ସିମେଣ୍ଟ କାରଖାନା ବନ୍ଦ: ତେଜିଲା ଅସନ୍ତୋଷ, ଲୋକେ ଆନ୍ଦୋଳନମୁହାଁ

ବରଗଡ଼,୨୨।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠ ବରଡ଼ୋଲସ୍ଥିତ ଏସିସି ଲିମିଟେଡ୍‌ ପରିଚାଳିତ ବରଗଡ଼ ସିମେଣ୍ଟ କାରଖାନା ଆସନ୍ତା ଅଗଷ୍ଟ ମାସ ୧୯ତାରିଖର ସମ୍ପୂର୍ଣ୍ଣଭାବେ ବନ୍ଦ ହୋଇଯିବ। କାରଖାନା କର୍ତ୍ତୃପକ୍ଷ ଏ ନେଇ ଭାରତ ସରକାରଙ୍କ ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟର ସଚିବଙ୍କୁ ବିଧିବଦ୍ଧଭାବେ ଅବଗତ କରି ସାରିଛନ୍ତି। ଏହା ଜଣାପଡ଼ିବା ପରେ ଜିଲାରେ ଅସନ୍ତୋଷ ତେଜି ଉଠିଛି। ରବିବାର ସନ୍ଧ୍ୟାରେ ସ୍ଥାନୀୟ ଅଗ୍ରଗାମୀ ଯୁବକ ସଂଘ ପରିସରରେ ବରଗଡ଼ ନାଗରିକ ମଞ୍ଚ ଆହ୍ବାନରେ ମିଳିତ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଯାଇଛି। ମଞ୍ଚର ସଭାପତି ଭୀଷ୍ମଦେବ ସରାଫଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଭିନ୍ନ ରାଜନୈତିକ, ସାମାଜିକ, ସ୍ବେଚ୍ଛାସେବୀ ସଂଗଠନ, ଶ୍ରମିକ ସଂଘର ପ୍ରତିନିଧିଙ୍କ ସମେତ ଅଞ୍ଚଳର ସଚେତନ ନାଗରିକ, ବୁଦ୍ଧିଜୀବୀମାନେ ଉପସ୍ଥିତ ଥିଲେ। ନାଗରିକ ମଞ୍ଚର ସମ୍ପାଦକ ଭବାନୀ ପ୍ରସାଦ ସାହୁ, ସିମେଣ୍ଟ କାରଖାନାର ଅବସରପ୍ରାପ୍ତ ଅଧିକାରୀ ଗୋବିନ୍ଦ ଦାଶ, ୱାର୍କର୍ସ ୟୁନିୟନର ସଞ୍ଜୟ ପ୍ରଧାନ ପ୍ରମୁଖ ମଞ୍ଚାସୀନ ଥିଲେ।
ପୂର୍ବ ସରକାର ସମୟରେ ବରଗଡ଼ ଜିଲା ସମବାୟ ଚିନିକଳ, ସୂତାକଳ, ପାୱାର ଲୁମ୍‌ ଭଳି ଆଦି ଶିଳ୍ପାନୁଷ୍ଠାନ ଗୁଡ଼ିକୁ ହରାଇ ସାରିଥିବାବେଳେ ଏବେ ନୂଆଁ ସରକାର ଆସିବା ପରେ ଶିଳ୍ପାୟନର ସାକ୍ଷୀଭାବେ ରହିଥିବା ବରଗଡ଼ ସିମେଣ୍ଟ କାରଖାନାକୁ ବନ୍ଦ କରିଦେବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯିବା ଜିଲାବାସୀଙ୍କ ଉପରେ ଗଭୀର ପ୍ରଭାବ ପକାଇବ ବୋଲି ସମସ୍ତେ ମତବ୍ୟକ୍ତ କରିଥିଲେ। ଜିଲାରେ ବେରୋଜଗାର ବଢ଼ିବା ସହିତ ଲୋକେ ଦାଦନ ମୁହାଁ ହେବେ ଏବଂ ସିମେଣ୍ଟ କାରଖାନା ଉପରେ ନିର୍ଭର କରି ଆସୁଥିବା ଶ୍ରମିକଙ୍କଠାରୁ ଆରମ୍ଭ କରି ବିଭିନ୍ନ ବର୍ଗର ଲୋକେ ପରିବାର ଗୁଜୁରାଣ ମେଣ୍ଟାଇବାରେ ମଧ୍ୟ ବହୁ ଅସୁବିଧାର ସମ୍ମୁଖୀନ ହେବେ ବୋଲି ବୈଠକରେ ଉପସ୍ଥିତ ଲୋକେ ମତ ରଖିଥିଲେ।
ଏଭଳି ସ୍ଥିତିରେ ସିମେଣ୍ଟ କାରଖାନାକୁ ବନ୍ଦ କରି ଦିଆଯିବା ଦୁର୍ଭାଗ୍ୟଜନକ। ଫଳରେ କାରଖାନାକୁ ବନ୍ଦ ନ କରିବା ଦାବି ନେଇ ଆସନ୍ତା ୨୪ତାରିଖ ଜିଲାର ବିଭିନ୍ନ ସଂଗଠନ ସଂଗଠିତ ହୋଇ ଏକ ମିଳିତ ପ୍ରତିନିଧି ଦଳ ଜିଲାପାଳଙ୍କୁ ଭେଟି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ ପାଇଁ ବୈଠକରେ ନିଷ୍ପତ୍ତି ହୋଇଛି। ସେହିପରି ପରବର୍ତ୍ତୀ ସମୟରେ ଏକ ପ୍ରତିନିଧି ଦଳ ଭୁବନେଶ୍ୱର ଯାଇ ମୁଖ୍ୟମନ୍ତ୍ରୀ ଏବଂ ଦିଲ୍ଲୀ ଯାଇ କେନ୍ଦ୍ର ସରକାରଙ୍କ ବିଭାଗୀୟ ମନ୍ତ୍ରୀ, ସଚିବଙ୍କୁ ଭେଟିବା ପାଇଁ ମଧ୍ୟ ବୈଠକରେ ପ୍ରସ୍ତାବ ନିଆଯାଇଛି। ତେବେ ନିବେଦନ ସତ୍ତ୍ୱେ କାରଖାନାକୁ ବନ୍ଦ କରି ଦିଆଗଲେ ଆଗାମୀ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରାଯିବ ଏବଂ ଆବଶ୍ୟକ ହେଲେ ବରଗଡ଼ ବନ୍ଦ ଡାକରା ସହିତ ଦୁର୍ବାର ଆନ୍ଦୋଳନ ପାଇଁ ଏବେଠାରୁ ବିଭିନ୍ନ ସଂଗଠନର ପ୍ରସ୍ତୁତି ଆରମ୍ଭ ହୋଇ ଯାଇଥିବା ସୂଚନା ମିଳିଛି। ବୈଠକରେ କଂଗ୍ରେସ, ବିଜେଡ଼ି, ଭାଜପା ସମେତ ୨୩ଟି ସଂଗଠନର ପ୍ରତିନିଧିବୃନ୍ଦ ଯୋଗଦାନ କରିଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବାଟରେ ଅଟକାଇ ମୁଣ୍ଡ ଫଟାଇଲେ, ଟଙ୍କା ଲୁଟିଥିଲେ: ତୃତୀୟ ଅଭିଯୁକ୍ତ ଭୋଳାଙ୍କୁ ଗିରଫ କଲା ପାଟପୁର ପୋଲିସ

ଦାଦା ବଟି ପାଇଁ ହତ୍ୟା ଉଦ୍ୟମ ମାମଲା: ପୁଣି ଜଣେ ଅଭିଯୁକ୍ତ ଗିରଫ, ସଂଖ୍ୟା ୩କୁ ବୃଦ୍ଧି ଦିଗପହଣ୍ଡି,୮।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା…

ଆସନ୍ତାକାଲି ପଡୁଛି ୩ ରାଜଯୋଗ; ୫ ରାଶିଙ୍କ ବଦଳିବ ଭାଗ୍ୟ, ମୋଟା ଅଙ୍କର ରୋଜଗାରକୁ ବଡ଼ କମ୍ପାନୀରୁ ଅଫର୍‌

୯ ସେପ୍ଟେମ୍ୱର, ୨୦୨୬ ହେଉଛି ଭାଦ୍ରବ ମାସ କୃଷ୍ଣ ପକ୍ଷର ତ୍ରୟୋଦଶୀ ତିଥି ଏବଂ ବୁଧବାର। ଏହା ସହିତ ଏହି ଦିନଟି ଦ୍ୱିତୀୟ ଚତୁର୍ମାସ୍ୟାର ୧୭ଶ ଦିନ…

ଗଣେଶ ପୂଜା ପାଇଁ ଗଞ୍ଜାମ ଏସ୍‌ପିଙ୍କ କଡ଼ା ନିର୍ଦ୍ଦେଶ: ରାତି ୧୦ଟା ପରେ ବାଜିବନି ଲାଉଡସ୍ପିକର, ଜୋରଜବରଦସ୍ତ ଚାନ୍ଦା ଆଦାୟ ମନା

ଛତ୍ରପୁର,୮।୯(ଦିଲ୍ଲୀପ ସାମଲ): ଆଗାମୀ ଗଣେଶ ପୂଜା ସମେତ ପୂଜା ପାର୍ବଣ ସମୟରେ ଆଇନ ଶୃଙ୍ଖଳା ରକ୍ଷା ଓ ଶାନ୍ତିଶୃଙ୍ଖଳା ବଜାୟ ରଖିବା ନିମନ୍ତେ ଗଞ୍ଜାମ ଆରକ୍ଷୀ ଅଧିକ୍ଷକ…

ନୂଆଖାଇ ପୂର୍ବରୁ ଭତ୍ତା ଟଙ୍କା ଦିଅ, ନଚେତ୍ ଆନ୍ଦୋଳନ! ରାଜ୍ୟପାଳଙ୍କ ହସ୍ତକ୍ଷେପ ଦାବି କଲା ବିଜେଡି, ସ୍ମାରକପତ୍ର…

ବରଗଡ଼,୮।୯(ପ୍ରେମାନନ୍ଦ ଖମାରୀ): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପୂର୍ବରୁ ସମସ୍ତ ହିତାଧିକାରୀଙ୍କୁ ସାମାଜିକ ନିରାପତ୍ତା ଭତ୍ତା ପ୍ରଦାନ କରିବା ଦାବିରେ ବରଗଡ଼ ଜିଲା ବିଜେଡି ପକ୍ଷରୁ ରାଜ୍ୟପାଳଙ୍କ…

ରାହୁଙ୍କ ମକର ରାଶିରେ ଗୋଚର, ୨୦୨୮ ଯାଏ ୩ ରାଶିରେ ଧନବର୍ଷା, ଚାକିରିରେ ମିଳିବ ପ୍ରମୋଶନ

ଶୁକ୍ର ଗ୍ରହ ୧୧ ସେପ୍ଟେମ୍ୱର ୨୦୨୬ରେ ନକ୍ଷତ୍ର ପରିବର୍ତ୍ତନ କରିବାକୁ ଯାଉଛନ୍ତି। ସେ ଚିତ୍ରା ନକ୍ଷତ୍ରରୁ ବାହାରି ରାହୁଙ୍କ ଅଧୀନରେ ଥିବା ସ୍ୱାତୀ ନକ୍ଷତ୍ରରେ ଗୋଚର କରିବେ।…

ଛୁଟିରେ ଘରକୁ ଆସି ଆଖି ବୁଜିଲେ, ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପୁରୀ ସ୍ୱର୍ଗଦ୍ୱାରରେ BSF ଯବାନଙ୍କ ଶେଷକୃତ୍ୟ ସମ୍ପନ୍ନ

ଦିଗପହଣ୍ଡି,୮।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ପଞ୍ଚାୟତ ବାଗଡା ଗ୍ରାମର ବିଏସଏଫ୍ (BSF) ସିନିୟର ହାବିଲଦାର ବି. କାନା (୫୩)ଙ୍କ ଆକସ୍ମିକ ମୃତ୍ୟୁ…

ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଉପହାର, ୨୦% ମିଳିବ ବୋନସ ଆଉ ତା’ ସହ…

ନୂଆଦିଲ୍ଲୀ,୮।୯: କର୍ମଚାରୀମାନଙ୍କ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି। ଏବେ ନୂତନ ଶ୍ରମ କୋଡ (Labour Code) ଅଧୀନରେ କର୍ମଚାରୀମାନଙ୍କୁ ପ୍ରାୟ ୨୦ ପ୍ରତିଶତ ପର୍ଯ୍ୟନ୍ତ…

ଘର ତିଆରି ନାଁରେ ୧୬ ଲକ୍ଷ ଟଙ୍କା ନେଇ ଫେରାର , ବାଉନ୍ସ ହେଲା ଚେକ୍‌: ଅଭିଯୁକ୍ତ ଯୁବକ ଗିରଫ

ପାରଳାଖେମୁଣ୍ଡି,୮ା୯(ଗିରିଧାରୀ ପରିଛା): ୧୬ ଲକ୍ଷ ଟଙ୍କା ଠକେଇ ଓ ଜୀବନରୁ ମାରିଦେବାକୁ ଧମକ ଦେବା ଅଭିଯୋଗରେ ପାରଳାଖେମୁଣ୍ଡି ଥାନା ପୋଲିସ ଆନ୍ଧ୍ରପ୍ରଦେଶର ଜଣେ ଯୁବକଙ୍କୁ ଗିରଫ କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri