ମିଛକୁ ଘୃଣା କରେ, ବାବୁସାନ୍‌ ମୋର ପ୍ରଥମ କ୍ରସ୍‌ : ଶ୍ରଦ୍ଧା ପାଣିଗ୍ରାହୀ

ରିୟାଲିଟି ଶୋ’ ‘ମିଠା ମିଠା ଯୋଡି’ରୁ ଅଭିନୟର ଯାତ୍ରା ଆରମ୍ଭ। ଏହାପରେ ସିରିୟଲ, ମ୍ୟୁଜିକ୍‌ ଭିଡିଓ, ଓ୍ବେବ୍‌ ସିରିଜ୍‌ କରି ସେ ଘରେ ଘରେ ପରିଚିତା। ନିଖୁଣ ଅଭିନୟରେ ଦର୍ଶକଙ୍କ ମନ ଜିଣୁଥିବା ଏଇ ନାୟିକା ଜଣକ ହେଉଛନ୍ତି ଚୁଲ୍‌ବୁଲି
ଶ୍ରଦ୍ଧା ପାଣିଗ୍ରାହୀ।

ପାଠପଢାରେ କେମିତି?
ପାଠ ପଢାରେ ବହୁତ ଭଲ ଥିଲି। ଘରେ ଭାବିଥିଲେ ଭଲ ଚାକିରି କରିବି।

ଅଭିନେତ୍ରୀ ନ ହେଇଥିଲେ କ’ଣ ହେଇଥାନ୍ତେ?
ପୋଲିସ୍‌ ଅଫିସର୍‌। ଆଉ ଏଭଳି ଇଛା ପଛର କାରଣ ହେଉଛି- ସ୍କୁଲ କଲେଜରେ ପଢିବାବେଳେ ବହୁତ ପିଲା ମତେ ଫଲୋ କରୁଥିଲେ। କମେଣ୍ଟ ମାରୁଥିଲେ। ତେଣୁ ଭାବୁଥିଲି ପୋଲିସ୍‌ ଅଫିସର୍‌ ହେଇ ଏଭଳି ପିଲାଙ୍କୁ ଜେଲ୍‌ରେ ପୁରେଇ ଧୁମ୍‌ ପିଟିବି।

ବିଉଟି ସିକ୍ରେଟ୍‌ କ’ଣ?
ପ୍ରାକୃତିକ ଜିନିଷ ବ୍ୟବହାର କରେ। ଆଉ ସବୁବେଳେ ଖୁସିରେ ରହିବାକୁ ଚେଷ୍ଟା କରେ। ଟେନ୍‌ସନ୍‌୍‌ ଆସିଲେ ଅଳ୍ପ ସମୟ ଚିନ୍ତାରେ ରହି ପରେ ତାକୁ ଭୁଲିଯାଏ। ମୋର ପର୍ସନାଲ ଏକ ୟୁଟ୍ୟୁବ୍‌ ଚ୍ୟାନେଲ୍‌ ଅଛି। ଯେଉଁଥିରେ ମୁଁ ନିଜେ ବେନିଫିଟ୍‌ ପାଉଥିବା ବିଉଟି ଟିପ୍ସକୁ ଶେୟାର କରିଥାଏ।

ଡ୍ରିମ୍‌ ରୋଲ୍‌?
ସବୁବେଳେ ସିମ୍ପଲ, ସୋବର ରୋଲ୍‌ କରି କିଛି ଭିନ୍ନ କରିବାର ଇଛା ଅଛି। ଆଉ ମୋର ଡ୍ରିମ୍‌ ରୋଲ ହେଉଛି ସାଇକୋ କ୍ୟାରେକ୍ଟର କରିବା।

ପ୍ରଥମ କ୍ରସ୍‌ କିଏ ଥିଲେ?
ବାବୁସାନ୍‌ ମତେ ବହୁତ ଭଲ ଲାଗନ୍ତି। ତାଙ୍କ ଚକ୍‌ଲେଟି ଲୁକ୍‌ ଓ ମଜାମସ୍ତି ବାଲା କ୍ୟାରେକ୍ଟର ମତେ ବହୁତ ପସନ୍ଦ। ତେଣୁ ଇଣ୍ଡଷ୍ଟ୍ରିକୁ ଆସିବା ସମୟରେ ତାଙ୍କୁ ଦେଖିଲେ ମତେ ଭଲ ଫିଲ୍‌ ହେଉଥିଲା।

ଘୃଣା କାହାକୁ କରନ୍ତି?
ସତକୁ ସାମ୍‌ନା ନ କରିପାରି ସତକୁ ଲୁଚାଇବା ପାଇଁ ଗୋଟେ ପରେ ଗୋଟେ ମିଛ କହୁଥିବା ଲୋକଙ୍କୁ ମୁଁ ଘୃଣା କରେ।

ଫିଟ୍‌ନେସ୍‌ ରାଜ୍‌?
ପାଣି ଅଧିକା ପିଏ। ମୁଁ ଟିକେ ଅଳସୁଆ। ତାଛଡା ଶୁଟିଂ ସିଡ୍ୟୁଲ ପାଇଁ ଜିମ୍‌ ରେଗୁଲାର୍‌ ଯାଇପାରେନା। ସମୟ ମିଳିଲେ କରେ। ଯୋଗ ବି ସେମିତି ସମୟ ମିଳିଲେ କରେ। ଆଉ ମନ ଭଲ ନ ଥିଲେ ବି ଯୋଗ କରେ।

କେଉଁ ଅଭିନେତ୍ରୀ ଭଲ ଲାଗନ୍ତି?

ଅପରାଜିତା ମହାନ୍ତି। ତାଙ୍କର ଅଭିନୟ, ସୌନ୍ଦର୍ଯ୍ୟ ସବୁକିଛି ମତେ ଭଲ ଲାଗେ। ମୋ ଡାକ ନାଁ ବି ଟିକି। ଇଣ୍ଡଷ୍ଟ୍ରୀରେ କେହି କେହି ମତେ କମ୍ପ୍ଲିମେଣ୍ଟ ବି ଦେଇଛନ୍ତି ତାଙ୍କର ଛାପ ମୋଠି ଅଛି ବୋଲି। ଆଉ ବଲିଉଡ୍‌ରେ ମୋର ପସନ୍ଦ ରାନୀ ମୁଖାର୍ଜୀ।

ଲାଇଫ୍‌ ପାର୍ଟନର୍‌
ବାପାମା’ଙ୍କ ଉପରେ ଛାଡିଛି। ସେମାନେ ଯେଉଁମାନଙ୍କୁ ବାଛିବେ ତା’ଭିତରୁ ଜଣକୁ ବାଛି ଆରେଞ୍ଜ ମ୍ୟାରେଜ୍‌ କରିବି।

ସିନେମା ନା ସିରିୟଲ କେଉଁଥିରେ କାମ କରିବାକୁ ବେଶି ପସନ୍ଦ?
ସିନେମା ଅପେକ୍ଷା ସିରିୟଲରେ କାମ କରିବାକୁ ବେଶି ପସନ୍ଦ କରେ। କାହିଁକି ନା ଓଡିଆ ସିନେମାକୁ ବହୁତ କମ୍‌ ଲୋକ ଯାଉଛନ୍ତି ଦେଖିବାକୁ। ଆଉ ସିରିୟଲକୁ ଘରେ ଘରେ ଟିଭି ପରଦାରେ ଦେଖନ୍ତି।

ଫ୍ୟାଶନ୍‌ ଆସେସରିଜ୍‌
ମତେ ସଜବାଜ ହେବାକୁ ବହୁତ ଭଲ ଲାଗେ। ତେଣୁ ସବୁ ପ୍ରକାରର ଗହଣା ମୋର ପସନ୍ଦ। ବିଉଟି ଆସେସରୀ ଭିତରେ ଲିପ୍‌ଷ୍ଟିକ୍‌ ମୋର ଭାରି ପ୍ରିୟ। ୟା’ଛଡା ମତେ ଡିଫରେଣ୍ଟ ଟାଇପ୍‌ର ଡ୍ରେସ୍‌ ପିନ୍ଧିବାକୁ ଭଲ ଲାଗେ। ବେଶି ଏଥ୍‌ନିକ୍‌ ପୋଷାକ ପସନ୍ଦ। ଲୋକ ବି ମତେ ଏଥ୍‌ନିକ୍‌ ଗେଟ୍‌ଅପ୍‌ରେ ପସନ୍ଦ କରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

ମୁମ୍ୱାଇକୁ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ,୪ା୪: ସମୀର ରିଜ୍‌ଭୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ୬ ଉଇକେଟରେ ପରାସ୍ତ…

ୟୁକ୍ରେନ୍‌ ଉପରେ ରୁଷିଆର ଡ୍ରୋନ୍‌ ଆକ୍ରମଣ, ପୁଣି ବଢ଼ାଇଲା ଚିନ୍ତା…

କିଭ୍‌,୪ା୪: ୟୁକ୍ରେନ୍‌ର ନିକୋପୋଲ୍‌ ସହର ଅନ୍ତର୍ଗତ ଏକ ବଜାର ଉପରେ ଶନିବାର ରୁଷିଆ ଡ୍ରୋନ୍‌ ମାଡ଼ କରିବାରୁ ଅନୂ୍ୟନ ୫ ଜଣଙ୍କ ମୃତ୍ୟୁ ଘଟିବା ସହ ୧୯ଜଣ…

ଉତ୍ସବରେ ଯୋଗଦେଇ ଘରକୁ ଫେରୁଥିଲେ ପରିବାର ଲୋକେ: ରାସ୍ତାପାର୍ଶ୍ୱ କୂଅରେ ଖସିପଡ଼ିଲା କାର୍‌, ଆଉ ତା’ପରେ…

ନାଶିକ୍‌,୪ା୪: ମହାରାଷ୍ଟ୍ରର ନାଶିକ ଜିଲାରେ ଖୋଲା କୂଅକୁ ଏକ କାର୍‌ ଖସିପଡ଼ିବାରୁ ଗୋଟିଏ ପରିବାରର ୯ ସଦସ୍ୟଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୬ଜଣ ପିଲା ଥିବା…

ଶ୍ରେୟଶଙ୍କୁ ୨୪ ଲକ୍ଷ ଟଙ୍କା ଜରିମାନା

ଚେନ୍ନାଇ, ୪ା୪: ସ୍ଥାନୀୟ ଏମ୍‌.ଏ. ଚିଦାମ୍ୱରମ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ଆଇପିଏଲ୍‌ ମ୍ୟାଚରେ ଏକ ସ୍ଲୋ-ଓଭର ରେଟ୍‌ ପାଇଁ ପଞ୍ଜାବ କିଙ୍ଗ୍ସ ଅଧିନାୟକ ଶ୍ରେୟସ…

ସିଏସ୍‌କେ ପରାଜୟର କାରଣ କହିଲେ ଗାଭାସ୍କର

ଚେନ୍ନାଇ,୪ା୪: ଭାରତର କିମ୍ୱଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କରଙ୍କ ମତରେ ୫ ଥରର ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ପାଇଁ ସେମାନଙ୍କର ବୋଲିଂ ସବୁଠୁ ବଡ଼ ସମସ୍ୟା।…

ମହଙ୍ଗା ପଡ଼ିଲା କର୍ତ୍ତବ୍ୟରେ ଅବହେଳା: ବିଏଲ୍‌ଓ ନିଲମ୍ବିତ

ଗଜପତ/ମୋହନା,୪।୪(ଗିରିଧାରୀ ପରିଛା/ମନ୍ମଥ ମିଶ୍ର): ଗଜପତି ଜିଲା ୧୩୭-ପାରଳାଖେମୁଣ୍ଡି ବିଧାନସଭାର କାଶୀନଗର ବ୍ଲକ ଅନ୍ତର୍ଗତ ଭୋଟଗ୍ରହଣ କେନ୍ଦ୍ରର ବୁଥସ୍ତରୀୟ ଅଧିକାରୀ ଦାୟିତ୍ୱରେ ଥିବା ସହକାରୀ ଶିକ୍ଷକଙ୍କୁ ଜିଲା ନିର୍ବାଚନ…

ରେଷ୍ଟୁରାଣ୍ଟ-ଢାବା ମାଲିକଙ୍କ ପାଇଁ ନିର୍ଦ୍ଦେଶ: କେବଳ ଏମିତି କଲେ ମିଳିବ ବାଣିଜ୍ୟିକ ସିଲିଣ୍ଡର

ନୂଆଦିଲ୍ଲୀ,୪।୪: ଦିଲ୍ଲୀ ସରକାର ବାଣିଜ୍ୟିକ LPG ସିଲିଣ୍ଡର ଯୋଗାଣ ନିୟନ୍ତ୍ରଣ ନିୟମକୁ କଡ଼ାକଡ଼ି କରିଛନ୍ତି। ଏବେ, ଯେଉଁ ଅଞ୍ଚଳରେ ପାଇପ ଯୁକ୍ତ ପ୍ରାକୃତିକ ଗ୍ୟାସ (PNG) ନେଟୱାର୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri