ସବୁଜ ମିଶନରେ କେନ୍ଦ୍ର ବାଧକ

ଭୁବନେଶ୍ୱର,୧୮।୯(ବ୍ୟୁରୋ): ତାପମାତ୍ରା ବୃଦ୍ଧି ସାଙ୍ଗକୁ ସ୍ବଳ୍ପ ବୃଷ୍ଟିପାତ ଶସ୍ୟ ଉତ୍ପାଦନ ପାଇଁ ମହାବିପତ୍ତି ହୋଇ ଉଭାହେଲାଣି। ପରିବେଶ ପ୍ରଦୂଷଣ ରୋକିବା ଏବଂ ବନ୍ୟଜନ୍ତୁଙ୍କୁ ବଞ୍ଚାଇ ରଖିବା ପାଇଁ ସବୁଜ ବଳୟ ସୃଷ୍ଟି ଅପରିହାର୍ଯ୍ୟ ହୋଇପଡ଼ିଛି। ବର୍ଦ୍ଧିତ ଜନସଂଖ୍ୟା ଯୋଗୁ ବେଳକୁ ବେଳ ଜଙ୍ଗଲ କ୍ଷୟ ହୋଇ ଚାଲିଛି। ଶିଳ୍ପାୟନ ଓ ଭିତ୍ତିଭୂମି ପାଇଁ ବହୁ ହଜାର ହେକ୍ଟର ସବୁଜ ବଳୟ ନଷ୍ଟ ହେଉଛି। ଏହାକୁ ଭରଣା କରିବା ପାଇଁ ନୂତନ ଜଙ୍ଗଲ ସୃଷ୍ଟି ଉପରେ ଗୁରୁତ୍ୱ ଦିଆଯାଉଛି। ତେବେ କିଛି ବର୍ଷ ହେବ କେନ୍ଦ୍ର ସରକାରଙ୍କ ଅନୁଦାନ ହ୍ରାସ ରାଜ୍ୟର ସବୁଜ ମିଶନକୁ ଶକ୍ତ ଧକ୍କା ଦେଇଛି। କେନ୍ଦ୍ର ସରକାର ୮ଟି କେନ୍ଦ୍ରୀୟ ଯୋଜନା ସମ୍ପୂର୍ଣ୍ଣ ଉଚ୍ଛେଦ କରି ଦେଇଥିବା ବେଳେ ୨୯ଟି କେନ୍ଦ୍ରୀୟ ଓ କେନ୍ଦ୍ର ପ୍ରବର୍ତ୍ତିତ ଯୋଜନା ପାଇଁ ଦେଉଥିବା ଅନୁଦାନକୁ ପ୍ରାୟ ଅଧା କମାଇ ଦେଇଛନ୍ତି। ଏଥିଯୋଗୁ ରାଜ୍ୟ ଉପରେ ଆର୍ଥିକ ବୋଝ ବଢ଼ି ଚାଲିଛି। ଏଥିରୁ କେନ୍ଦ୍ର ସରକାରଙ୍କ ଜାତୀୟ ବନୀକରଣ ଯୋଜନା ଓ ଗ୍ରୀନ୍‌ ଇଣ୍ଡିଆ ମିଶନ ବାଦ୍‌ ପଡ଼ିନାହିଁ। ଏହି ଯୋଜନାରେ କେନ୍ଦ୍ର ସରକାର ୨୦୧୪ ପୂର୍ବରୁ ରାଜ୍ୟ ସରକାରଙ୍କୁ ଶତପ୍ରତିଶତ ଅର୍ଥ ଯୋଗାଇ ଦେଉଥିଲେ। କେନ୍ଦ୍ରରେ ଭାଜପା ପରିଚାଳିତ ଏନ୍‌ଡିଏ ସରକାର କ୍ଷମତାକୁ ଆସିବା ପରେ ସବୁଜ ମିଶନ ଆଶା ମଉଳିବାରେ ଲାଗିଛି। ଅନୁଦାନକୁ ୧୦୦ରୁ ୬୦ ପ୍ରତିଶତକୁ ଖସାଇ ଦିଆଯାଇଛି। ଏହି କେନ୍ଦ୍ର ପ୍ରବର୍ତ୍ତିତ ଯୋଜନା ପାଇଁ ରାଜ୍ୟ ସରକାର ୪୦ ଓ କେନ୍ଦ୍ର ସରକାର ୬୦ ପ୍ରତିଶତ ଅନୁଦାନ ବହନ କରୁଛନ୍ତି। ଅନୁଦାନ ହ୍ରାସ ଯୋଗୁ ଏହି ଯୋଜନା ଏବେ ବାଟବଣା ହୋଇଛି। ତେବେ ଯେତିକି ଅର୍ଥ ଏହି ଯୋଜନାରେ ଯୋଗାଇ ଦେବାକୁ ଅନୁମୋଦନ କରାଯାଉଛି ତାହା ମଧ୍ୟ ମିଳୁ ନାହିଁ। ଗ୍ରୀନ୍‌ ଇଣ୍ଡିଆ ମିଶନ ଯୋଜନାରେ କେନ୍ଦ୍ରୀୟ ଅନୁଦାନ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି।
ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ ଗ୍ରୀନ୍‌ ଇଣ୍ଡିଆ ମିଶନ ଯୋଜନାରେ କେନ୍ଦ୍ର ସରକାର ୨୦୧୫-୧୬ ଆର୍ଥିକବର୍ଷରେ ୬୦ ପ୍ରତିଶତ ଅଂଶ ହିସାବରେ ୩୦୩.୩୭ କୋଟି ଟଙ୍କା ଦେବାକୁ ମଞ୍ଜୁର କରିଥିବା ବେଳେ ସେଥିରୁ ମିଳିଛି ମାତ୍ର ୧୮୨.୦୨ କୋଟି। ସେହିପରି ୨୦୧୬-୧୭ରେ ୨୪୩.୭୯ କୋଟି ଟଙ୍କାରୁ ୧୪୬.୨୭ କୋଟି, ୨୦୧୭-୧୮ରେ ୨୩୪.୨୬ କୋଟିରୁ ୧୪୦.୫୬ କୋଟି ଏବଂ ୨୦୧୮-୧୯ରେ ଅନୁମୋଦନ କରାଯାଇଥିବା ୧୫୫୨.୧୮ କୋଟିିରୁ ରାଜ୍ୟକୁ ମିଳିଛି ମାତ୍ର ୩୩୫ କୋଟି ଟଙ୍କା। ଧୀରେ ଧୀରେ ଏହି ଅନୁଦାନ ବନ୍ଦ ହେବାକୁ ବସିଲାଣି। ୨୦୧୯-୨୦ରେ ମାତ୍ର ୪୯.୫୭ କୋଟି ମିଳିଥିବା ସୂଚନା ମିଳିଛି। ଏହା ପରଠାରୁ ଆଉ କୌଣସି ଅନୁଦାନ ମିଳି ନ ଥିବା ଜଣାପଡ଼ିଛି।
ସେହିପରି ଜାତୀୟ ବନୀକରଣ ଯୋଜନାରେ ମଧ୍ୟ କେନ୍ଦ୍ରୀୟ ଅନୁଦାନ ହ୍ରାସପାଇ ଚାଲିଛି। ୨୦୧୫-୧୬ରେ ରାଜ୍ୟକୁ ଟଙ୍କା ମଞ୍ଜୁର କରାଯାଇଥିବା ୧୭୯୨.୧୬ କୋଟି ଟଙ୍କାରୁ ୯୫୩.୭୪୨ କୋଟି ମିଳିଥିବା ବେଳେ ୨୦୧୮-୧୯ରେ ୧୬୫୮.୮୩ କୋଟି ଟଙ୍କାରୁ ୮୧୪.୯୪ କୋଟି ଟଙ୍କା ମଳିଛି। ଅର୍ଥାତ କେନ୍ଦ୍ର ସରକାର ମଞ୍ଜୁର କରୁଥିବା ଅନୁଦାନ ରାଶିରୁ ୫୦ ପ୍ରତିଶତରୁ କମ୍‌ ଅର୍ଥ ମିଳୁଛି। ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଭାରତ ସରକାର କେନ୍ଦ୍ରୀୟ ଅନୁଦାନ ମଞ୍ଜୁର କରିବା ସର୍ତ୍ତାବଳୀ ଜଟିଳ କରିଛନ୍ତିି। ସମସ୍ତ କାଗଜପତ୍ର ଦାଖଲ କରିବା ପରେ ମଧ୍ୟ ଅର୍ଥ ମିଳିବାରେ ବିଳମ୍ବ ହେଉଛି। ଗ୍ରୀନ୍‌ ଇଣ୍ଡିଆ ମିଶନ ବାବଦରେ ଏବେ ଆଉ କିଛି ଅର୍ଥ ମିଳୁନାହିଁ। ଏଥିଯୋଗୁ ଯୋଜନା କାର୍ଯ୍ୟକାରୀ ହୋଇପାରୁ ନାହିଁ। ଫଳରେ ରାଜ୍ୟରେ ସବୁଜ ଅଞ୍ଚଳ ମଧ୍ୟ ବୃଦ୍ଧି ପାଇପାରୁ ନାହିଁ। ତେବେ ରାଜ୍ୟ ସରକାର ନିଜସ୍ବ ଯୋଜନାରେ ବନୀକରଣ କାର୍ଯ୍ୟ ଜାରି ରଖିଛନ୍ତି। କେନ୍ଦ୍ର ସରକାରଙ୍କ ଏଭଳି ମନୋଭାବ ବନୀକରଣ ପାଇଁ ଅତ୍ୟନ୍ତ ମାରାତ୍ମକ ବୋଲି ପରିବେଶବିତ୍‌ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

ଦିଗପହଣ୍ଡିରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପ ନିମନ୍ତେ ଶିଳାନ୍ୟାସ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର

ଦିଗପହଣ୍ଡି,୨୪|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ବିଭିନ୍ନ ଉନ୍ନୟନ ପ୍ରକଳ୍ପ ନିମନ୍ତେ ବୁଧବାର ବିଧାୟକ ଡ଼.ସିଦ୍ଧାନ୍ତ ମହାପାତ୍ର ଶିଳାନ୍ୟାସ କରିଛନ୍ତି । ରାଜ୍ୟ...

ଶୀତ ମହୋତ୍ସବକୁ ଆସିବା ପାଇଁ ନିମନ୍ତ୍ରଣ ଗ୍ରହଣ କଲେ ପ୍ରଭାତୀ

ଦାରିଙ୍ଗବାଡି, ୨୪/୧୨ (ଅରୁଣ ସାହୁ):  ଦାରିଙ୍ଗବାଡିରେ ଆସନ୍ତା ୮ ଠାରୁ ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ହେବାକୁ ଯାଉଛି । ଏହି ମହୋତ୍ସବରେ ରାଜ୍ୟର ବିଭିନ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri