ପ୍ରେମ ସରିଲା, ଟାଟୁ ଲିଭିଲା

ପ୍ରେମ ଯେତେବେଳେ ହୁଏ ଚାରିଆଡ ଲାଗେ ପ୍ରେମମୟ। ମନ କହେ ସେଇ ମଣିଷଟି ହିଁ ସବୁଠୁ ନିଜର। ସେ ସାଥୀ ସାତ ଜନ୍ମର। ଏଇ ପ୍ରେମକୁ ଜାହିର କରିବା ଲାଗି କେହି କେହି ଶରୀରରେ ପ୍ରିୟ ମଣିଷ ନାଁର ଟାଟୁ ବି କରନ୍ତି । ତେବେ ଖାଲି ସାଧାରଣ ମଣିଷ ନୁହନ୍ତି କିଛି ସେଲିବ୍ରିଟି ବି ଟାଟୁ ମାଧ୍ୟମରେ ପ୍ରେମକୁ ଜାହିର କରିଥାନ୍ତି। କିନ୍ତୁ ଦୁଃଖର କଥା ବେଳେବେଳେ ସମ୍ପର୍କ ଭାଙ୍ଗିଗଲେ…। ଆଉ ବାଧ୍ୟ ହୋଇ ଟାଟୁକୁ ଶରୀରରୁ ଲିଭେଇବାକୁ ପଡ଼େ। ଯେମିତିକି ଏଇ ସେଲିବ୍ରିଟିମାନେ ପ୍ରେମପାଇଁ ଖୋଦେଇ କରିଥିବା ଟାଟୁକୁ ସମ୍ପର୍କ ଭାଙ୍ଗିବାପରେ ଲିଭେଇ ଦେଇଛନ୍ତି…

ଦୀପିକା ପାଦୁକୋନ: ବଲିଉଡର ଗ୍ଲାମର୍ସ ନାୟିକା ଦୀପିକା, ଅଭିନେତା ରଣବୀର କପୁରଙ୍କ ସହ ରିଲେଶନଶିପ୍‌ରେ ଥିବାବେଳେ ବେକରେ ‘ଆର୍‌କେ’ ଟାଟୁ କରାଇଥିଲେ। ହେଲେ ଏହି ରିଲେଶନଶିପ୍‌ ବେଶିଦିନ ତିଷ୍ଠି ନ ଥିଲା। ଦୁହେଁ ଅଲଗା ହୋଇଯାଇଥିଲେ। ପରେ ରଣବୀର ସିଂହ ତାଙ୍କ ଜୀବନକୁ ଆସିଥିଲେ। ତାଙ୍କ ସହ ସେ ବିବାହ ବି କଲେ। ତେଣୁ ସେ ବେକରେ କରିଥିବା ସେହି ଟାଟୁକୁ ହଟେଇ ଦେଇଛନ୍ତି।

ହ୍ରିତିକ ରୋଶନ-ସୁଜେନ୍‌: ହ୍ରିତିକ ରୋଶନ ଓ ସୁଜେନ ଖାଁଙ୍କ ଯୋଡି ବଲିଉଡ଼ର ଏକ ସୁନ୍ଦର ଯୋଡି ଥିଲା। ଦୁହିଁଙ୍କ ପ୍ରେମ କାହାଣୀର ବେଶ୍‌ ଚର୍ଚ୍ଚା ହେଉଥିଲା। ଏହି କପଲ୍‌ ନିଜ ପ୍ରେମକୁ ପ୍ରକାଶ କରିବା ଲାଗି ଉଭୟେ ହାତରେ ଷ୍ଟାର ଟାଟୁ ବି କରିଥିଲେ। ହେଲେ ଦୀର୍ଘବର୍ଷର ସୁଖି ଦାମ୍ପତ୍ୟ ଜୀବନ ପରେ ଦୁହେଁ ଅଲଗା ହୋଇଗଲେ। ଏହାପରେ ସୁଜେନ ନିଜ ହାତର ଷ୍ଟାରରେ କିଛି ମୋଡିଫିକେଶନ କରି ‘ଫଲୋ ୟୋର ସନ୍‌ସାଇନ୍‌’ଟାଟୁ କରାଇଛନ୍ତି। ହେଲେ ହ୍ରିତିକଙ୍କ ହାତରେ ଏବେବି ସେହି ଷ୍ଟାର ଟାଟୁ ଅଛି। ଏବେ ଦେଖିବାକୁ ବାକି ଅଛି ଯେ, ହ୍ରିତିକ ଯେହେତୁ ସବା ଆଜାଦଙ୍କ ସହ ରିଲେଶନ୍‌ରେ ଅଛନ୍ତି ସେ ସେଇ ପୁରୁଣା ଟାଟୁକୁ ହଟଉଛନ୍ତି କି ନାହିଁ।

ଏମୀ ଜ୍ୟାକ୍ସନ ଓ ପ୍ରତୀକ ବବ୍ବର: ଏମି ଜ୍ୟାକ୍ସନ ଓ ପ୍ରତୀକ ବବ୍ବର ବି ଦିନେ ରିଲେଶନଶିପ୍‌ରେ ଥିଲେ। ସେତେବେଳେ ଏମୀ ନିଜ ହାତରେ ବଡ଼ ବଡ଼ ଅକ୍ଷରରେ ପ୍ରତୀକଙ୍କ ନାମର ଟାଟୁ ‘ମେରା ପ୍ୟାର ମେରା ପ୍ରତୀକ’ କରାଇଥିଲେ। ପ୍ରତୀକ ବବ୍ବର ବି ‘ମେରା ପ୍ୟାର ମେରୀ ଏମୀ’ ଟାଟୁ ନିଜ ହାତରେ କରାଇଥିଲେ। ହେଲେ ବ୍ରେକ୍‌ଅପ୍‌ ପରେ ଏମୀ ନିଜ ହାତର ଟାଟୁକୁ ହଟେଇ ଦେଇଥିଲେ।

ରାକ୍ଷୀ ସାଓ୍ବନ୍ତ: ବିଗ୍‌ବସ୍‌ ସିଜନ ୧୪ ପରେ ଡ୍ରାମା କୁଇନ୍‌ଭାବେ ପରିଚିତ ରାକ୍ଷୀ ସାଓ୍ବନ୍ତ ସ୍ବାମୀ ରିତେଶଙ୍କ ଉପରେ ନାନା ପ୍ରକାରର ଅଭିଯୋଗ ଆଣି ତାଙ୍କଠାରୁ ଛାଡ଼ପତ୍ର ନେଇଥିଲେ। ଏହାପରେ ରାକ୍ଷୀ ସ୍ବାମୀଙ୍କ ନାମର ଟାଟୁ ହଟେଇ ସୋସିଆଲ ମିଡ଼ିଆରେ ଏକ ଭିଡ଼ିଓ ଜାରି କରି କହିଥିଲେ ତିନି ବର୍ଷର ବିବାହ ପରେ ରିତେଶ ଆଜି ମୋ ଶରୀର ଓ ମୋ ଜୀବନରୁ ସମ୍ପୂର୍ଣ୍ଣଭାବେ ଚାଲି ଯାଇଛନ୍ତି।

ଆଞ୍ଜେଲିନା ଜୋଲି: ହଲିଉଡ ଅଭିନେତ୍ରୀ ଆଞ୍ଜେଲିନା ଥରେ ଏକ ଇଣ୍ଟରଭ୍ୟୁରେ କହିଥିଲେ ଯେ, ସେ ତାଙ୍କର ପୂର୍ବତନ ପ୍ରେମିକ ବିଲି ବବ୍‌ ଥର୍ନଟନ୍‌ଙ୍କର ଟାଟୁ ନିଜ ବାହୁରେ କରିଥିଲେ। ହେଲେ ପରେ ଯେବେ ସମ୍ପର୍କ ଭାଙ୍ଗିଗଲା ଲେଜର୍‌ ସର୍ଜରୀ ମାଧ୍ୟମରେ ତାକୁ ଲିଭେଇ ଦେଇଥିଲେ। ଆଉ ସେହି ସ୍ଥାନରେ ନିଜ ପିଲାମାନଙ୍କର ଜନ୍ମ ସ୍ଥାନର ଏକ ଭୌଗୋଳିକ କୋର୍ଡିନେଟେଡ ଟାଟୁ କରାଇଥିଲେ।

ଜନି ଡେପ୍‌: ବ୍ରେକ୍‌ଅପ୍‌ ପରେ ଟାଟୁ ହଟେଇଥିବା ତାଲିକାରେ ଆଉ ଜଣେ ପ୍ରସିଦ୍ଧ ଅଭିନେତା ହେଉଛନ୍ତି ଜନି ଡେପ୍‌। ହଲିଉଡ଼ର ଏହି ଲୋକପ୍ରିୟ ଅଭିନେତା ଏକ ଫିଲ୍ମର ପ୍ରିମିୟରରେ ଭେଟିଥିଲେ ଓ୍ବିନୋନା ରାଇଡର୍‌ଙ୍କୁ। ଆଉ ପ୍ରଥମ ଦେଖାରେ ହିଁ ପ୍ରେମ ହେଇଯାଇଥିଲା। ସେତେବେଳେ ଜନି ଡେପ୍‌ଙ୍କୁ ୨୬ ବର୍ଷ ଓ ଓ୍ବିନୋନାଙ୍କୁ ୧୮ ବର୍ଷ ବୟସ। ପରେ ଓ୍ବିନୋନା ବି ଜନିଙ୍କୁ ଖୁବ୍‌ ଭଲ ପାଇଥିଲେ। ଦୁହେଁ ପ୍ରେମରେ ଏତେ ମାତ୍ରାରେ ବୁଡ଼ି ଯାଇଥିଲେ ଯେ, ଜନି ଡେପ ନିଜ ବାହାରେ ‘ଓ୍ବିନୋନା ଫରଏଭର୍‌’ର ଟାଟୁ କରିଥିଲେ। କିନ୍ତୁ ଦୁଃଖର କଥା ୪ ବର୍ଷ ପରେ ଏହି ସୁନ୍ଦର ପ୍ରେମ କାହାଣୀଟି ଭାଙ୍ଗିଯାଇଥିଲା। ଆଉ ଜନି ଡ଼େପ୍‌ ସେ ଟାଟୁ ଲିଭେଇ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୋଟିପତି ବଏଫ୍ରେଣ୍ଡଙ୍କୁ ବିବାହ କରିବେ ସାଉଥ ଅଭିନେତ୍ରୀ କିର୍ତ୍ତୀ ସୁରେଶ: ଭାଇରାଲ ହେଲା ବିବାହ କାର୍ଡ

ସାଉଥ ଅଭିନେତ୍ରୀ କିର୍ତ୍ତୀ ସୁରେଶ  କରିବେ ବିବାହ । ସେ ତାଙ୍କର  ବହିଦିନର ପ୍ରେମିକ ଆଣ୍ଟୋନି ଥାଟିଲଙ୍କୁ କରବାକୁ ଯାଉଛନ୍ତି । ନିକଟରେ ଇନଷ୍ଟାଗ୍ରାମରେ ସେ...

ଛାଡପତ୍ର ଖବର ଉପରେ ବ୍ରେକ୍‌ ଲଗାଇଲେ ଐଶ୍ୱର୍ଯ୍ୟା-ଅଭିଷେକ, ସୋସିଆଲ ମିଡିଆରେ ଭାଇରାଲ ହେଉଛି…

ମୁମ୍ବାଇ: ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ଏବଂ ଅଭିଷେକ ବଚ୍ଚନଙ୍କ ଛାଡପତ୍ର ଗୁଜବ ଦୀର୍ଘ ଦିନ ଧରି ଚର୍ଚ୍ଚାରେ ରହିଛି। ବାସ୍ତବରେ ଏହି ଦମ୍ପତିଙ୍କୁ ଅନେକ ସମୟରେ...

ଗୁରୁବାର ବଲିଉଡ ଓ ଶୁକ୍ରବାର ଦିନ ସାଉଥ୍‌ରେ କାହିଁକି ରିଲିଜ୍‌ ହୁଏ ଫିଲ୍ମ? ଜାଣିଲେ ତାଜୁବ ହେବେ…

ନୂଆଦିଲ୍ଲୀ,୬।୧୨: ଆପଣ ନିଶ୍ଚିତ ଭାବରେ ଦେଖିଥିବେ ଯେ ବଲିଉଡର ଅଧିକାଂଶ ଫିଲ୍ମ ଶୁକ୍ରବାର ଦିନ ରିଲିଜ୍‌ ହେଉଥିବାବେଳେ ସାଉଥ୍‌ ଫିଲ୍ମରେ ଏହା ଗୁରୁବାର ରିଲିଜ୍‌ ହୋଇଥାଏ।...

ଭାଙ୍ଗିଲା ହଲିଉଡ-ବଲିଉଡ ରେକର୍ଡ: ଅଲୁ ଅର୍ଜୁନଙ୍କୁ ମିଳିଲା ସର୍ବାଧିକ ପାରିଶ୍ରମ

ମୁମ୍ବାଇ: ସାଉଥ ମେଗାଷ୍ଟାର ଅଲୁ ଅର୍ଜୁନ ପୁଣିଥରେ ସିନେମାଘରେ ନିଆଁ ଲଗାଇଛନ୍ତି। ଗୁରୁବାର ବହୁ ପ୍ରତିକ୍ଷିତ ଫିଲ୍ମ ପୁଷ୍ପା-୨ ରିଲିଜ ହୋଇଛି। ଏହି ଫିଲ୍ମ ସିନେମାଘରକୁ...

ପରଦାକୁ ଆସିଲା ପୁଷ୍ପା-୨: ଭାଙ୍ଗିବ ରେକର୍ଡ

ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟିଛି। ବହୁ ଚର୍ଚ୍ଚିତ ତେଲୁଗୁ ଚଳଚ୍ଚିତ୍ର ‘ପୁଷ୍ପା-୨’ ଆଜି ରିଲିଜ ହେବାକୁ ଯାଉଛି। ହେଲେ ରିଲିଜ ହେବା ପୂର୍ବରୁ ଫିଲ୍ମଟି...

ଅବସର ଘୋଷଣା କରି ଶୁଟିଂସେଟ୍‌କୁ ଫେରିଲେ ବିକ୍ରାନ୍ତ, ଫ୍ୟାନ୍ସ ତାଜୁବ

ମୁମ୍ବାଇ: ନିକଟରେ ବଲିଉଡ ଅଭିନେତା ବିକ୍ରାନ୍ତ ମେସି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ୪ଦିନ ପୂର୍ବରୁ ସେ ଅଭିନୟରୁ ବିରତି ଘୋଷଣା କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲେ।...

ନାଗାଚୈତନ୍ୟ-ଶୋଭିତାଙ୍କ ଚାଲିଥିଲା ବିବାହ, ଏ କ’ଣ ପୋଷ୍ଟ କରିଦେଲେ ସାମନ୍ଥା, ଫିଲ୍ମ ଇଣ୍ଡଷ୍ଟ୍ରିରେ ହଇଚଇ!

ମୁମ୍ବାଇ: ହାଇଦ୍ରାବାଦରେ ବୁଧବାର ତେଲୁଗୁ ରୀତିନୀତି ଅନୁଯାୟୀ ଅଭିନେତା ନାଗା ଚୈତନ୍ୟ ଏବଂ ଶୋଭିତା ଧୁଲିପାଲ ବିବାହ କରିଛନ୍ତି। ଅଭିନେତ୍ରୀ ସାମନ୍ଥା ପ୍ରଭୁଙ୍କୁ ଛାଡପତ୍ର ଦେବା...

ଲରେନ୍ସ ବିଷ୍ଣୋଇଙ୍କୁ ଡାକିବି କି? ଶୁଟିଂ ସେଟ୍‌ରେ ପଶି ସଲମାନଙ୍କୁ ଧମକ ଦେଲେ ଅଜଣା ଯୁବକ

ମୁମ୍ବାଇ,୫।୧୨:ମୁମ୍ବାଇରେ ସଲମାନଙ୍କ ଏକ ଫିଲ୍ମର ଶୁଟିଂ ଚାଲିଥିବାବେଳେ ଜଣେ ଅଜଣା ଯୁବକ ଶୁଟିଂ ସେଟ୍‌ ମଧ୍ୟରେ ପଶି ସଲମାନଙ୍କୁ ଧମକ ଦେଇଛନ୍ତି। ଉକ୍ତ ଯୁବକ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri