Posted inଜାତୀୟ

ମଣିପୁର ବିବାଦର ସମାଧାନ ପାଇଁ କେନ୍ଦ୍ରର ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୫।୪: ମଣିପୁର ବିବାଦର ସମାଧାନ କରି ସ୍ଥାୟୀ ଶାନ୍ତି ଆଣିବାର ଉଦ୍ୟମ ସ୍ବରୂପ କେନ୍ଦ୍ର ସରକାର ଶନିବାର ମେଇତି ଏବଂ କୁକି ସମ୍ପ୍ରଦାୟର ପ୍ରତିନିଧିମାନଙ୍କ ସହ ଆଲୋଚନା କରିଛନ୍ତି।

୨୦୨୩ ମେ’ରୁ ୨ ସମ୍ପ୍ରଦାୟ ମଧ୍ୟରେ ବିବାଦ ଲାଗିରହିଥିବାବେଳେ ଏହାର ସମାଧାନର ସୂତ୍ର ବାହାର କରିବା ପାଇଁ କେନ୍ଦ୍ରର ଉଦ୍ୟମ କ୍ରମେ ବୈଠକ ଅନୁଷ୍ଠିତ ହୋଇଥିଲା। ମେଇତି ଏବଂ କୁକିଙ୍କ ମଧ୍ୟରେ ବିଶ୍ୱାସ ଏବଂ ସହଯୋଗ ବଢ଼ାଇବା ସହିତ ମଣିପୁରରେ ଶାନ୍ତି ଓ ସ୍ବାଭାବିକ ସ୍ଥିତି ଫେରାଇଆଣିବା ପାଇଁ ଦିଶାନିର୍ଦ୍ଦେଶ ବାହାର କରିବା ବୈଠକର ଉଦ୍ଦେଶ୍ୟ।

ମେଇତିର ୬ ଜଣିଆ ପ୍ରତିନିଧିଙ୍କ ମଧ୍ୟରେ ଅଲ୍‌ ମଣିପୁର ୟୁନାଇଟେଡ୍‌ କ୍ଲବ୍‌ସ ଅର୍ଗାନାଇଜେଶନ (ଏଏମ୍‌ୟୁସିଓ) ଏବଂ ଫେଡେରେଶନ ଅଫ୍‌ ସିଭିଲ୍‌ ସୋସାଇଟି ଅର୍ଗାନାଇଜେଶନ (ଏଫ୍‌ଓସିଏସ୍‌)ର ପ୍ରତିନିଧି ରହିଥିବାବେଳେ କୁକି ତରଫରୁ ୯ ଜଣ ପ୍ରତିନିଧି ବୈଠକରେ ଯୋଗଦେଇଥିଲେ।

କେନ୍ଦ୍ର ସରକାରଙ୍କ ତରଫରୁ ଗୋଇନ୍ଦା ବ୍ୟୁରୋର ଅବସରପ୍ରାପ୍ତ ସ୍ବତନ୍ତ୍ର ନିର୍ଦ୍ଦେଶକ ଏ.କେ. ମିଶ୍ରାଙ୍କ ସମେତ ଅନ୍ୟ ମଧ୍ୟସ୍ଥମାନେ ଉପସ୍ଥିତ ଥିଲେ। ପୂର୍ବରୁ ମେଇତି ଏବଂ କୁକି ସମ୍ପ୍ରଦାୟର ନେତାମାନଙ୍କ ସହ ଅଲଗା ଅଲଗା ଆଲୋଚନା ହୋଇଥିବାବେଳେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଖୁବ୍‌ଶୀଘ୍ର ମିଳିତ ବୈଠକ ଡାକିବ ବୋଲି ଗତ ଗୁରୁବାର ବିଭାଗୀୟ ମନ୍ତ୍ରୀ ଅମିତ୍‌ ଶାହା ଲୋକ ସଭାରେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କମାଲ ଦେଖାଇଲେ ଶିଶୁ ବୈଜ୍ଞାନିକ, ଜିଲାପାଳ କହିଲେ…

ବରଗଡ଼,୬ା୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ରାଣା ପ୍ରତାପ ସ୍କୁଲ ପଡ଼ିଆରେ ଶନିବାର ଜିଲାସ୍ତରୀୟ ବିଜ୍ଞାନ ମେଳା ଉଦ୍‌ଘାଟିତ ହୋଇଛି। ଜିଲା ଶିକ୍ଷା ଅଧିକାରୀ ଜ୍ୟୋତିକାନ୍ତ ସାହୁଙ୍କ ଅଧ୍ୟକ୍ଷତା...

ଫିଫା ବିଶ୍ୱକପ୍‌ ଲାଗି ଡ୍ର’ ଉଠାଣ: ଜାଣନ୍ତୁ କେଉଁ ଦଳ କେବେ କାହାକୁ ଭେଟିବ…

ଓ୍ବାଶିଂଟନ,୬ା୧୨: ଆସନ୍ତା ବର୍ଷ ଆମେରିକା, କାନାଡା ଓ ମେକ୍ସିକୋରେ ହେବାକୁ ଯାଉଥିବା ଫିଫା ବିଶ୍ୱକପ୍‌ ଲାଗି ଶନିବାର ଡ୍ର’ ଉଠାଣ ପ୍ରକ୍ରିୟା ଅନୁଷ୍ଠିତ ହୋଇଯାଇଛି। ଏଥିସହିତ...

ଲାଞ୍ଚ ନେବାବେଳେ ଏଡିଇଓଙ୍କୁ ରେଡ୍‌ ହ୍ୟାଣ୍ଡରେ ଧରିଲା ଭିଜିଲାନ୍ସ, ପାଖରୁ ମିଳିଲା…

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ୍‌ ଅଧୀନ ତାଳପଦା ପଞ୍ଚାୟତ ଆକାଉଣ୍ଟାଣ୍ଟ କମ୍‌ ଡାଟା ଏଣ୍ଟ୍ରି ଅପରେଟର(ଏଡିଇଓ) ଲାଞ୍ଚ ନେଇ ଭିଜିଲାନ୍ସ ହାତରେ...

ନାଡ଼ାପାଟାଙ୍ଗ, ମାଣିକୁଟିକୁ ନୂତନ ପଞ୍ଚାୟତ କରିବା ପାଇଁ ଦାବିପତ୍ର

ବାଲିଗୁଡ଼ା, ୬।୧୨(ସଞ୍ଜୟ ପାଣିଗ୍ରାହୀ): ବାଲିଗୁଡ଼ା ବ୍ଲକ୍‌ ଅନ୍ତର୍ଗତ ବାରଖମା ପଞ୍ଚାୟତର ନାଡ଼ାପାଟାଙ୍ଗ ଏବଂ ସିନ୍ଦ୍ରିଗାଁ ପଞ୍ଚାୟତର ମାଣିକୁଟିକୁ ନୂତନ ପଞ୍ଚାୟତ କରିବା ପାଇଁ ଉପଜିଲାପାଳଙ୍କ ଜରିଆରେ...

ବାରବାଟୀରେ ଖେଳିପାରନ୍ତି ଶୁବମନ ଗିଲ୍‌

ଭୁବନେଶ୍ୱର,୬ା୧୨(ଅନାଦି କର): ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ମ୍ୟାଚ୍‌କୁ ଆଉ...

ଗାଧୋଇବା ପାଇଁ ଯାଉଥିବା ବେଳେ ମରଣାନ୍ତକ ଆକ୍ରମ: ଏବେ ଆସିଲା ବଡ଼ ରାୟ

ଦିଗପହଣ୍ଡି,୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ଶନିବାର ଆଙ୍କୋରଡ଼ା ଗ୍ରାମର ଜେ.ଉଗ୍ରସେନଙ୍କୁ ଏକ ମରଣାନ୍ତକ ଆକ୍ରମଣ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଦର୍ଶାଇ ଗିରଫ...

ଛାତ୍ରୀଛାତ୍ରଙ୍କ ସ୍ବାସ୍ଥ ପାଇଁ ତତ୍ପର:  ଚିକିତ୍ସା ପାଇଁ ଅନ୍ୟତ୍ର ଯିବାକୁ…

ଦାରିଙ୍ଗବାଡି,୬।୧୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଠାରେ ଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରିସର ମଧ୍ୟରେ ଶନିବାର ଛାତ୍ରୀଛାତ୍ରଙ୍କ ଚକ୍ଷୁ ପରୀକ୍ଷା ଓ ପ୍ରାଥମିକ...

ବିମାନ କର୍ମଚାରୀଙ୍କ ଖୋଲାଚିଠି ଭାଇରାଲ, ଏଥିରେ ଲେଖାଅଛି…

ନୂୂଆଦିଲ୍ଲୀ,୬ା୧୨: ଦେଶର ଅନେକ ବିମାନବନ୍ଦରରେ ବହୁ ବିମାନ ବାତିଲ ହେବା ପରେ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଛି। ସାଧାରଣ ଯାତ୍ରୀଙ୍କଠାରୁ ଆରମ୍ଭ କରି କର୍ମଚାରୀମାନେ ଅସନ୍ତୋଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri