Posted inଜାତୀୟ

କେନ୍ଦ୍ର ଟାର୍ଗେଟରେ ମହିଳା ଭୋଟର

ନୂଆଦିଲ୍ଲୀ,୨୪।୩ : ପାନୀୟ ଜଳ ସମସ୍ତଙ୍କ ପାଇଁ ଅତ୍ୟନ୍ତ ଜରୁରୀ। ଏହା ପ୍ରତ୍ୟେକ ନାଗରିକଙ୍କ ଏକ ମୌଳିକ ଆବଶ୍ୟକତା। ଭାରତ ବିଶ୍ୱ କ୍ଷେତ୍ରଫଳର ୧୮% ହୋଇଥିଲେ ସୁଦ୍ଧା ଦେଶର ମାତ୍ର ୪% ପାଣି ପିଇବା ଯୋଗ୍ୟ। ଭାରତର ଭୂତଳ ଜଳ ସର୍ବନିମ୍ନ ସ୍ତରକୁ ଖସିଯାଇଥିବାରୁ ଲକ୍ଷ ଲକ୍ଷ ଜୀବନ ଜୀବିକା ସଙ୍କଟରେ। କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର ଏହାକୁ ଦୃଷ୍ଟିରେ ରଖି ୨୦୨୪ ସୁଦ୍ଧା ଗ୍ରାମାଞ୍ଚଳର ୧୯ କୋଟି ଘରକୁ ସ୍ବଚ୍ଛ ଜଳ ଯୋଗାଇବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ଉକ୍ତ କାର୍ଯ୍ୟକ୍ରମରେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଦୈନିକ ୫୫ ଲିଟର ପାନୀୟ ଜଳ ଯୋଗାଇବାକୁ ଲକ୍ଷ୍ୟ ରଖାଯାଇଛି। ଜଳ ଜୀବନ ମିଶନର ଏହି ମହତ୍ତ୍ୱାକାଂକ୍ଷୀ ଯୋଜନାରେ ୩.୬ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବା ପାଇଁ ଟାର୍ଗେଟ ରହିଛି। ଏଥିରୁ ୧.୯୧ ଲକ୍ଷ କୋଟି ଟଙ୍କାର ପ୍ରକଳ୍ପ କାର୍ଯ୍ୟ ଜାରି ରହିଥିବା ଜଳ ଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାଓ୍ବତ୍‌ ମାର୍ଚ୍ଚ ୧୬ରେ ରାଜ୍ୟ ସଭାରେ ସୂଚନା ଦେଇଥିଲେ। ଏହି କାମ ଠିକାରେ ଚାଲିଥିବାରୁ ଯୋଜନାର କାର୍ଯ୍ୟକାରିତାକୁ ନେଇ ପ୍ରଶ୍ନ ଉଠିଛି। କାରଣ ଗ୍ରାମ୍ୟ ପାନୀୟ ଜଳ କାର୍ଯ୍ୟକ୍ରମରେ ତ୍ରୁଟି ପାଇଁ ଦୁର୍ବଳ କାର୍ଯ୍ୟାନ୍ବୟନ ଓ ଠିକା ପରିଚାଳନାକୁ ଭାରତର ନିୟନ୍ତ୍ରକ ଓ ମହାଲେଖା ସମୀକ୍ଷକ (ସିଏଜି) ୨୦୧୮ ରିପୋର୍ଟରେ ଦାୟୀ କରିଥିଲେ। ତେଣୁ ୨୦୨୪ ସାଧାରଣ ନିର୍ବାଚନକୁ ନଜରରେ ରଖି ଆରମ୍ଭ କରାଯାଇଥିବା ଯୋଜନାର ଲକ୍ଷ୍ୟ ପୂରଣ ହୋଇ ନ ପାରେ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।

ଗରିବମାନଙ୍କୁ ରୋଷେଇ ଗ୍ୟାସ୍‌, ପାଇଖାନା ଓ ବିଦ୍ୟୁତ୍‌ ଯୋଗାଣ ଆଦି ଉପରେ ଗୁରୁତ୍ୱ ଦେବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତାକୁ ବିଗତ କିଛି ବର୍ଷ ଧରି ବଢ଼ାଇବାରେ ଲାଗିଛି। ଏବେ ସେ ଗ୍ରାମାଞ୍ଚଳର ପ୍ରତ୍ୟେକ ଘରକୁ ୨୦୨୪ ସାଧାରଣ ନିର୍ବାଚନ ସୁଦ୍ଧା ସ୍ବଚ୍ଛ ପାନୀୟ ଜଳ ଯୋଗାଣ କରିବାକୁ ଚାହଁୁଛନ୍ତି। ୩.୬ ଟ୍ରିିଲିୟନ୍‌ ଟଙ୍କା (୪୯ ବିଲିୟନ ଡଲାର)ର ଏହି କାର୍ଯ୍ୟକ୍ରମରେ ଦେଶର ଗ୍ରାମାଞ୍ଚଳରେ ଥିବା ୧୯୨ ନିୟୁତ ଘରକୁ ପାଇପ୍‌ ଯୋଗେ ପାଣି ଯୋଗାଇ ଦିଆଯିବ ବୋଲି ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି, ଯାହାକି ଆମେରିକାର ମୋଟ ଘର ସଂଖ୍ୟାଠାରୁ ଅଧିକ। ବର୍ତ୍ତମାନ ସୁଦ୍ଧା ଧାର୍ଯ୍ୟ ଲକ୍ଷ୍ୟର ମାତ୍ର ୩୬% ଅର୍ଥାତ୍‌ ୭୦ ନିୟୁତ ଭାରତୀୟଙ୍କ ଘରେ ପାଇପ୍‌ ପାଣି ପହଞ୍ଚୁଛି। ତେଣୁ ଧାର୍ଯ୍ୟ ସମୟ ମଧ୍ୟରେ ଏହି ଲକ୍ଷ୍ୟ ପୂରଣ କରିବା ସହଜ ହେବ ନାହିଁ।
ଯୋଗାଣ ଯୋଜନା କ୍ରମଶଃ ଏକ ଜରୁରୀ ରାଜନୈତିକ ପ୍ରସଙ୍ଗ ପାଲଟିବାରେ ଲାଗିଛି। ଉପଲବ୍ଧ ଯୋଗାଣ ତୁଳନାରେ ୨୦୩୦ ସୁଦ୍ଧା ଚାହିଦା ଦୁଇଗୁଣ ହେବ ବୋଲି ସରକାରଙ୍କ ଯୋଜନା ପ୍ରଣୟନକାରୀ ସଂସ୍ଥା ଆକଳନ କରିଛି। ଏପରି ହେଲେ କୋଟି କୋଟି ଭାରତୀୟଙ୍କ ପାଇଁ ପାନୀୟ ଜଳ ନିଅଣ୍ଟ ହେବ। ଫଳରେ ଆର୍ଥିକ ବିକାଶ ବାଧାପ୍ରାପ୍ତ ହେବ। ନୀତି ଆୟୋଗର ଆର୍ଥିକ ସହାୟତାରେ ନୂଆଦିଲ୍ଲୀସ୍ଥିତ ଡାଲବର୍ଗ ଡେଭେଲପ୍‌ମେଣ୍ଟ ଆଡ୍‌ଭାଇଜର୍ସ ପ୍ରାଇଭେଟ୍‌ ଲିମିଟେଡ୍‌ ପକ୍ଷରୁ ଏକ ଅଧ୍ୟୟନ କରାଯାଇଥିଲା। ୨୦୧୮ ଜୁନ୍‌ ୧୨ରେ ପ୍ରକାଶିତ ଏହାର ରିପୋର୍ଟ ଅନୁସାରେ ଭାରତର ଭୂତଳ ଜଳ ସର୍ବନିମ୍ନ ସ୍ତରକୁ ଖସିଯାଇଛି। ଏହି ସଙ୍କଟ ଫଳରେ ଲକ୍ଷ ଲକ୍ଷ ଜୀବନ ଜୀବିକା ପ୍ରତି ବିପଦ ଦେଖାଦେଇଛି।
ଭାରତ ହେଉଛି ବିଶ୍ୱର ସର୍ବବୃହତ୍‌ ଭୂତଳ ଜଳ ଉପତ୍ାଟନକାରୀ ଦେଶ। ଚାଇନା ଓ ଆମେରିକା ମିଶି ଯେତିକି ଭୂତଳ ଜଳ ବ୍ୟବହାର କରୁଛନ୍ତି ଭାରତ ମାଟି ତଳୁ ଟାଣୁଥିବା ପାଣିର ପରିମାଣ ତା’ଠୁ ଢେର ଅଧିକ। ଏହି ପରିମାଣ ବିଶ୍ୱର ଏକ-ଚତୁର୍ଥାଂଶ ବୋଲି ୱାଟର ଏଡ୍‌ ପକ୍ଷରୁ ହିସାବ କରାଯାଇଛି। ୨୦୦୭ରୁ ୨୦୧୭ ମଧ୍ୟରେ ଭାରତରେ ଭୂତଳ ଜଳସ୍ତର ୬୧% ହ୍ରାସ ପାଇଥିଲା ବୋଲି ଜଳସେଚନ ପରିସଂଖ୍ୟାନ ଆଧାରିତ ତଥ୍ୟର ଅବତାରଣା କରି ୨୦୧୯ ନଭେମ୍ବରରେ କେନ୍ଦ୍ର ସରକାର ପାର୍ଲାମେଣ୍ଟକୁ ଅବଗତ କରାଇଥିଲେ। ତେବେ ଆମେରିକାର ମୋଣ୍ଟପେଲିଏରସ୍ଥିତ ଇନ୍‌ଷ୍ଟିଚ୍ଯଯଟ୍‌ ଫର୍‌ ସଷ୍ଟେନେବଲ କମ୍ୟୁନିଟିଜ୍‌ ଆସୋସିଏଟ୍‌ ଡାଇରେକ୍ଟର ରୋମିତ୍‌ ସେନ କହିଛନ୍ତି, ଭାରତ ଏକକାଳୀନ ଜଳ ଉତ୍ସଗୁଡ଼ିକୁ ସଶକ୍ତ କରିପାରିଲେ ଗ୍ରାମାଞ୍ଚଳର ୧୯ କୋଟି ଘରକୁ ପିଇବା ପାଣି ଯୋଗାଇବା ଯୋଜନା କାମ ଦେବ। ପ୍ରକାଶ ଯେ ଅତୀତରେ ଭାରତର ଗାଁଗୁଡ଼ିକୁ ପାନୀୟ ଜଳ ଯୋଗାଣ ଉଦ୍ୟମ ବିଫଳ ହୋଇଛି। ଗ୍ରାମ୍ୟ ପାନୀୟ ଜଳ କାର୍ଯ୍ୟକ୍ରମରେ ତ୍ରୁଟି ପାଇଁ ଦୁର୍ବଳ କାର୍ଯ୍ୟାନ୍ବୟନ ଓ ଠିକା ପରିଚାଳନାକୁ ଭାରତର ନିୟନ୍ତ୍ରକ ଓ ମହାଲେଖା ସମୀକ୍ଷକ (ସିଏଜି)ଙ୍କ ୨୦୧୮ ରିପୋର୍ଟରେ ଦାୟୀ କରାଯାଇଥିଲ ା। ୨୦୨୧ରେ ସରକାର ଏହି ଯୋଜନାରେ ୨୭ ବିଲିୟନ ଡଲାରର କାମ ଠିକାରେ ଦେବା ପାଇଁ ଯୋଜନା କରିଛନ୍ତି। ତେଣୁ ଏହି ମହତ୍ତ୍ୱାକାଂକ୍ଷୀ ଯୋଜନାର କାର୍ଯ୍ୟକାରିତାକୁ ନେଇ ପ୍ରଶ୍ନ ଉଠିଛି।
ବିବାଦୀୟ କୃଷି ଆଇନ ପ୍ରତ୍ୟାହାର ଦାବିରେ ଦିଲ୍ଲୀ ସୀମାରେ ଲକ୍ଷାଧିକ ଚାଷୀ ୪ ମାସ ହେଲା ଆନ୍ଦୋଳନ କରୁଛନ୍ତି। ମୋଦି ସରକାରଙ୍କ ଉପରେ ସେମାନଙ୍କ ଅସନ୍ତୋଷ ବଢ଼ିବାରେ ଲାଗିଛି। ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ଯୋଗୁ ଜରୁରୀ ସାମଗ୍ରୀଗୁଡ଼ିକର ମୂଲ୍ୟ ଆକାଶଛୁଆଁ ହୋଇଛି। ନିଯୁକ୍ତି ସୁଯୋଗ ସୃଷ୍ଟି କରାଯାଇପାରୁ ନ ଥିବାରୁ ବେକାର ସମସ୍ୟା ବଢ଼ିବାରେ ଲାଗିଛି। ମୋଦି ଓ ତାଙ୍କ ଦଳ ସାମ୍ପ୍ରଦାୟିକ ଉତ୍ତେଜନା ସୃଷ୍ଟି କରାଉଛନ୍ତି ବୋଲି ଅଭିଯୋଗ ଆଣୁଥିବା ବିରୋଧୀ ଦଳଗୁଡ଼ିକ ପାଇଁ ଏସବୁ ଅସ୍ତ୍ର ପାଲଟିଛି। ଏହାସତ୍ତ୍ୱେ ପାଇପ୍‌ ଯୋଗେ ଜଳ ଯୋଗାଣ ଭଳି କାର୍ଯ୍ୟକ୍ରମ ଭାଜପାକୁ ଦେଶରେ ୨୦୧୪ରୁ କ୍ଷମତାରେ ରହିବା ପାଇଁ ସହାୟକ ହୋଇଛି। ମୋଦି ସରକାର କ୍ଷମତାକୁ ଆସିବା ପରଠାରୁ ମହିଳା ଭୋଟରମାନଙ୍କୁ ନଜରରେ ରଖି ଜନମଙ୍ଗଳକାରୀ ଯୋଜନାଗୁଡ଼ିକୁ ବ୍ୟବହାର କରିଛନ୍ତି। ୨୦୧୬ରେ ସରକାର ଗରିବ ପରିବାରମାନଙ୍କ ପାଇଁ ରୋଷେଇ ଇନ୍ଧନରେ ସବ୍‌ସିଡି ଦେଇଥିଲେ। ୨ ବର୍ଷ ପରେ ୨୦୧୯ ନିର୍ବାଚନକୁ ଦୃଷ୍ଟିରେ ରଖି ସରକାର ସର୍ବନିମ୍ନ ମଜୁରି ଏବଂ ଘରୋଇ ଶ୍ରମିକମାନଙ୍କ (ଯାହାଙ୍କ ମଧ୍ୟରୁ ଅଧିକାଂଶ ମହିଳା) ପାଇଁ ସାମାଜିକ ସୁରକ୍ଷା ଯୋଜନା ଆରମ୍ଭ କରିଥିଲେ। ଏହାସହ ମାତୃତ୍ୱ ଓ ଶିଶୁଯନତ୍ ସୁବିଧା ମଧ୍ୟ ବୃଦ୍ଧି କରିଥିଲେ। ସାମାଜିକ-ରାଜନୈତିକ ଦୃଷ୍ଟିରୁ ଏଭଳି କାର୍ଯ୍ୟକ୍ରମର ଯଥାର୍ଥତା ରହିଛି। ଭାରତର ଅଧିକାଂଶ ଭାଗରେ ମହିଳାମାନେ ହିଁ ନିଜ ପରିବାର ପାଇଁ ପିଇବା ପାଣି ଆଣିଥାଆନ୍ତି। ଏହି ସ୍ଥଳେ ମୋଦି ସରକାରଙ୍କ ଜଳଯୋଗାଣ ଯୋଜନା ଏକ ମହତ୍ତ୍ୱାକାଂକ୍ଷୀ ପରିକଳ୍ପନା ବୋଲି ନୂଆଦିଲ୍ଲୀର ସେଣ୍ଟର ଫର୍‌ ପଲିସି ରିସର୍ଚ୍ଚ ଗବେଷକ ଆଦିତ୍ୟ ଭୋଲ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଋଷିଆରୁ ତେଲ କିଣିବା ବନ୍ଦ କରିନାହିଁ ଭାରତ; ଆମେରିକାର ଦାବିକୁ ଖଣ୍ଡନ କଲା ମସ୍କୋ

ନୂଆଦିଲ୍ଲୀ,୧୮।୨: ଭାରତ ଋଷିଆଠାରୁ ତେଲ ଆମଦାନୀ ବନ୍ଦ କରିଥିବା ନେଇ ଆମେରିକାର ଦାବିକୁ ଋଷିଆ ସମ୍ପୂର୍ଣ୍ଣ ରୂପେ ଖଣ୍ଡନ କରିଛି। ବୁଧବାର ଋଷିଆ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ…

ଶେଷ ଓଭରରେ ଭାରତର ରୋମାଞ୍ଚକର ବିଜୟ, ଶେଷ ଯାଏ ଲଢ଼ିଲା ନେଦରଲ୍ୟାଣ୍ଡ

ଅହମ୍ମଦାବାଦ,୧୮।୨: ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା ଟି-୨୦ ବିଶ୍ୱକପ୍‌ର ଏକ ରୋମାଞ୍ଚକର ମୁକାବିଲାରେ ଭାରତ ୧୭ ରନରେ ନେଦରଲ୍ୟାଣ୍ଡକୁ ପରାସ୍ତ କରିଛି। ଏହି ବିଜୟ ସହ ଭାରତ…

ଭାରତ ପାଇଁ ଗୁଗୁଲର ମେଗା ପ୍ଲାନ୍: ସମୁଦ୍ର ତଳେ ଆମେରିକା ଯାଏଁ ବିଛାଯିବ କେବୁଲ୍, ନିବେଶ ହେବ ୧.୩୬ ଲକ୍ଷ କୋଟି

ନୂଆଦିଲ୍ଲୀ,୧୮।୨: ଭାରତରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବା AI କ୍ଷେତ୍ରରେ ଏକ ବଡ଼ ବିପ୍ଳବ ଆସିବାକୁ ଯାଉଛି। ଟେକ୍ ଜଗତର କମ୍ପାନୀ ‘ଗୁଗୁଲ’ ଭାରତରେ ବ୍ୟାପକ ପୁଞ୍ଜି ନିବେଶ…

ଭୁତପ୍ରେତ ଭୟରେ ମାରୀଗୁଡା ଗ୍ରାମବାସୀ: ରାତିରେ ଶୁଭୁଛି ବିକଟାଳ ଶବ୍ଦ, ଲୋକଙ୍କ ଘରେ ଚୁଲି ଜଳୁନି

ରାୟଗଡା, ୧୮।୨(ଆଶିଷ ରଞ୍ଜନ ପଣ୍ଡା)- ଦକ୍ଷିଣ ଓଡିଶାର ଉପାନ୍ତ ରାୟଗଡା ଜିଲ୍ଲାର ଗ୍ରାମାଞ୍ଚଳରେ ଏବେ ବି ଭରି ରହିଛି ଅନ୍ଧବିଶ୍ବାସ । ଭୂତପ୍ରେତକୁ ନେଇ ଆଜି ମଧ୍ୟ…

ଗ୍ଲୋକାଲ ବାଇପାସ ନିକଟରେ ଦୁର୍ଘଟଣା, ଘଟଣାସ୍ଥଳରେ ଚାଲିଗଲା ଜଣଙ୍କର ଜୀବନ

ଜୟପୁର,୧୮।୨(ପବନ ପାଣିଗ୍ରାହୀ): ଜୟପୁର ଗ୍ଲୋକାଲ ହସପିଟାଲ ବାଇପାସ ରୋଡ ନିକଟରେ ଏକ ବାଇକ ଧକ୍କାରେ ଘଟଣାସ୍ଥଳରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ଅନ୍ୟଜଣେ ଗୁରୁତର ଅବସ୍ଥାରେ…

T20 ବିଶ୍ୱକପ୍‌ ୨୦୨୬: ଶିବମ ଦୁବେଙ୍କ ବିସ୍ଫୋରକ ଅର୍ଦ୍ଧଶତକ, ନେଦରଲାଣ୍ଡ ଆଗରେ ୧୯୪ ରନ୍‌ର ଲକ୍ଷ୍ୟ

ଅହମ୍ମଦାବାଦ,୧୮।୨: T20 ବିଶ୍ୱକପ୍‌ ୨୦୨୬ର ଶେଷ ଗ୍ରୁପ୍‌ ମ୍ୟାଚ୍‌ରେ ଭାରତୀୟ ଦଳ ନେଦରଲାଣ୍ଡ ବିପକ୍ଷରେ ୬ ୱିକେଟ୍ ହରାଇ ୧୯୩ ରନ୍‌ର ଏକ ବଡ ସ୍କୋର ଛିଡ଼ା…

ଥାଇଲ୍ୟାଣ୍ଡରେ ଫସିଛନ୍ତି ୬ ଓଡ଼ିଆ ଶ୍ରମିକ; ଖାଇବାକୁ ମିଳୁନି…, ଫେରିବା ପାଇଁ ସରକାରଙ୍କୁ ଗୁହାରି

ଭୁବନେଶ୍ୱର,୧୮।୨: ପରିବାର ପ୍ରତିପୋଷଣ ପାଇଁ ସୁଦୂର ଥାଇଲ୍ୟାଣ୍ଡ ଯାଇ ନିର୍ଯାତନାର ଶିକାର ହେଲେ ଓଡ଼ିଆ ଶ୍ରମିକ। କେନ୍ଦ୍ରାପଡ଼ା ଏବଂ ଭଦ୍ରକ ଜିଲାର ୬ ଜଣ ଶ୍ରମିକ ଏବେ…

ଜନସେବା କ୍ଷେତ୍ରରେ କଳାହାଣ୍ଡି ପ୍ରଶାସନର ବଡ଼ ପଦକ୍ଷେପ, ଲୋକାର୍ପିତ ହେଲା ଏଆଇ ଚାଟବଟ୍ ‘ଆମର ସହାୟକ’

ଭବାନୀପାଟଣା,୧୮।୨(ଉତ୍ତମ କୁମାର ଦାଶ): ଡିଜିଟାଲ୍ ଶାସନ ଏବଂ ଜନକୈନ୍ଦ୍ରିକ ପ୍ରଶାସନ ଦିଗରେ ଏକ ବଡ଼ ପଦକ୍ଷେପ ସ୍ୱରୂପ କଳାହାଣ୍ଡି ଜିଲା ପ୍ରଶାସନ ପକ୍ଷରୁ ବୁଧବାର ଅତ୍ୟାଧୁନିକ ଏଆଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri