Posted inଜାତୀୟ

ବିଚାରପତିଙ୍କ ସୁରକ୍ଷା ନେଇ ଟାସ୍କ୍‌ ଫୋର୍ସ ଗଠନ ଦାବି ପ୍ରତି କେନ୍ଦ୍ର ସରକାରଙ୍କ ଅସହମତି…

ନୂଆଦିଲ୍ଲୀ,୧୭।୮: ବିଚାରପତିମାନଙ୍କୁ ସୁରକ୍ଷା ଦେବା ପାଇଁ ଏକ ଟାସ୍କ୍‌ ଫୋର୍ସ ଗଠନ ଦାବିକୁ କେନ୍ଦ୍ର ସରକାର ଅଯୌକ୍ତିକ କହିଛନ୍ତି। ଏଥିରେ ଅସହମତି ପ୍ରକାଶ କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ କହିଛନ୍ତି ଯେ, ରାଜ୍ୟମାନଙ୍କ ଦ୍ୱାରା ଏଭଳି ସ୍ବତନ୍ତ୍ର ଟାସ୍କ୍‌ ଫୋର୍ସ ଗଠନ କରାଯିବା ଆବଶ୍ୟକ। ସାରା ଦେଶରେ ନିମ୍ନ ଅଦାଲତର ବିଚାରପତିଙ୍କ ସୁରକ୍ଷା ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ଚାଲିଥିବା ଶୁଣାଣି ସମୟରେ କେନ୍ଦ୍ର ପକ୍ଷରୁ ଏଭଳି କୁହାଯାଇଛି। ଝାଡଖଣ୍ଡର ଜଣେ ବିଚାରପତିଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାରେ ସୁପ୍ରିମ୍‌କୋର୍ଟ ପ୍ରଧାନ ବିଚାରପତି ଏନ୍‌.ଭି.ରମନାଙ୍କ ନେତୃତ୍ୱରେ ଗଠିତ ୩ ଜଣିଆ ଖଣ୍ଡପୀଠରେ ଏହାର ଶୁଣାଣି ଜାରି ରହିଛିି।
ଏହି ମାମଲାରେ କେନ୍ଦ୍ର ଏବଂ ସମସ୍ତ ରାଜ୍ୟଙ୍କୁ କୋର୍ଟଙ୍କ ପକ୍ଷରୁ ଜବାବ ତଲବ କରାଯାଇଥିଲା। ଖଣ୍ଡପୀଠ କହିଛନ୍ତି, ରାଜ୍ୟମାନେ କ’ଣ କରିବା ଆବଶ୍ୟକ ତାହା କୋର୍ଟ ନିର୍ଦ୍ଦେଶ ଦେବାକୁ ଚାହୁଁ ନାହାନ୍ତି। କେନ୍ଦ୍ର ରାଜ୍ୟ ସହ କଥାବାର୍ତ୍ତା କରିବା ଉପରେ ଖଣ୍ଡପୀଠ ଗୁରୁତ୍ୱାରୋପ କରିଛନ୍ତି। ଏହା ଉପରେ କେନ୍ଦ୍ର ପକ୍ଷରୁ କୋର୍ଟରେ ହାଜର ହୋଇଥିବା ସୋଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଛନ୍ତି, ବିଚାରପତିଙ୍କ ସୁରକ୍ଷା ସଂପର୍କରେ ରାଜ୍ୟମାନଙ୍କୁ ଏକ ମଡେଲ ଗାଇଡଲାଇନ ଜାରି କରାଯାଇଛି।
ଏହା ଉପରେ କୋର୍ଟ କହିଛନ୍ତି ଯେ କେବଳ ନିର୍ଦ୍ଦେଶାବଳୀ ଜାରି କରିବା ଦ୍ୱାରା ଏହାର ସମାଧାନ ହୋଇପାରିବ ନାହିଁ। କେନ୍ଦ୍ର ପକ୍ଷରୁ ଏନେଇ ପ୍ରତ୍ୟେକ ରାଜ୍ୟର ମୁଖ୍ୟ ଶାସନ ସଚିବ ଏବଂ ଡିଜିପିଙ୍କଠାରୁ ଏହା କିଭଳି କାର୍ଯ୍ୟକାରୀ ହେଉଛି ତାହା ସମ୍ପର୍କରେ ଜାଣିବାର ଆବା୍ୟକତା ରହିଛି। ସୋଲିସିଟର ଜେନେରାଲ ଏଥିରେ ସହମତ ହୋଇ କହିଛନ୍ତି ଯେ ଏହି ପ୍ରସଙ୍ଗରେ ସମସ୍ତ ରାଜ୍ୟର ମୁଖ୍ୟ ସଚିବ ଏବଂ ଡିଜିପିଙ୍କ ବୈଠକ ଡକାଇବାକୁ ସେ କେନ୍ଦ୍ର ସ୍ବରାଷ୍ଟ୍ର ସଚିବଙ୍କୁ ପରାମର୍ଶ ଦିଆଯିବ।
ଖଣ୍ଡପୀଠ କହିଛନ୍ତି ଯେ ବିଚାରପତିଙ୍କ ସୁରକ୍ଷା ପାଇଁ ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ କିମ୍ବା ରେଳ ସୁରକ୍ଷା ବଳ ପରି ଏକ ଜାତୀୟ ସଂସ୍ଥା ଗଠନ ପାଇଁ ଏକ ଆବେଦନ କରାଯାଇଛି। ଏହା ଉପରେ କେନ୍ଦ୍ରର ମତାମତ କ’ଣ? ତୁଷାର ମେହେଟ୍ଟା ଉତ୍ତର ଦେଇଛନ୍ତି ଯେ ଏହାର କୌଣସି ବ୍ୟବହାରିକ ଆବଶ୍ୟକତା ନାହିଁ। ରାଜ୍ୟ ତାଲିକାରେ ପୋଲିସ ଏବଂ ଆଇନ ଶୃଙ୍ଖଳା ରହିଛି। କେବଳ ଏକ ରାଜ୍ୟ ସ୍ତରୀୟ ଅନୁଷ୍ଠାନ ପୋଲିସ ସହିତ ଉତ୍ତମ ସମନ୍ବୟ ରକ୍ଷା କରି କାର୍ଯ୍ୟ କରିପାରିବେ ବୋଲି ସେ କହିଛନ୍ତି।
ଏହି ମାମଲାରେ ଉତ୍ତର ଦାଖଲ କରି ନ ଥିବା ରାଜ୍ୟଗୁଡ଼ିକୁ କୋର୍ଟ ତାଗିଦ କରିଛନ୍ତି। ୧ ଲକ୍ଷ ଟଙ୍କା ଜୋରିମାନା ଲାଗୁ କରିବାକୁ ଚେତାବନୀ ଦେବା ସହିତ ୧୦ ଦିନ ପରେ ହେବାକୁ ଥିବା ଶୁଣାଣି ପୂର୍ବରୁ ଉତ୍ତର ଦାଖଲ କରି ନ ଥିବା ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ କୋର୍ଟରେ ବ୍ୟକ୍ତିଗତ ଭାବେ ହାଜର ହେବାକୁ ପଡ଼ିବ ବୋଲି ଖଣ୍ଡପୀଠ କହିଛନ୍ତି। ଆସାମ ବ୍ୟତୀତ ଅନ୍ୟ କେହି ସନ୍ତୋଷଜନକ ଉତ୍ତର ଦେଇ ନାହାଁନ୍ତି। ଅନେକ ରାଜ୍ୟ ଉତ୍ତର ଦାଖଲ କରିନାହାଁନ୍ତି। ଅଧିକାଂଶ ରାଜ୍ୟ କୋର୍ଟରେ ସିସିଟିଭି ସ୍ଥାପନ କରିବା ଭଳି କଥା କହିଛନ୍ତି। ସିସିଟିଭି ସହିତ କ’ଣ ହେବ? ଆକ୍ରମଣ ବନ୍ଦ ହେବ କି? ଏଭଳି ପ୍ରଶ୍ନ କରିବା ସହିତ ଏନେଇ ରାଜ୍ୟଗୁଡ଼ିକୁ ସତ୍ୟପାଠ ଦାଖଲ କରିବାକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଭାଜପା ସରକାର ଅଢ଼େଇ ବର୍ଷରେ ଓଡ଼ିଶା ଛବିକୁ ମଳିନ କରିସାରିଲେଣି’

ଭୁବନେଶ୍ୱର, ୯।୧୦(ସୁନିତ୍‌ ମିଶ୍ର): ବିଜେଡି ସବୁବେଳେ ସେବା ଓ ବିକାଶରେ ବିଶ୍ୱାସ କରେ। ବିଜେଡି ସରକାର ସମୟରେ ଦ୍ରୁତ ବିକାଶ ପାଇଁ ଓଡ଼ିଶା ସାରା ଦେଶରେ ଏକ…

ଜୁଆଆଡ୍ଡା ପରିଚାଳନାକୁ ନେଇ ଉତ୍ତେଜନା: ହତ୍ୟା ଉଦ୍ୟମ ଘଟଣାରେ …

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ଶୁକ୍ରବାର ବ୍ରହ୍ମପୁର ସଦର ଥାନା ବାଲିପଡ଼ା ଗ୍ରାମର ନିଲୁ ଗୌଡ଼(୨୧) ଙ୍କୁ ଗିରଫ କରି ସନ୍ଧ୍ୟାରେ କୋର୍ଟ…

ଘୂର୍ଣ୍ଣିବଳୟ ସକ୍ରିୟ, ୧୩ ବେଳକୁ ଲଘୁଚାପ: ଫେରନ୍ତା ମୌସୁମୀ ପ୍ରଭାବରେ ବର୍ଷା ଆରମ୍ଭ; ୟେଲୋ ଓ୍ବାର୍ନିଂ ଜାରି…

ଭୁବନେଶ୍ୱର, ୯ା୧୦(ବନ୍ଦନା ସେଠୀ) – ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି। ଇତିମଧ୍ୟରେ ଥାଇଲାଣ୍ଡ ଉପସାଗର ଓ ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ…

ଆମେରିକା କାର୍ଯ୍ୟାନୁଷ୍ଠାନ ଉପରେ ସ୍ପଷ୍ଟୀକରଣ ରଖିଲା ଭାରତ, H-1B ଭିସା ଉପରେ …

ନୂଆଦିଲ୍ଲୀ,୯।୧୦: ଆମେରିକା ସରକାରଙ୍କ ଦ୍ୱାରା କେତେକ ପ୍ରମୁଖ ଟେକ୍ କମ୍ପାନୀକୁ ନିଯୁକ୍ତି-ଭିତ୍ତିକ ଗ୍ରୀନ୍ କାର୍ଡ କାର୍ଯ୍ୟକ୍ରମରୁ ନିଲମ୍ବିତ କରାଯିବା ନିଷ୍ପତ୍ତି ଉପରେ ଭାରତର ବୈଦେଶିକ ମନ୍ତ୍ରାଳୟ (MEA)…

ରାଷ୍ଟ୍ରପତିଙ୍କୁ ଭେଟିଲେ ବିରୋଧୀ MPଙ୍କ ପ୍ରତିନିଧିମଣ୍ଡଳୀ, ରାହୁଲ କହିଲେ- ଆମ କଥା ଶୁଣାଗଲା, ହୃଦୟରୁ ଧନ୍ୟବାଦ

ନୂଆଦିଲ୍ଲୀ,୯।୧୦: ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ବିରୋଧୀ ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି। ଏହି କ୍ରମରେ ‘ଇଣ୍ଡିଆ’ (INDIA)…

ସ୍ନାତକ ମହାବିଦ୍ୟାଳୟରେ ଇଲେକ୍ସନ ବଦଳରେ ସିଲେକ୍ସନ

ଗୁଡ଼ାରି, ୯।୧୦ (ପ୍ରମୋଦ କୁମାର ପତି): ଗୁଡ଼ାରି ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟରେ ଚଳିତ ବର୍ଷ ପ୍ରଥମ ଥର ପାଇଁ ଛାତ୍ର ସଂସଦର ବିଭିନ୍ନ ପଦବୀ ପାଇଁ ଶୁକ୍ରବାର…

ସୁପରଷ୍ଟାର ସଲମାନଙ୍କ ନୂଆ ଇନିଂସ, କିଛି ଏଭଳି ଘୋଷଣା କରି ଚମକାଇଲେ

ମୁମ୍ବାଇ: ବଲିଉଡ୍‌ ସୁପରଷ୍ଟାର ସଲମାନ ଖାନଙ୍କ ନୂଆ ଇନିଂସ। ଆପଣ ଯଦି ଭାବୁଛନ୍ତି ସେ ବୋଧହୁଏ ବିବାହ କରିବାକୁ ଯାଉଛନ୍ତି, ତେବେ ନା। କେତେବେଳେ ସିନେମା ତ…

ପ୍ରଥମେ ସୋସିଆଲ ମିଡିଆରେ ପୋଷ୍ଟ, ଏବେ ଭାଜପାରୁ ଇସ୍ତଫା ଦେଇ ଚମକାଇଲେ ଧର୍ମେନ୍ଦ୍ର

ଲକ୍ଷ୍ନୌ, ୯।୧୦: ଉତ୍ତର ପ୍ରଦେଶରେ ରାଜ୍ୟ ସଭା ନିର୍ବାଚନ ପାଇଁ ଟିକେଟ ନ ମିଳିବାରୁ ଅସନ୍ତୁଷ୍ଟ ହୋଇ ଭାରତୀୟ ଜନତା ପାର୍ଟିର ପୂର୍ବତନ MP ଧର୍ମେନ୍ଦ୍ର କଶ୍ୟପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?