ଓଡ଼ିଶାର ଆକ୍ସନ ପ୍ଲାନ୍‌କୁ କେନ୍ଦ୍ରର ମଞ୍ଜୁରୀ

ଓଡ଼ିଶା ପ୍ରଥମ ରାଜ୍ୟ ଭାବେ ୨୦୨୦ରୁ ୨୦୩୦ ପର୍ଯ୍ୟନ୍ତ ଏକ ୧୦ ବର୍ଷିଆ ରାଜ୍ୟ ଜଳବାୟୁ ପରିବର୍ତ୍ତନ ଆକ୍ସନ ପ୍ଲାନ୍‌ ପ୍ରସ୍ତୁତ କରିଛି। ଏହାକୁ କେନ୍ଦ୍ର ସରକାରଙ୍କ ଅନୁମୋଦନ ମିଳିଛି। ପରିବର୍ତ୍ତିତ ପରିସ୍ଥିତି ସହିତ ଖାପ ଖୁଆଇ ଜୀବନଜୀବିକାକୁ ସୁରକ୍ଷା ଯୋଗାଇବାରେ ଏହା ସହାୟକ ହେବ। ଏହାସହ ଆଗାମୀ ଦିନରେ ଖାଦ୍ୟ ସଙ୍କଟକୁ ପ୍ରତିହତ କରିବା ଲାଗି କୃଷି ଓ ଆନୁଷଙ୍ଗିକ କ୍ଷେତ୍ର ପାଇଁ ରାଜ୍ୟ ସରକାର କେନ୍ଦ୍ର ସହଯୋଗରେ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିବାକୁ ସକ୍ଷମ ହେବେ।

ଭୁବନେଶ୍ୱର,୪।୯(ବ୍ୟୁରୋ): ଓଡ଼ିଶାରେ ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟକୁ ମୁକାବିଲା ଏବଂ ପରିଚାଳନା କରିଆସୁଥିବା ରାଜ୍ୟ ସରକାର ୨୦୨୦ ଫେବୃୟାରୀରେ ଜଳବାୟୁ ପରିବର୍ତ୍ତନ ଆକ୍ସନ ପ୍ଲାନ୍‌କୁ ଅନୁମୋଦନ କରିବା ସକାଶେ କେନ୍ଦ୍ର ସରକାରଙ୍କ ନିକଟକୁ ପଠାଇଥିଲେ। ଉକ୍ତ ପ୍ରସ୍ତାବରେ କିଛି ପରିବର୍ତ୍ତନ କରିବା ଲାଗି କେନ୍ଦ୍ର ସରକାର ପରାମର୍ଶ ଦେଇଥିଲେ। ଆବଶ୍ୟକ ସଂଶୋଧନ ପରେ ଉକ୍ତ ଆକ୍ସନ ପ୍ଲାନ୍‌କୁ ପୁନର୍ବାର ୨୦୨୧ ଜୁଲାଇରେ କେନ୍ଦ୍ର ନିକଟକୁ ପଠାଯାଇଥିଲା। ସେଥିରେ କେନ୍ଦ୍ର ମୋହର ମାରିବା ଯୋଗୁ ରାଜ୍ୟରେ ଦୀର୍ଘମିଆଦୀ ଯୋଜନା ପ୍ରସ୍ତୁତ ନେଇ ବାଧା ଦୂର ହୋଇଛି।
ଜଳବାୟୁ ପରିବର୍ତ୍ତନର ମହାବିପଦକୁ ମୁକାବିଲା ପାଇଁ ରାଜ୍ୟ ସରକାର ଜଳବାୟୁ ପରିବର୍ତ୍ତନ ଆକ୍ସନ ପ୍ଲାନ୍‌ ପ୍ରସ୍ତୁତ କରିଛନ୍ତି। ଏଥିରେ ୧୧ଟି ବିଭାଗକୁ ସାମିଲ କରାଯାଇଛି। ସେଗୁଡ଼ିକ ହେଲା ଜଙ୍ଗଲ ଓ ପରିବେଶ, କୃଷି, ଗୃହ ନିର୍ମାଣ ଓ ନଗର ଉନ୍ନୟନ, ଜଳ ସମ୍ପଦ, ଶକ୍ତି, ମତ୍ସ୍ୟ ଓ ପ୍ରାଣୀସମ୍ପଦ, ଶିଳ୍ପ, ଖଣି ଓ ଇସ୍ପାତ, ବାଣିଜ୍ୟ ଓ ପରିବହନ, ପଞ୍ଚାୟତ ଓ ପାନୀୟ ଜଳ ଏବଂ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ବିଭାଗଗୁଡ଼ିକ ଜଳବାୟୁ ପରିବର୍ତ୍ତନକୁ ଦେଖି ଯୋଜନା ପ୍ରସ୍ତୁତ କରିବେ। ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳ ବାଷ୍ପର ହାର କମାଇବା ପାଇଁ ବ୍ୟାପକ ବୃକ୍ଷରୋପଣ କରାଯିବ। ଏଥିସହିତ ସମୁଦ୍ରର ଗତିବିଧି ଉପରେ ନିୟମିତ ଅଧ୍ୟୟନ କରାଯିବ। ଉପକୂଳ ଅଞ୍ଚଳରେ ଜୈବବିବିଧତା ବଜାୟ ରଖିବାକୁ ଆବଶ୍ୟକ ପଦକ୍ଷେପ ନିଆଯିବ। ସ୍ବଳ୍ପ ମିଆଦୀ ଓ କମ୍‌ ଜଳରେ ହୋଇପାରୁଥିବା ଫସଲ ଉପରେ ବିଶେଷ ଭାବେ ଧ୍ୟାନ ଦିଆଯିବ। ଜୀବନଜୀବିକା, ଜଳ ସଂରକ୍ଷଣ, ଗ୍ରୀନ୍‌ ହାଉସ ଗ୍ୟାସ୍‌ କମାଇବା, ପ୍ଲାଷ୍ଟିକ ବ୍ୟବହାର ହ୍ରାସ କରିବା ଭଳି ଅନେକ ପଦକ୍ଷେପ ନିଆଯାଇଛି।
ଜଳବାୟୁ ପରିବର୍ତ୍ତନ ଯୋଗୁ ଉପକୂଳ ଜିଲାଗୁଡ଼ିକ ବିଶେଷ ଭାବେ କ୍ଷତିଗ୍ରସ୍ତ ହେଉଛି। ଏହାକୁ ଦୃଷ୍ଟିରେ ରଖି ଇଣ୍ଡିଆନ ନ୍ୟାଶନାଲ ସେଣ୍ଟର ଫର୍‌ ଓସନ ଇନ୍‌ଫରମେଶନ ସର୍ଭିସେସ୍‌ (ଆଇଏନ୍‌ସିଓଆଇଏସ୍‌) ଦ୍ୱାରା ଓଡ଼ିଶାର କୋଷ୍ଟାଲ ଭଲନେରେବିଲିଟି ଇଣ୍ଡେକ୍ସ (ସିଭିଆଇ) ପ୍ରସ୍ତୁତ କରାଯାଇଛି। ସମୁଦ୍ର ନିକଟରୁ ୧ କିଲୋମିଟର ବ୍ୟାପୀ ଅଞ୍ଚଳକୁ ନେଇ ରିପୋର୍ଟ ପ୍ରସ୍ତୁତ ହୋଇଛି। ସମଗ୍ର ଅଞ୍ଚଳକୁ ନିମ୍ନ, ମଧ୍ୟମ ଓ ଅତି ବିପଦପୂର୍ଣ୍ଣ ଅଞ୍ଚଳରେ ବିଭକ୍ତ କରାଯାଇଛି। ସେହି ଅନୁଯାୟୀ ଓଡ଼ିଶା ଉପକୂଳର ୬ ଜିଲା ଗଞ୍ଜାମ, କେନ୍ଦ୍ରାପଡ଼ା, ପୁରୀ, ଜଗତ୍‌ସିଂହପୁର, ଭଦ୍ରକ ଏବଂ ବାଲେଶ୍ୱରକୁ ଅତ୍ୟନ୍ତ ବିପଦପୂର୍ଣ୍ଣ ଅଞ୍ଚଳ ଭାବେ ଘୋଷଣା କରାଯାଇଛି । ସମୁଦ୍ର ଉପକୂଳକୁ ଲାଗି ରହିଥିବା ଗଞ୍ଜାମ ଜିଲାର କିଛି ଅଞ୍ଚଳ, ଚିଲିକା, ପୁରୀର ଦକ୍ଷିଣ ଭାଗ ଏବଂ କେନ୍ଦ୍ରାପଡ଼ା ଜିଲାର ୭୬ କିଲୋମିଟର ଅଞ୍ଚଳକୁ କମ୍‌, ସେହି ଜିଲାଗୁଡ଼ିକର ୨୦୯ କିଲୋମିଟର ବ୍ୟାପ୍ତ ଅଞ୍ଚଳକୁ ମଧ୍ୟମ ଓ ୧୦୭ କିଲୋମିଟର ଅଞ୍ଚଳକୁ ଅତ୍ୟନ୍ତ ବିପଦପୂର୍ଣ୍ଣ ଅଞ୍ଚଳ ଭାବେ ଘୋଷଣା କରାଯାଇଛି। ପୁରୀ ଜିଲାର ଉତ୍ତର ଭାଗ, ଜଗତ୍‌ସିଂହପୁର ଜିଲାର କେତେକ ଅଞ୍ଚଳ, କେନ୍ଦ୍ରାପଡ଼ା, ଭଦ୍ରକ ଜିଲାର ଉତ୍ତର ଓ ଦକ୍ଷିଣ ଭାଗ ଏବଂ ଦକ୍ଷିଣ ବାଲେଶ୍ୱର ଅତ୍ୟନ୍ତ ବିପଦପୂର୍ଣ୍ଣ ଅଞ୍ଚଳ ଭାବେ ଚିହ୍ନଟ କରାଯାଇଛି। ଦେଶର ତଟୀୟ ଅଞ୍ଚଳଗୁଡ଼ିକ ପ୍ରତି