Posted inଜାତୀୟ

ମମତାଙ୍କୁ ଅଙ୍ଗୁଳି ଉଠାଇଲା ସିବିଆଇ

ନୂଆଦିଲ୍ଲୀ, ୨୮।୧୨ (ଆଇଏଏନ୍‌ଏସ୍‌): ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନକୁ ଆଉ ଚାରିମାସ ବାକି ଥିବାବେଳେ ସାରଦା ଚିଟ୍‌ଫଣ୍ଡ ଦୁର୍ନୀତି ମାମଲାରେ ସିବିଆଇର ନୂଆ ଖୁଲାସା ମମତା ବାନାର୍ଜୀ ସରକାରଙ୍କ ପାଇଁ ଅଡୁଆ ସୃଷ୍ଟି କରିଛି। ସାରଦା ଗ୍ରୁପ୍‌ ଅଫ୍‌ କମ୍ପାନିଜ୍‌ର ଅଂଶବିଶେଷ ଥାଇ ତଦନ୍ତ ପରିସରଭୁକ୍ତ ହୋଇଥିବା ତାରା ଟିଭିର କର୍ମଚାରୀମାନଙ୍କୁ ୨୩ ମାସ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିରୁ ନିୟମିତ ବେତନ ପ୍ରଦାନ କରାଯାଇଥିବା ସିିବିଆଇ ସୁପ୍ରିମକୋର୍ଟଙ୍କୁ ଜଣାଇଛି। ୨୦୧୩ ମେ’ରୁ ୨୦୧୫ ଏପ୍ରିଲ୍‌ ପର୍ଯ୍ୟନ୍ତ ବେତନ ବାବଦରେ ମାସକୁ ୨୭ ଲକ୍ଷ ଟଙ୍କା ଲେଖାଏ ଦିଆଯାଇଛି। ଏପରି ମୋଟ ୬.୨୧ କୋଟି ଟଙ୍କା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିରୁ ତାରା ଟିଭି କର୍ମଚାରୀ କଲ୍ୟାଣ ସଂଘକୁ ପ୍ରଦାନ କରାଯାଇଛି।
କମ୍ପାନୀର ଉପଲବ୍ଧ ପାଣ୍ଠିରୁ ଟିଭି କର୍ମଚାରୀଙ୍କ ଦରମା ପ୍ରଦାନ କରାଯାଇପାରିବ ବୋଲି ହାଇକୋର୍ଟ ତାଙ୍କ ରାୟରେ କହିଥିଲେ। ତେବେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ଫଣ୍ଡ ନାମରେ ସଂଗୃହୀତ ରାଜ୍ୟ ପାଣ୍ଠିରୁ ଘରୋଇ ଟିଭି ଚାନେଲ କର୍ମଚାରୀଙ୍କୁ ବେତନ ଦିଆଯାଇପାରିବ ବୋଲି କୁହାଯାଇ ନ ଥିଲା। ରିଲିଫ୍‌ ପାଣ୍ଠିରୁ ବେତନ ପ୍ରଦାନ ପଛରେ ବଡ଼ ଷଡ଼ଯନ୍ତ୍ର ଓ ଘରୋଇ କମ୍ପାନୀ ସହ ସରକାରଙ୍କ ମଧୁଚନ୍ଦ୍ରିକା ଥିବାର ସୂଚନା ମିଳୁଥିବା ସିବିଆଇ କହିଛି। ଦୁର୍ନୀତିକୁ ନେଇ ସିଧାସଳଖ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରକୁ ଅଙ୍ଗୁଳି ଉଠିଛି। ଆଇନ ପ୍ରକ୍ରିୟାରୁ ଖସିଯିବା ଏବଂ ତଦନ୍ତକୁ ଭଣ୍ଡୁର କରିବା ଲାଗି ହେଉଥିବା ଷଡ଼ଯନ୍ତ୍ରରେ କର୍ତ୍ତୃପକ୍ଷ ସାମିଲ ଥିବା ଅଧିକ ତଦନ୍ତ କଲେ ଜଣାପଡ଼ିବ ବୋଲି ସିବିଆଇ କହିଛି।
ଚିଟ୍‌ଫଣ୍ଡ ମାମଲାରେ ପୂର୍ବତନ ରାଜ୍ୟ ସଭା ସଦସ୍ୟ କୁନାଲ ଘୋଷଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଜେରା କରିଥିଲା। ସାରଦା ଗ୍ରୁପ୍‌ର ମୁଖ୍ୟ ସୁଦୀପ୍ତ ସେନ୍‌ଙ୍କ ସହ ମୁଖ୍ୟମନ୍ତ୍ରୀଙ୍କର ଉତ୍ତମ ସମ୍ପର୍କ ଥିବା ଘୋଷ ସେତେବେଳେ କହିଥିଲେ। କୁନାଲଙ୍କ ଫୋନ୍‌ରୁ ମମତା ସୁଦୀପ୍ତଙ୍କୁ କଲ୍‌ କରୁଥିଲେ। ସାରଦା ଗ୍ରୁପ୍‌ କମ୍ପାନୀର କର୍ମଚାରୀ ସଫିକୁର୍‌ ରେହମାନଙ୍କୁ ଜେରା ବେଳେ ସୁଦୀପ୍ତଙ୍କ ସହ ମମତାଙ୍କ ସମ୍ପର୍କର ସୂଚନା ମିଳିଥିଲା। ମମତା ବିଧାନସଭା ନିର୍ବାଚନ ଲଢ଼ୁଥିବାବେଳେ ଭଓ୍ବାନିପୁର, କୋଲକାତାରେ ସମସ୍ତ ପୂଜା ଖର୍ଚ୍ଚ ସୁଦୀପ୍ତ ସେନ୍‌ ବହନ କରୁଥିଲେ ବୋଲି ସଫିକୁର କହିଥିବା ସିବିଆଇ ଦର୍ଶାଇଛି।
ପଶ୍ଚିମବଙ୍ଗର ବରିଷ୍ଠ ଆଇପିଏସ୍‌ ଅଫିସର ତଥା କୋଲକାତାର ପୂର୍ବତନ ପୋଲିସ କମିଶନର ରାଜୀବ କୁମାରଙ୍କୁ ଜେରା କରିବା ଲାଗି ସିବିଆଇ ସୁପ୍ରିମକୋର୍ଟଙ୍କ ଅନୁମତି ଲୋଡ଼ିଛି। ଚିଟ୍‌ଫଣ୍ଡ ଠକେଇ ସହ ରାଜୀବଙ୍କର ଗଭୀର ସମ୍ପୃକ୍ତି ଥିବାରୁ ତାଙ୍କୁ ଜେରା କରାଯିବା ଆବଶ୍ୟକ ବୋଲି ସିବିଆଇ କହିଛି।
କମ୍‌ ସମୟରେ ଅଧିକ ରିଟର୍ନ ପ୍ରତିଶ୍ରୁତି ଦେଇ ସାରଦା ଗ୍ରୁପ୍‌ ଲକ୍ଷ ଲକ୍ଷ ଜମାକାରୀଙ୍କଠାରୁ ୨,୫୦୦ କୋଟି ଟଙ୍କା ଠକିନେଇଥିଲା। ୨୦୧୩ରେ ଉକ୍ତ ଠକେଇ ଜଣାପଡ଼ିବା ପରେ ରାଜ୍ୟ ସରକାର ଏହାର ଏସ୍‌ଆଇଟି ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ସେତେବେଳେ ରାଜୀବ କୁମାର ଏସ୍‌ଆଇଟିରେ ଥିଲେ। ୨୦୧୪ରେ ସୁପ୍ରିମକୋର୍ଟ ତଦନ୍ତ ଦାୟିତ୍ୱ ସିବିଆଇକୁ ହସ୍ତାନ୍ତର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବର୍ଷର ଶେଷ ଦିନ ସଂହ ରାଶି ସହ ୫ରାଶିର ଫିଟିଯିବ ଭାଗ୍ୟ! ବାଜିବ ଲଟେରୀ

ଆସନ୍ତାକାଲି ହେଉଛି ୨୦୨୫ ବର୍ଷର ଶେଷ ୩୧ତମ ଦିନ ଏବଂ ବୁଧବାର। ବୁଧବାର ଦିନ ପ୍ରତିବନ୍ଧକ ଦୂରକାରୀ ଭଗବାନ ଗଣେଶ ଏବଂ ଜ୍ଞାନ ଏବଂ ବିବେକର...

ଭଲିବଲ ଟୁର୍ନାମେଣ୍ଟ: ସେମିଫାଇନାଲରେ ଦାରିଙ୍ଗିବାଡ଼ି

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ତୃତୀୟ ଦିବସ ମଙ୍ଗଳବାର କ୍ୱାର୍ଟର ଫାଇନାଲ...

ଆଇସିସି ମହିଳା ର଼୍ୟାଙ୍କିଙ୍ଗରେ ଦୀପ୍ତି ନମ୍ବର ଓ୍ବାନ୍‌

ଦୁବାଇ, ୩୦ା୧୨: ଆଇସିସି ଅନ୍ତର୍ଜାତୀୟ ଟି୨୦ ପ୍ଲେୟର୍ସ ର଼୍ୟାଙ୍କିଙ୍ଗ ତାଲିକାରେ ଭାରତର ବିସ୍ଫୋରକ ଓପନର ଶେଫାଳୀ ବର୍ମା ୬ଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଏହି ୨୧...

୩ ବର୍ଷ ଧରି ପାଇଲେ ଭଲ, ହେଲେ ବିବାହ ପାଇଁ କରିଦେଲେ ମନା; ଥାନାରେ ବିଷ ପିଇଦେଲେ ପ୍ରେମିକ…

ଆନନ୍ଦପୁର ୩୦।୧୨(ସୁଶାନ୍ତ କୁମାର ସାହୁ): ବିବାହ କରିବାକୁ ମନା କରିଦେଲା ପ୍ରେମିକା। ସହି ନ ପାରି ପ୍ରେମିକାଙ୍କ ଉପସ୍ଥିତିରେ ଥାନା ପରସରରେ ବିଷ ପିଇଦେଲେ ଯୁବକ।...

ଗୋପାଳଙ୍କ ଉପରେ ଭରସା କଲେ ନବୀନ ଦେଲେ ଗୁରୁଦାୟିତ୍ୱ: ବିଜେଡିର ନିଶ୍ଚୟ ବିଜୟ କହିଲେ…

କେସିଙ୍ଗା,୩୦।୧୨(ତୁମେଶ୍ୱର ସାହୁ): ବିଜେଡିର ୨୯ ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ସାରା ରାଜ୍ୟରେ ନୂତନ ବିଜେଡି ପଦାଧିକାରୀମାନଙ୍କ ନାମ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ  ଘୋଷଣା...

୨୦୨୬ରେ ହେବ ଭାରତ ପାକିସ୍ତାନ ଯୁଦ୍ଧ? ଆସୁଛି ଅସ୍ତ୍ର

ନୂଆଦିଲ୍ଲୀ,୩୦।୧୨: ଆମେରିକୀୟ ଥିଙ୍କ ଟ୍ୟାଙ୍କ କାଉନସିଲ ଅନ ଫରେନ ରିଲେସନ୍ସ (CFR) ଚେତାବନୀ ଦେଇଛି ଯେ ଭାରତ ଏବଂ ପାକିସ୍ତାନ ମଧ୍ୟରେ 2026 ରେ ଯୁଦ୍ଧ...

କ୍ରିକେଟ୍‌ ଟୁର୍ନାମେଣ୍ଟ: ମନମୁଣ୍ଡା ଚାମ୍ପିୟନ

ବାଲିଗୁଡ଼ା,୩୦ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): ବାଲିଗୁଡ଼ା ବ୍ଲକ୍‌ ଲଣ୍ଡାଗାଁରେ ୫ ଦିନ ଧରି ଚାଲିଥିବା ୧୩ ତମ ବିରାଟେଶ୍ୱର କ୍ରିକେଟ୍‌ ଟୁର୍ନାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି। କର୍ଣ୍ଣିବେଡ଼ା ଓ...

୧୪ ଫାର୍ମାସିଷ୍ଟଙ୍କ ଲେଭେଲ-୨କୁ ପଦୋନ୍ନତି

ନୂଆପଡ଼ା,୩୦ା୧୨ (ମକାରୁ ବେମାଲ): ନୂଆପଡ଼ା ଜିଲାର ବିଭିନ୍ନ ସ୍ବାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ୩୬ ଜଣ ଫାର୍ମାସଷ୍ଟଙ୍କ ମଧ୍ୟରୁ ୧୪ ଜଣ ପଦୋନ୍ନତି ପାଇଛନ୍ତି। ସୂଚନା ମୁତାବକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri