ବିଶ୍ୱ ସ୍ବାସ୍ଥ୍ୟ ଦିବସ: ସତର୍କତା ଜରୁରୀ

ପୃଥିବୀରେ ପ୍ରାୟତଃ ୧୯୦ରୁ ଊର୍ଦ୍ଧ୍ୱ ଦେଶର ସାମୂହିକ ଏକତାକୁ ନେଇ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲୁଏଚ୍‌ଓ) ଗଠିତ ହୋଇଛି। ୧୯୪୮ ଏପ୍ରିଲ ୭ ତାରିଖ ଦିନ ସୁଇଜରଲାଣ୍ଡର ଜେନେଭାଠାରେ ଡବ୍ଲୁଏଚ୍‌ଓ ଅବସ୍ଥାପିତ ହୋଇଥିଲା। ତେବେ ୧୯୫୦ ଠାରୁ ପ୍ରତି ବର୍ଷ ଏପ୍ରିଲ ୭ କୁ ‘ବିଶ୍ୱ ସ୍ବାସ୍ଥ୍ୟ ଦିବସ’ ଭାବେ ପାଳନ କରାଯାଉଛି। ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର(ପିଏଚ୍‌ସି), ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର(ସିଏଚ୍‌ସି), ଜିଲା ସ୍ବାସ୍ଥ୍ୟ କେନ୍ଦ୍ର(ଡିଏଚ୍‌ଏଚ୍‌)ଠାରୁ ଆରମ୍ଭକରି ରାଜ୍ୟ, ଦେଶ ତଥା ବିଶ୍ୱସ୍ତରରେ ଏହି ଦିବସକୁ ପାଳନ କରାଯାଉଅଛି। ପ୍ରତିବର୍ଷ ଏହି ଦିବସ ଉପଲକ୍ଷେ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ତରଫରୁ ସର୍ବସାଧାରଣଙ୍କ ନିମନ୍ତେ ଏକ ସ୍ବତନ୍ତ୍ର ସ୍ବାସ୍ଥ୍ୟ ସମ୍ବନ୍ଧିତ ବାର୍ତ୍ତା ପ୍ରେରଣ କରାଯାଇଥାଏ।
ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ତରଫରୁ ଗତବର୍ଷ ୨୦୨୦ ନିମନ୍ତେ ବିଶ୍ୱସ୍ତରୀୟ କୋଭିଡ୍‌-୧୯କୁ ପ୍ରତିରୋଧ ନିମନ୍ତେ ବାର୍ତ୍ତା ରହିଥିଲା। ସେହିପରି ଚଳିତବର୍ଷ ନିମନ୍ତେ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ତରଫରୁ ଘୋଷିତ ଥିମ୍‌ ହେଲା-ଏକ ସୁସ୍ଥ ବିଶ୍ୱ ପାଇଁ ଆମେ ଏକ ମିଳିତ ଅଭିଯାନରେ ସାମିଲ ହେବା)। ବିଶ୍ୱର ବିଭିନ୍ନ୍ନ ରାଷ୍ଟ୍ରରେ ଦେଖାଦେଇଥିବା କୋଭିଡ୍‌-୧୯ର ଭୟାବହତାକୁ ପ୍ରତିରୋଧ ନିମନ୍ତେ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନର ଭୂମିକା ବି ଗୁରୁତ୍ୱପୂର୍ଣ୍ଣ।
ସାମ୍ପ୍ରତିକ ପରିସ୍ଥିତିରେ ବିଶ୍ୱର କେତେକ ରାଷ୍ଟ୍ରରେ ତଥା ଭାରତ ବର୍ଷରେ କୋଭିଡ୍‌-୧୯ର ପ୍ରକୋପ ସମ୍ପୂର୍ଣ୍ଣ ଭାବେ ପ୍ରତିହତ ହୋଇପାରି ନ ଥିବା ସ୍ଥଳେ ଏହାକୁ ପ୍ରତିରୋଧ ନିମନ୍ତେ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ଓ ଭାରତର ସ୍ବାସ୍ଥ୍ୟ ବିଭାଗ ଦ୍ୱାରା ବିଭିନ୍ନ ନିର୍ଦ୍ଦେଶନାମା ଜାରି କରାଯାଇଛି। ହାତକୁ ସାବୁନରେ ୨୦ସେକେଣ୍ଡ ପର୍ଯ୍ୟନ୍ତ ସଫାକରିବା, ମୁହଁରେ ମାସ୍କ ପିନ୍ଧିବା, ଗହଳି ସ୍ଥାନକୁ ନ ଯିବା,ଏକାଧିକ ବ୍ୟକ୍ତି ଗୋଟିଏ ସ୍ଥାନରେ ରୁଣ୍ଡ ନ ହେବା, ମେଳା, ବିବାହ, ବ୍ରତର ଆୟୋଜନରେ ଜନଗହଳି ନ କରିବା, ଉଷୁମ ଜଳ ପିଇବା, ଥଣ୍ଡା, ଫ୍ରିଜ ପାଣି ବ୍ୟବହାର ନ କରିବା, ଥଣ୍ଡାଠାରୁ ଦୂରେଇ ରହିବା ଆଦି ବିଭିନ୍ନ ସ୍ବାସ୍ଥ୍ୟ ସଚେତନତା ବାର୍ତ୍ତା ଦେବାସହ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ନିମନ୍ତେ ‘କୋଭିଡ୍‌-୧୯’ର ପ୍ରକୋପକୁ ପ୍ରତିରୋଧ ନିମନ୍ତେ ବିଭିନ୍ନ ସମୟରେ ବିଭିନ୍ନ ସ୍ବାସ୍ଥ୍ୟଭିତ୍ତିକ ବାର୍ତ୍ତା ଦେଇଛନ୍ତି; ଯଦ୍ଦ୍ବାରା କୋଭିଡ୍‌-୧୯ର ପ୍ରଭାବ ନିୟନ୍ତ୍ରଣକୁ ଆସିଥିଲା। ଏବେ ପୁଣି କରୋନାର ନୂଆ ଷ୍ଟ୍ରେନ୍‌ ଚିନ୍ତାକୁ ଆହୁରି ବଢ଼ାଇ ଦେଇଛି। ତେଣୁ ଏ ନେଇ ଆମକୁ ସତର୍କ ରହିବାକୁ ପଡ଼ିବ।
ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ତରଫରୁ ପ୍ରତିବର୍ଷ ପ୍ରେରଣ କରାଯାଉଥିବା ସ୍ବାସ୍ଥ୍ୟ ସମ୍ବନ୍ଧିତ ବାର୍ତ୍ତାକୁ ସୁଚାରୁରୂପେ ପାଳନ କରିବା ଦ୍ୱାରା ମନୁଷ୍ୟ ସମାଜ ସ୍ବାସ୍ଥ୍ୟବାନ ହୋଇପାରିବ ଏଥିରେ ସନ୍ଦେହର ଅବକାଶ ନାହିଁ।

– ଡା. ବସନ୍ତ କୁମାର ଷଡ଼ଙ୍ଗୀ
ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର, ନବରଙ୍ଗପୁର,
ମୋ : ୭୮୯୪୧୧୨୪୮୭


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri