Posted inଜାତୀୟ

ପରବର୍ତ୍ତୀ ଯୁଦ୍ଧ କିପରି ହେବ CDS ଦେଲେ ଚମ୍‌କାଇବା ଭଳି ଜବାବ: ପାକିସ୍ତାନ ଥରହର

ନୂଆଦିଲ୍ଲୀ,୨।୬: ଭାରତର ପ୍ରତିରକ୍ଷା ମୁଖ୍ୟ (CDS) ଅନିଲ ଚୌହାନ ପାକିସ୍ତାନକୁ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି, ଅପରେଶନ ସିନ୍ଦୂର ଏକ ‘କଣ୍ଟାକ୍ଟ ଲେସ’ ଯୁଦ୍ଧ ଥିଲା। ଏହି ସମୟ ମଧ୍ୟରେ ସେନା ମଧ୍ୟରେ କୌଣସି ସମ୍ପର୍କ ନ ଥିଲା, ତଥାପି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ପାକିସ୍ତାନ ଭାରତ ବିରୋଧରେ ଡ୍ରୋନ ଏବଂ ମିଶାଇଲ ବ୍ୟବହାର କରିଥିଲା। ଭାରତ ମଧ୍ୟ ଏହାର ଉପଯୁକ୍ତ ଜବାବ ଦେଇଥିଲା। ଏବେ CDS ଅନିଲ ଚୌହାନ ସୂଚାଇଛନ୍ତି ଯେ, ପରବର୍ତ୍ତୀ ଯୁଦ୍ଧ କିପରି ହୋଇପାରେ।

CDS ଚୌହାନ ସମ୍ପ୍ରତି ଶାଙ୍ଗ୍ରି-ଲା ଡାଏଲଗରେ ଅଂଶଗ୍ରହଣ କରିଥିଲେ। ସେ ପାକିସ୍ତାନକୁ ଚେତାବନୀ ଦେଇ କହିଥିଲେ, ଆତଙ୍କବାଦ ଯୋଗୁ ଭାରତ ବହୁତ କ୍ଷତି ସହିଛି, କିନ୍ତୁ ଦେଶ ଏବେ ଏହା ପ୍ରତି କଠୋର। ଭାରତ କୌଣସି ପ୍ରକାରେ ଆତଙ୍କବାଦକୁ ସହ୍ୟ କରିବ ନାହିଁ। ବିରୋଧୀମାନେ ଅପରେଶନ ସିନ୍ଦୁରରୁ ଆମର ସଂଯମତା ବିଷୟରେ ଧାରଣା ପାଇଛନ୍ତି।

ଯଦି ଭାରତ ଯୁଦ୍ଧ ଲଢ଼େ, ତେବେ ଏହା ଅପରେସନ ସିନ୍ଦୁର ପରି କଣ୍ଟାକ୍ଟ ଲେସ ହୋଇପାରେ। CDS ଚୌହାନ ଏହା ଆଡ଼କୁ ଇଙ୍ଗିତ କରିଛନ୍ତି। ସେ କହିଛନ୍ତି ଯେ ‘ମାନବବିହୀନ ସିଷ୍ଟମ’ ଏବଂ ‘ଡୁ ଇଟ୍‌ ୟୋରସେଲ୍ଫ’ ଧାରା ବୃଦ୍ଧି ପାଇଛି। ଏହା ମାନବ କ୍ଷତି ଏବଂ ଆର୍ଥିକ କ୍ଷତି ହ୍ରାସ କରୁଛି। ବର୍ତ୍ତମାନ ଯୁଦ୍ଧରେ ଡ୍ରୋନର ଧାରା ମଧ୍ୟ ବହୁତ ବୃଦ୍ଧି ପାଇଛି। ଏହା ୟୁକ୍ରେନ ଏବଂ ରୁଷିଆ ମଧ୍ୟରେ ଚାଲିଥିବା ଯୁଦ୍ଧରେ ଦେଖାଯାଇଥିଲା। ଭାରତ ଏବଂ ପାକିସ୍ତାନ ମଧ୍ୟ ପ୍ରଯୁକ୍ତିବିଦ୍ୟାର ଆଶ୍ରୟ ନେଇଥିଲେ।

ୟୁକ୍ରେନ ସମ୍ପ୍ରତି ରୁଷିଆ ଉପରେ ଡ୍ରୋନ ଆକ୍ରମଣ କରି ଏହାର ପାଞ୍ଚଟି ବାୟୁସେନା ଘାଟିକୁ ଧ୍ୱଂସ କରିଛି। ଅନ୍ୟପକ୍ଷରେ, ରୁଷଆ ପାଖରେ ଅନେକ ମାରାତ୍ମକ ମିଶାଇଲ୍‌ ଅଛି, ଯାହାକୁ ସେ ଏପର୍ଯ୍ୟନ୍ତ ବ୍ୟବହାର କରିନାହିଁ। ଭବିଷ୍ୟତର ଯୁଦ୍ଧଗୁଡ଼ିକ ସେନ୍ସର ପ୍ରଯୁକ୍ତିବିଦ୍ୟା ଦ୍ୱାରା ପ୍ରଭାବିତ ହୋଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ସାବିତ୍ରୀ ପାଇଁ ମନ୍ଦିରରେ ଅସମ୍ଭାଳ ଭିଡ଼, ସ୍ବାମୀଙ୍କ ଦୀର୍ଘାୟୁ କାମନା କରି…

ଗଞ୍ଜାମ,୧୭ା୫(ଅନାଥ ତରାଇ): ଗଞ୍ଜାମ ସହରସ୍ଥିତ ପ୍ରସିଦ୍ଧ ଶୈବପୀଠ ବାବା ଖଣ୍ଡେଶ୍ୱର ମନ୍ଦିରରେ ପବିତ୍ର ସାବିତ୍ରୀ ଅମାବାସ୍ୟା ଉପଲକ୍ଷେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଜମିଛି। ଶନିବାର ସକାଳୁ ସକାଳୁ…

ହତ୍ୟା କରି ନଦୀପଠାରେ ଫିଙ୍ଗି ଦେଇଥିଲେ: ୭ ଦିନ ପରେ ବିହାରରୁ ଗିରଫ ହେଲେ ୩ ମୁଖ୍ୟ ଅଭିଯୁକ୍ତ

ରାୟଗଡ଼ା,୧୭ା୫(ସୁଜାତା ପାଢ଼ୀ): ରାୟଗଡ଼ାର ନିଖିଲ ହାଡ଼ପାଙ୍କୁ ଗୁଳିକରି ହତ୍ୟା ଘଟଣାରେ ପୋଲିସ ୩ ଜଣଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି। ହତ୍ୟାକାଣ୍ଡକୁ ନେଇ ରାୟଗଡ଼ା ସହର ଅଶାନ୍ତ…

ବିପଦସଙ୍କୁଳ ଅବସ୍ଥାରେ ଛାତ୍ରୀଛାତ୍ରଙ୍କ ଜୀବନ, ବିଦ୍ୟାଳୟ ଛାତ ଦେଇଯାଇଛି ୧୧ କେଭି ବିଦ୍ୟୁତ ତାର

ରିଆମାଳ, ୧୬।୫( ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ବ୍ଳକ ପରା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଲୋହରାକୋଟ ଗ୍ରାମରେ ୧୯୭୨ରେ ସରକାରୀ ଉନ୍ନିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସ୍ଥାପିତ…

ଜମିବାଡ଼ି ବିବାଦରୁ ସାନଭାଇଙ୍କୁ ପିଟି ହତ୍ୟା: ବଡ଼ଭାଇ-ଭାଉଜଙ୍କ ସହ ବନ୍ଧା ହେଲେ ୪

ମହାକାଳପଡ଼ା,୧୬ା୫(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ଥାନା ବାରଡ଼ାଙ୍ଗ ନାଉରୀ ସାହିରେ ଗୁରୁବାର ସାରେ ଏକ ପରିବାର ମଧ୍ୟରେ ଜମି ବାଡ଼ି ବିବାଦ ଓ ମାଟି…

୨୦୧୪ରେ କେତେ ଥିଲା ପେଟ୍ରୋଲ-ଡିଜେଲ ଦର? ୧୨ ବର୍ଷରେ କେତେ ବଢିଛି? ଜାଣନ୍ତୁ…

ନୂଆଦିଲ୍ଲୀ, ୧୬।୫: ଅନ୍ତର୍ଜାତୀୟ ବଜାରରେ କ୍ରମାଗତ ଭାବେ କ୍ରୁଡ୍‌ ଅଏଲ ବା ଅଶୋଧିତ ତୈଳ ଦର ବୃଦ୍ଧି ପାଇବାରେ ଲାଗିଛି । ଭାରତରେ ବି ଏବେ ତୈଳ…

ଖଣି ଅଧିକାରୀଙ୍କୁ ଆକ୍ରମଣ କଲେ ମୋରମ ମାଫିଆ: ଜୀବନରୁ ମାରିଦେବାକୁ ଧମକ

ଖଇରା,୧୬।୫(ଉତ୍କଳ ବନ୍ଧୁ ପଣ୍ଡା):ବାଲେଶ୍ୱର ଜିଲା ଅନ୍ତର୍ଗତ ଖଇରାରେ ଅଧିଷ୍ଠିତ କନିଷ୍ଠ ଖଣି ଅଧିକାରୀଙ୍କୁ ମୋରମ ମାଫିଆମାନେ ଆକ୍ରମଣ କରିଛନ୍ତି। ଗାଡ଼ିକାଚ ଭାଙ୍ଗିବା ନେଇ ଖଣି ଅଧିକାରୀ ଅଭିଷେକ…

ଚଳନ୍ତା ଟ୍ରେନ୍‌ ଆଗକୁ ବାଇକ୍‌ ଧରି ପଶିଆସିଲେ ଅଜଣା ବ୍ୟକ୍ତି: ଆଉ ତା’ପରେ ଘଟିଲା…

ଅତାବିରା, ୧୬/୫(ଯୁଧିଷ୍ଠିର ମହାପାତ୍ର):ବରଗଡ ଜିଲା ଅତାବିରା ଥାନା ଅନ୍ତର୍ଗତ ବରଗଡ ସମ୍ବଲପୁର ରେଲୱେ ଡାଉନ ଲାଇନର ଭୋଇପାଲି ଓଭର ବ୍ରିଜ ପାଖରେ ଜୈନେକ ବ୍ୟକ୍ତି କଟି ଯିବାରୁ…

ପୁଣି ଆଉ ଗୋଟିଏ ଦେଶ ଉପରେ ଏୟାରଷ୍ଟ୍ରାଇକ୍‌ କଲା ଆମେରିକା: ISISର ଦ୍ୱିତୀୟ ସର୍ବୋଚ୍ଚ କମାଣ୍ଡର ନିହତ

ଓ୍ବାଶିଂଟନ୍‌,୧୬।୫: ଇରାନ ପରେ ପୁଣି ଆଉ ଗୋଟିଏ ଦେଶ ଉପରେ ଆକ୍ରମଣ କରିଛି ଆମେରିକା। ନାଇଜେରିଆ ଉପରେ ଆମେରିକା ଏୟାରଷ୍ଟ୍ରାଇକ୍‌ କରିଥିବା ଜଣାପଡ଼ିଛି। ଅବଶ୍ୟ ଆମେରିକା ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri