ୟୁପିଆଇ, ରୁପେ ପେମେଣ୍ଟ ଚାର୍ଜର ରିଫଣ୍ଡ ମିଳିବ

ନୂଆଦିଲ୍ଲୀ,୩୧।୮: ଭୀମ୍‌ ୟୁପିଆଇ ଏବଂ ରୁପେ ଭଳି ପ୍ଲାଟ୍‌ଫର୍ମରେ ହୋଇଥିବା ପେମେଣ୍ଟ ଉପରେ ବ୍ୟାଙ୍କଗୁଡିକ ନେଇଥିବା ଚାର୍ଜ ରିଫଣ୍ଡ କରିବେ। ଜାନୁୟାରୀ ପହିଲାଠାରୁ ହୋଇଥିବା ନେଣଦେଣ ଉପରେ ଉକ୍ତ ରିଫଣ୍ଡ ମିଳିବ ବୋଲି ଜଣାପଡିଛି। ଏଥିଲାଗି ଆୟକର ବିଭାଗ ପକ୍ଷରୁ ରବିବାର ବ୍ୟାଙ୍କଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି। ଡିଜିଟାଲ ନେଣଦେଣକୁ ଉତ୍ସାହିତ କରିବା ଏବଂ କ୍ୟାଶ୍‌ଲେସ୍‌ ଅର୍ଥ ବ୍ୟବସ୍ଥା ଆଡ଼କୁ ଦେଶକୁ ବଢାଇବା ଦିଗରେ ସରକାର ଫାଇନାନ୍ସ ଆଇନ ୨୦୧୯ର ଧାରା ୨୬୯ଏସ୍‌ୟୁରେ ଏଭଳି ଏକ ବ୍ୟବସ୍ଥା କରିଛନ୍ତି। କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ(ସିବିଡିଟି) ପକ୍ଷରୁ ଏ ସଂକ୍ରାନ୍ତରେ ଏକ ସର୍କୁଲାର ଜାରି କରାଯାଇଛି। ଏହି ପ୍ଲାଟ୍‌ଫର୍ମଗୁଡିକରେ ଆଗାମୀ ଦିନରେ ହେଉଥିବା ନେଣଦେଣ ଉପରେ କୌଣସି ଚାର୍ଜ ନ ଲାଗୁ କରିବା ଲାଗି ବ୍ୟାଙ୍କଗୁଡିକୁ ଏଥିରେ ପରାମର୍ଶ ଦିଆଯାଇଛି। କୌଣସି ବାଣିଜି୍ୟକ ସଂସ୍ଥା ବା ବ୍ୟକ୍ତିବିଶେଷ ବାର୍ଷିକ ୫୦ କୋଟି ଟଙ୍କାର କାରବାର, ବିକ୍ରି କିମ୍ବା ଅର୍ଥ ଗ୍ରହଣ କରୁଥିଲେ ତାଙ୍କୁ ତୁରନ୍ତ ଭିତ୍ତିରେ ଏହି ପ୍ଲାଟ୍‌ଫର୍ମଗୁଡିକରେ ନେଣଦେଣ ସୁବିଧା ପ୍ରଦାନ କରିବାକୁ କୁହାଯାଇଛି। ଏହା ମଧ୍ୟରେ ଭୀମ୍‌ ୟୁପିଆଇ, ରୁପେ ଏବଂ ୟୁପିଆଇ କ୍ୟୁଆର୍‌ କୋଡ୍‌ ସାମିଲ ରହିଛି। ଚଳିତ ବର୍ଷ ଜାନୁୟାରୀ ପହିଲାଠାରୁ ଉକ୍ତ ବର୍ଗରେ ହୋଇଥିବା ନେଣଦେଣ ଉପରେ ଲାଗୁ ଚାର୍ଜର ରିଫଣ୍ଡ ତୁରନ୍ତ ଭିତ୍ତିରେ କରିବାକୁ କୁହାଯାଇଛି। କେତେକ ନିର୍ଦ୍ଦିଷ୍ଟ ପ୍ଲାଟ୍‌ଫର୍ମରେ ଇ-ନେଣଦେଣ ଲାଗି ଜାନୁୟାରୀ ପହିଲାରୁ କୌଣସି ମର୍ଚ୍ଚାଣ୍ଟ ଡିସ୍‌କାଉଣ୍ଟ ରେଟ୍‌ (ଏମ୍‌ଡିଆର୍‌) ନ ଲାଗୁ କରିବାକୁ ପୂର୍ବରୁ ନିର୍ଦ୍ଦେଶ ରହିଛି। ମାତ୍ର କିଛି ବ୍ୟାଙ୍କ ୟୁପିଆଇରେ ହେଉଥିବା ନେଣଦେଣ ଉପରେ ଚାର୍ଜ ଲଗାଉଥିବା ସରକାରଙ୍କ ନଜରକୁ ଆସିଛି। କେତେକ କ୍ଷେତ୍ରରେ ନିର୍ଦ୍ଦିଷ୍ଟ ଥର ନେଣଦେଣ ସୀମା ପରେ ଚାର୍ଜ ଲାଗୁ ହେଉଥିବା ଦେଖାଯାଉଛି। ବ୍ୟାଙ୍କଗୁଡିକର ଏଭଳି କାର୍ଯ୍ୟକଳାପ ସରକାରଙ୍କ ଆଇନକୁ ଅବମାନନା କରୁଥିବାରୁ ଏଭଳି ନିର୍ଦ୍ଦେଶ ଦିଆଯାଇଥିବା ସିବିଡିଟି ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ୟୁରୋପ, ଆମେରିକା ପରେ ଭାରତ ଟାର୍ଗେଟରେ ଏସବୁ ଧନୀ ଦେଶ; ଖୁବଶୀଘ୍ର ହେବ ବାଣିଜ୍ୟ ଚୁକ୍ତି

ନୂଆଦିଲ୍ଲୀ,୫।୨: ଅନେକ ଆଲୋଚନା ପରେ ଭାରତ ୟୁରୋପ, ଆମେରିକା ସହିତ ବାଣିଜ୍ୟ ଚୁକ୍ତି କରିବାରେ ସଫଳ ହୋଇଛି। ଏହି ଚୁକ୍ତି ଭାରତ ଅର୍ଥନୀତି ପାଇଁ ଖୁବ ସୁଯୋଗ…

Baba Venga: ଡରାଉଛି ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ; ୨୦୨୬ରେ ବଢିବ ନା ଶସ୍ତା ହେବ ସୁନା?

ପ୍ରସିଦ୍ଧ ବୁଲଗେରିଆନ୍ ଭବିଷ୍ୟବ୍ୟକ୍ତା ବାବା ଭେଙ୍ଗା, ଚଳିତ ବର୍ଷ ପାଇଁ ଅନେକ ଭୟଙ୍କର ଚେତାବନୀ ଦେଇଥିଲେ। ସେ ଭବିଷ୍ୟବାଣୀ କରିଥିଲେ ଯେ ବିଶ୍ୱ ଏକ ଗମ୍ଭୀର ଆର୍ଥିକ…

ହୋଲି-ଦୀପାବଳିରେ ମାଗଣା ଗ୍ୟାସ ସିଲିଣ୍ଡର; ଜାଣନ୍ତୁ ଆପଣଙ୍କୁ କିପରି ମିଳିବ ଲାଭ…

ନୂଆଦିଲ୍ଲୀ,୫।୨: ଯଦି ଆପଣ ଦିଲ୍ଲୀରେ ରହୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର। ଦିଲ୍ଲୀର ରେଖା ଗୁପ୍ତା ସରକାର ନିଜର ନିର୍ୱାଚନୀ ପ୍ରତିଶ୍ରୁତି ପୂରଣ କରି…

UPI New Rules: ବଦଳିଲା UPI ଟ୍ରାଞ୍ଜାକ୍ସନ ପଦ୍ଧତି, ଜାଣନ୍ତୁ କେଉଁମାନେ ହେବେ ପ୍ରଭାବିତ

ନୂଆଦିଲ୍ଲୀ,୫।୨: ଭାରତରେ ଡିଜିଟାଲ ପେମେଣ୍ଟ ଆମ ଦୈନନ୍ଦିନ ଜୀବନର ଏକ ଅବିଚ୍ଛେଦ୍ୟ ଅଂଶ ପାଲଟିଛି। ପନିପରିବା କିଣିବା ଠାରୁ ଆରମ୍ଭ କରି ଅନଲାଇନ ସପିଂ, ବିଦ୍ୟୁତ୍‌ ବିଲ…

ଏବେ ବି ଆପଣଙ୍କ ପାଖରେ ଅଛି କି ୨୦୦୦ ଟଙ୍କିଆ ନୋଟ: ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୫।୨: ଯଦି ଆପଣଙ୍କ ପାଖରେ ଏବେ ବି ୨୦୦୦ ଟଙ୍କିଆ ନୋଟ ଅଛି, ତେବେ ଭବିଷ୍ୟତରେ ଏହାକୁ ବ୍ୟବହାର କରିବା କଷ୍ଟକର ହୋଇଯିବ। ନଭେମ୍ବର ୨୦୧୬ରେ ସରକାର…

ଭାରତରେ ‘ଡାଟା ସେଣ୍ଟର’ ଆଣିବ ନିଯୁକ୍ତିର ସୁଅ: ଇଣ୍ଟରନେଟ୍ ଯୁଗ ପରି ଆସିବ ବିପ୍ଳବ

ନୂଆଦିଲ୍ଲୀ,୪ା୨: ଭାରତରେ ନିଯୁକ୍ତିର ବନ୍ୟା ସୃଷ୍ଟି କରିବ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI)। ଆଗାମୀ ଦିନରେ ‘ଡାଟା ସେଣ୍ଟର’ଗୁଡ଼ିକ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ପୂର୍ବରୁ ଦେଶରେ…

ଏହି ସ୍ଥାନରେ ଏବେ ବି ଶସ୍ତାରେ ମିଳୁଛି ସୁନା, ଭାରତ ତୁଳନାରେ ଏତେ କମ୍‌…

ନୂଆଦିଲ୍ଲୀ,୪।୨: ପ୍ରତିଦିନ ସୁନାର ମୂଲ୍ୟ ବଦଳୁଛି। ବଜେଟ ଦିନ, ଫେବୃଆରୀ 1 ଏବଂ 2 ରେ ଏକ ବଡ଼ ହ୍ରାସ ପରେ, ସୁନାର ମୂଲ୍ୟ ପୁଣି ଥରେ…

ବଡ଼ ଘୋଷଣା: ଏହି ରୁଟ୍‌ର ଟ୍ରେନ କ୍ୟାନସଲ୍‌, ଦେଖନ୍ତୁ ଲିଷ୍ଟ…

ନୂଆଦିଲ୍ଲୀ,୪।୨: ପ୍ରତିଦିନ ସାରା ଦେଶରେ ଲକ୍ଷ ଲକ୍ଷ ଯାତ୍ରୀ ଟ୍ରେନରେ ଯାତ୍ରା କରନ୍ତି ଏବଂ ଏକ ବଡ଼ ସଂଖ୍ୟାରେ ଉତ୍ତରାଖଣ୍ଡ ଏବଂ ଉତ୍ତର ପ୍ରଦେଶ ମଧ୍ୟରେ ଯାତ୍ରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri