Posted inଫୁରସତ

ସିଲିଂ ଫ୍ୟାନ୍‌

ଦିନ ଥିଲା ଲୋକେ ଗରମରୁ ରକ୍ଷା ପାଇବା ପାଇଁ ହାତପଙ୍ଖାର ବ୍ୟବହାର କରୁଥିଲେ। ପ୍ରାଚୀନ ମିଶର, ଜାପାନ ଓ ଚାଇନାରେ ହସ୍ତ ଚାଳିତ ପଙ୍ଖା ବ୍ୟବହାର କରାଯାଇଥିବାର ପ୍ରମାଣ ବି ମିଳିଛି। ତେବେ ଆଜିକାର ସିଲିଂ ଫ୍ୟାନ୍‌ ଯାହା ଲୋକଙ୍କୁ ପ୍ରବଳ ଗରମରୁ ରକ୍ଷା କରୁଛି ତାକୁ କିଏ ଓ କେବେ ତିଆରି କରିଥିଲେ ଜାଣନ୍ତିକି?

ଖ୍ରୀଷ୍ଟପୂର୍ବ ୫୦୦ ବେଳକୁ ଭାରତରେ ହାତପଙ୍ଖା ବ୍ୟବହାର କରାଯାଉଥିବା ପ୍ରମାଣ ରହିଛି। ଆଉ ବ୍ରିଟିଶ ଶାସନ ସମୟରେ ଛାତରେ ଝୁଲି ରହୁଥିବା ବଡ଼ ବଡ଼ ପତଳା ପଙ୍ଖା ବ୍ୟବହାର ହେବା ଆରମ୍ଭ ହୋଇଥିଲା, ଯାହାକୁ କିଛି ଲୋକ ହାତରେ ଟାଣି ପବନ ପ୍ରଦାନ କରୁଥିଲେ। ୧୮୪୯ରେ ଓ୍ବିଲିୟମ୍‌ ବ୍ରୁନଟୋନ ନାମକ ବୈଜ୍ଞାନିକ ୬ ମିଟର ବ୍ୟାସାର୍ଦ୍ଧବିଶିଷ୍ଟ ଏକ ବାଷ୍ପଚାଳିତ ଫ୍ୟାନ୍‌ ଡିଜାଇନ୍‌ କରିଥିଲେ। ଆଉ ୧୮୮୨ରୁ ୧୮୮୬ ମଧ୍ୟରେ ଶୁଲର୍‌ ଏସ୍‌ ହ୍ବିଲର୍‌ ସର୍ବପ୍ରଥମେ ବିଦ୍ୟୁତ୍‌ ଚାଳିତ ପଙ୍ଖାର ଆବିଷ୍କାର କରିଥିଲେ। ସେ ଜଣେ ଆମେରିକୀୟ ବୈଜ୍ଞାନିକ ଓ ଇଞ୍ଜିନିୟର ଥିଲେ। ସେ ଥମାସ୍‌ ଆଲ୍‌ଭା ଏଡିସନ୍‌ଙ୍କ ଓ୍ବାର୍କଶପ୍‌ରେ ସହାୟକ ଇଞ୍ଜିନିୟରଭାବେ କାମ କରିଥିଲେ। ସେ ଯେଉଁ ପଙ୍ଖା ତିଆରି କରିଥିଲେ ସେଥିରେ କେବଳ ଦୁଇଟି ବ୍ଲେଡ୍‌ ଥିଲା। ଦୁଇଟି ଯାକ ବ୍ଲେଡ୍‌ ଏକ ପ୍ରପେଲର୍‌ ସାଫ୍ଟ ସହ ଲାଗିରହିଥିଲା। ଆଉ ସାଫ୍ଟଟି ଏକ ବୈଦ୍ୟୁତିକ ମୋଟର ସହିତ କନେକ୍ଟେଡ ଥିଲା। ଶୁଲର୍‌ ବୈଦ୍ୟୁତିକ ପଙ୍ଖା ବ୍ୟତୀତ ଏକ ଏଲିଭେଟର୍‌ ବି ଆବିଷ୍କାର କରିଥିଲେ। ଶୁଲର୍‌ଙ୍କ ଆବିଷ୍କାରର କିଛିବର୍ଷ ପରେ ଫିଲିପ ହୈଡେଲ ପୃଥିବୀର ପ୍ରଥମ ସିଲିଂ ଫ୍ୟାନ ଆବିଷ୍କାର କରିଥିଲେ। ସେ ବ୍ଲେଡଗୁଡିକୁ ମୋଟରରେ ହିଁ ଲଗାଇ ଦେଇଥିଲେ। ଫିଲିପ ମଧ୍ୟ ଥମାସ ଆଲ୍‌ଭା ଏଡିସନ୍‌ଙ୍କ ଓ୍ବାର୍କଶପ୍‌ରେ କାମ କରୁଥିଲେ। ୧୯୦୯ରେ ଜାପାନର କେଡିକେ କମ୍ପାନୀ ଘରୋଇ ବ୍ୟବହାର ପାଇଁ ଏହି ବୈଦ୍ୟୁତିକ ଫ୍ୟାନ୍‌ର ମାସ୍‌ ପ୍ରଡକ୍ସନ ଆରମ୍ଭ କରିଥିଲା। ୧୯୨୦ ମସିହା ବେଳକୁ ଶିଳ୍ପର ବିକାଶ ଯୋଗୁ ବିଭିନ୍ନ ଡିଜାଇନ୍‌ର ଷ୍ଟିଲ୍‌ ଫ୍ୟାନ୍‌ର ମାସ୍‌ ପ୍ରଡକ୍ସନ ହେଲା। ଫଳରେ ବୈଦ୍ୟୁତିକ ପଙ୍ଖାର ମୂଲ୍ୟ କମିଲା। ଆଉ ଅଧିକରୁ ଅଧିକ ଲୋକ ଏହାକୁ ନିଜ ଘରେ ବ୍ୟବହାର କରିପାରିଲେ। ୧୯୪୦ ବେଳକୁ ଭାରତୀୟ କ୍ରମ୍ପଟନ୍‌ ଗ୍ରିଭ୍‌ କମ୍ପାନୀ ପୃଥିବୀର ସବୁଠାରୁ ବଡ଼ ବୈଦ୍ୟୁତିକ ସିଲିଂ ଫ୍ୟାନ୍‌ ନିର୍ମାତା ପାଲଟିଯାଇଥିଲା। ୧୯୫୦ବେଳକୁ ଟେବୁଲ୍‌ ଫ୍ୟାନ୍‌, ଷ୍ଟାଣ୍ଡ ଫ୍ୟାନ୍‌ ବିଭିନ୍ନ ଡିଜାଇନ୍‌ ଓ ରଙ୍ଗରେ ବହୁଳ ମାତ୍ରାରେ ନିର୍ମାଣ ହେଲା। ୧୯୯୮ରେ ଓ୍ବିଲିୟମ ଫେୟାରବ୍ୟାଙ୍କ ଓ ଓ୍ବାଲ୍ଟର କେ ବୟଡ ହାଇ ଭଲ୍ୟୁମ ଲୋ ସ୍ପିଡ ସିଲିଂ ଫ୍ୟାନ୍‌ ଉଦ୍ଭାବନ କଲେ। ଯାହା କମ୍‌ ବିଦ୍ୟୁତ୍‌ ଖର୍ଚ୍ଚରେ ଚାଲିବା ସହ ଅଧିକ ପବନ ଦେବାରେ ସକ୍ଷମ ଥିଲା। ଏବେ ତ କମ୍‌ ବିଦ୍ୟୁତ୍‌ ଖର୍ଚ୍ଚରେ ବିଭିନ୍ନ ପ୍ରକାର ଡିଜାଇନ୍‌ର ସିଲିଂ ଫ୍ୟାନ୍‌ ମିଳୁଛି। ଯାହା ଜୀବନକୁ ସହଜ କରିଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସୌଦି ଆରବରେ ଏବେ ଆଉ ନଷ୍ଟ ହେବନାହିଁ ଖାଦ୍ୟ

ରିୟାଦ,୧୬।୧୨: ସୌଦି ଆରବରେ ବହୁପରିମାଣରେ ଖାଦ୍ୟ ନଷ୍ଟ ହେଉଥିବା ଦେଖାଯାଏ। ଏହାର କାରଣ ହେଉଛି ଏମାନେ ଖାଇବା ସମୟରେ ବଡ ବଡ ଥାଳି ବ୍ୟବହାର କରିବା...

ପ୍ରପୋଜ କରି ୟୁନିଭର୍ସିଟିରୁ ବିଦା

ପ୍ରେମ ନିବେଦନ କରିବାରୁ ପାକିସ୍ତାନସ୍ଥିତ ଲାହୋର ୟୁନିଭର୍ସିଟିର ଦୁଇ ଛାତ୍ରୀଛାତ୍ରଙ୍କୁ ବିଦା କରିଦିଆଯାଇଛି। ଜଣେ ଛାତ୍ରୀ ଆଣ୍ଠେଇ ପଡ଼ି ତାଙ୍କ ବନ୍ଧୁଙ୍କୁ ପ୍ରପୋଜ କରିଥିଲେ। ଏହା...

ମାତ୍ର ୧୦ ସେକେଣ୍ଡର ଭିଡିଓ ୪୮ କୋଟି ଟଙ୍କାରେ ବିକ୍ରି

କଥାରେ ଅଛି ପରିଶ୍ରମ କେବେ ବୃଥା ଯାଏନାହିଁ, ଦିନେ ନା ଦିନେ ଆପଣଙ୍କ ପରିଶ୍ରମର ମୂଲ୍ୟ ନିଶ୍ଚୟ ମିଳିବ। ଏହାର ଜ୍ୱଳନ୍ତ ଉଦାହରଣ ଆମେରିକାର ମିଆମି...

୩ ହଜାର ବର୍ଷ ପରେ ମମିରୁ ଆସୁଛି ଅଜବ ଶବ୍ଦ, ଏହା ଶୁଣି ବୈଜ୍ଞାନିକ ଆଶ୍ଚର୍ଯ୍ୟ

ଲଣ୍ଡନ: ଆପଣ ଫିଲ୍ମରେ ଦେଖିଥିବେ ୧୦୦୦ ବର୍ଷର ମମି ପୁଣି ଜିଇଁଉଠି କଥା କହିଥାଏ। ଥରେ ଚିନ୍ତା କଲେ ବାସ୍ତବରେ ଯଦି ଏମିତି ଘଟେ ତେବେ...

ସାଥୀର ମୃତ୍ୟୁକୁ ସହିପାରିଲାନି ମୟୂର, କଲା ଏମିତି ଯେ ଭିଡିଓ ଦେଖିଲେ…

ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାରର ଭିଡିଓ ଭାଇରାଲ ହୋଇଥାଏ। ସେଥି ମଧ୍ୟରୁ କେତେକ ଭିଡିଓ ହୃଦୟ ଜିଣିନିଏ। ଆଜିକାଲି ସେମିତି ଏକ ଭିଡିଓ ଭାଇରାଲ ହେଉଛି।...

ଭୂକମ୍ପ ସମୟରେ କେମିତି ରହିବେ ସତର୍କ ଜାଣନ୍ତୁ

ପୃଥିବୀପୃଷ୍ଠର ଉପରିଭାଗ ୭୭ଟି ଟେକ୍ଟୋନିକ୍‌ ପ୍ଲେଟ୍‌ ରହିଛି। ଯେଉଁଠି ଏହି ପ୍ଲେଟ୍‌ ଗୋଟିଏ ଅନ୍ୟଟିକୁ ଧକ୍କା ଦେଇଥାଏ ସେହି ସମୟରେ ଭୂକମ୍ପ ସୃଷ୍ଟି ହୋଇଥାଏ। ଭୂକମ୍ପ...

‘ଅତି ଲୋଭରୁ ତନ୍ତୀ ମରେ’; ବିଶ୍ୱାସ କରୁ ନ ଥିଲେ ଭିଡିଓ ଦେଖନ୍ତୁ…

କୁହାଯାଏ ଲୋଭ ଦୁଃଖର କାରଣ। ଯଦି ଆପଣ ଏକଥାରେ ଅବିଶ୍ୱାସ କରୁଥାନ୍ତି ତେବେ ଏକ ମାଙ୍କଡର ଭାଇରାଲ ହେଉଥିବା ଭିଡିଓ ଦେଖିନିଅନ୍ତୁ। ଭିଡିଓ ଦେଖିବା ପରେ...

ପରୀ ରାଇଜ ପରି ଘର

ଅନେକଙ୍କୁ ପରୀ ରାଇଜର କାହାଣୀ ବହୁତ ଭଲ ଲାଗେ। ଆଉ ସେହିଭଳି ଏକ ଦୁନିଆରେ ରହିବାକୁ ବି ଅନେକେ ଇଚ୍ଛା କରନ୍ତି। ଷ୍ଟୁଆର୍ଟ ଗ୍ରାଣ୍ଟ ନାମକ...

Advertisement
Archives

Model This Week