Posted inଜାତୀୟ

ମମତାଙ୍କୁ ଅଙ୍ଗୁଳି ଉଠାଇଲା ସିବିଆଇ

ନୂଆଦିଲ୍ଲୀ, ୨୮।୧୨ (ଆଇଏଏନ୍‌ଏସ୍‌): ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନକୁ ଆଉ ଚାରିମାସ ବାକି ଥିବାବେଳେ ସାରଦା ଚିଟ୍‌ଫଣ୍ଡ ଦୁର୍ନୀତି ମାମଲାରେ ସିବିଆଇର ନୂଆ ଖୁଲାସା ମମତା ବାନାର୍ଜୀ ସରକାରଙ୍କ ପାଇଁ ଅଡୁଆ ସୃଷ୍ଟି କରିଛି। ସାରଦା ଗ୍ରୁପ୍‌ ଅଫ୍‌ କମ୍ପାନିଜ୍‌ର ଅଂଶବିଶେଷ ଥାଇ ତଦନ୍ତ ପରିସରଭୁକ୍ତ ହୋଇଥିବା ତାରା ଟିଭିର କର୍ମଚାରୀମାନଙ୍କୁ ୨୩ ମାସ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିରୁ ନିୟମିତ ବେତନ ପ୍ରଦାନ କରାଯାଇଥିବା ସିିବିଆଇ ସୁପ୍ରିମକୋର୍ଟଙ୍କୁ ଜଣାଇଛି। ୨୦୧୩ ମେ’ରୁ ୨୦୧୫ ଏପ୍ରିଲ୍‌ ପର୍ଯ୍ୟନ୍ତ ବେତନ ବାବଦରେ ମାସକୁ ୨୭ ଲକ୍ଷ ଟଙ୍କା ଲେଖାଏ ଦିଆଯାଇଛି। ଏପରି ମୋଟ ୬.୨୧ କୋଟି ଟଙ୍କା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିରୁ ତାରା ଟିଭି କର୍ମଚାରୀ କଲ୍ୟାଣ ସଂଘକୁ ପ୍ରଦାନ କରାଯାଇଛି।
କମ୍ପାନୀର ଉପଲବ୍ଧ ପାଣ୍ଠିରୁ ଟିଭି କର୍ମଚାରୀଙ୍କ ଦରମା ପ୍ରଦାନ କରାଯାଇପାରିବ ବୋଲି ହାଇକୋର୍ଟ ତାଙ୍କ ରାୟରେ କହିଥିଲେ। ତେବେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ଫଣ୍ଡ ନାମରେ ସଂଗୃହୀତ ରାଜ୍ୟ ପାଣ୍ଠିରୁ ଘରୋଇ ଟିଭି ଚାନେଲ କର୍ମଚାରୀଙ୍କୁ ବେତନ ଦିଆଯାଇପାରିବ ବୋଲି କୁହାଯାଇ ନ ଥିଲା। ରିଲିଫ୍‌ ପାଣ୍ଠିରୁ ବେତନ ପ୍ରଦାନ ପଛରେ ବଡ଼ ଷଡ଼ଯନ୍ତ୍ର ଓ ଘରୋଇ କମ୍ପାନୀ ସହ ସରକାରଙ୍କ ମଧୁଚନ୍ଦ୍ରିକା ଥିବାର ସୂଚନା ମିଳୁଥିବା ସିବିଆଇ କହିଛି। ଦୁର୍ନୀତିକୁ ନେଇ ସିଧାସଳଖ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରକୁ ଅଙ୍ଗୁଳି ଉଠିଛି। ଆଇନ ପ୍ରକ୍ରିୟାରୁ ଖସିଯିବା ଏବଂ ତଦନ୍ତକୁ ଭଣ୍ଡୁର କରିବା ଲାଗି ହେଉଥିବା ଷଡ଼ଯନ୍ତ୍ରରେ କର୍ତ୍ତୃପକ୍ଷ ସାମିଲ ଥିବା ଅଧିକ ତଦନ୍ତ କଲେ ଜଣାପଡ଼ିବ ବୋଲି ସିବିଆଇ କହିଛି।
ଚିଟ୍‌ଫଣ୍ଡ ମାମଲାରେ ପୂର୍ବତନ ରାଜ୍ୟ ସଭା ସଦସ୍ୟ କୁନାଲ ଘୋଷଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଜେରା କରିଥିଲା। ସାରଦା ଗ୍ରୁପ୍‌ର ମୁଖ୍ୟ ସୁଦୀପ୍ତ ସେନ୍‌ଙ୍କ ସହ ମୁଖ୍ୟମନ୍ତ୍ରୀଙ୍କର ଉତ୍ତମ ସମ୍ପର୍କ ଥିବା ଘୋଷ ସେତେବେଳେ କହିଥିଲେ। କୁନାଲଙ୍କ ଫୋନ୍‌ରୁ ମମତା ସୁଦୀପ୍ତଙ୍କୁ କଲ୍‌ କରୁଥିଲେ। ସାରଦା ଗ୍ରୁପ୍‌ କମ୍ପାନୀର କର୍ମଚାରୀ ସଫିକୁର୍‌ ରେହମାନଙ୍କୁ ଜେରା ବେଳେ ସୁଦୀପ୍ତଙ୍କ ସହ ମମତାଙ୍କ ସମ୍ପର୍କର ସୂଚନା ମିଳିଥିଲା। ମମତା ବିଧାନସଭା ନିର୍ବାଚନ ଲଢ଼ୁଥିବାବେଳେ ଭଓ୍ବାନିପୁର, କୋଲକାତାରେ ସମସ୍ତ ପୂଜା ଖର୍ଚ୍ଚ ସୁଦୀପ୍ତ ସେନ୍‌ ବହନ କରୁଥିଲେ ବୋଲି ସଫିକୁର କହିଥିବା ସିବିଆଇ ଦର୍ଶାଇଛି।
ପଶ୍ଚିମବଙ୍ଗର ବରିଷ୍ଠ ଆଇପିଏସ୍‌ ଅଫିସର ତଥା କୋଲକାତାର ପୂର୍ବତନ ପୋଲିସ କମିଶନର ରାଜୀବ କୁମାରଙ୍କୁ ଜେରା କରିବା ଲାଗି ସିବିଆଇ ସୁପ୍ରିମକୋର୍ଟଙ୍କ ଅନୁମତି ଲୋଡ଼ିଛି। ଚିଟ୍‌ଫଣ୍ଡ ଠକେଇ ସହ ରାଜୀବଙ୍କର ଗଭୀର ସମ୍ପୃକ୍ତି ଥିବାରୁ ତାଙ୍କୁ ଜେରା କରାଯିବା ଆବଶ୍ୟକ ବୋଲି ସିବିଆଇ କହିଛି।
କମ୍‌ ସମୟରେ ଅଧିକ ରିଟର୍ନ ପ୍ରତିଶ୍ରୁତି ଦେଇ ସାରଦା ଗ୍ରୁପ୍‌ ଲକ୍ଷ ଲକ୍ଷ ଜମାକାରୀଙ୍କଠାରୁ ୨,୫୦୦ କୋଟି ଟଙ୍କା ଠକିନେଇଥିଲା। ୨୦୧୩ରେ ଉକ୍ତ ଠକେଇ ଜଣାପଡ଼ିବା ପରେ ରାଜ୍ୟ ସରକାର ଏହାର ଏସ୍‌ଆଇଟି ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ସେତେବେଳେ ରାଜୀବ କୁମାର ଏସ୍‌ଆଇଟିରେ ଥିଲେ। ୨୦୧୪ରେ ସୁପ୍ରିମକୋର୍ଟ ତଦନ୍ତ ଦାୟିତ୍ୱ ସିବିଆଇକୁ ହସ୍ତାନ୍ତର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri