୯ ପୋଲିସ କାର୍ଯ୍ୟାଳୟରେ କାମ କରୁନି ସିସିଟିଭି

କେନ୍ଦ୍ରାପଡା ଅଫିସ,୧୮ା୯: କେନ୍ଦ୍ରାପଡା ଜିଲା ପୋଲିସର ୯ କାର୍ଯ୍ୟାଳୟରେ ସିସିଟିଭି କ୍ୟାମେରା ଅକାମୀ ହୋଇପଡ଼ିରହିଛି। ଡିଜିପିଙ୍କ ନିର୍ଦ୍ଦେଶ ସତ୍ତ୍ୱେ ଏସବୁର ମରାମତି ହେଉ ନ ଥିବା ନିକିରାଇ ଥାନା ପଲ୍ଲୀ ରଘୁନାଥପୁରର ମନୋରଞ୍ଜନ ଜେନା ଆରଟିଆଇ ତଥ୍ୟ ଦ୍ୱାରା ହାସଲ କରିଥିବା ତଥ୍ୟରୁ ଜଣାପଡ଼ିଛି। ତେବେ ଜିଲାର ପଟ୍ଟାମୁଣ୍ଡାଇ ଏସ୍‌ଡିପିଓ ଅଫିସ୍‌ ସମେତ ରାଜକନିକା, ମହାକାଳପଡ଼ା, ପଟ୍ଟାମୁଣ୍ଡାଇ, ଜମ୍ବୁ, ତନ୍ତିଆପାଳ, ବିଦ୍ୟୁତ୍‌ ଥାନା, ନିକିରାଇ, ଓ ସଦର ଥାନାରେ ସିସିଟିଭି କ୍ୟାମେରା କାର୍ଯ୍ୟ କରୁ ନ ଥିବା ଜଣାଯାଇଛି। ଏ ସମ୍ପର୍କରେ ମନୋରଞ୍ଜନ କହିଛନ୍ତି, ଆଇନ ଶୃଙ୍ଖଳା ପରିସ୍ଥିତି ପାଇଁ କେନ୍ଦ୍ରାପଡ଼ା ଜିଲା ସର୍ବଦା ଚର୍ଚ୍ଚାରେ ରହିଛି। ହାଜତ ମୃତ୍ୟୁଠାରୁ ଆରମ୍ଭ କରି ଅଭିଯୋଗକାରୀ ଓ ଅଭିଯୁକ୍ତଙ୍କୁ ନିର୍ଯାତନା ଦେବା ଖବର ବାରମ୍ବାର ଗଣମାଧ୍ୟମରେ ପ୍ରକାଶ ପାଇଛି। ସିସିଟିଭି ଦ୍ୱାରା ଥାନାର କାର୍ଯ୍ୟକଳାପକୁ ସମୀକ୍ଷା କରାଯାଇପାରନ୍ତା।


Enter your email to get our daily news in your inbox.

All Right Reserved By Dharitri.Com

ଅଣସରରେ ଠାକୁର : ପଟିଦିଅଁଙ୍କୁ ପୂଜା କରୁଛନ୍ତି ଶ୍ରଦ୍ଧାଳୁ, ୨ରେ ନବଯୌବନ ଦର୍ଶନ

ବାଲିଗୁଡ଼ା,୨୨।୬(ଡି.ଏନ୍‌.ଏ.): ଦେବସ୍ନାନ ପୂର୍ଣ୍ଣିମା ପରଠାରୁ ଚତୁର୍ଦ୍ଧା ବିଗ୍ରହଙ୍କୁ ଗତ ୧୭ ତାରିଖଠାରୁ ଅଣସର ଘରେ ରଖାଯାଇଛି। ଅତ୍ୟଧିକ ସ୍ନାନ ଯୋଗୁ ବିଗ୍ରହମାନେ ଜ୍ୱରରେ ପୀଡ଼ିତ ହୋଇଛନ୍ତି।...

ଶ୍ରୀମନ୍ଦିର ସୁରକ୍ଷା ଜୋନ:ପୁଣି ଜମି ହସ୍ତାନ୍ତର କଲେ ୨ ପରିବାର

ପୁରୀ ଅଫିସ,୩୦ା୧୦:ଶ୍ରୀମନ୍ଦିର ସୁରକ୍ଷା ଜୋନରୁ ସରକାର ଜମି ଅଧିଗ୍ରହଣ ଆରମ୍ଭ କରିଛନ୍ତି। ଗତ ୨୧ତାରିଖରେ ପ୍ରଥମକରି ୫ ପରିବାର ସରକାରଙ୍କୁ ପ୍ରତ୍ୟକ୍ଷ ଜମି ବିକ୍ରି କରିଥିବାବେଳେ...

ଦେବଗଡ଼ ବିଧାୟକ, ୨ ସହଯୋଗୀ ଗିରଫ

ଦେବଗଡ଼,୩ା୫(ଡି.ଏନ୍‌.ଏ):ଦେବଗଡ଼ ଜିଲା ତିଲେଇବଣି ବିଡିଓ କୃଷ୍ଣଚନ୍ଦ୍ର ଦଳପତିଙ୍କୁ ସଂଘବଦ୍ଧ ଆକ୍ରମଣ ଘଟଣାରେ ରବିବାର ପୋଲିସ ଦେବଗଡ଼ ବିଧାୟକ ସୁବାସଚନ୍ଦ୍ର ପାଣିଗ୍ରାହୀ ଓ ତିଲେଇବଣୀ ବ୍ଲକ ନୋମିନିଙ୍କ...

ଚର୍ଚ୍ଚାରେ ସମାନ୍ତରାଳ ପ୍ରାର୍ଥୀ ଚୟନ

ପୁରୀ ଅଫିସ,୧୮।୧: ପଞ୍ଚାୟତ ନିର୍ବାଚନ ତାରିଖ ଘୋଷଣା ହେବା ପରେ ପୁରୀ ରାଜନୈତିକ ପାଣିପାଗ ଉଷ୍ମ ହେବାରେ ଲାଗିଛି। ରାଜନୈତିକ ଦଳଗୁଡ଼ିକ ପ୍ରାର୍ଥୀ ଚୟନରେ ଲାଗିପଡ଼ିଛନ୍ତି।...

ଗାଈକୁ ବଞ୍ଚାଇବାକୁ ଯାଇ ଓଲଟି ପଡ଼ିଲା ଚିତ୍ରାଳୟ ଗାଡ଼ି: ୫ ଆହତ

ଛତ୍ରପୁର,୧୫ା୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଥାନା ଅନ୍ତର୍ଗତ ଓଭରବ୍ରିଜ୍‌ ନିକଟ ଜାତୀୟ ରାଜପଥଠାରେ ଏକ ଚିତ୍ରାଳୟ ଗାଡ଼ି ଓଲଟି ୫ ଜଣ କର୍ମଚାରୀ ଆହତ ହୋଇଛନ୍ତି।...

ପୋଖରୀ କାମରେ ଅନିୟମିତତା ଅଭିଯୋଗ: ପ୍ରତିବାଦରେ କନିଷ୍ଠ ଯନ୍ତ୍ରୀଙ୍କ ଅଫିସ ଘେରାଉ

କୋକସରା,୬।୬(ଡି.ଏନ.ଏ.): କଳାହାଣ୍ଡି ଜିଲା କୋକସରା ପଦ୍ମ ସାରର ପୋଖରୀ ପଙ୍କ ଉଦ୍ଧାର ଓ ମାଟି କାମ କ୍ଷୁଦ୍ର ଜଳସେଚନ ଓ ଅଣୁ ବିଭାଗ ଦ୍ୱାରା ଚାଲିଛି...

ବ୍ରଜରାଜନଗର ଷ୍ଟେଶନରେ ରେଳରୋକୋ, ଉଭୟ ପାର୍ଶ୍ୱରେ ଅଟକି ରହିଛି ଟ୍ରେନ୍‌

ଝାରସୁଗୁଡା ଅଫିସ,୫।୫: ରେଳ ରହଣି ଦାବିରେ ସ୍ଥାନୀୟ ନାଗରିକ କମିଟି ତରଫରୁ ଗୁରୁବାର ସକାଳ ୬ଟାରୁ ବ୍ରଜରାଜନଗର ଷ୍ଟେଶନରେ ରେଳରୋକୋ ଆରମ୍ଭ ହୋଇଛି। ଶତାଧିକ ଆନ୍ଦୋଳନକାରୀ...

୨ ଶିକ୍ଷକଙ୍କ ଦରମା ବନ୍ଦ

ଚମ୍ପୁଆ, ୧ା୧୨(ଡି.ଏନ.ଏ.)- କେନ୍ଦୁଝର ଜିଲା ଚମ୍ପୁଆ ବ୍ଲକ ଅନ୍ତର୍ଗତ ଗୋପୀନାଥପୁର ପ୍ରାଥମିକ ବିଦ୍ୟାଳୟରେ ଜିଲା ଶିକ୍ଷା ଅଧିକାରୀଙ୍କ ମନିଟରିଂ ପରେ ଚମ୍ପୁଆ ବ୍ଲକ ଶିକ୍ଷା ଅଧିକାରୀ...

Advertisement
Archives

Model This Week