୩ ଶହ ହେକ୍ଟର ଜମିର ଧାନ ଫସଲ ନଷ୍ଟ

ବିନିକା, ୩୧ା୮(ଡି.ଏନ୍‌.ଏ.) ଜୀରାନଦୀରେ ବନ୍ୟା ଆସି ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ବାଙ୍କିଘିର୍ଡିର ସାରଙ୍ଗପାଲି ଓ ହୁତୁମା ଗ୍ରାମରେ ବ୍ୟାପକ କ୍ଷତି କରିଛି। ଉଭୟ ଗ୍ରାମରେ ପ୍ରାୟ ୩ ଶହ ହେକ୍ଟର ଜମିର ଧାନ ଫସଲ ପାଣିରେ ବୁଡି ନଷ୍ଟ ହୋଇଛି। ଏହାଛଡା ନଦୀକୂଳିଆ ଜମିରେ ଚାଷ ହୋଇଥିବା ବାଇଗଣ, ଭେଣ୍ଡି, ପୋଟଳ ସମେତ ଅନ୍ୟାନ୍ୟ ପରିବା ଫସଲ ନଷ୍ଟ ହୋଇଛି। ଜୀରା ନଦୀରେ ଆସିଥିବା ବନ୍ୟା ହୁତୁମା ଗ୍ରାମର ସମଲେଇ ଗୋଠପଡ଼ା ପର୍ଯ୍ୟନ୍ତ ପ୍ରାୟ ୩ କିମି ମାଡିଆସିଥିଲା। ସେହିପରି ସାରଙ୍ଗପାଲି କେଉଟ ଘାଟରୁ ବନ୍ୟା ଜଳ କୂଳ ଲଂଘି ୪କିମି ଦୂର ଗ୍ରାମଦେବୀଙ୍କ ମନ୍ଦିର ଯାଏ ଆସିଥିଲା। ହୁତୁମାର କୁଡାପାଲି ଦେଇ ଭେଡେନକୁ ସଂଯୋଗ କରୁଥିବା ରାସ୍ତାରେ ପାଣି ପ୍ରବାହିତ ହେବାରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା। ଶନିବାର ଅପରାହ୍ନରେ ପାଣି କମିବା ପରେ ସ୍ଥିତି ସ୍ବଭାବିକ ହୋଇଥିଲା।
ସେହିପରି ବିନିକା ବ୍ଲକର ବିଭିନ୍ନ ସ୍ଥାନରେ ହୋଇଥିବା ପରିବା ଚାଷ ମଧ୍ୟ ଲଗାଣ ବର୍ଷାରେ କ୍ଷତିଗ୍ରସ୍ତ ହୋଇଛି। ବାଗଡିଆ ଗ୍ରାମର ପରିବା ଚାଷୀ ରୁଷଭ ଭୁଏ(୩୭)କହିଛନ୍ତି, ସେ ଗୋଟିଏ ଏକର ଜମିରେ ବାଇଗଣ, ଲଙ୍କା, ପୋଟଳ ଓ ଭେଣ୍ଡି ଚାଷ କରିଥିଲେ। ବର୍ଷାରେ ତାହା ନଷ୍ଟ ହୋଇଯାଇଛି। ଜୀରାନଦୀ କୂଳବର୍ତ୍ତୀ ହୁତୁମା ଓ ସାରଙ୍ଗପାଲି ଗ୍ରାମରେ ବନ୍ୟା ଯୋଗୁ ହୋଇଥିବା କ୍ଷୟକ୍ଷତିର ଆକଳନ ତୁରନ୍ତ କରି କ୍ଷତିପୂରଣ ଦେବାକୁ ବାଙ୍କିଘିର୍ଡି ସରପଞ୍ଚ ମାନସ କୁମାର ବେହେରାଙ୍କ ସମେତ ଉଭୟ ଗ୍ରାମର ୪୦ରୁ ଊର୍ଦ୍ଧ୍ୱ ଚାଷୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri