Posted inଜାତୀୟ

‘କୃଷିକୁ ଧ୍ୱଂସ କରିବ କେନ୍ଦ୍ରର ଆଇନ’

ନୂଆଦିଲ୍ଲୀ,୨୦ା୧ : କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନ ଦେଶରେ କୃଷି କ୍ଷେତ୍ରକୁ ଧ୍ୱଂସ କରିବା ପାଇଁ ଉଦ୍ଦିଷ୍ଟ। ଏହି ବିବାଦୀୟ ଆଇନକୁ ପ୍ରତ୍ୟାହାର କରାଗଲେ ହିଁ କୃଷକମାନଙ୍କ ସମସ୍ୟାର ସମାଧାନ ହେବ ବୋଲି ମଙ୍ଗଳବାର କଂଗ୍ରେସ ନେତା ରାହୁଲ ଗାନ୍ଧୀ କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି। ଏହି ପ୍ରସଙ୍ଗରେ ରାହୁଲ ଓ ଭାଜପା ମୁହଁ। ମୁହିଁ ହୋଇଛନ୍ତି।
୩ କୃଷି ଆଇନ ପରିପ୍ରେକ୍ଷୀରେ ଚାଷୀଙ୍କ ଦୁର୍ଦ୍ଦଶା ସମ୍ପର୍କିତ ଏକ ବୁକ୍‌ଲେଟ୍‌ କଂଗ୍ରେସ ପକ୍ଷରୁ ଖବରଦାତା ସମ୍ମିଳନୀରେ ଉନ୍ମୋଚିତ ହୋଇଛି। ଏହାକୁ ଉନ୍ମୋଚନ କରି ରାହୁଲ କହିଛନ୍ତି, କୃଷି ଆଇନ ଯୋଗୁ ସମଗ୍ର କୃଷି କ୍ଷେତ୍ର ୩ରୁ ୪ ପୁଞ୍ଜିପତିଙ୍କ ହାତକୁ ଚାଲିଯିବ। ଆନ୍ଦୋଳନରତ ଚାଷୀମାନଙ୍କୁ ମୁଁ ୧୦୦ ପ୍ରତିଶତ ସମର୍ଥନ କରୁଛି। ସେମାନେ ଆମ ପାଇଁ ଲଢ଼େଇ କରୁଥିବାରୁ ଭାରତର ପ୍ରତ୍ୟେକ ବ୍ୟକ୍ତି କୃଷକମାନଙ୍କୁ ସମର୍ଥନ କରିବା ଉଚିତ। ସରକାର ଓ କୃଷକମାନଙ୍କ ମଧ୍ୟରେ ଆଲୋଚନାକୁ ନେଇ ଅଚଳାବସ୍ଥା ସମ୍ପର୍କରେ ପ୍ରଶ୍ନ କରାଯିବାରୁ ରାହୁଲ କହିଥିଲେ, କୃଷି ଆଇନ ପ୍ରତ୍ୟାହାରରେ ହିଁ ଏହାର ସମାଧାନ ସମ୍ଭବ।
ଏହି ଅବସରରେ ରାହୁଲ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କୁ ତାଙ୍କ ଟୁଇଟ୍‌କୁ ନେଇ ଟାର୍ଗେଟ କରିଥିଲେ। କହିଥିଲେ, ଧ୍ୟାନ ହଟାଇବା ପାଇଁ ଏହା ଏକ ଉଦ୍ୟମ। କୃଷକମାନେ ଜାଣିଛନ୍ତି ଯେ ସେମାନଙ୍କ ସହ ଜମି ଅଧିଗ୍ରହଣ ପ୍ରସଙ୍ଗରେ ନଡ୍ଡା ନୁହନ୍ତି, ମୁଁ ରହିଥିଲି। ମୁଁ କାହାକୁ ଭୟ କରୁନାହିଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କି ଆଉ କାହାକୁ ନୁହେଁ। ମୁଁ ଜଣେ ସ୍ବଚ୍ଛ ମଣିଷ। ସେମାନେ ମୋତେ ଛୁଇଁପାରିବେ ନାହିଁ। ସେମାନେ ମୋତେ ଗୁଳି କରିପାରିବେ କିନ୍ତୁ ଛୁଇଁବା ସମ୍ଭବ ନୁହେଁ। ମୁଁ ଜଣେ ଦେଶଭକ୍ତ ଏବଂ ମୋ ଦେଶକୁ ସୁରକ୍ଷା ଦେଇଥାଏ। ଏହି କାର୍ଯ୍ୟକୁ ଜାରି ରଖିବି ବୋଲି ରାହୁଲ ଦୃଢ଼ୋକ୍ତି ବାଢ଼ିଛନ୍ତି। ଏହି ଅବସରରେ ରାହୁଲ ଅରୁଣାଚଳ ପ୍ରଦେଶରେ ଚାଇନା ଏକ ଗାଁ ବସାଇବା ଓ କୋଭଡ୍‌-୧୯ ମୁକାବିଲାରେ ସରକାରଙ୍କ ବିଫଳତା ସମେତ ଅନ୍ୟ କେତେକ ପ୍ରସଙ୍ଗ ମଧ୍ୟ ଉଠାଇଥିଲେ। ମୁଁ ଦେଶକୁ ତଳକୁ ନଇଁବାକୁ ଦେବିନାହିଁ ବୋଲି ସେ ଟୁଇଟ୍‌ କରିବା ସହ ସେଥିରେ ‘ଚାଇନା ଗ୍ରାମ’ ସମ୍ପର୍କିତ ଏକ ରିପୋର୍ଟକୁ ସଂଲଗ୍ନ କରିଥିଲେ। ସେହିପରି କଂଗ୍ରେସ ନେତା ରଣଦୀପ ସୁର୍ଜଓ୍ବୋଲା ଓ ମନୀଷ ତିଓ୍ବାରୀ ମଧ୍ୟ ଏହି ପ୍ରସଙ୍ଗରେ ମୋଦିଙ୍କୁ ଟାର୍ଗେଟ କରିଥିଲେ।
ଏହାର ଜବାବରେ ନଡ୍ଡା କହିଥିଲେ, ବିଦେଶରେ ମାସିକିଆ ଛୁଟି କାଟି ଏବେ ଫେରିଥିବା ରାହୁଲଙ୍କ ସମେତ ତାଙ୍କ ପରିବାର ଓ କଂଗ୍ରେସ ଚାଇନା ଉପରେ ମିଛ କହିବା କେବେ ବନ୍ଦ କରିବ। ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଚାଇନାକୁ ହଜାର ହଜାର କି.ମି. ଛାଡ଼ିଦେଇଥିଲେ। ଏକଥା କ’ଣ ସେମାନେ ଅସ୍ବୀକାର କରିପାରିବେ? କଂଗ୍ରେସ ଅନେକ ଥର ଚାଇନା ଆଗରେ କାହିଁ ଆମତ୍ସମର୍ପଣ କରିଥିଲା ବୋଲି ନଡ୍ଡା ଟୁଇଟରରେ ପ୍ରଶ୍ନ କରିଛନ୍ତି। ସେହିପରି ରାହୁଲ କୃଷକମାନଙ୍କୁ ବିଭ୍ରାନ୍ତ କରିଥିବା ନେଇ ଅଭିଯୋଗ ଆଣିବା ସହ ନଡ୍ଡା ପ୍ରଶ୍ନ କରିଛନ୍ତି, କଂଗ୍ରେସ ନେତୃତ୍ୱାଧୀନ ଉପା ସରକାର କାହିଁକି ସ୍ବାମୀନାଥନ୍‌ କମିଶନ ରିପୋର୍ଟକୁ ବର୍ଷ ବର୍ଷ ଧରି ଚାପି ରଖିଥିଲା ଏବଂ ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ବୃଦ୍ଧି କରି ନ ଥିଲା? ଚାଷୀମାନେ କଂଗ୍ରେସ ସରକାର ଅମଳରେ ଦଶନ୍ଧି ଧରି କାହିଁକି ଗରିବ ହୋଇ ରହିଥିଲେ? ସେମାନେ କେବଳ ବିରୋଧୀ ଦଳରେ ରହିଲେ ଚାଷୀଙ୍କ ପ୍ରତି ସହାନୁଭୂତି ଦେଖାଉଛନ୍ତି। ଚାଇନା ସହ କଂଗ୍ରେସ ଦଳ ସ୍ବାକ୍ଷର କରିଥିବା ଚୁକ୍ତିନାମାକୁ ରାହୁଲ ରଦ୍ଦ କରିବେ କି ବୋଲି ନଡ୍ଡା ଏକାଧିକ ଟୁଇଟ୍‌ରେ ପ୍ରଶ୍ନ କରିଥିଲେ। ଏହାକୁ ନେଇ ରାହୁଲ କହିଥିଲେ, ନଡ୍ଡା କିଏ? ସେ ମୋ ପ୍ରଫେସର କି? ମୁଁ ତାଙ୍କ ପ୍ରଶ୍ନର ଉତ୍ତର କାହିଁକି ଦେବି? ଯାହା ବି ଉତ୍ତର ଦେବି ଦେଶକୁ ଦେବି ବୋଲି ରାହୁଲ ନଡ୍ଡାଙ୍କୁ ହେୟଜ୍ଞାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଧରିତ୍ରୀରେ ଖବର ପ୍ରକାଶ ପରେ ବଡ଼ ପଦକ୍ଷେପ: ସିମନବାଡ଼ିରେ ଡ୍ରେନ ସଫେଇ, ଜେସିବିରେ ହଟିଲା ଅଳିଆ

ଦାରିଙ୍ଗବାଡ଼ି, ୫।୧୦ (ଅରୁଣ ସାହୁ): ଖବର ପ୍ରକାଶ ପରେ ତତ୍ପର ହୋଇଛି ପଞ୍ଚାୟତ ପ୍ରଶାସନ। କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ପଞ୍ଚାୟତ ଅଞ୍ଚଳରେ ଦୀର୍ଘଦିନ ଧରି…

ଏହି ୩ ଜଣଙ୍କୁ ଚିକିତ୍ସା ବିଜ୍ଞାନରେ ନୋବେଲ: ମିଳିବ ଏତିକି ଟଙ୍କାର ପୁରସ୍କାର

ଷ୍ଟକହୋମ,୫।୧୦: ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଚଳିତ ବର୍ଷର ନୋବେଲ ପୁରସ୍କାର ଘୋଷଣା କରାଯାଇଛି। କାର୍ଲ ଡାଇସେରୋଥ, ପିଟର ହେଗେମାନ ଓ ଜର୍ଜ ନାଗେଲଙ୍କୁ ଫିଜିଓଲୋଜି ବା ମେଡିସିନ୍‌ରେ…

ଟିମ୍‌ଇଣ୍ଡିଆ ଉପରେ ICC ନେଲା କଡ଼ା କାର୍ଯ୍ୟାନୁଷ୍ଠାନ: ଜିତିବା ସତ୍ତ୍ୱେ ବି…

ନୂଆଦିଲ୍ଲୀ,୫।୧୦: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଶେଷ ହୋଇଛି ୩ ମ୍ୟାଚ୍‌ର ଦିନିକିଆ ସିରିଜ। ଭାରତ ସିରିଜକୁ ୨-୧ରେ ଜିତିଥିଲେ ମଧ୍ୟ ତୃତୀୟ ମ୍ୟାଚକୁ ନେଇ ଅନ୍ତର୍ଜାତୀୟ…

ପୃଥ୍ବୀ ଶ’ଙ୍କ ଚମକିଲା ଭାଗ୍ୟ: ମିଳିଲା ବଡ଼ ଦାୟିତ୍ୱ

ମୁମ୍ବାଇ,୫।୧୦: ବ୍ୟକ୍ତିଗତ ଜୀବନରେ ଉତ୍‌ଥାନପତନ ମଧ୍ୟରେ ଭାରତୀୟ କ୍ରିକେଟର ପୃଥ୍ବୀ ଶ’ଙ୍କ କ୍ରିକେଟ କ୍ୟାରିୟରରେ ଆସିଛି ଏକ ବଡ଼ ମୋଡ଼। ଆଗାମୀ ରଣଜୀ ଟ୍ରଫିର ପ୍ରଥମ ମ୍ୟାଚ…

‘ସ୍ବଚ୍ଛତାକୁ ଜୀବନର ଅବିଚ୍ଛେଦ୍ୟ ଅଙ୍ଗ କରିବାକୁ ଅଧ୍ୟକ୍ଷଙ୍କ ଆହ୍ବାନ’

ଭଞ୍ଜନଗର,୫ା୧୦(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ ପକ୍ଷରୁ ସୋମବାର ସ୍ବଚ୍ଛ ଭାରତ ଅଭିଯାନ ମାଧ୍ୟମରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବିଦ୍ୟାଳୟ ଅଧ୍ୟକ୍ଷ ପ୍ରଦୀପ…

ଗାଁ ଭିତରେ ମଦ ବିକ୍ରିକୁ ବିରୋଧ, ଅବକାରୀ ଉପନିରୀକ୍ଷକଙ୍କ ନିକଟରେ ଅଭିଯୋଗ କରି…

କେସିଙ୍ଗା,୫ା୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ନୂନମାଠ ପଞ୍ଚାୟତ ଅଧିନସ୍ଥ ବିଜ ଖମନ ଗ୍ରାମ ଭିତରେ ଦେଶୀ ଓ ବିଦେଶୀ ମଦ ବେନିୟମ ଭାବେ ବିକ୍ରିକୁ…

ମନରେଗା ଜନଶୁଣାଣିରେ ଆଇଟିଡିଏ ପ୍ରକଳ୍ପ ପ୍ରଶାସକ ଗାଏବ: ସ୍ୱଚ୍ଛତା ନେଇ ପ୍ରଶ୍ନବାଚୀ

ଥୁଆମୂଳ ରାମପୁର,୫ା୧୦ (ଦୁର୍ଗା କୀର୍ତ୍ତି) : କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ମନରେଗା ଯୋଜନାର ବ୍ଲକ ସ୍ତରୀୟ ସାମାଜିକ ସମୀକ୍ଷା ଜନଶୁଣାଣି…

Chanakya Niti: କେମିତି ନିବିଡ଼ ହେବ ସମ୍ପର୍କ, ଏହାକୁ ବଜାୟ ରଖିବାର ସହଜ କଳା…

ଭାରତୀୟ ସଂସ୍କୃତିରେ ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତିଶାସ୍ତ୍ରର ବିଶେଷ ମହତ୍ତ୍ୱ ରହିଛି। ଚାଣକ୍ୟ କେବଳ ରାଜନୀତି କିମ୍ବା କୂଟନୀତି ନୁହନ୍ତି, ବରଂ ମାନବୀୟ ସମ୍ପର୍କକୁ କିପରି ସୁନ୍ଦର ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?