାକୁ ନେଇ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡ୍ୟୁଅର(ଏସ୍‌ଓପି) ଜାରି କରିଛନ୍ତି । ଏହି ଏସ୍‌ଓପି ଅନୁଯାୟୀ ହଲ୍ ମଧ୍ୟରେ କେବଳ ୫୦ ପତିଶତ ଦର୍ଶକ ସିନେମା ଦେଖିପାରିବେ । ଦୁଇଜଣ ଦର୍ଶକଙ୍କ ମଧ୍ୟରେ ଗୋଟିଏ ସିଟ୍ ଫାଙ୍କା ରହିବ । ଏହାଦ୍ୱାରା ସାମାଜିକ ଦୂରତା ବା ସୋସିଆଲ ଡିଷ୍ଟାନସିଂ ବଜାୟ ରହିବ । ସିନେମା ହଲ୍ ମଧ୍ୟରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ଏହାସହ ହଲ୍ ମଧ୍ୟରେ କେବଳ ପ୍ୟାକେଟ ଫୁଡ ମିଳିବ ବୋଲି ଏସ୍‌ଓପିରେ କୁହାଯାଇଛି । କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭେଡକର କହିଛନ୍ତି ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା କୋଭିଡ-୧୯ ଗାଉଡ୍‌ଲାଇନକୁ ହଲ୍ ମାଲିକ ଓ ଦର୍ଶକେ ମାନିବା ବାଧ୍ୟତାମୂଳକ । ସୂଚନାଯୋଗ୍ୟ, କେନ୍ଦ୍ର ସରକାରଙ୍କ ଗାଇଡଲାଇନ୍ ଅନୁଯାୟୀ ଅକ୍ଟୋବର ୧୫ରୁ ସିନେମା ହଲ୍‌, ଥିଏଟର ଓ ମଲ୍ଟି ପ୍ଲେକ୍ ଖୋଲିବାକୁ ଯାଉଥିବା ବେଳେ ଏହାଦ୍ୱାରା କରୋନା ଅଧିକ ବ୍ୟାପିବ ବୋଲି ଆଲୋଚନା ହେଉଛି । ହେଲେ କରୋନା ନିୟମ ମାନିଲେ ଏହାକୁ ନିୟନ୍ତ୍ରଣ କରାଯାଇ ପାରିବ ବୋଲି ମଧ୍ୟ କୁହାଯାଉଛି । ଅନ୍ୟପଟେ କିଛି ରାଜ୍ୟରେ ଏବେ କରୋନା ପିକ୍‌ରେ ଥିବାରୁ ରାଜ୍ୟ ସରକାର ଅକ୍ଟୋବର ୩୧ ପର୍ଯ୍ୟନ୍ତ ସିନେମା ହଲ୍‌, ମଲ୍ ଆଦି ନ ଖୋଲିବାକୁ ନିର୍ଦ୍ଦେଶ ଦେଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଆକ୍ରମଣ – ପ୍ରତି ଆକ୍ରମଣ ଘଟଣା: ଉଭୟ ପକ୍ଷର ୨ ଅଭିଯୁକ୍ତ ସୂର୍ଯ୍ୟ, ରଘୁନାଥଙ୍କୁ …

ଦିଗପହଣ୍ଡି,୭।୮(ଅଶେଷ ନାଥ ମିଶ୍ର) : ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଆକ୍ରମଣ – ପ୍ରତି ଆକ୍ରମଣ ଘଟଣାରେ ସମ୍ପୃକ୍ତ ସାନଖେମୁଣ୍ଡି ବ୍ଳକ ପଳାସପୁର ନିକଟ ରତ୍ନମଣିପୁର ଗ୍ରାମର…

କୋର୍ଟ ସମ୍ମୁଖରେ ଓକିଲ ସଂଘ ସଭାପତିଙ୍କୁ ଆକ୍ରମଣ: ୩ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ବରଗଡ଼,୭।୮(ପ୍ରେମାନନ୍ଦ ଖମାର):ବରଗଡ଼ କୋର୍ଟ ସମ୍ମୁଖରେ ଗୁରୁବାର ଜିଲା ଓକିଲ ସଂଘ ସଭାପତି ଭୀଷ୍ମଦେବ ସରାଫଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ସହରାଞ୍ଚଳ ଗୋଷ୍ଠୀ…

ବୃଦ୍ଧଙ୍କୁ ୭ ମାସ ହେଲା ମିଳିନି ଭତ୍ତା; ଥାନାରେ ଦେଲେ ଏତଲା, ତା’ପରେ…

ଦିଗପହଣ୍ଡି,୮।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମର କନ୍ତାରୁ ବକ୍ସି(୮୩) ନାମକ ଜଣେ ବୃଦ୍ଧଙ୍କୁ ଗତ ୭ ମାସ ହେଲା ଭତ୍ତା ଟଙ୍କା…

ପ୍ରଦୂଷଣର ହେଉନି ସ୍ଥାୟୀ ପ୍ରତିକାର: ୭ଦିନରେ ୯ହୋଟେଲକୁ ନୋଟିସ

ବରଗଡ଼,୭।୮(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରରେ ପ୍ରଦୂଷଣ ବଢ଼ି ଚାଲିଛି। ସହର ରାସ୍ତାକଡ଼ଠାରୁ ଆରମ୍ଭ କରି ନାଳ ନର୍ଦ୍ଦମା, କେନାଲ ଯେଉଁଆଡ଼େ ଦେଖିଲେ ପଡ଼ି ରହିଛି କୁଢ଼କୁଢ଼ ମଇଳା ଆବର୍ଜନା।…

ବିପଦପୂର୍ଣ୍ଣ ରାସ୍ତା, ଲୋକେ ହଟହଟା: ବୁର୍ଡ଼ା-ଅର୍ଜୁନପୁର ପିଡବ୍ଲ୍ୟୁଡି ରାସ୍ତା କଲଭର୍ଟ ଭୁଶୁଡ଼ି ଗର୍ତ୍ତ

ଲୋଇସିଂହା,୭।୮(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ଥାନା ବୁର୍ଡା ଛକରୁ ଅର୍ଜୁନପୁର ପିଡବ୍ଲୁଡି ରାସ୍ତାର କୁମୁଣ୍ଡେ ଶୁଳିଆ ଛକ ନିକଟ କଲଭର୍ଟ ଭାଙ୍ଗି ଗର୍ତ୍ତ ସୃଷ୍ଟି ହୋଇଛି। ଏହାର…

କେନ୍ଦୁପତ୍ର ତୋଳାଳିଙ୍କ ପାଇଁ ୨୫ ପ୍ରତିଶତ ବୋନସ: ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା କଲେ ଏମ୍‌ପି

ବରଗଡ଼,୭।୮(ପ୍ରେମାନନ୍ଦ ଖମାରୀ):ଓଡ଼ିଶାରେ କେନ୍ଦୁପତ୍ର ସଂସ୍ଥାରେ କାର୍ଯ୍ୟରତ ୧୨ଲକ୍ଷ କେନ୍ଦୁପତ୍ର ଶ୍ରମିକ କେନ୍ଦୁପତ୍ର ତୋଳାଳି, ସିଜିନାଲ କର୍ମଚାରୀ,ବନ୍ଧେଇ ଶ୍ରମିକମାନଙ୍କ ପାଇଁ ରାଜ୍ୟ ସରକାର ଯଥାକ୍ରମେ କେନ୍ଦୁପତ୍ର ତୋଳାଳିଙ୍କ ପାଇଁ…

ପୁଣି PM ମୋଦିଙ୍କ ଆଗରେ ବଡ଼ ଦାବି ରଖିଲେ ଅଭିଜିତ ଦୀପକେ: ୧୫ ଅଗଷ୍ଟରେ Gen Z ଙ୍କ ପାଇଁ…

ନୂଆଦିଲ୍ଲୀ, ୭।୮: ଜନ୍ତର ମନ୍ତରରେ ପ୍ରତିବାଦ କରିବା ପରେ ବର୍ତ୍ତମାନ କକରୋଚ ଜନତା ପାର୍ଟି (CJP) ନୂଆ ପ୍ରସଙ୍ଗଗୁଡ଼ିକୁ ନେଇ ଆଲୋଚନା କରୁଛି। ସିଜେପିର କୋର୍‌ ଟିମ୍‌ର…

ଆଜିର ରାଶିଫଳ: ସିଂହ ରାଶିରେ ବୁଧଙ୍କ ଗୋଚର, ଅଚାନକ ଏହି ୫ ରାଶିକୁ ମିଳିବ…

ବୈଦିକ ଜ୍ୟୋତିଷ ଅନୁସାରେ ବୁଧ କେବଳ ଏକ ଅତ୍ୟନ୍ତ ଶୁଭ ଗ୍ରହ ନୁହେଁ, ବରଂ ବୁଦ୍ଧି, ବାଣୀ, ତର୍କ, ବ୍ୟାପାର, ସଂଯୋଗ ଓ କୌଶଳର କାରକ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri