ଏମିତି ଜଣାପଡ଼େ କ୍ୟାନ୍‌ସରର ପ୍ରାଥମିକ ଲକ୍ଷଣ, ଅବହେଳା ନ କରି…

ଏକ ସଦ୍ୟତମ ସର୍ଭେରୁ ଜଣାପଡ଼ିଛି ଯେ, ଆମ ରାଜ୍ୟରେ କ୍ୟାନ୍‌ସର ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଏହାର କେତେକ କାରଣ ମଧ୍ୟ ରହିଛି। ଅଧିକାଂଶ ବ୍ୟକ୍ତି କ୍ୟାନ୍‌ସର ରୋଗର ଲକ୍ଷଣକୁ ପ୍ରାଥମିକ ସ୍ତରରେ ଜାଣିପାରନ୍ତି ନାହିଁ। କେବଳ ସେତିକି ନୁହେଁ, ସେଭଳି ଲକ୍ଷଣକୁ ଗୁରୁତ୍ୱର ସହ ନ ନେଇ ଅବହେଳା କରିଥାଆନ୍ତି। ଏହା ଫଳରେ କ୍ୟାନ୍‌ସର ରୋଗ ବଢ଼ିଯାଏ ଏବଂ ଅଧିକ ଦିନ ଚିକିତ୍ସା କରିବାକୁ ପଡ଼ିଥାଏ। ବେଳେବେଳେ ଏହା ଜୀବନ ପ୍ରତି ବିପଦ ସୃଷ୍ଟି କରିଥାଏ। ତେଣୁ ଆମେ ଯଦି କ୍ୟାନ୍‌ସର ଲକ୍ଷଣକୁ ଅବହେଳା ନ କରି ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା, ଡାକ୍ତରଙ୍କ ପରାମର୍ଶରେ ସମସ୍ତ ଡାକ୍ତରୀ ପରୀକ୍ଷା କରାଇନେବା ଏବଂ ଆବଶ୍ୟକ ପଡିଲେ ଠିକ୍‌ ଚିକିତ୍ସା କରାଇନେବା, ତେବେ ଆମେ ମଧ୍ୟ ଅନ୍ୟ ସମସ୍ତ ବ୍ୟକ୍ତିଙ୍କ ଭଳି ଏକ ସାଧାରଣ ଜୀବନ ଅତିବାହିତ କରିପାରିବା। ତେଣୁ ଏହି ରୋଗର କାରଣ ସମ୍ପର୍କରେ ଆସନ୍ତୁ ଜାଣିବା। କାରଣ ଏ ବିଷୟରେ ଜଣେ ଭଲ ଭାବରେ ଅବଗତ ହେବା ନିହାତି ଦରକାର।
ଜିଭ, ପାଟିରେ ଘା’
ଆପଣଙ୍କ ଜିଭ, ପାଟିରେ ଘା’ ହୋଇଛି କି? ଯଦି ହଁ, ତେବେ ଏହା ଚିକିତ୍ସା ପରେ ସମ୍ପୂର୍ଣ୍ଣ ଭାବରେ ଶୁଖି ଯାଇଛି ତ? ଯଦି ଘା’ ଶୁଖୁ ନାହିଁ ତେବେ ବିଳମ୍ବ ନ କରି ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। କାରଣ ଏହା ହୁଏତ କ୍ୟାନ୍‌ସରର କାରଣ ହୋଇପାରେ। ଅନ୍ୟପକ୍ଷରେ ବେକରେ ଆବୁ ପରି ଫୁଲିବା, ସ୍ବର ପରିବର୍ତ୍ତନ ହେବା, ଖାଦ୍ୟ ଢୋକିବାରେ ଅସୁବିଧା ହେବାକୁ ଅବହେଳା କରନ୍ତୁ ନାହିଁ। ଏସବୁ ବିଷୟରେ ଜାଣିବାକୁ ପାଇଲେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ। କାରଣ ଏଗୁଡିକୁ କ୍ୟାନ୍‌ସରର ପ୍ରାରମ୍ଭିକ ଲକ୍ଷଣ ଭାବରେ ଗଣାଯାଇଥାଏ।
ସ୍ତନରେ ଗୋଟା ଭଳି ଅନୁଭବ ହେବା
ଯଦି ଆପଣଙ୍କର ସ୍ତନ କିମ୍ବା କାଖରେ ଗୋଟା ଭଳି ଅନୁଭବ ହେଉଛି, ତେବେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ। ଏହା ସହିତ ସ୍ତନର ଆକାର ପରିବର୍ତ୍ତନ ହେବା, ନିପଲ ଭିତରକୁ ପଶିଯିବା, ନିପଲରୁ ତରଳ ପଦାର୍ଥ ବାହାରିବା ଆଦି ଲକ୍ଷଣ ଦେଖାଦେଲେ ଡାକ୍ତରଙ୍କ ସହ ଯେତେ ଶୀଘ୍ର ପରାମର୍ଶ କରିବେ ସେତେ ଭଲ।
ଅସ୍ବାଭାବିକ ରକ୍ତସ୍ରାବ ହେବା
ମେନୋପୋଜ୍‌ ବା ଋତୁସ୍ରାବ ବନ୍ଦ ହେବା ପରେ ମଝିରେ ମଝିରେ ରକ୍ତସ୍ରାବ ହେଲେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। ଏହା ସହିତ ଶାରୀରିକ ସମ୍ପର୍କ ପରେ ରକ୍ତସ୍ରାବ ହେବା, ଅଧିକ ଯନ୍ତ୍ରଣା ହେବା ଏବଂ ଯୌନାଙ୍ଗରୁ ଦୁର୍ଗନ୍ଧଯୁ୍‌କ୍ତ ତରଳ ପଦାର୍ଥ ବାହାରିବା କ୍ୟାନ୍‌ସରର ଲକ୍ଷଣ ହୋଇପାରେ।
ଝାଡ଼ାରେ ପରିବର୍ତ୍ତନ
ଯଦି ଆପଣଙ୍କ ଝାଡ଼ାରେ ପରିବର୍ତ୍ତନ ହେଉଛି, ତେବେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। ହଠାତ୍‌ ପତଳା ଝାଡ଼ା ହେବା କିମ୍ବା ହଠାତ୍‌ କୋଷ୍ଠକାଠିନ୍ୟ ସମସ୍ୟା ଦେଖାଦେବା ଝାଡ଼ାରେ ରକ୍ତ ପଡ଼ିବା କ୍ୟାନ୍‌ସର ରୋଗର ଲକ୍ଷଣ ହୋଇପାରେ।
ଖାଇବାକୁ ଇଚ୍ଛା ନ ହେବା
ସବୁବେଳେ ପେଟ ଫୁଲିଲା ଭଳି ଅନୁଭବ ହେବା, ଖାଇବାକୁ ଇଚ୍ଛା ନ ହେବା, ଅତ୍ୟଧିକ ହାଲିଆ ଲାଗିବା ସହିତ ହଠାତ୍‌ ଓଜନ କମିଗଲେ ବିଳମ୍ବ ନ କରି ଯେତେଶୀଘ୍ର ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ। କାରଣ ଏହା ହୁଏତ କ୍ୟାନ୍‌ସରର ପ୍ରମୁଖ ଲକ୍ଷଣ ହୋଇପାରେ।
ବାରମ୍ବାର କାଶ ହେବା
ପାଖାପାଖି ତିନି ସପ୍ତାହରୁ ଅଧିକ ସମୟ ଧରି କଫ ଲାଗି ରହିବା, କାଶରେ ପରିବର୍ତ୍ତନ, କଫରେ ରକ୍ତ ପଡ଼ିବା ଏବଂ ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ ହେଲେ ଡେରି ନ କରି ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।
କଳାଜାଇ ଆକାର ପରିବର୍ତ୍ତନ
କଳାଜାଇ, ଭାତୁଡ଼ିର ଆକାର, ରଙ୍ଗ ଏବଂ ସଂଖ୍ୟାରେ ପରିବର୍ତ୍ତନ କ୍ୟାନ୍‌ସରର ଲକ୍ଷଣ ହୋଇପାରେ। ଏହା ସହିତ ଯଦି ସେଥିରୁ ରକ୍ତସ୍ରାବ ହେଉଛି ତେବେ ବିଳମ୍ବ ନ କରି ତୁରନ୍ତ ଡାକ୍ତରଙ୍କ ସହ ଏ ବିଷୟରେ ପରାମର୍ଶ କରନ୍ତୁ।
କ୍ୟାନ୍‌ସର ଚିକିତ୍ସା ସମ୍ଭବ
କ୍ୟାନ୍‌ସର ହେଉଛି ଅନ୍ୟତମ ପ୍ରମୁଖ ସ୍ବାସ୍ଥ୍ୟ ସମସ୍ୟା। ହେଲେ ଏହା ଜୀବନ ପ୍ରତି ବିପଦପୂର୍ଣ୍ଣ ନୁହେଁ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ରୋଗର ପ୍ରାରମ୍ଭିକ ଲକ୍ଷଣ ବିଷୟରେ ଜାଣିପାରିଲେ ବିଳମ୍ବ ନ କରି ତୁରନ୍ତ ତଥା ଠିକ୍‌ ସମୟରେ ଚିକିତ୍ସା କରାଇ ନେଲେ କ୍ୟାନ୍‌ସରରୁ ଆରୋଗ୍ୟ ମିଳିଥାଏ। ଏହି କଥାଟିକୁ ସମସ୍ତେ ମନେରଖିବା ଯେ, କ୍ୟାନ୍‌ସର ଏକ ଡିଅଁା ରୋଗ ନୁହେଁ। କ୍ୟାନ୍‌ସର ରୋଗୀଙ୍କ ସହ ରହିଲେ, ତାଙ୍କୁ ଛୁଇଁଲେ, ସେମାନଙ୍କର ଜିନିଷପତ୍ର ବ୍ୟବହାର କଲେ କ୍ୟାନ୍‌ସର ହୋଇ ନ ଥାଏ। ଆମ ରାଜ୍ୟରେ କ୍ୟାନ୍‌ସରର ସମସ୍ତ ଚିକିତ୍ସା ଉପଲବ୍ଧ। ଅନ୍ୟପକ୍ଷରେ କ୍ୟାନ୍‌ସର ରୋଗର ଚିକିତ୍ସା ପାଇଁ ଆମ ରାଜ୍ୟ ସରକାର ଅନେକ ଯୋଜନା କରିଛନ୍ତି।
ପରିବାର ଲୋକଙ୍କ ଦାୟିତ୍ୱ
କ୍ୟାନ୍‌ସର ରୋଗୀଙ୍କୁ ଘୃଣା କରନ୍ତୁ ନାହିଁ। ଡାକ୍ତରଙ୍କ ପରାମର୍ଶ ଅନୁସାରେ ଠିକ୍‌ ସମୟରେ ପରୀକ୍ଷା କରାଇ ନିଅନ୍ତୁ। ରୋଗୀକୁ ସବୁବେଳେ ଉତ୍ସାହିତ କରନ୍ତୁ। ଘରେ ସକାରାତ୍ମକ ପରିବେଶ ସୃଷ୍ଟି କରନ୍ତୁ। ରୋଗୀ ସହିତ ହସଖୁସିରେ ଦିନ ଅତିବାହିତ କରନ୍ତୁ।

ଡା. କ୍ଷୀତିଶ ଚନ୍ଦ୍ର ମିଶ୍ର
-ବରିଷ୍ଠ କର୍କଟ ରୋଗ ବିଶେଷଜ୍ଞ, କାର୍ସିନୋଭା କ୍ୟାନ୍‌ସର ହସ୍‌ପିଟାଲ, କଟକ
ମୋ : ୯୪୩୮୧୬୩୨୮୦


Enter your email to get our daily news in your inbox.

All Right Reserved By Dharitri.Com

ବିଶାଖାପାଟଣାମ୍‌-ଗୋପାଳପୁର ମଧ୍ୟରେ ଅତିକ୍ରମ କରିବ ଗଭୀର ଅବପାତ: କାଲିଠୁ ରାଜ୍ୟରେ ପବନ ସହ ଭୀଷଣ ବର୍ଷା, ୪ ଜିଲାକୁ…

ଭୁବନେଶ୍ୱର, ୨୨ା୯(ବନ୍ଦନା ସେଠୀ) – କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ଥିବା ଅବପାତ ମଙ୍ଗଳବାର ଅପରାହ୍ନ ୫ଟା ୩୦ରେ ଗଭୀର ଅବପାତରେ ପରିଣତ ହୋଇଛି। ସନ୍ଧ୍ୟା ସୁଦ୍ଧା ଏହା…

୨ କିଲୋମିଟର ଘୋଷାଡ଼ି ନେଲା ପିକଅପ୍: ଅତାବିରାରେ ମର୍ମନ୍ତୁଦ ଦୁର୍ଘଟଣା, ଚାଲିଗଲା ଜଳଖିଆ ବ୍ୟବସାୟୀଙ୍କ ଜୀବନ

ଅତାବିରା, ୨୨।୯(ଯୁଧିଷ୍ଠିର ମହାପାତ୍ର): ସମ୍ବଲପୁର-ବରଗଡ଼ ୫୩ ନମ୍ବର ଜାତୀୟ ରାଜପଥର ଅତାବିରାରେ ମଙ୍ଗଳବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି। ମୃତ…

ସୁବଳୟା ମହାନଦୀରୁ ଦୁଇ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର: ଗଞ୍ଜେଇ ମାଫିଆ ହୋଇଥିବା ସନ୍ଦେହ, ପରିଚୟ ଖୋଜୁଛି…

ଅମରପାଲି, ୨୨।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ମହାନଦୀ ଫେରିଘାଟ ନିକଟରୁ ମଙ୍ଗଳବାର ଅପରାହ୍ନରେ ଦୁଇଜଣ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି।…

କଳାହାଣ୍ଡିରେ ଲଗାଣ ବର୍ଷାର ତାଣ୍ଡବ: କାଲି ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି, ୨୫ ଯାଏ ସରକାରୀ କର୍ମଚାରୀଙ୍କ…

ଭବାନୀପାଟଣା, ୨୨।୯(ଉତ୍ତମ କୁମାର ଦାଶ): ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ପ୍ରଭାବରେ କଳାହାଣ୍ଡି ଜିଲାରେ ପ୍ରବଳ ବର୍ଷା ଜାରି ରହିଛି। ମଙ୍ଗଳବାର ସକାଳୁ ଘଡ଼ଘଡ଼ି ଓ ବିଜୁଳି…

ଦିଗପହଣ୍ଡିରେ ଲଗାଣ ବର୍ଷା: ଘୋଡ଼ାହାଡ଼ ନଦୀକୂଳିଆ ଗ୍ରାମବାସୀଙ୍କୁ ଆଲର୍ଟ, ଯେକୌଣସି ମୁହୂର୍ତ୍ତରେ ଖୋଲିପାରେ ଡ୍ୟାମ୍ ଗେଟ୍

ଦିଗପହଣ୍ଡି,୨୨।୯(ଅଶେଷ ନାଥ ମିଶ୍ର): ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅଧିକ ଘନୀଭୂତ ହୋଇ ଘୂର୍ଣ୍ଣିବଳୟରେ ପରିଣତ ହେବା ଫଳରେ ଦିଗପହଣ୍ଡି ଅଞ୍ଚଳରେ ମଙ୍ଗଳବାର ସକାଳୁ ଅବିଶ୍ରାନ୍ତ ବର୍ଷା…

ରାହୁ-ଚନ୍ଦ୍ରଙ୍କ ଭାରି ଖରାପ ଯୋଗ: ୩ରାଶିରେ ଘଟିବ ଅଶୁଭ, ପାଖରୁ ସରିଯିବ ସବୁ ଟଙ୍କା

ଜ୍ୟୋତିଷ ଶାସ୍ତ୍ରରେ ସମୟ ସମୟରେ ଗ୍ରହମାନଙ୍କ ଯୁତି ଯୋଗୁଁ ଅନେକ ଶୁଭ ତଥା ଅଶୁଭ ଯୋଗ ସୃଷ୍ଟି ହୋଇଥାଏ। ଜ୍ୟୋତିଷରେ ରାହୁ ଏବଂ ଚନ୍ଦ୍ରଙ୍କ ଯୁତିରୁ ‘ଗ୍ରହଣ…

ରାଜ୍ୟ IPS ସ୍ତରରେ ବଡ଼ ଧରଣର ଅଦଳବଦଳ: ସର୍ବଣା ବିବେକ ହେଲେ ଭୁବନେଶ୍ୱର ଡିସିପି, ଅଭିନବ ସୋନକର ବ୍ରହ୍ମପୁର ଏସ୍‌ପି

ଭୁବନେଶ୍ୱର, ୨୨।୯: ରାଜ୍ୟ ପୋଲିସ ପ୍ରଶାସନକୁ ଅଧିକ କ୍ରିୟାଶୀଳ ଓ ସୁଦୃଢ଼ କରିବା ପାଇଁ ରାଜ୍ୟ ସରକାର ଆଇପିଏସ୍ (IPS) ସ୍ତରରେ ଏକ ବଡ଼ ଧରଣର ଅଦଳବଦଳ…

ନୂଆପଡ଼ାରେ ଲଜ୍ଜା, ନାବାଳିକାଙ୍କୁ ଟେକି ନେଇ ବଳାତ୍କାର

ନୂଆପଡ଼ା,୨୨ା୯(ମକାରୁ ବେମାଲ): ନୂଆପଡ଼ା ଜିଲା ବେଲଟୁକୁରି ଥାନା ଅଞ୍ଚଳରେ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗରେ ପୋଲିସ ମଙ୍ଗଳବାର ସମ୍ପୃକ୍ତ ଯୁବକଙ୍କୁ ଗିରଫ କରିଛି। ସେ ହେଲେ ଭାଲେଶ୍ୱର ପଞ୍ଚାୟତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?