CBSE Result: କ୍ରିଷ୍ଣା ବିକାଶ ଗ୍ରୁପ୍‌ ଛାତ୍ରଛାତ୍ରୀଙ୍କ ସଫଳତା, ଖୁସିରେ ସେଲଫି ନେଲେ ଚେୟାରମ୍ୟାନ୍‌

ବରଗଡ଼,୧୩।(ପ୍ରେମାନନ୍ଦ ଖମାରୀ)- ଚଳିତ ବର୍ଷ ବିକାଶ ଆବାସିକ ବିଦ୍ୟାଳୟ ବରଗଡ଼ ସିବିଏସଇ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ୧୩ ଜଣ-  ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାରେ ୨୬ ଜଣ ଛାତ୍ରୀଛାତ୍ର ୯୫% ଏବଂ ଦଶମରେ ୧୦୧ଜଣ, ଦ୍ୱାଦଶରେ ୮୪ ଜଣ ଛାତ୍ରୀଛାତ୍ର ୯୦%ରୁ ଉର୍ଦ୍ଧ୍ୱ ମାର୍କ ରଖି ରେକର୍ଡ ସଫଳତା ଆଣିଛନ୍ତି। ଦଶମରେ ୨୩୦ ଜଣ ଓ ଦ୍ୱାଦଶରେ ୨୮୧ ଜଣ ଛାତ୍ରୀଛାତ୍ର ୮୦ରୁ ଉର୍ଦ୍ଧ୍ୱ ପ୍ରତିଶତ ମାର୍କ ରଖି ସ୍କୁଲ୍କୁ ଓଡ଼ିଶାର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଭାବରେ ପ୍ରତିଷ୍ଠିତ କରିଛନ୍ତି ବୋଲି ଅନୁଷ୍ଠାନର ମ୍ୟାନେଜିଂ ଡାଇରେକ୍ଟର୍‌ ବିବେକ ଦାଶରୀ ପ୍ରକାଶ କରିଛନ୍ତି ।
ପରୀକ୍ଷା ଫଳାଫଳ ବିଷୟରେ ସମ୍ପୂର୍ଣ୍ଣ ବିବରଣୀ ଦେଇ ବିଦ୍ୟାଳୟର କାର୍ଯ୍ୟକାରୀ ଅଧ୍ୟକ୍ଷ ଶିଶିର ପ୍ରସାଦ ରାଉଳ କହିଛନ୍ତି ଯେ, ଦଶମରେ ୯୦ରୁ ଉର୍ଦ୍ଧ୍ୱ ପ୍ରତିଶତ ରଖିଥିବା ୧୦୧ ଜଣ ଛାତ୍ରୀଛାତ୍ରଙ୍କ ମଧ୍ୟରୁ ହରିପ୍ରିୟା ଦାସ ଏବଂ ଶ୍ରେୟାଂଶ ପଂସାରୀ ଉଭୟେ ୯୭.୮%, ଦକ୍ଷେଶ ମିଶ୍ର ୯୭.୨%, ଅନ୍ମେଶା ଗୁପ୍ତା ୯୭%, ସୁଚିସ୍ମିତା ରାଉତ ୯୭%, ଭଗିସା ଲାକ୍ରା ୯୬.୬%, ସ୍ପନ୍ଦନ ଶାଶ୍ୱତ ପ୍ରଧାନ ୯୬.୪%, ଦିପକ ପଟେଲ ୯୬.୨%, ଓମ ସୱରୂପ  ମହାପାତ୍ର ୯୬.୨%, ପିୟୁଷ ବାଙ୍କା ୯୫.୪%, ଅମ୍ଲାନ ସାହୁ ୯୫.୪%, ବିଦୁସ୍ମିତା ପଟେଲ ୯୫.୨%, ରିତିକା ବର୍ମା ୯୫% ମାର୍କ ରଖି ସଫଳତା ତାଲିକାର ଶୀର୍ଷରେ ଅଛନ୍ତି । ଦ୍ୱାଦଶ ଶ୍ରେଣୀ ବିଜ୍ଞାନରେ ଶୁଭମ ପଣ୍ଡା ୯୭.୨%, ହେମାକ୍ଷି ହର୍ଷିତା ନାଗ ୯୬.୪%, ରିଦ୍ଧି ଜୈନ ୯୬.୪%, ସରନ୍ୟା ପଧାନ ୯୬.୪%, ପ୍ରତ୍ୟୁଷ କୁମାର ସାହୁ ୯୬.୨%, ପିୟୁଷ ମିଶ୍ର ୯୫.୮%, ଦିଭିତା କେଜ୍ରିୱାଲ ୯୫.୮%, ପିୟୁଷ ସାହୁ ୯୫.୮%, ରୋନକ ସାହୁ ୯୫.୮%, ପ୍ରଜ୍ଞା ଶୈଲି ଟପୋ ୯୫.୬%, ଆରତୀ ସାହୁ ୯୫.୬%, ପ୍ରଗତି ସେତା ୯୫.୪%, ଚିନ୍ମୟୀ ସାହୁ ୯୫.୪% ରଖିଥିବାବେଳେ ଦ୍ୱାଦଶ ଶ୍ରେଣୀ ବାଣିଜ୍ୟରେ ଗଗନ ପୃଷେଟ ୯୭.୬%,  ଅଦ୍ରିଶ ଭଟ୍ଟାଚାର୍ଯ୍ୟ ୯୭.୨%, ତ୍ରିଲୋକ ସା ୯୭.୨%, ପ୍ରିୟାଂଶୁ ଜୈନ ୯୬.୨%, ଭୁପେନ୍ଦ୍ର ପଟେଲ ୯୬ % ଏବଂ ଦ୍ୱାଦଶ ଶ୍ରେଣୀ କଳା ବିଭାଗରେ ଶୁଭିକ୍ଷା ମିଶ୍ର ୯୭.୮%, ଜାନ୍ନଭୀ ଶୁକ୍ଳା ୯୭.୮%, ସୁଭଦ୍ରା ଗାଇଗରିଆ ୯୬.୬%, ଅନିକେତ ସାହୁ ୯୬.୪%, ଶ୍ରୀୟମ ସିଦ୍ଧାର୍ଥ ବାବୁ ୯୬.୪%, ଅରୋସ୍ମିତା ପାଢୀ ୯୬.୨%, ମୁସ୍କାନ ପଟେଲ ୯୬%, ଅବନିକାନ୍ତ ପଧାନ ୯୫.୬% ରଖି ଫଳାଫଳ ତାଲିକାର ଶୀର୍ଷରେ ଥାଇ ଜାତୀୟସ୍ତରରେ ୯୦% ରୁ ଉର୍ଦ୍ଧ୍ୱ ମାର୍କ ରଖିଥିବା ଛାତ୍ରୀଛାତ୍ରଙ୍କ ହାର ଠାରୁ ବିକାଶ ଆବାସିକ ବିଦ୍ୟାଳୟ, ବରଗ ୯୦%ରୁ ଊର୍ଦ୍ଧ୍ୱ ମାର୍କ ରଖିଥିବା ଛାତ୍ରୀଛାତ୍ରଙ୍କ ହାର ବହୁଉର୍ଦ୍ଧ୍ୱ ଥିବା ସହିତ ଉଭୟ ଦଶମ ଓ ଦ୍ୱାଦଶ ଶ୍ରେଣୀ ଫଳାଫଳରେ ସ୍କୁଲର ୯୯.୯୭% ଛାତ୍ରୀଛାତ୍ର ଉତ୍ତୀର୍ଣ୍ଣ ହୋଇଛନ୍ତି ବୋଲି ବିଦ୍ୟାଳୟର ସିନିୟର ସେକେଣ୍ଡାରୀ ଅଧ୍ୟକ୍ଷ ଚିତରଞ୍ଜନ ପତି କହିଛନ୍ତି । କ୍ରିଷ୍ଣା ବିକାଶ ଗ୍ରୁପର ଅନ୍ୟ ଶାଖା ମାନଙ୍କରେ ମଧ୍ୟ ଦଶମ ଓ ଦ୍ୱାଦଶ ଶ୍ରେଣୀ ଫଳାଫଳ ଉତ୍କୃଷ୍ଟ ମାନର ବୋଲି କ୍ରିଷ୍ଣା ବିକାଶ ଗ୍ରୁପର ଡାଇରେକ୍ଟର ଡଃ ସମରେନ୍ଦ୍ର ନାଥ ପଣ୍ଡା ପ୍ରକାଶ କରିଛନ୍ତି । କ୍ରିଷ୍ଣା ବିକାଶ ଗ୍ରୁପର ସିମେଣ୍ଟ ନଗର ଇଂଲିଶ ମିଡିୟମ ସ୍କୁଲ୍ରୁ ୪ଜଣ ଛାତ୍ରୀଛାତ୍ର ୯୦ରୁ ଊର୍ଦ୍ଧ୍ୱ ପ୍ରତିଶତ ରଖିଥିବାବେଳେ ଲୋକେଶ କୁମ୍ଭାର ୯୫.୪% ମାର୍କ ରଖି ଶୀର୍ଷରେ ଅଛନ୍ତି । ମଙ୍ଗଳବାର ସନ୍ଧ୍ୟା ୫ଟାରେ ୯୦%ରୁ ଊର୍ଦ୍ଧ୍ୱ ମାର୍କ ରଖିଥିବା ଦଶମ ଓ ଦ୍ୱାଦଶ ଶ୍ରେଣୀର କୃତୀ ଛାତ୍ରୀଛାତ୍ରମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।
ଚଳିତ ବର୍ଷ ପ୍ରକାଶିତ ଆଇଆଇଟି-ଜେଇଇ(ମେନ) ସେସନ-୨ ପ୍ରବେଶିକା ପରୀକ୍ଷାରେ ବିକାଶ ଆବାସିକ ବିଦ୍ୟାଳୟ, ବରଗଡ଼ ଛାତ୍ର ପ୍ରତ୍ୟୁଷ କୁମାର ସାହୁ ୯୯.୩୯ ପ୍ରତିଶତ ରଖିଥିବାବେଳ ୪ ଜଣ ଛାତ୍ରୀଛାତ୍ର ୯୮ପ୍ରତିଶତ ଉର୍ଦ୍ଧ୍ୱରେ, ୧୪ ଜଣ ଛାତ୍ରୀଛାତ୍ର ୯୭ ପ୍ରତିଶତ ଉର୍ଦ୍ଧ୍ୱରେ, ୨୧ ଜଣ ଛାତ୍ରୀଛାତ୍ର ୯୫ ପ୍ରତିଶତ ଉର୍ଦ୍ଧ୍ୱରେ ଏବଂ ୮୭ ଜଣ ଛାତ୍ରୀଛାତ୍ର ଆଇଆଇଟି-ଜେଇଇ(ମେନ) ସେସନ-୨ରେ ଉତ୍ତୀର୍ଣ୍ଣ ହୋଇଥିବାବେଳେ ଏନଟିଏ-ନିଟ (ୟୁଜି) ମେଡିକାଲ ପ୍ରବେଶିକା ପରୀକ୍ଷା ୨୦୨୫ରେ ବିକାଶ ଆବାସିକ ବିଦ୍ୟାଳୟ, ବରଗ ଓ ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବରଗ ୪୦ରୁ ଉର୍ଦ୍ଧ୍ୱ ଛାତ୍ରୀଛାତ୍ର ସରକାରୀ ମେଡିକାଲ କଲେଜ୍ରେ ସିଟ ପାଇବା ପାଇଁ କଟଅଫ ମାର୍କ ଉର୍ଦ୍ଧ୍ୱରେ ରଖିବେ ବୋଲି କ୍ରିଷ୍ଣା ବିକାଶ ଗ୍ରୁପ ପକ୍ଷରୁ ଆଶା ପ୍ରକାଶ କରାଯାଇଛି । ସେହିପରି ସିୟୁଇଟି (ୟୁଜି), ସିଏ, ନେଷ୍ଟ ଏବଂ ଆଇଜର୍‌ ପ୍ରବେଶିକା ପରିକ୍ଷାରେ ମଧ୍ୟ ସ୍କୁଲର ଛାତ୍ରୀଛାତ୍ର ଶ୍ରେଷ୍ଠ ଫଳାଫଳ ହାସଲ କରିବେ ବୋଲି ଆଶା କରାଯାଉଛି । ଦଶମ ଓ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ଓ ଜେଇଇ ପ୍ରବେଶିକା ପରୀକ୍ଷା, ଏନଟିଏ-ନିଟ (ୟୁଜି) ମେଡିକାଲ ପ୍ରବେଶିକା ପରୀକ୍ଷା ୨୦୨୫ ରେ କ୍ରିଷ୍ଣା ବିକାଶ ଗ୍ରୁପ୍‌ର ଶ୍ରେଷ୍ଠ ଫଳାଫଳ ପାଇଁ କ୍ରିଷ୍ଣା ବିକାଶ ଗ୍ରୁପ୍‌ର ଚେୟାରମେନ ଦାଶରୀ ମୂରଲୀ କ୍ରୀଷ୍ଣା ସଫଳ ଛାତ୍ରୀଛାତ୍ର ଏବଂ ଅଧ୍ୟାପିକା, ଅଧ୍ୟାପକଙ୍କ ପରିଶ୍ରମକୁ ସଫଳତାର ଶ୍ରେୟ ଦେଇଛନ୍ତି । କ୍ରିଷ୍ଣା ବିକାଶ ଗ୍ରୁପର ଟ୍ରଷ୍ଟି ଦାଶରୀ ରାମ ତୁଳସୀ, ଲୋକେଶ ଦାଶରୀ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ନାରାୟଣ ରଥ, କ୍ରିଷ୍ଣା ବିକାଶ ଫାଷ୍ଟ ଷ୍ଟେପ ଅଧ୍ୟକ୍ଷା ପୁଷ୍ପଲତା ମହାପାତ୍ର, ସିମେଣ୍ଟ ନଗର ଇଂଲିଶ ମିଡିୟମ ସ୍କୁଲର ଅଧ୍ୟକ୍ଷ ସନାତନ ମହାପାତ୍ର, ବିକାଶ ଇଣ୍ଡ ଗ୍ଲୋବାଲ ସ୍କୁଲର ଅଧ୍ୟକ୍ଷ ମନୋଜ କୁମାର ତ୍ରିପାଠୀ, ବିକାଶ ଆବାସିକ ବିଦ୍ୟାଳୟର ଉପାଧ୍ୟକ୍ଷ ପ୍ରଦୀପ କୁମାର ସାହୁ, କ୍ରୀଷ୍ଣା ବିକାଶ ଗ୍ରୁପ୍ର ଏଚଆର୍‌ ହେଡ ଅଶ୍ୱିନୀ ନାୟକ ସମସ୍ତ ସଫଳ ଛାତ୍ରୀଛାତ୍ର, ଅଧ୍ୟାପିକା, ଅଧ୍ୟାପକ ତଥା ସମସ୍ତ କର୍ମଚାରୀ ଓ ଅଭିଭାବକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

Enter your email to get our daily news in your inbox.

All Right Reserved By Dharitri.Com

ଏପ୍ରିଲ ୬ରୁ ସକାଳୁଆ କୋର୍ଟ

କଟକ,୨୫।୩(କୁମାରଶ୍ରୀ): ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆସନ୍ତା ଏପ୍ରିଲ ୬ରୁ ରାଜ୍ୟର ସମସ୍ତ ଜିଲା ଓ ଅଧୀନସ୍ଥ ଅଦାଲତ ସକାଳୁଆ ହେବ। ମଙ୍ଗଳବାର ଏ ନେଇ ହାଇକୋର୍ଟ…

ଡ୍ରଗ୍ସ ବେପାର ସନ୍ଦେହରେ ଚଢ଼ାଉ କରିଥିଲା ପୋଲିସ, ଘରୁ ମିଳିଲା… ଦେଖିକି ପୋଲିସ ତାଜୁବ

ଉଦଳା,୨୫।୩(ସନ୍ତୋଷ ବାଞ୍ଛିନୀ): ଆଳୁ ଖୋଳୁ ଖୋଳୁ ବାହାରିଲେ ମହାଦେବ। ଘରୁ ମିଳିଲା ବିଡା ବିଡା ଟଙ୍କା ଆଉ ଚୋରା ବିଦେଶୀ ମଦ। ଡ୍ରଗ୍ସ ବେପାର ସନ୍ଦେହରେ ପୋଲିସ…

ନଈକେରା ବାଲିଘାଟ ଟେଣ୍ଡର ନ କରିବାକୁ ଜିଲାପାଳଙ୍କ ଦ୍ୱାରସ୍ଥ ଗ୍ରାମବାସୀ

କୋରାପୁଟ,୨୪ା୩(ଅମିତାଭ ବେହେରା): କୋରାପୁଟ ଜିଲା କୁନ୍ଦୁରା ବ୍ଲକ ଭୁସଙ୍ଗଗୁଡ଼ା ପଞ୍ଚାୟତ ନଇକେରା ନଦୀଘାଟରୁ ବାଲି ଉଠାଣ ପାଇଁ ଖଣି ବିଭାଗ ପକ୍ଷରୁ ଟେଣ୍ଡର ନ କରିବାକୁ ଗ୍ରାମବାସୀ…

ଯକ୍ଷ୍ମା ରୋଗରେ ପୀଡିତ ରମେଶ, ଚିକତ୍ସା ପାଇଁ ଅର୍ଥ ସାଜିଛି ବାଧକ

ମୋହନା, ୨୫।୩(ମ୍ନମଥ ମିଶ୍ର): ମୋହନା ସହରଠାରୁ ମାତ୍ର ଦୁଇ କି.ମି. ଦୂର ଲେକାପଦର ଗାଁର ରମେଶ ମଳିକ। ଯକ୍ଷ୍ମା ରୋଗରେ ଆକ୍ରାନ୍ତ ହୋଇ ସେ ଅର୍ଥ ଅଭାବରୁ…

ଶୁଣିଲାନି ପ୍ରଶାସନ: କାଠ ପୋଲ ନିର୍ମାଣ କଲେ ଗ୍ରାମବାସୀ

ନନ୍ଦପୁର/ପାଡୁଆ,୨୫ା୩ (ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ)-କୋରାପୁଟ ଜିଲା ନନ୍ଦପୁର ବ୍ଲକ୍‌ ଗୋଲୁର ପଞ୍ଚାୟତ ଗଙ୍ଗାଗୁଡ଼ା ଗ୍ରାମବାସୀ ମିଳିତ ଭାବେ ନାଳ ଉପରେ ଏକ କାଠ ପୋଲ ନିର୍ମାଣ…

ଗନ୍ଧମାର୍ଦ୍ଦନ ଜଙ୍ଗଲରେ ନିଆଁ

ପାଇକମାଳ,୨୫ା୩(ବଡ଼ ଶତପଥୀ): ବରଗଡ଼ ଜିଲାର ନୃସିଂହନାଥ ଓ ବଲାଙ୍ଗୀର ଜିଲାର ହରିଶଙ୍କର ଅଞ୍ଚଳକୁ ଘେରି ରହିଥିବା ଭାରତ ପ୍ରସିଦ୍ଧ ଗନ୍ଧମାର୍ଦ୍ଦନ ଜଙ୍ଗଲରେ ଗତ ରବିବାରରୁ ନିଅଁା ଲାଗିଛି।…

କାଳରାତ୍ରୀ ବେଶରେ ମା’: ଦର୍ଶନ ପାଇଁ ସକାଳୁ ଭକ୍ତଙ୍କ ସମାଗମ

ବରଗଡ଼,୨୫।୩(ପ୍ରେମାନନ୍ଦ ଖମାରୀ) : ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଇଙ୍କ ବାସନ୍ତୀକ ନବରାତ୍ର ପୂଜା ଚାଲିଛି । ସପ୍ତମ ଦିବସ ବୁଧବାର ଦେବୀ କାଳରାତ୍ରୀ ବେଶରେ ଦର୍ଶନ…

ମିଳୁନି ଗ୍ୟାସ୍‌ ସିଲିଣ୍ଡର, ବିକଳ୍ପ ଚୁଲା କଲେ ହୋଟେଲ ମାଲିକ, ଜାଣିଲେ ହୋଇଯିବ ତାଜୁବ

ବଲାଙ୍ଗୀର,୨୫ା୩(ବୀରେନ୍ଦ୍ର କୁମାର ଝାଙ୍କର): ଆମେରିକା-ଇସ୍ରାଏଲ-ଇରାନ୍‌ ଯୁଦ୍ଧ ପରେ ଭାରତରେ ଦେଖାଦେଇଥିବା ଏଲପିଜି ଗ୍ୟାସ୍‌ ସିଲିଣ୍ଡର ସମସ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଏହାର ପ୍ରଭାବ ବଲାଙ୍ଗୀରରେ ବିଶେଷକରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri