Posted inଜାତୀୟ

ରାମ ରହିମ୍‌ ଦୋଷୀ ସାବ୍ୟସ୍ତ: ଅକ୍ଟୋବର ୧୨ ଦଣ୍ଡ ଶୁଣାଣି

ନୂଆଦିଲ୍ଲୀ,୮।୧୦: ରଣଜିତ ସିଂ ହତ୍ୟା ମାମଲାରେ ଶୁକ୍ରବାର ଏକ ସ୍ବତନ୍ତ୍ର ସିବିଆଇ କୋର୍ଟ ଡେରାମୁଖୀ ରାମ ରହିମ୍‌ଙ୍କ ସମେତ ୫ ଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଅକ୍ଟୋବର ୧୨ରେ ସମସ୍ତ ଦୋଷୀଙ୍କୁ ଦଣ୍ଡିତ କରାଯିବ। ଏହି ମାମଲାରେ ଅଭିଯୁକ୍ତ ଡେରାମୁଖୀ ଗୁରୁମିତ ରାମ ରହିମ ଏବଂ କୃଷ୍ଣ କୁମାର ଭିଡିଓ କନଫରେନ୍ସିଂ ମାଧ୍ୟମରେ ହାଜର ହୋଇଥିଲେ। ଏଥି ସହ ଅଭିଯୁକ୍ତ ଅବତାର, ଜସଭୀର ଏବଂ ସବଦିଲ ସିଧାସଳଖ କୋର୍ଟରେ ହାଜର ହୋଇଥିଲେ।
ଜୁଲାଇ ୧୦, ୨୦୦୨ରେ, ଡେରାର ପରିଚାଳନା କମିଟିର ସଦସ୍ୟ ଥିବା କୁରୁକ୍ଷେତ୍ରର ରଞ୍ଜିତ ସିଂଙ୍କୁ ହତ୍ୟା କରାଯାଇଥିଲା। ପୋଲିସର ତଦନ୍ତରେ ଅସନ୍ତୁଷ୍ଟ ହୋଇ ରଣଜିତଙ୍କ ପିତା ଜାନୁଆରୀ ୨୦୦୩ ରେ ସିବିଆଇ ତଦନ୍ତ ପାଇଁ ହାଇକୋର୍ଟରେ ଆବେଦନ କରିଥିଲେ। ଏହି ଘଟଣାର ତଦନ୍ତ ବେଳେ ସିବିଆଇ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ୨୦୦୭ରେ, କୋର୍ଟ ଅଭିଯୁକ୍ତଙ୍କ ଉପରେ ଅଭିଯୋଗ କରିଥିଲେ। ସାଧବୀଙ୍କ ଯୌନ ଶୋଷଣ ମାମଲାରେ ଗୁରୁମିତ ରାମ ରହିମ୍‌ଙ୍କୁ ୨୦ ବର୍ଷ ଦଣ୍ଡିତ କରାଯାଇଛି ଏବଂ ସେ ଖବରଦାତା ରାମଚନ୍ଦ୍ର ଛତ୍ରପତି ହତ୍ୟା ମାମଲାରେ ସୁନାରିଆ ଜେଲରେ ଆଜୀବନ କାରାଦଣ୍ଡ ଭୋଗୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୧ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା, ଫସିଛନ୍ତି ୨୫ରୁ ଊର୍ଦ୍ଧ୍ୱ

ଶିମଲା,୧୧।୮ : ହିମାଚଳ ପ୍ରଦେଶର କିନୋରଠାରେ ବୁଧବାର ଭୂଶ୍ଖଳନ ଘଟିବାରୁ ୧୧ ଜଣଙ୍କ ମୃତ୍ୟୁ ଘଟିଛି। ଆହୁରି ୩୦ ଜଣ ନିଖୋଜ ଅଛନ୍ତି। ମାଟି ଅତଡ଼ା...

ଭାଜପା ରାଜ୍ୟ ସରକାର ଡବଲ ୱାଶିଂ ମେଶିନ ଛଡା ଆଉ କିଛି ନୁହଁନ୍ତି : ଜୟରାମ ରମେଶ…

ନୂଆଦିଲ୍ଲୀ,୭।୩ : ମଙ୍ଗଳବାର କଂଗ୍ରେସ ୱାଶିଂ ପାଉଡର ଥିବା ଏକ ବିଜ୍ଞାପନକୁ ନେଇ ଭାଜପାକୁ କଡ଼ା ସମାଲୋଚନା କରିଛି। ସେ କଂଗ୍ରେସ ମହାସଚିବ ଜୟରାମ ରମେଶ...

ପୈତୃକ ଗ୍ରାମରେ ହେଲା ଶରଦ ଯାଦବଙ୍କ ଅନ୍ତିମ ସଂସ୍କାର

ନର୍ମଦାପୁରମ,୧୪।୧: ବରିଷ୍ଠ ସମାଜବାଦୀ ନେତା ଶରଦ ଯାଦବଙ୍କ ଅନ୍ତିମ ସଂସ୍କାର ତାଙ୍କ ପୈତୃକ ଗ୍ରାମରେ କରାଯାଇଛି। ପୁଅ ଶାନ୍ତନୁ ଏବଂ ଝିଅ ଶୁଭାସିନୀ ମିଶି ତାଙ୍କୁ...

ମୁଖ୍ୟମନ୍ତ୍ରୀଙ୍କ ନାଁରେ ଏଫ୍‌ଆଇଆର୍‌ ନ ହେବାରୁ ଧାରଣାରେ ଆଇଏଏସ୍‌ ଅଫିସର

ନୂଆଦିଲ୍ଲୀ,୧୭।୭: ମୁଖ୍ୟ ସଚିବ ସ୍ତରର ଜଣେ ଆଇଏଏସ୍‌ ଅଧିକାରୀ ପ୍ରମାଣ ସହ ଏଫ୍‌ଆଇଆର୍‌ ଦାୟର କରିବାକୁ ଥାନାକୁ ଆସିଛନ୍ତି। କିନ୍ତୁ ଏହାକୁ ରେଜିଷ୍ଟର କରାଯାଉ ନାହିଁ।...

ଦିଲ୍ଲୀ ସମେତ ଉତ୍ତର ଭାରତରେ ଶୀତର ରିଭର୍ସ ଗିୟର, ତାପମାତ୍ରା ୨-୩ ଡିଗ୍ରୀ ଖସିଲା

ନୂଆଦିଲ୍ଲୀ,୧୫ ।୧: ଜମ୍ମୁ-କଶ୍ମୀର, ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡରେ ପ୍ରବଳ ତୁଷାର ପାତ ହେଉଛି । ଆଉ ଏହାର ପ୍ରଭାବ ଦିଲ୍ଲୀ-ଏନସିଆରରେ ପଡୁଛି । ରାଜଧାନୀ...

ନିର୍ଭୟା ମାମଲା ଶୁଣାଣି ବେଳେ କୋର୍ଟ ଭିତରେ ବେହୋସ୍‌ ହୋଇଗଲେ ଜଷ୍ଟିସ ଭାନୁମଥି

ନୂଆଦିଲ୍ଲୀ,୧୪।୨: ନିର୍ଭୟା ଗଣବଳାତ୍କାର ମାମଲାରେ ଦୋଷୀଙ୍କୁ ଅଲଗା ଅଲଗା ଫାଶୀ ଦେବାକୁ ନେଇ ଶୁକ୍ରବାର ଶୁଣାଣି ଚାଲୁଥିବା ସମୟରେ କୋର୍ଟ ଭିତରେ ଜଷ୍ଟିସ ଆର୍‌. ଭାନୁମଥି...

ସୂର୍ଯ୍ୟ ପରାଗ ସମୟରେ ୩ ପିଲାଙ୍କୁ ମାଟିରେ ବେକ ପର୍ଯ୍ୟନ୍ତ ପୋତାଗଲା

ବେଙ୍ଗାଲୁରୁ,୨୭।୧୨: ଆଧୁନିକ ଦୁନିଆରେ ମଧ୍ୟ ମଣିଷ ମଧ୍ୟରେ ବିଭିନ୍ନ କୁସଂସ୍କାର ଏବଂ ଅନ୍ଧବିଶ୍ୱାସ ରହିଛି। ଏହାଯୋଗୁ ବହୁ ରୋଚକ ଘଟଣାମାନ ଘଟୁଛି। ଗୁରୁବାର ସୂର୍ଯ୍ୟପରାଗ ସମୟରେ...

୬୦ ବର୍ଷ ପରେ ପୂର୍ବତନ ଭାରତୀୟ ଅଧିନାୟକଙ୍କ ମୁଣ୍ଡରୁ ବାହାରିଲା ଟାଇଟାନିୟମ ପ୍ଲେଟ

ମୁମ୍ବାଇ,୭।୪: ପୂର୍ବତନ ଭାରତୀୟ ଅଧିନାୟକ ନରି କଣ୍ଟ୍ରାକ୍ଟରଙ୍କ ମୁଣ୍ଡରୁ ଏକ ଲୁହା ପ୍ଲେଟ୍‌ ବାହାର କରାଯାଇଛି। ୧୯୬୨ ଓ୍ବେଷ୍ଟଇଣ୍ଡିଜ ଗସ୍ତରେ ଚାରଲି ଗ୍ରିଫିଥ୍‌ଙ୍କ ଏକ ବାଉନ୍ସର...

Advertisement
Archives

Model This Week