ସିଏ ଥିଲେ ସାଥିରେ ସବୁ ଲାଗେ ଖାସ୍‌: ଏଲି ପାଢ଼ୀ

ଖୁବ୍‌ କମ୍‌ ବୟସରୁ ସେ ଆସିଥିଲେ ଆଲବମ୍‌ ଜଗତକୁ। ତା’ପରେ ଆଙ୍କରିଂରେ ମଚେଇଲେ ଧମାଲ୍‌। ପରେ ପୁଣି ବଡ଼ପରଦାରେ ଦେଖେଇଲେ ନିଜର ଜଲ୍‌ଓ୍ବା। ଏହି ଆଙ୍କର୍‌ କମ୍‌ ଅଭିନେତ୍ରୀ ଜଣକ ହେଉଛନ୍ତି ସମସ୍ତଙ୍କର ପ୍ରିୟ ଏଲି ପାଢ଼ୀ…

ପସନ୍ଦ ନୁହେଁ ମେକ୍‌ଅପ୍‌ ହେବା
ଗହଣାର ସଉକ ନାହିଁ କି ସଜେଇ ହେବା ମୋତେ ପସନ୍ଦ ନୁହେଁ। ମେକ୍‌ଅପ୍‌ କରିବାକୁ ତ ଜମାରୁ ଭଲ ଲାଗେନି। ଏଇ ଇଣ୍ଡଷ୍ଟ୍ରିରେ ମୋର ପ୍ରାୟ ୨୨ ବର୍ଷ ହୋଇଗଲାଣି। ୫ମ-୬ଷ୍ଠ ଶ୍ରେଣୀରୁ ଆଲବମ୍‌ କରିବା ଆରମ୍ଭ କରିଥିଲି। ଏତେ ବର୍ଷ ଧରି ମେକ୍‌ଅପ୍‌ ନେଇ ନେଇ ବିରକ୍ତ ହୋଇଗଲିଣି। ତେଣୁ ଘରେ ଥିଲେ ଅବା ବାହାରକୁ ଗଲେ ମୁଁ ଜମାରୁ ମେକ୍‌ଅପ୍‌ ନେଇ ନ ଥାଏ।

ଆରମ୍ଭ ଆଲବମ୍‌ରୁ

ମା’ଙ୍କଠାରୁ ନାଚ ଶିଖିଥିଲି। ଆଉ ସେଇ ନାଚ ହିଁ ମୋତେ ଓଲିଉଡ ଇଣ୍ଡିଷ୍ଟ୍ରୀକୁ ବାଟ କଢ଼େଇ ନେଇଥିଲା। ପ୍ରଥମେ ଆଲବମ୍‌। ତା’ପରେ ଆଙ୍କରିଂ ଓ ପରେ ଚଳଚ୍ଚିତ୍ରରେ କାମ କଲି। ପ୍ରଥମ ଚଳଚ୍ଚିତ୍ର ଏଇ ମିଳନ ଯୁଗ ଯୁଗର, ପ୍ରଥମ ଆଲ୍‌ବମ୍‌ ଥିଲା ‘ତାଜା ଖବର’।

ଅଭିନୟ ଓ ଆଙ୍କରିଂ
ଜଣେ କଳାକାରଭାବେ ମୋତେ ସବୁ କରିବାକୁ ଭଲ ଲାଗେ। ତେବେ ତାହା ଆଙ୍କରିଂ ହେଉ କି ଅଭିନୟ ।

ଅବସରରେ
ଅବସର ସମୟରେ କିଛି ନୂଆ ଶିଖିବାକୁ ପସନ୍ଦ କରେ, ଯେମିତିକି ଫଟୋ ଏଡିଟିଂ ଶିଖିବା, ୟୁଟ୍ୟୁବ୍‌ରେ ନୂଆ ଟେକ୍‌ନିକ୍‌ ବ୍ୟବହାର କରି ପ୍ରସ୍ତୁତ ହେଉଥିବା ଭିଡିଓ ଦେଖିବା। ଏବେ ଗିଟାର ବି ଶିଖୁଛି। ତା’ଛଡା ମମିଙ୍କ ସହ ଫୋନ୍‌ରେ ଗପିବା ମୋତେ ସବୁଠୁ ବେଶି ଭଲ ଲାଗେ।

ଖାଇବା ପସନ୍ଦ
ଚିକେନ୍‌ ବହୁତ ପସନ୍ଦ। ଖାସ୍‌କରି ମମିଙ୍କ ହାତ ତିଆରି ଚିକେନ୍‌ ମୋର ଭାରି ପ୍ରିୟ। ହେଲେ ମିଠା, ଖଟା ଜମାରୁ ପସନ୍ଦ ନୁହେଁ।

ସ୍ବାମୀଙ୍କୁ ପସନ୍ଦ ମୋ ରୋଷେଇ
ମୁଁ ବହୁତ ଭଲ ରୋଷେଇ କରେ। ତା’ଛଡା ସ୍ବାମୀ ମୋର ବେଶ୍‌ ସ୍ବାସ୍ଥ୍ୟ ସଚେତନ। ସେଥିପାଇଁ ମୁଁ ତିଆରି କରୁଥିବା କମ୍‌ ତେଲ ମସଲାର ଖାଦ୍ୟ ତାଙ୍କୁ ଭଲ ଲାଗେ। ଆଉ ତାଙ୍କ ଡିମାଣ୍ଡ ଅନୁସାରେ ରାନ୍ଧି ଖୁଆଇବାରେ ମୋତେ ଆନନ୍ଦ ମିଳେ।

ଜାଣି ନ ଥିଲି ସେ ହେବେ ମୋ ଜୀବନ ସାଥୀ
ଆମେ ଦୁହେଁ ଗୋଟିଏ ସ୍ଥାନର। ଆଗରୁ ପରସ୍ପରକୁ ଚିହ୍ନିଥିଲୁ, ଜାଣିଥିଲୁ ମଧ୍ୟ। ହେଲେ ମୁଁ ଜାଣି ନ ଥିଲି ଯେ ସେଇ ଚିହ୍ନା ପିଲାଟି ମୋର ସ୍ବାମୀ ହେବେ। ଜାଣିଥିଲେ ହୁଏତ କେବେ ଭାବି ନ ଥାନ୍ତି ଯେ, ମୋ ମନର ମଣିଷ କେମିତି ହୋଇଥିବେ ବୋଲି।

ରାଗି ଥିଲି, ଏବେ ନୁହେଁ
ମୁଁ ଆଗରୁ ବହୁତ ରାଗି ଥିଲି। ହେଲେ ବାହାଘର ପରେ ସ୍ବାମୀଙ୍କ ରାଗ ଦେଖି ମୁଁ ମୋ ରାଗକୁ ନିୟନ୍ତ୍ରଣରେ ରଖିବା ଶିଖିଗଲି। ଭାବିଲି ଦୁହେଁ ଯଦି ରାଗିବୁ ତା’ହେଲେ ସବୁଦିନ ଝଗଡ଼ା ହିଁ ହେବ।

ବୁଲାବୁଲି ପସନ୍ଦ
ବୁଲାବୁଲି ମୋତେ ବହୁତ ପସନ୍ଦ। ଆଉ ସ୍ବାମୀ ସାଥିରେ ଥିଲେ ଛୋଟିଆ ଜାଗା ବି ମୋତେ ସ୍ପେଶାଲ ଲାଗେ।

ଡେଲି ରୁଟିନ୍‌
ସକାଳ ୫.୩୦ରୁ ୬ଟା ଭିତରେ ଉଠିଯାଏ। ଘରେ ଯୋଗ, ଏକ୍ସରସାଇଜ୍‌ ଓ ଜୁମ୍ବା କରେ। ୯.୩୦ରେ କାମକୁ ବାହାରିଯାଏ। ଲେଟ୍‌ ନାଇଟ୍‌ ଶୁଟିଂକୁ ଏବେ ଆଭଏଡ୍‌ କରୁଛି। ରାତିରେ ସବୁବେଳେ ଜଲ୍‌ଦି ଖାଇ ଜଲ୍‌ଦି ଶୋଇବାକୁ ଚେଷ୍ଟା କରେ।

ଫ୍ୟୁଚର ପ୍ଲାନିଂ କରେନି
କୋଭିଡ୍‌ରେ ଅନେକ ପ୍ରିୟ ଲୋକଙ୍କୁ ଆଖି ସାମ୍‌ନାରେ ଯିବାର ଦେଖିବା ପରଠାରୁ ଭବିଷ୍ୟତ ପାଇଁ ପ୍ଲାନିଂ କରିବା ମୁଁ ଛାଡିଦେଇଛି। ଭବିଷ୍ୟତ ଅନିଶ୍ଚିତ। ଯାହା ଭାଗ୍ୟରେ ଅଛି ତାହା ହିଁ ହେବ। ତେଣୁ ପ୍ଲାନିଂର ଆବଶ୍ୟକତା ନାହିଁ ବୋଲି ମୁଁ ମନେକରେ।

-ଶିବାନୀ ମହାନ୍ତି


Enter your email to get our daily news in your inbox.

All Right Reserved By Dharitri.Com

‘ବହୁତ କଥା ହେଉଛୁ ତୁ…’: କ୍ୟାମେରା ଆଗରେ ନିୟନ୍ତ୍ରଣ ହରାଇଲେ ରଣବୀର! କାହାକୁ ଏମିତି କହିଲେ ଜାଣନ୍ତୁ

ମୁମ୍ବାଇ,୨୭।୯: ବଲିଉଡ୍‌ ଅଭିନେତା ରଣବୀର କପୁର, ଆଲିଆ ଭଟ୍ଟ ଓ ବିକି କୌଶଲ୍‌ ଖୁବଶୀଘ୍ର ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭନ୍‌ସାଲୀଙ୍କ ଫିଲ୍ମ ‘ଲଭ୍‌ ଆଣ୍ଡ ୱାର୍‌’ରେ ଏକାଠି…

‘ଘର ଭାଙ୍ଗୁଥିବାଙ୍କୁ ପ୍ରୋତ୍ସାହନ ଦିଅନି’, ଗୋବିନ୍ଦା-କୋମଲଙ୍କୁ ନେଇ ବିସ୍ଫୋରକ ବୟାନ ଦେଲେ…

ମୁମ୍ବାଇ: ବଲିଉଡ ଅଭିନେତା ଗୋବିନ୍ଦାଙ୍କୁ ଲାଲବାଗଚା ରାଜାଙ୍କ ଦର୍ଶନ କରି ଆଶୀର୍ବାଦ ନେଉଥିବା ବେଳେ ତାଙ୍କ କଥିତ ଗର୍ଲଫ୍ରେଣ୍ଡ ଓ କୋ-ଷ୍ଟାର୍‌ କୋମଲ ରାଣୀ ସ୍ବର୍ଣ୍ଣକାରଙ୍କ ସହ…

ଭିଡ଼ିଓ ଭାଇରାଲ, ହଠାତ ଚମକିଲେ ଐଶ୍ୱର୍ଯ୍ୟା, ଆରାଧ୍ୟାଙ୍କୁ ମିସ୍‌ କଲେ ପ୍ରଶଂସକ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଦୀର୍ଘ ଦିନ ଧରି ବଡ଼ ପରଦାରୁ ଦୂରେଇ ରହିଥିଲେ ମଧ୍ୟ ସେ ସର୍ବଦା ଚର୍ଚ୍ଚାରେ ରୁହନ୍ତି। ନିକଟରେ ଶନିବାର…

ସୁନିତା ଆହୁଜାଙ୍କୁ ନେଇ କୋମଲ ରାଣୀଙ୍କ ଚାଞ୍ଚଲ୍ୟକର ଦାବି; ‘ଯିଏ ତାଙ୍କ ସ୍ବାମୀଙ୍କ ହତ୍ୟା ପଛରେ ଥିଲେ…’: ଗୋବିନ୍ଦାଙ୍କ ସହ ଡେଟିଂକୁ ନେଇ…

ମୁମ୍ବାଇ,୨୬।୯: ବଲିଉଡ ଅଭିନେତା ଗୋବିନ୍ଦା ଦୀର୍ଘ ଦିନ ଧରି ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଆସିଛନ୍ତି। ତାଙ୍କ ପତ୍ନୀ ସୁନିତା ଆହୁଜା ବାରମ୍ବାର ଗୋବିନ୍ଦାଙ୍କ ଅନ୍ୟ…

ଅମିତାଭଙ୍କ ସାମ୍ନାରେ ଭାବପ୍ରବଣ ହୋଇପଡ଼ିଲେ ରାଜକୁମାର: କହୁ କହୁ କହିଦେଲେ…

ମୁମ୍ବାଇ:ଲୋକପ୍ରିୟ କୁଇଜ ରିଆଲିଟି ଶୋ’ ‘କୌନ ବନେଗା କରୋଡପତି’ ସିଜନ ୧୮ର ମଞ୍ଚ କେବଳ ଜ୍ଞାନ ଓ ପୁରସ୍କାରରେ ସୀମିତ ନୁହେଁ। ଅନେକ ସମୟରେ ଏଠାରେ ଅତିଥିଙ୍କ…

ଗୋବିନ୍ଦାଙ୍କୁ ଫେରାଇ ଆଣିବାକୁ କୋମଲ ରାଣୀଙ୍କ ବିରୁଦ୍ଧରେ ମୁହଁ ଖୋଲିଲେ ସୁନିତା! ହାତଯୋଡି କଲେ ନିବେଦନ, ଭିଡ଼ିଓ ଦେଖିଲେ…

ମୁମ୍ବାଇ,୨୬।୯: ଗୋବିନ୍ଦା ଏବଂ ସୁନିତା ଆହୁଜାଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ବିବାଦ ଚାଲିଆସୁଛି। ଖବର ଅନୁଯାୟୀ, ସୁନିତା ଅଭିଯୋଗ କରିଛନ୍ତି ଯେ ଗୋବିନ୍ଦାଙ୍କର କୋମଲ ରାଣୀ…

‘ଦୃଶ୍ୟମ ୩’କୁ ନେଇ ବଢୁଛି କ୍ରେଜ୍‌: ଓପନିଂ ଡେ’ରେ ୫୦ କୋଟି ଟାର୍ଗେଟ୍‌

ମୁମ୍ବାଇ: ବଲିଉଡ୍‌ର ଲୋକପ୍ରିୟ ସସ୍ପେନ୍ସ-ଥ୍ରିଲର୍‌ ଫ୍ରାଞ୍ଚାଇଜ ‘ଦୃଶ୍ୟମ’ର ତୃତୀୟ ଭାଗକୁ ନେଇ ଦର୍ଶକଙ୍କ ଉତ୍ସାହ ବଢ଼ିବାରେ ଲାଗିଛି। ଅଜୟ ଦେବଗନଙ୍କ ଅଭିନୀତ ‘ଦୃଶ୍ୟମ ୩’ ୨ ଅକ୍ଟୋବର…

କୋମଲ ରାଣୀଙ୍କ ସହ ଲାଲବାଗଚା ଦର୍ଶନ: ମୁହଁ ଖୋଲିଲେ ଗୋବିନ୍ଦା, ମୋ ଛବି ଖରାପ…

ମୁମ୍ବାଇ,୨୫।୯: ୯୦ ଦଶକର ଲୋକପ୍ରିୟ ଅଭିନେତା ଗୋବିନ୍ଦା ପୁଣିଥରେ ବଲିଉଡ୍‌ରେ କମବ୍ୟାକ୍‌ କରିବାକୁ ପ୍ରସ୍ତୁତ ହେଉଛନ୍ତି । ଏହାରି ଭିତରେ ତାଙ୍କ ଆଗାମୀ ଫିଲ୍ମ ‘ରୂପା’ର କୋ-ଷ୍ଟାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?