Posted inଜାତୀୟ

ବିଚାରପତିଙ୍କ ସୁରକ୍ଷା ନେଇ ଟାସ୍କ୍‌ ଫୋର୍ସ ଗଠନ ଦାବି ପ୍ରତି କେନ୍ଦ୍ର ସରକାରଙ୍କ ଅସହମତି…

ନୂଆଦିଲ୍ଲୀ,୧୭।୮: ବିଚାରପତିମାନଙ୍କୁ ସୁରକ୍ଷା ଦେବା ପାଇଁ ଏକ ଟାସ୍କ୍‌ ଫୋର୍ସ ଗଠନ ଦାବିକୁ କେନ୍ଦ୍ର ସରକାର ଅଯୌକ୍ତିକ କହିଛନ୍ତି। ଏଥିରେ ଅସହମତି ପ୍ରକାଶ କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ କହିଛନ୍ତି ଯେ, ରାଜ୍ୟମାନଙ୍କ ଦ୍ୱାରା ଏଭଳି ସ୍ବତନ୍ତ୍ର ଟାସ୍କ୍‌ ଫୋର୍ସ ଗଠନ କରାଯିବା ଆବଶ୍ୟକ। ସାରା ଦେଶରେ ନିମ୍ନ ଅଦାଲତର ବିଚାରପତିଙ୍କ ସୁରକ୍ଷା ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ଚାଲିଥିବା ଶୁଣାଣି ସମୟରେ କେନ୍ଦ୍ର ପକ୍ଷରୁ ଏଭଳି କୁହାଯାଇଛି। ଝାଡଖଣ୍ଡର ଜଣେ ବିଚାରପତିଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାରେ ସୁପ୍ରିମ୍‌କୋର୍ଟ ପ୍ରଧାନ ବିଚାରପତି ଏନ୍‌.ଭି.ରମନାଙ୍କ ନେତୃତ୍ୱରେ ଗଠିତ ୩ ଜଣିଆ ଖଣ୍ଡପୀଠରେ ଏହାର ଶୁଣାଣି ଜାରି ରହିଛିି।
ଏହି ମାମଲାରେ କେନ୍ଦ୍ର ଏବଂ ସମସ୍ତ ରାଜ୍ୟଙ୍କୁ କୋର୍ଟଙ୍କ ପକ୍ଷରୁ ଜବାବ ତଲବ କରାଯାଇଥିଲା। ଖଣ୍ଡପୀଠ କହିଛନ୍ତି, ରାଜ୍ୟମାନେ କ’ଣ କରିବା ଆବଶ୍ୟକ ତାହା କୋର୍ଟ ନିର୍ଦ୍ଦେଶ ଦେବାକୁ ଚାହୁଁ ନାହାନ୍ତି। କେନ୍ଦ୍ର ରାଜ୍ୟ ସହ କଥାବାର୍ତ୍ତା କରିବା ଉପରେ ଖଣ୍ଡପୀଠ ଗୁରୁତ୍ୱାରୋପ କରିଛନ୍ତି। ଏହା ଉପରେ କେନ୍ଦ୍ର ପକ୍ଷରୁ କୋର୍ଟରେ ହାଜର ହୋଇଥିବା ସୋଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଛନ୍ତି, ବିଚାରପତିଙ୍କ ସୁରକ୍ଷା ସଂପର୍କରେ ରାଜ୍ୟମାନଙ୍କୁ ଏକ ମଡେଲ ଗାଇଡଲାଇନ ଜାରି କରାଯାଇଛି।
ଏହା ଉପରେ କୋର୍ଟ କହିଛନ୍ତି ଯେ କେବଳ ନିର୍ଦ୍ଦେଶାବଳୀ ଜାରି କରିବା ଦ୍ୱାରା ଏହାର ସମାଧାନ ହୋଇପାରିବ ନାହିଁ। କେନ୍ଦ୍ର ପକ୍ଷରୁ ଏନେଇ ପ୍ରତ୍ୟେକ ରାଜ୍ୟର ମୁଖ୍ୟ ଶାସନ ସଚିବ ଏବଂ ଡିଜିପିଙ୍କଠାରୁ ଏହା କିଭଳି କାର୍ଯ୍ୟକାରୀ ହେଉଛି ତାହା ସମ୍ପର୍କରେ ଜାଣିବାର ଆବା୍ୟକତା ରହିଛି। ସୋଲିସିଟର ଜେନେରାଲ ଏଥିରେ ସହମତ ହୋଇ କହିଛନ୍ତି ଯେ ଏହି ପ୍ରସଙ୍ଗରେ ସମସ୍ତ ରାଜ୍ୟର ମୁଖ୍ୟ ସଚିବ ଏବଂ ଡିଜିପିଙ୍କ ବୈଠକ ଡକାଇବାକୁ ସେ କେନ୍ଦ୍ର ସ୍ବରାଷ୍ଟ୍ର ସଚିବଙ୍କୁ ପରାମର୍ଶ ଦିଆଯିବ।
ଖଣ୍ଡପୀଠ କହିଛନ୍ତି ଯେ ବିଚାରପତିଙ୍କ ସୁରକ୍ଷା ପାଇଁ ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ କିମ୍ବା ରେଳ ସୁରକ୍ଷା ବଳ ପରି ଏକ ଜାତୀୟ ସଂସ୍ଥା ଗଠନ ପାଇଁ ଏକ ଆବେଦନ କରାଯାଇଛି। ଏହା ଉପରେ କେନ୍ଦ୍ରର ମତାମତ କ’ଣ? ତୁଷାର ମେହେଟ୍ଟା ଉତ୍ତର ଦେଇଛନ୍ତି ଯେ ଏହାର କୌଣସି ବ୍ୟବହାରିକ ଆବଶ୍ୟକତା ନାହିଁ। ରାଜ୍ୟ ତାଲିକାରେ ପୋଲିସ ଏବଂ ଆଇନ ଶୃଙ୍ଖଳା ରହିଛି। କେବଳ ଏକ ରାଜ୍ୟ ସ୍ତରୀୟ ଅନୁଷ୍ଠାନ ପୋଲିସ ସହିତ ଉତ୍ତମ ସମନ୍ବୟ ରକ୍ଷା କରି କାର୍ଯ୍ୟ କରିପାରିବେ ବୋଲି ସେ କହିଛନ୍ତି।
ଏହି ମାମଲାରେ ଉତ୍ତର ଦାଖଲ କରି ନ ଥିବା ରାଜ୍ୟଗୁଡ଼ିକୁ କୋର୍ଟ ତାଗିଦ କରିଛନ୍ତି। ୧ ଲକ୍ଷ ଟଙ୍କା ଜୋରିମାନା ଲାଗୁ କରିବାକୁ ଚେତାବନୀ ଦେବା ସହିତ ୧୦ ଦିନ ପରେ ହେବାକୁ ଥିବା ଶୁଣାଣି ପୂର୍ବରୁ ଉତ୍ତର ଦାଖଲ କରି ନ ଥିବା ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ କୋର୍ଟରେ ବ୍ୟକ୍ତିଗତ ଭାବେ ହାଜର ହେବାକୁ ପଡ଼ିବ ବୋଲି ଖଣ୍ଡପୀଠ କହିଛନ୍ତି। ଆସାମ ବ୍ୟତୀତ ଅନ୍ୟ କେହି ସନ୍ତୋଷଜନକ ଉତ୍ତର ଦେଇ ନାହାଁନ୍ତି। ଅନେକ ରାଜ୍ୟ ଉତ୍ତର ଦାଖଲ କରିନାହାଁନ୍ତି। ଅଧିକାଂଶ ରାଜ୍ୟ କୋର୍ଟରେ ସିସିଟିଭି ସ୍ଥାପନ କରିବା ଭଳି କଥା କହିଛନ୍ତି। ସିସିଟିଭି ସହିତ କ’ଣ ହେବ? ଆକ୍ରମଣ ବନ୍ଦ ହେବ କି? ଏଭଳି ପ୍ରଶ୍ନ କରିବା ସହିତ ଏନେଇ ରାଜ୍ୟଗୁଡ଼ିକୁ ସତ୍ୟପାଠ ଦାଖଲ କରିବାକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଦ୍ମଶ୍ରୀ ଫାତିମା ଆର ଜାକରିଆଙ୍କ ପରଲୋକ

ନୂଆଦିଲ୍ଲୀ,୭।୪: ବିଶିଷ୍ଟ ଖବରଦାତା-ଲେଖକ ଫାତିମା ଆର ଜାକରିଆଙ୍କ ୮୫ ବର୍ଷ ବୟସରେ ଦେହାନ୍ତ ହୋଇଛି। କିଛି ଦିନ ପୂର୍ବରୁ ଫାତିମାଙ୍କ କରୋନା ଆକ୍ରାନ୍ତ ହୋଇଥିଲେ। ଏହା...

ଡି.କେ. ଶିବକୁମାରଙ୍କୁ ଜାମିନ୍‌

ନୂଆଦିଲ୍ଲୀ,୨୩।୧୦: ବ୍ୟାପକ ଟଙ୍କା ହେରଫେର୍‌ ମାମଲାରେ କର୍ନାଟକ କଂଗ୍ରେସ ନେତା ଡି.କେ. ଶିବକୁମାରଙ୍କୁ ବୁଧବାର ଦିଲ୍ଲୀ ହାଇକୋର୍ଟ ପକ୍ଷରୁ ଜାମିନ ମିଳିଛି। ତାଙ୍କୁ ସର୍ତ୍ତମୂଳକ ଜାମିନ...

ରାୟ ସଂରକ୍ଷିତ ରଖିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୮।୯(ପି.ଟି.): ସମାଜର ଆର୍ଥିକ ଦୁର୍ବଳ ଶ୍ରେଣୀ (ଇଡବ୍ଲ୍ୟୁଏସ୍‌)ଙ୍କ ପାଇଁ ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ୧୦ ପ୍ରତିଶତ ସଂରକ୍ଷଣ ପ୍ରଦାନ ଲାଗି ସମ୍ବିଧାନର ୧୦୩ତମ ସଂଶୋଧନର...

ପଶ୍ଚିମବଙ୍ଗରେ ପୁଣି ପୋଲିସ-ପ୍ରଦର୍ଶନକାରୀ ମୁହାଁମୁହିଁ, ପଥରମାଡ଼

କୋଲକାତା,୧୧।୬: ପ୍ରଫେଟ ମହମ୍ମଦଙ୍କ ବିରୋଧରେ ଦିଆଯାଇଥିବା ବିବାଦୀୟ ବୟାନକୁ ନେଇ ଏବେ ଦେଶର ବିଭିନ୍ନ ପ୍ରାନ୍ତରେ ହିଂସାକାଣ୍ଡ ଘଟିବା ସହ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ପଥରମାଡ଼...

‘ଆମକୁ ଭୋଟ ଦିଅ, ଆମେ ମଦ ଦେବୁ’

ହାଇଦ୍ରାବାଦ୍‌,୨୯।୧୨: ଭାରତୀୟ ଜନତା ପାର୍ଟିର ଜଣେ ନେତା ଏକ ଅଜବ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଛନ୍ତି। ଆନ୍ଧ୍ରପ୍ରଦେଶ ଭାଜପା ସଭାପତି ସୋମୁ ଭେରାଜୁ କହିଛନ୍ତି, ଭାଜପାକୁ...

ହାତରେ ମଶାଲ, ଶିବାଜୀ ମହାରାଜଙ୍କୁ ପ୍ରଣାମ କରି ମହାରାଷ୍ଟ୍ର ପହଞ୍ଚିଲା ରାହୁଲଙ୍କ ଭାରତ ଯୋଡୋ ଯାତ୍ରା

ମୁମ୍ବାଇ,୮ ।୧୧: କଂଗ୍ରେସର ଭାରତ ଯୋଡୋ ଯାତ୍ରା ମହାରାଷ୍ଟ୍ର ପହଞ୍ଚି ଯାଇଛି, ଯାହା ୧ ମାସ ପୂର୍ବରୁ କନ୍ୟାକୁମାରୀରୁ ଆରମ୍ଭ ହୋଇଥିଲା । ଏହା କର୍ନାଟକରୁ...

ଦେଶରେ ଆଜି ୧୧୪ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ,୧୩।୧୨: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ମଙ୍ଗଳବାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୧୪ ନୂଆ...

୧୦୦ ଟଙ୍କାରୁ ମିଳିଲା ୧ କୋଟି

ପଞ୍ଜାବର ଅମ୍ରିତସରର ଜଣେ ମହିଳା ୧୦୦ ଟଙ୍କା ଦେଇ କିଣିଥିଲେ ଏକ ଲଟେରି। ଆଉ ପ୍ରଥମ ପୁରସ୍କାର ବାବଦକୁ ଜିତିଛନ୍ତି ୧ କୋଟି ଟଙ୍କା। ରାଜ୍ୟ...

Advertisement
Archives

Model This Week