ସେଲିନାଙ୍କ ବୈବାହିକ ଜୀବନରେ ଝଡ଼, ସ୍ବାମୀଙ୍କୁ ମାଗିଲେ ୫୦ କୋଟିର କ୍ଷତିପୂରଣ,୧୦ ଲକ୍ଷର… 

ମୁମ୍ବାଇ: ଚର୍ଚ୍ଚାରେ ବଲିଉଡର ପୂର୍ବତନ ଅଭିନେତ୍ରୀ ତଥା ମିସ୍‌ ଇଣ୍ଡିଆ ସେଲିନା ଜେଟଲୀ। ତାଙ୍କ ବୈବାହିକ ଜୀବନରେ ଝଡ଼ ସୃଷ୍ଟି ହୋଇଛି। ସ୍ବାମୀ ପିଟର ହାଗଙ୍କ ବିରୋଧରେ ଅଭିନେତ୍ରୀ ଘରୋଇ ହିଂସା ଭଳି ସଂଗିନ ଅଭିଯୋଗ ଆଣି କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ଏହି ଖବର ବଲିଉଡଜଗତରେ ଆଲୋଡ଼ନ ସୃଷ୍ଟି କରିଛି।
୪୭ ବର୍ଷୀୟ ସେଲିନା ୨୦୧୦ ସେପ୍ଟେମ୍ବର ୧୮ରେ  ସେଲିନା ପିଟର୍‌ଙ୍କୁ ବିବାହ କରିଥିଲେ। ଏବେ ସେ ତିନୋଟି ସନ୍ତାନର ଜନନୀ। ପିଟର ତାଙ୍କୁ ଶାରୀରିକ, ମାନସିକ, ଯୌନ ଏବଂ ଆର୍ଥିକ ନିର୍ଯାତନା ଦେଉଥିବା ନେଇ ସେ ଅଭିଯୋଗ କରିଛନ୍ତି। ଏପରିକି ସେ ୫୦ କୋଟି ଟଙ୍କା କ୍ଷତିପୂରଣ ସହ ମାସକୁ ୧୦ ଲକ୍ଷ ଟଙ୍କା ଭରଣପୋଷଣର କରିଛନ୍ତି ଦାବି । ଅଭିନେତ୍ରୀ ଅନ୍ଧେରୀ କୋର୍ଟର ଦ୍ୱାରସ୍ଥ ହୋଇଥିବା ବେଳେ ଆଗାମୀ ଦିନରେ ଶୁଣାଣି ହେବ।
ସେଲିନା ଏବେ ଅଷ୍ଟ୍ରିୟାରୁ ଭାରତକୁ ଫେରିଆସିଛନ୍ତି। କିନ୍ତୁ ସନ୍ତାନମାନଙ୍କୁ ପିଟର୍‌ ଅଷ୍ଟ୍ରିୟାରେ ରଖି ତାଙ୍କୁ ଭିଡିଓ କଲ୍‌ ଓ ଫୋନ କଲ୍‌ କରିବାରୁ ବାରଣ କରୁଛନ୍ତି। ସେଲିନା ଅଦାଲତଠାରୁ ସନ୍ତାନମାନଙ୍କର ଅଭିଭାବକତ୍ୱ ଏବଂ ନିୟମିତ ଯୋଗାଯୋଗର ଅନୁମତି ଦାବି କରିଛନ୍ତି। ଏହାର ପରବର୍ତ୍ତୀ ଶୁଣାଣି ୧୨ ଡିସେମ୍ବର ୨୦୨୫ରେ ନିର୍ଦ୍ଧାରିତ କରାଯାଇଛି।

ସେଲିନା ଜେଟଲୀ ୨୦୦୩ରେ ଅଭିନୟରେ ଡେବ୍ୟୁ କରିଥିଲେ। ତାଙ୍କର ଅଭିନୟରେ ‘ନୋ ଏଣ୍ଟ୍ରି’, ’ଶୋର୍ଯ୍ୟ’ ଭଳି ଫିଲ୍ମ ରହିଛି। ବିବାହ ପରେ ସେ ଫିଲ୍ମ ଇଣ୍ଡଷ୍ଟ୍ରୀରୁ ଦୂରେଇ ଯାଇ ପରିବାର ଓ ସନ୍ତାନମାନଙ୍କ ପ୍ରତି ଧ୍ୟାନ ଦେଇଥିଲେ। ହେଲେ ବୈବାହିକ ଜୀବନରେ ହିଂସାର ସମ୍ମୁଖୀନ ହେବା ପରେ ସେ ଭାଙ୍ଗି ପଡ଼ିଛନ୍ତି। ସୋସିଆଲ ମିଡିଆରେ ଭାବବିହ୍ବଳ ପୋଷ୍ଟ ଲେଖିଛନ୍ତି, ଯାହାକୁ ଦେଖି ପ୍ରଶଂସକ ତାଙ୍କୁ ଶାନ୍ତ୍ୱନା ଦେଉଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

ମୋଦିଙ୍କ ଘୋଷଣା ଶୁଣି ଟ୍ରମ୍ପ ଛାନିଆ! କହିଦେଲେ…

ନୂଆଦିଲ୍ଲୀ,୫।୧୨:ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଗସ୍ତରେ ଅଛନ୍ତି। ଆଜି ତାଙ୍କ ଗସ୍ତର ଦ୍ୱିତୀୟ ଦିନ। ଗୁରୁବାର ରାତିରେ ଭାରତରେ ପହଞ୍ଚିଥିବା ପୁଟିନ ମହାତ୍ମା ଗାନ୍ଧୀଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri