Posted inଜାତୀୟ

ମଣିପୁର ବିବାଦର ସମାଧାନ ପାଇଁ କେନ୍ଦ୍ରର ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୫।୪: ମଣିପୁର ବିବାଦର ସମାଧାନ କରି ସ୍ଥାୟୀ ଶାନ୍ତି ଆଣିବାର ଉଦ୍ୟମ ସ୍ବରୂପ କେନ୍ଦ୍ର ସରକାର ଶନିବାର ମେଇତି ଏବଂ କୁକି ସମ୍ପ୍ରଦାୟର ପ୍ରତିନିଧିମାନଙ୍କ ସହ ଆଲୋଚନା କରିଛନ୍ତି।

୨୦୨୩ ମେ’ରୁ ୨ ସମ୍ପ୍ରଦାୟ ମଧ୍ୟରେ ବିବାଦ ଲାଗିରହିଥିବାବେଳେ ଏହାର ସମାଧାନର ସୂତ୍ର ବାହାର କରିବା ପାଇଁ କେନ୍ଦ୍ରର ଉଦ୍ୟମ କ୍ରମେ ବୈଠକ ଅନୁଷ୍ଠିତ ହୋଇଥିଲା। ମେଇତି ଏବଂ କୁକିଙ୍କ ମଧ୍ୟରେ ବିଶ୍ୱାସ ଏବଂ ସହଯୋଗ ବଢ଼ାଇବା ସହିତ ମଣିପୁରରେ ଶାନ୍ତି ଓ ସ୍ବାଭାବିକ ସ୍ଥିତି ଫେରାଇଆଣିବା ପାଇଁ ଦିଶାନିର୍ଦ୍ଦେଶ ବାହାର କରିବା ବୈଠକର ଉଦ୍ଦେଶ୍ୟ।

ମେଇତିର ୬ ଜଣିଆ ପ୍ରତିନିଧିଙ୍କ ମଧ୍ୟରେ ଅଲ୍‌ ମଣିପୁର ୟୁନାଇଟେଡ୍‌ କ୍ଲବ୍‌ସ ଅର୍ଗାନାଇଜେଶନ (ଏଏମ୍‌ୟୁସିଓ) ଏବଂ ଫେଡେରେଶନ ଅଫ୍‌ ସିଭିଲ୍‌ ସୋସାଇଟି ଅର୍ଗାନାଇଜେଶନ (ଏଫ୍‌ଓସିଏସ୍‌)ର ପ୍ରତିନିଧି ରହିଥିବାବେଳେ କୁକି ତରଫରୁ ୯ ଜଣ ପ୍ରତିନିଧି ବୈଠକରେ ଯୋଗଦେଇଥିଲେ।

କେନ୍ଦ୍ର ସରକାରଙ୍କ ତରଫରୁ ଗୋଇନ୍ଦା ବ୍ୟୁରୋର ଅବସରପ୍ରାପ୍ତ ସ୍ବତନ୍ତ୍ର ନିର୍ଦ୍ଦେଶକ ଏ.କେ. ମିଶ୍ରାଙ୍କ ସମେତ ଅନ୍ୟ ମଧ୍ୟସ୍ଥମାନେ ଉପସ୍ଥିତ ଥିଲେ। ପୂର୍ବରୁ ମେଇତି ଏବଂ କୁକି ସମ୍ପ୍ରଦାୟର ନେତାମାନଙ୍କ ସହ ଅଲଗା ଅଲଗା ଆଲୋଚନା ହୋଇଥିବାବେଳେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଖୁବ୍‌ଶୀଘ୍ର ମିଳିତ ବୈଠକ ଡାକିବ ବୋଲି ଗତ ଗୁରୁବାର ବିଭାଗୀୟ ମନ୍ତ୍ରୀ ଅମିତ୍‌ ଶାହା ଲୋକ ସଭାରେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏପ୍ରିଲ ୬ରୁ ସକାଳୁଆ କୋର୍ଟ

କଟକ,୨୫।୩(କୁମାରଶ୍ରୀ): ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆସନ୍ତା ଏପ୍ରିଲ ୬ରୁ ରାଜ୍ୟର ସମସ୍ତ ଜିଲା ଓ ଅଧୀନସ୍ଥ ଅଦାଲତ ସକାଳୁଆ ହେବ। ମଙ୍ଗଳବାର ଏ ନେଇ ହାଇକୋର୍ଟ…

ଆମେରିକା, ଇସ୍ରାଏଲ-ଇରାନ ଯୁଦ୍ଧ ଶେଷ କରିବାକୁ ଅଣ୍ଟା ଭିଡ଼ିଲା ପାକିସ୍ତାନ, କିଏ କିଏ ବୈଠକରେ ଯୋଗଦେବେ, ଜାଣନ୍ତୁ…

ନୂଆଦିଲ୍ଲୀ,୨୫।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ପଷ୍ଟ ଭାବରେ ସୂଚିତ କରିଛନ୍ତି ଯେ ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧ ସମାପ୍ତ କରିବା ପାଇଁ ଆଲୋଚନା ପାକିସ୍ତାନରେ…

ଡ୍ରଗ୍ସ ବେପାର ସନ୍ଦେହରେ ଚଢ଼ାଉ କରିଥିଲା ପୋଲିସ, ଘରୁ ମିଳିଲା… ଦେଖିକି ପୋଲିସ ତାଜୁବ

ଉଦଳା,୨୫।୩(ସନ୍ତୋଷ ବାଞ୍ଛିନୀ): ଆଳୁ ଖୋଳୁ ଖୋଳୁ ବାହାରିଲେ ମହାଦେବ। ଘରୁ ମିଳିଲା ବିଡା ବିଡା ଟଙ୍କା ଆଉ ଚୋରା ବିଦେଶୀ ମଦ। ଡ୍ରଗ୍ସ ବେପାର ସନ୍ଦେହରେ ପୋଲିସ…

ନଈକେରା ବାଲିଘାଟ ଟେଣ୍ଡର ନ କରିବାକୁ ଜିଲାପାଳଙ୍କ ଦ୍ୱାରସ୍ଥ ଗ୍ରାମବାସୀ

କୋରାପୁଟ,୨୪ା୩(ଅମିତାଭ ବେହେରା): କୋରାପୁଟ ଜିଲା କୁନ୍ଦୁରା ବ୍ଲକ ଭୁସଙ୍ଗଗୁଡ଼ା ପଞ୍ଚାୟତ ନଇକେରା ନଦୀଘାଟରୁ ବାଲି ଉଠାଣ ପାଇଁ ଖଣି ବିଭାଗ ପକ୍ଷରୁ ଟେଣ୍ଡର ନ କରିବାକୁ ଗ୍ରାମବାସୀ…

ଫସିଗଲେ ଟ୍ରମ୍ପ, ଆହୁରି ଲମ୍ବିପାରେ ଯୁଦ୍ଧ, ଭୟଙ୍କର ଚେତାବନୀ ଦେଲେ ବିଶେଷଜ୍ଞ, କହିଲେ…

ଓ୍ବାଶିଂଟନ୍‌,୨୫।୩: ଚିକାଗୋ ବିଶ୍ୱବିଦ୍ୟାଳୟର ପ୍ରଫେସର ରବର୍ଟ ପେପ କହିଛନ୍ତି ଯେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୂର୍ବରୁ ଏକ ଫାଶରେ ଫସି ଯାଇଛନ୍ତି। ତାଙ୍କ କହିବା ଅନୁସାରେ,…

ଯକ୍ଷ୍ମା ରୋଗରେ ପୀଡିତ ରମେଶ, ଚିକତ୍ସା ପାଇଁ ଅର୍ଥ ସାଜିଛି ବାଧକ

ମୋହନା, ୨୫।୩(ମ୍ନମଥ ମିଶ୍ର): ମୋହନା ସହରଠାରୁ ମାତ୍ର ଦୁଇ କି.ମି. ଦୂର ଲେକାପଦର ଗାଁର ରମେଶ ମଳିକ। ଯକ୍ଷ୍ମା ରୋଗରେ ଆକ୍ରାନ୍ତ ହୋଇ ସେ ଅର୍ଥ ଅଭାବରୁ…

ଶୁଣିଲାନି ପ୍ରଶାସନ: କାଠ ପୋଲ ନିର୍ମାଣ କଲେ ଗ୍ରାମବାସୀ

ନନ୍ଦପୁର/ପାଡୁଆ,୨୫ା୩ (ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ)-କୋରାପୁଟ ଜିଲା ନନ୍ଦପୁର ବ୍ଲକ୍‌ ଗୋଲୁର ପଞ୍ଚାୟତ ଗଙ୍ଗାଗୁଡ଼ା ଗ୍ରାମବାସୀ ମିଳିତ ଭାବେ ନାଳ ଉପରେ ଏକ କାଠ ପୋଲ ନିର୍ମାଣ…

ଏମିତି ଥିଲା ଗାଁ

ଭାରତର ଆତ୍ମା ହେଉଛି ଗାଁ। ସଭ୍ୟତା, ସଂସ୍କୃତି, ପରମ୍ପରା, ସାମାଜିକ ବନ୍ଧନ ଓ ସଦାଚାରର ପ୍ରାଣକେନ୍ଦ୍ର ଯେଉଁଠି ଗୋଟିଏ ଘରେ ସୋରିଷ ଫୁଟିଲେ ସମ୍ପୂର୍ଣ୍ଣ ଗାଁକୁ ବାସିଥାଏ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri