Posted inଜାତୀୟ

ଓ୍ବାଙ୍ଖଡ଼େଙ୍କ ବିରୋଧରେ ସିବିଆଇ ଏତଲା

ମୁମ୍ବାଇ, ୧୬ା୫: ୨୫ କୋଟି ଟଙ୍କା ନ ଦେଲେ ନିଶା କାରବାର ଅଭିଯୋଗରେ ପୁଅ ଆର୍ୟନ ଖାନ୍‌ଙ୍କ ବିରୋଧରେ ମାମଲା ଦାଏର କରାଯିବ ବୋଲି ବଲିଉଡ୍‌ ସୁପରଷ୍ଟାର ଶାହରୁଖ ଖାନ୍‌ଙ୍କ ପରିବାରକୁ ନାର୍କୋଟିକ୍‌ କଣ୍ଟ୍ରୋଲ ବ୍ୟୁରୋ (ଏନ୍‌ସିବି)ର ପୂର୍ବତନ ଜୋନାଲ ନିର୍ଦ୍ଦେଶକ ସମୀର ଓ୍ବାଙ୍ଖଡ଼େ ଧମକ ଦେଇଥିଲେ। ଏନେଇ ସିବିଆଇ ତାଙ୍କ ବିରୋଧରେ ଏତଲା ଦାଏର କରିଛି। ୨୦୨୧ ଅକ୍ଟୋବରରେ ଓ୍ବାଙ୍ଖଡ଼େଙ୍କ ନେତୃତ୍ୱରେ ଏନ୍‌ସିବି ଟିମ୍‌ ମୁମ୍ବାଇ ଉପକୂଳରେ ରେଭ୍‌ ପାର୍ଟି ଚାଲିଥିବା ଏକ କ୍ରୁଜ୍‌ ଜାହାଜ ଉପରେ ଚଢ଼ାଉ କରି ଆର୍ୟନଙ୍କ ସମେତ ଅନ୍ୟମାନଙ୍କୁ ଗିରଫ କରି ଚର୍ଚ୍ଚାକୁ ଆସିଥିଲେ। ତେବେ ଆର୍ୟନଙ୍କ ବିରୋଧରେ ମାମଲା ରୁଜୁ ନ କରିବା ପାଇଁ ଲାଞ୍ଚ ମାଗିବା ଅଭିଯୋଗରେ ସିବିଆଇ ଓ୍ବାଙ୍ଖଡେଙ୍କ ବିରୋଧରେ ଦୁର୍ନୀତି ଏବଂ ଆପରାଧିକ ଆଚରଣ ଅଭିଯୋଗରେ ମାମଲା ରୁଜୁ କରିଛି। ତତ୍କାଳୀନ ଏନ୍‌ସିବି ଜୋନାଲ ନିର୍ଦ୍ଦେଶକ ଏବଂ ଗୋଇନ୍ଦା ଅଧିକାରୀ ଆଶିଷ ରଞ୍ଜନଙ୍କ ବିରୋଧରେ ସିବିଆଇ ତଦନ୍ତରୁ ସେମାନଙ୍କ ସମ୍ପତ୍ତି ଘୋଷିତ ଆୟଠାରୁ ଯଥେଷ୍ଟ ଅଧିକ ଥିବା ଜଣାପଡ଼ିଛି। ବିଦେଶ ଭ୍ରମଣ ଓ ଏଥିରେ ବ୍ୟୟ କରିଥିବା ଅର୍ଥ ସମ୍ପର୍କରେ ଓ୍ବାଙ୍ଖଡ଼େ ଠିକ୍‌ ଭାବେ ଉତ୍ତର ଦେଇପାରି ନ ଥିଲେ। ଏତଲାରେ ଅନ୍ୟ ଯେଉଁମାନଙ୍କ ନାମ ରହିଛି ସେମାନେ ହେଲେ ଏନ୍‌ସିବିର ତତ୍କାଳୀନ ବରିଷ୍ଠ ଅଧିକାରୀ ବିଶ୍ୱ ବିଜୟ ସିଂ ଓ ଆଶିଷ ରଞ୍ଜନ, କେ.ପି. ଗୋସାଭି ଏବଂ ତାଙ୍କ ସହଯୋଗୀ ସାନଭିଲେ ଡି’ସୌଜା। ଗୋସାଭି ଡ୍ରଗ୍ସ ମାମଲାର ସାକ୍ଷୀ ରହିଥିବାବେଳେ ଆର୍ୟନ ଗିରଫ ସମୟରେ ତାଙ୍କ ସହ ସେଲ୍‌ଫି ନେଇଥିଲେ। ଏନ୍‌ସିବି କର୍ମଚାରୀ ନ ହୋଇ ଗୋସାଭିଙ୍କୁ ଅଭିଯୁକ୍ତଙ୍କ ପାଖକୁ କ’ଣ ପାଇଁ ଛଡ଼ାଯାଇଥିଲା ବୋଲି ସେତେବେଳେ ପ୍ରଶ୍ନ ଉଠିଥିଲା। ଶାହରୁଖଙ୍କ ପରିବାରକୁ ୨୫ କୋଟି ଟଙ୍କା ପୈଠ କରିବାକୁ କୁହାଯାଇଥିଲା। ଶେଷରେ ୧୮ କୋଟି ଦେବା ପାଇଁ ବୁଝାମଣା ହୋଇଥିଲା। ଲାଞ୍ଚ ଅର୍ଥରୁ ୫୦ ଲକ୍ଷ ଟଙ୍କା ଗୋସାଭି ଓ ତାଙ୍କ ସହଯୋଗୀ ଡି’ସୌଜା ନେଇଥିଲେ ବୋଲି ଏତଲାରେ ଉଲ୍ଲେଖ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁମ୍ବାଇରେ ଓଡିଆ ଦାଦନ ଶ୍ରମିକ ମୃତ: କାନ୍ଦବୋବାଳିରେ ଫାଟିପଡ଼ୁଛି ଗାଁ, ବିଧାୟକଙ୍କ ହସ୍ତକ୍ଷେପ ପରେ…

ଦିଗପହଣ୍ଡି,୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଛୋଟରାୟପୁର-ବାସୁଦେବପୁର ଗ୍ରାମ ବଡ଼ସାହିର ପ୍ରଦୀପ ମହାରଣାଙ୍କ ଦ୍ୱିତୀୟ ପୁଅ ସନ୍ତୋଷ ମହାରଣା(୩୬) ପରିବାର ପରିପୋଷଣ ନିମନ୍ତେ ଦାଦନ…

ମୋଦିଙ୍କଠାରୁ ଆରମ୍ଭ କରି ଷ୍ଟାଲିନ: ଯେତେବେଳେ ରାଜନୀତିର ଦିଗ୍ଗଜ ନେତାଙ୍କ ‘ଚାଣକ୍ୟ’ ସାଜିଥିଲେ ପ୍ରଶାନ୍ତ କିଶୋର; ଆଜି ଦିଲ୍ଲୀକୁ କଲେ ଥରହର

ନୂଆଦିଲ୍ଲୀ,୩।୮: ଯେତେବେଳେ ଚାଣକ୍ୟ ସାଜିଥିଲେ ପ୍ରଶାନ୍ତ କିଶୋର: ଦିନେ ପରଦା ପଛରେ ରହି ନିର୍ବାଚନୀ ରଣନୀତି ତିଆରି କରୁଥିବା ପ୍ରଶାନ୍ତ କିଶୋର (PK) ଆଜି ନିଜେ ରାଜନୀତିର…

ଲଗାତାର ୯ଦିନ ସ୍କୁଲ ଛୁଟି, ଜାଣନ୍ତୁ କେଉଁଠି?

ନୂଆଦିଲ୍ଲୀ,୩।୮: ନର୍ସରୀରୁ ୧୨ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲ ଅଗଷ୍ଟ ୪ରୁ ଅଗଷ୍ଟ ୧୨ (ମୋଟ ୯ ଦିନ) ପର୍ଯ୍ୟନ୍ତ ବନ୍ଦ ରହିବ। ମାତ୍ର ଅନଲାଇନ୍ କ୍ଲାସ୍…

ପ୍ରଶାନ୍ତ କିଶୋରଙ୍କ ପ୍ରଚଣ୍ଡ ବିଜୟ ପରେ ଆସିଲା ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ପ୍ରଥମ ପ୍ରତିକ୍ରିୟା, କହିଲେ…

ପାଟନା,୩।୮: ଜନ ସୁରାଜ ପାର୍ଟିର ସୂତ୍ରଧର ପ୍ରଶାନ୍ତ କିଶୋର ଭାଜପାର ପାରମ୍ପରିକ ଗଡ଼ ବାଙ୍କିପୁରରେ ଐତିହାସିକ ଏବଂ ବଡ଼ ବିଜୟ ହାସଲ କରିଛନ୍ତି। ଭୋଟ ଗଣନାର ପ୍ରଥମ…

ଉପନିର୍ବାଚନରେ ଫୁଟିପାରିଲାନି ପଦ୍ମ, ଏହି ସବୁ ସ୍ଥାନରେ ସାମ୍ନା କଲା ଶୋଚନୀୟ ପରାଜୟ

ନୂଆଦିଲ୍ଲୀ,୩।୮: ମଧ୍ୟପ୍ରଦେଶର ଦାତିଆ ବିଧାନସଭା ଉପନିର୍ବାଚନର ଫଳାଫଳ ଆଜି ଘୋଷଣା କରାଯାଇଛି, ଯେଉଁଥିରେ କଂଗ୍ରେସ ବିଜୟୀ ହୋଇଛି। କଂଗ୍ରେସ ପ୍ରାର୍ଥୀ ଘନଶ୍ୟାମ ସିଂହ ଭାଜପା ପ୍ରାର୍ଥୀ ଆଶୁତୋଷ…

EPFOକୁ ନେଇ ଆସିଲା ବଡ଼ ଖବର: ସରକାର ବଢାଇଲେ…

ନୂଆଦିଲ୍ଲୀ,୩।୮: ବହୁ ଦିନ ଧରି ବିଭିନ୍ନ କର୍ମଚାରୀ ସଂଗଠନଗୁଡ଼ିକ EPS ଦରମା ସୀମା ବୃଦ୍ଧି ଦାବିକୁ ଅର୍ଥ ମନ୍ତ୍ରଣାଳୟ ସମ୍ପ୍ରତି ଅନୁମୋଦନ କରିଛି। ଏହି ନିଷ୍ପତ୍ତି କର୍ମଚାରୀମାନଙ୍କ…

ମୁମ୍ବାଇରେ ଦିଗପହଣ୍ଡି ଦାଦନ ଶ୍ରମିକଙ୍କ ମୃତ୍ୟୁ; ବିଧାୟକ ଙ୍କ ହସ୍ତକ୍ଷେପ ପରେ ଅଣାଯାଉଛି ମୃତଦେହ, ଗାଁରେ ଶୋକାକୁଳ ପରିବେଶ 

ଦିଗପହଣ୍ଡି,୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକରେ ଏକ ଦୁଃଖଦ ଘଟଣା ଘଟିଯାଇଛି । ଦାଦନ ଖଟିବାକୁ ଯାଇ ମୁମ୍ବାଇରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ହୋଇଛି…

‘ମୁଁ କନଭର୍ଟ ହେବାକୁ ଚାହୁଁଛି…’ କଙ୍ଗନାଙ୍କ ଗୋଟିଏ ବୟାନ ସୋସିଆଲ ମିଡିଆରେ ଲଗାଇଲା ନିଆଁ, ଜାଣନ୍ତୁ ମାମଲା

ନୂଆଦିଲ୍ଲୀ,୩।୮: ବଲିଉଡ୍‌ ଅଭିନେତ୍ରୀ BJP ସାଂସଦ କଙ୍ଗନା ରଣାୱତ ପୁଣି ଥରେ ନିଜର ସ୍ପଷ୍ଟବାଦୀ ଅନ୍ଦାଜ ପାଇଁ ଚର୍ଚ୍ଚାରେ। ଏଥର କାରଣ ହେଉଛି ତାଙ୍କର ସୋସିଆଲ୍‌ ମିଡିଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri