ସିଡିଏ ସେକ୍ଟର-୯ କଣ୍ଟେନ୍‌ମେଣ୍ଟ ଜୋନ୍‌: ବିପଦ ବଢ଼ାଇଲେ ଆକ୍ରାନ୍ତ ପୋଲିସ ଅଧିକାରୀ

କଟକ ଅଫିସ,୨୮ା୬-କଟକ ସିଡିଏ ସେକ୍ଟର-୯ରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ କଟକ ମହାନନଗର ନିଗମ (ସିଏମ୍‌ସି) ରବିବାର ଏହି ଅଞ୍ଚଳକୁ କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା କରିଛି। ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଅଞ୍ଚଳରେ ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ବନ୍ଦ ରହିବ ବୋଲି ସିଏମ୍‌ସି ସୂଚନା ଦେଇଛି। ଦକ୍ଷିଣରେ ମୁଖ୍ୟରାସ୍ତା ସମ୍ମୁଖ ପ୍ଲଟ୍‌ ନଂ ଡି-୪୭ରୁ ଡି-୪୯, ପଶ୍ଚିମରେ ପ୍ଲଟ୍‌ ନମ୍ବର ଡି-୧ରୁ ଡି-୪୯, ଉତ୍ତରରେ ଆମ୍ବତୋଟା ରାସ୍ତାର ଡି-୧ରୁ ବି-୩୪ ଏବଂ ପୂର୍ବରେ ପ୍ଲଟ୍‌ ନମ୍ବର ବି-୩୫ର ପଛପାଖରୁ ଏ-୪୬ ପର୍ଯ୍ୟନ୍ତ ଅଞ୍ଚଳକୁ କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି।
ସିଏମ୍‌ସି କମିଶନର ଅନନ୍ୟା ଦାସ କହିଛନ୍ତି ଯେ, ସିଡିଏ ସେକ୍ଟର-୯ ଅଞ୍ଚଳରୁ ଜଣେ ପୋଲିସ ଅଧିକାରୀ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହି ଅଞ୍ଚଳ ଜନଗହଳିପୂର୍ଣ୍ଣ ହୋଇଥିବା ଯୋଗୁ ସଂକ୍ରମଣ ବ୍ୟାପିବାର ଆଶଙ୍କା ରହିଛି। ଏଣୁ ଆକ୍ଟିଭ୍‌ ଟ୍ରେସିଂର ଆବଶ୍ୟକତା ହେଉଛି। ବାହାର ଅଞ୍ଚଳରୁ ଲୋକଙ୍କ ପ୍ରବେଶ ଓ ଏହି ଅଞ୍ଚଳରୁ ବାହାରକୁ ଯିବା ଉପରେ କଟକଣା ଜାରି କରିବା ପାଇଁ ଏହାକୁ କଣ୍ଟେନ୍‌ମେଣ୍ଟ ଜୋନ୍‌ କରାଯାଇଛି। କଣ୍ଟେନ୍‌ମେଣ୍ଟ ଅଞ୍ଚଳରେ ସମସ୍ତ ପ୍ରକାର ଗତିବିଧି ବାରଣ ରହିଛି। ଗାଡ଼ି ଚଳାଚଳ ଓ ସାଧାରଣ ଲୋକଙ୍କ ଚଳପ୍ରଚଳ ମନା ହୋଇଛି। ଅଞ୍ଚଳର ସମସ୍ତ ବାସିନ୍ଦାଙ୍କୁ ଘରେ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କୁକୁର ମୁହଁକୁ ଫିଙ୍ଗିଦେଲେ ବିଲେଇ ଛୁଆ

ଭୁବନେଶ୍ୱର,୧୭ା୫(ବ୍ୟୁରୋ):ଘରେ ପିଶିଯିବାରୁ ବିଲେଇ ଛୁଆଙ୍କୁ କୁକୁର ମୁହଁକୁ ଫିଙ୍ଗିଦେଲେ। କୁକୁରମାନେ ମା’ ଆଗରେ ବିଲେଇ ଛୁଆଙ୍କୁ ଝୁଣିଝୁଣି ଖାଇଗଲେ। ରବିବାର ଇନ୍‌ଫୋସିଟି ଥାନା ଅଞ୍ଚଳରେ ଏଭଳି...

ସମସ୍ୟାରେ ୭,୮ ନଂ. ଓ୍ବାର୍ଡବାସୀ

ସୁନାବେଡ଼ା, ୧୦ା୩(ସ୍ବ. ପ୍ର.) ସରକାର ଗରିବ ଲୋକଙ୍କ ପାଇଁ ବିଭିନ୍ନ ଯୋଜନା କରୁଛନ୍ତି। ମାତ୍ର ଏଥିରୁ ଲୋକେ ଉପକୃତ ହେଉ ନ ଥିବା ଅଭିଯୋଗ ହେଉଛି। ସୁନାବେଡ଼ା...

ରମାଦେବୀ ପରୀକ୍ଷା ଫଳ ପ୍ରକାଶିତ: ପାସ୍‌ ହାର ୮୪.୬୧%

ଭୁବନେଶ୍ୱର,୨୪ା୬(ବ୍ୟୁରୋ): ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ପରୀକ୍ଷା ଫଳ ସୋମବାର ପ୍ରକାଶ ପାଇଛି। ଯୁକ୍ତ ୩ରେ ୭,୭୩୭ ଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୬,୫୪୭ ଜଣ ପାସ୍‌...

ଅଭିଯୁକ୍ତଙ୍କ ମା’ଙ୍କ ବୟାନ ବଦଳିଲା

ନୟାଗଡ଼ ଅଫିସ,୨୪ା୧୨:ପରୀ ଅପହରଣ ଓ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ନୟାଗଡ଼ ଜିଲା ସଦର ଥାନା ଅଧୀନ ଯଦୁପୁର ଗାଁର ଜଣେ କଲେଜ ଛାତ୍ରଙ୍କୁ...

ଯୁକ୍ତ୨: ମାର୍କ ଅପ୍‌ଲୋଡ୍‌ ପାଇଁ ନିର୍ଦ୍ଦେଶ

ଭୁବନେଶ୍ୱର, ୯ା୨(ବ୍ୟୁରୋ):ଦ୍ୱାଦଶ ଶ୍ରେଣୀ ଛାତ୍ରୀଛାତ୍ରଙ୍କ ତ୍ରୈମାସିକ ଶେଷ ପରୀକ୍ଷା ମାର୍କକୁ ଷ୍ଟୁଡେଣ୍ଟ ଏକାଡେମିକ୍‌ ମ୍ୟାନେଜମେଣ୍ଟ ସିଷ୍ଟମ (ସାମ୍ସ)ରେ ଅପ୍‌ଲୋଡ୍‌ କରିବା ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା...

ଦଶମ ଶ୍ରେଣୀ ପାଇଁ ନୂଆ ସିଲାବସ୍‌

ଭୁବନେଶ୍ୱର, ୧୫।୪(ବ୍ୟୁରୋ): ଚଳିତ ବର୍ଷ ନବମ ଶ୍ରେଣୀରୁ ପାସ୍‌ ହୋଇ ଦଶମକୁ ଯିବାକୁ ଥିବା ପିଲାମାନେ ନୂଆ ବହି ପାଇବେ। ଅର୍ଥାତ୍‌ ଚଳିତ ବର୍ଷ ଦଶମ...

ସୋମବାରରୁ ସମସ୍ତ ରୁଟ୍‌ରେ ଚାଲିବ ମୋ ବସ୍‌

ଭୁବନେଶ୍ୱର,୧।୮(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ଧିରେ ଧିରେ ହ୍ରାସ ପାଉଥିବାରୁ ସରକାର ଲକ୍‌ଡାଉନ୍‌ କଟକଣାକୁ ଆହୁରି କୋହଳ କରିଛନ୍ତି। ପୂର୍ବରୁ ସମଗ୍ର ରାଜ୍ୟରେ ବସ୍‌ ଚଳାଚଳକୁ...

ଘରେ ବସି କଳା ଦିବସ ପାଳନ କଲା କୋଶଲ ରାଜ୍ୟ ସମନ୍ବୟ ସମିତି

ବଲାଙ୍ଗୀର ଅଫିସ, ୧ା୪: କୋଶଲ ରାଜ୍ୟ ସମନ୍ବୟ ସମିତି ପକ୍ଷରୁ ଏପ୍ରିଲ ୧କୁ କଳା ଦିବସ ପାଳନ କରାଯାଇଛି। କରୋନା ସଂକ୍ରମଣକୁ ଆଖି ଆଗରେ ରଖି...

Advertisement
Archives

Model This Week