ବିପଦ ମାଡ଼ି ଆସୁଥିବାରୁ ତୁରନ୍ତ ଏ ଦିଗରେ ପଦକ୍ଷେପ ନେବାକୁ ଉପକୂଳବର୍ତ୍ତୀ ରାଜ୍ୟଗୁଡ଼ିକୁ କେନ୍ଦ୍ର ସରକାର ପରାମର୍ଶ ଦେଇଛନ୍ତି। ନ୍ୟାଶନାଲ ଡିଟରମାଇନ କଣ୍ଟ୍ରିବ୍ୟୁଶନସ୍‌(ଏନ୍‌ଡିସି) ଯୋଜନାରେ ଏ ନେଇ ଆବଶ୍ୟକ ପଦକ୍ଷେପ ନିଆଯିବ। ଏଥିପାଇଁ ସ୍ବତନ୍ତ୍ର ବ୍ୟୟବରାଦ କରିବା ସହ ଏକ ଦୀର୍ଘମିଆଦୀ ଯୋଜନା ପ୍ରସ୍ତୁତ କରିବାକୁ ଉପକୂଳବର୍ତ୍ତୀ ରାଜ୍ୟଗୁଡ଼ିକୁ କୁହାଯାଇଛି। କେନ୍ଦ୍ର ସରକାର ଆକ୍ସନ ପ୍ଲାନ୍‌କୁ ଅନୁମୋଦନ କରିଥିବାରୁ ଏ ନେଇ ଯୋଜନା ପ୍ରସ୍ତୁତ କରାଯିବ ବୋଲି ଜଙ୍ଗଲ ଓ ପରିବେଶ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।
ଗତ ଦୁଇ ଦଶନ୍ଧି ହେବ ରାଜ୍ୟରେ ମୌସୁମୀ ଆଗମନରେ ଅସ୍ବାଭାବିକତା ଦେଖାଦେଇଛି। ୧୨୦ ଦିନରୁ ମୌସୁମୀ ବର୍ଷା ଏବେ ୬୦ରୁ ୭୦ ଦିନକୁ ଖସି ଆସିଛି। ଏଥିଯୋଗୁ କୃଷି, ବିଦ୍ୟୁତ୍‌ ଉତ୍ପାଦନ, ଜୀବନଜୀବିକା ଉପରେ ଗଭୀର ପ୍ରଭାବ ପାଇବା ଆଶଙ୍କା ବଢ଼ିବାରେ ଲାଗିଛି। କେବଳ ସେତିକି ନୁହେଁ, ଅସ୍ବାଭାବିକ ବର୍ଷା ମଧ୍ୟ ଅଦିନିଆ ବନ୍ୟା ସୃଷ୍ଟି କରି ରାଜ୍ୟ ପାଇଁ ବିପର୍ଯ୍ୟୟ ଆଣୁଛି। ଲଗାତର ବାତ୍ୟା, ବନ୍ୟା, ମରୁଡ଼ି ଭଳି ପ୍ରାକୃତିକ ବିପଦ ମଧ୍ୟ ରାଜ୍ୟ ପାଇଁ ସତର୍କଘଣ୍ଟି ହୋଇଛି। ଚଳିତ ବର୍ଷ ମଧ୍ୟ ଦୁର୍ବଳ ମୌସୁମୀ କୃଷି ପାଇଁ ସମସ୍ୟା ସୃଷ୍ଟି କରିବ ବୋଲି କୃଷି ବିଶେଷଜ୍ଞ ଆଶଙ୍କା କଲେଣି। ତେଣୁ ରାଜ୍ୟ ସରକାର ଆକ୍ସନ ପ୍ଲାନ୍‌ ‘ସମୟର ଆହ୍ବାନ’ ଭାବେ ବିବେଚନା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ଲିଙ୍ଗରାଜ ମନ୍ଦିରରେ ଉଠିଲା ମହାଦୀପ: ନିର୍ଦ୍ଧାରିତ ସମୟ ପୂର୍ବରୁ ସମ୍ପନ୍ନ ହେଲା ନୀତିକାନ୍ତି

ଭୁବନେଶ୍ୱର,୧୫।୨: ପବିତ୍ର ମହାଶିବରାତ୍ରି ଅବସରରେ ଭୁବନେଶ୍ୱରର ପ୍ରସିଦ୍ଧ ଶ୍ରୀଲିଙ୍ଗରାଜ ମନ୍ଦିରରେ ମହାପ୍ରଭୁଙ୍କ ମହାଦୀପ ଉଠିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଚଳିତ ବର୍ଷ ପ୍ରଶାସନ ଓ ସେବାୟତଙ୍କ…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri