ରାଜ୍ୟ

ରାଜଧାନୀରେ ଭଙ୍ଗାଯିବ ସମସ୍ତ ବେଆଇନ ନିର୍ମାଣ: ସୁପ୍ରିମକୋର୍ଟଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି ପରେ…

ଭୁବନେଶ୍ୱର,୩ା୮(ରବିନାରାୟଣ ଜେନା): ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଅଞ୍ଚଳରେ ଶତାଧିକ ଆବାସିକ ଘରେ ବେଆଇନ ଭାବେ ବ୍ୟବସାୟ କେନ୍ଦ୍ର ଚାଲିଛି। ଏହାସହିତ ରାଜଧାନୀର ବିଭିନ୍ନ ସ୍ଥାନରେ ବେଆଇନ ଜବରଦଖଲ ସାଙ୍ଗକୁ ଘରେ ରେଷ୍ଟୁରାଣ୍ଟ, ହୋଟେଲ, ଶିକ୍ଷାନୁଷ୍ଠାନ, କ୍ଲିନିକ୍‌ ଓ ହସ୍ପିଟାଲ ଖୋଲିଛି।…

କୋଠାବାଡ଼ି ନିର୍ମାତାଙ୍କୁ ମିଳିବ ୪ମାସର ରିହାତି

ଭୁବନେଶ୍ୱର,୩ା୮(ରବିନାରାୟଣ ଜେନା): ମଧ୍ୟପ୍ରାଚ୍ୟରେ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତିକୁ ନେଇ କେନ୍ଦ୍ର ନଗର ଉନ୍ନୟନ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ରିଅଲ ଇଷ୍ଟେଟ୍‌ ଓ ବିଲ୍ଡର୍ସ(କୋଠାବାଡ଼ି ନିର୍ମାତା)ଙ୍କୁ ୪ମାସର ରିହାତି ଅନୁକମ୍ପା ପ୍ରଦାନ କରାଯାଇଛି। ମନ୍ତ୍ରଣାଳୟ ପକ୍ଷରୁ ଏ ସଂକ୍ରାନ୍ତରେ ଏକ ନିର୍ଦ୍ଦେଶନାମା…

ବାଇକକୁ ଧକ୍କା ଦେଇ ରାସ୍ତା ତଳକୁ ଖସିଲା ବସ, ଦୁଇ ବାଇକ ଆରୋହୀ ସମେତ ୭ ଯାତ୍ରୀ ଆହତ

ମୋହନା/ଦାରିଙ୍ଗବାଡ଼ି.୩।୮( ମନ୍ମଥ ମିଶ୍ର/ଅରୁଣ ସାହୁ ): ଗଜପତି ଜିଲା ଅଡବା ଥାନା ରାଇଗଣ୍ଡା ଗାଁ ନିକଟସ୍ଥ ବୁଲାଣି ରାସ୍ତାରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ସୋମବାର ସକାଳେ ବ୍ରହ୍ମପୁର ଠାରୁ ଦାରୀଙ୍ଗବାଡି ଅଭିମୁଖେ ଯାଉଥିବା ବିକ୍ରାନ୍ତ ନାମକ ଏକ…

ଶ୍ରାବଣ ସୋମବାରରେ ଜଳାଭିଷେକ ପାଇଁ କାଉଡ଼ିଆଙ୍କ ପ୍ରବଳ ଭିଡ଼

କେନ୍ଦୁଝର,୩ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): ଆଜି ଶ୍ରାବଣ ମାସର ପ୍ରଥମ ସୋମବାର। ଏଣୁ ବିଭିନ୍ନ ଶୈବପୀଠରେ ସକାଳୁ ଭକ୍ତ ଙ୍କ ଭିଡ଼ ଦେଖିବାକୁ ମିଳିଛି। ବିଶେଷ କରି କାଉଡ଼ିଆମାନେ ପାଖ ଜଳାଶୟରୁ ଜଳ ସଂଗ୍ରହ କରି ଭାରରେ ଧରି ଲମ୍ବା ଧାଡ଼ିରେ ମନ୍ଦିର…

ସୂତା ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ: ଜଳିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି

ଭୁବନେଶ୍ୱର,୩ା୮: ଭୁବନେଶ୍ବରସ୍ଥିତ ପାତ୍ରପଡ଼ାରେ ଥିବା ସୂତା ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ନଷ୍ଟ ହୋଇଯାଇଛି। ପ୍ରାପ୍ତ ସୂଚନାନୁଯାୟୀ, ସୋମବାର ପୂର୍ବାହ୍ନରେ ସୂତା ଫ୍ୟାକ୍ଟ୍ରି ଭିତରୁ ନିଆଁ ବାହାରୁଥିବା ଦେଖିବାକୁ ମିଳିଥିଲା। ଭିତରେ ସୂତା ସହ ଜ୍ୱଳନଶୀଳ ସାମଗ୍ରୀ…

ସ୍କୁଟିରେ ଯାଉଥିଲେ ମହିଳା, ସୁନାଚେନ୍‌ ଝାମ୍ପିନେଲେ ଦୁର୍ବୃତ୍ତ

କର୍ଲାମୁଣ୍ଡା,୩ା୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡ଼ା ଫାଣ୍ଡି ଅନ୍ତର୍ଗତ ଅବୁଜବାହାଲ-ବଡଡୁଙ୍ଗୁରୀଗୁଡା ରାସ୍ତାର ଭାଲୁଡୁଙ୍ଗୁରୀ ନିକଟରେ ଶନିବାର ଅପରାହ୍ନରେ ଜଣେ ମହିଳାଙ୍କ ଠାରୁ ସୁନାଚେନ୍‌ ଲକେଟ ଲୁଟ୍‌ ହୋଇଥିବା ରିଷିଡ଼ା ଫାଣ୍ଡିରେ ଅଭିଯୋଗ ହୋଇଛି। ସୂଚନାନୁଯାୟୀ, ଉକ୍ତ ମହିଳା…

ଷ୍ଟେଶନରେ ଚଲାବୁଲା କରୁଥିଲେ ଅଜଣା ବ୍ୟକ୍ତି, ହଠାତ୍‌ ହେଲା ରକ୍ତବାନ୍ତି, ଆଉ ତା’ ପରେ…

ନନ୍ଦପୁର,୩ା୮(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ଥାନା ଅଧୀନ କୁମାରଗନ୍ଧନା ପଞ୍ଚାୟତର ପାଲିବା ରେଳ ଷ୍ଟେଶନ ବାହାରେ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ବ୍ୟକ୍ତିଜଣଙ୍କ ପରିଚୟ ମିଳିନି। ସେ ୩/୪ ଦିନ ହେଲା ଷ୍ଟେଶନ ଅଞ୍ଚଳରେ ବୁଲାବୁଲି…

ମହାନଦୀରେ ବନ୍ୟାଜଳ: ପ୍ରଭାବିତ ହେଉଛନ୍ତି ମତ୍ସ୍ୟଜୀବୀ

ମହାକାଳପଡ଼ା,୩ା ୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ବାହାକୁଦ ପିତାପାଟ ଗ୍ରାମ ସଂଲଗ୍ନ ମହାନଦୀରେ ବନ୍ୟା ଜଳ ପ୍ରବାହିତ ହେଉଛି। ଫଳରେ ସ୍ଥାନୀୟ ପାରମ୍ପରିକ ମତ୍ସ୍ୟଜୀବୀମାନେ ହାତ ବାନ୍ଧି ବସିଛନ୍ତି। ମହାନଦୀରୁ ମାଛ ଧରି ପରିବାର…

କରେଣ୍ଟ କଟିଲେ ଠପ ହୋଇଯାଉଛି ମୋବାଇଲ ସେବା

କେସିଙ୍ଗା,୩।୮,(ତୁମେଶ୍ୱର ସାହୁ): କଳାହାଣ୍ଡି ଜ଼ିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ସିରଜାପାଲି ଗ୍ରାମରେ ଥିବା ଜିଓ ଟାୱାର ବିଦ୍ୟୁତ ଚାଲିଗଲେ ଠପ ହୋଇଯାଉଛି । ଯାହାଦ୍ୱାରା ମୋବାଇଲ ସେବା ପ୍ରଭାବିତ ହେଉଛି । ଟାଟା ପାୱାର ରାତିସାରା ବିଦ୍ୟୁତ କାଟ କଲେ ଜିଓ…

ଆମ୍ବୁଲାନ୍ସ ଭିତରେ ସନ୍ତାନ ପ୍ରସବ କଲେ ମହିଳା, ଫାର୍ମାସିଷ୍ଟଙ୍କ ସାହସକୁ ଚାରିଆଡୁ ପ୍ରଶଂସା

ଗୁଣପୁର,୩ା୮(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ପଦ୍ମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ୧୦୮ ଆମ୍ବୁଲାନ୍ସର ଫାର୍ମାସିଷ୍ଟ ଯଶୋବନ୍ତ ନାୟକ ମହାନତା ଦେଖାଇ ଜଣେ ପ୍ରସୂତିଙ୍କ ସହ ଶିଶୁକନ୍ୟାର ଜୀବନ ବଞ୍ଚାଇଛନ୍ତି। ରବିବାର ସ୍ଥାନୀୟ ସଟ୍ଟା ଗ୍ରାମରୁ ଗର୍ଭବତୀଙ୍କୁ ଆଣିବା ସମୟରେ ରାସ୍ତାରେ ଯିବା ବେଳେ…

ଶୌଚ ହେବାକୁ ଯାଇଥିଲେ ମହିଳା, ଟାଣିନେଲା କୁମ୍ଭୀର, ନଦୀକୂଳରେ ପଡ଼ିଛି…

କେନ୍ଦ୍ରାପଡ଼ା,୩ା୮: କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳରୁ ସୋମବାର ସକାଳୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ବ୍ରାହ୍ମଣୀ ନଦୀକୁ ଶୌଚ ହେବାକୁ ଯାଇଥିବାବେଳେ ଜଣେ ମହିଳାଙ୍କୁ କୁମ୍ଭୀର ଟାଣି ନେଇଥିବା ସନ୍ଦେହ କରାଯାଉଛି। ଦୀର୍ଘ ସମୟ ଧରି ମହିଳା ନିଖୋଜ ରହିଥିବାରୁ…

ଆଜି ଏହି ୬ ଜିଲାରେ ବିଜୁଳି ଘଡ଼ଘଡ଼ି ପ୍ରବଳ ବର୍ଷା, ସତର୍କ ସୂଚନା ଜାରି କରି ପାଣିପାଗ ବିଭାଗ କହିଲା…

ଭୁବନେଶ୍ୱର,୩ା୮: ରାଜ୍ୟରେ ବନ୍ୟା ସ୍ଥିତି ଜାରି ରହିଥିବାବେଳେ ବିପନ୍ନଙ୍କ ଦୁର୍ଦ୍ଦଶା ବଢ଼ିବାରେ ଲାଗିଛି। ଅନ୍ୟପକ୍ଷରେ ଦୁଇଦିନ ହେବ ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଛି। ତେବେ ସୋମବାରଠାରୁ ବର୍ଷା ପରିମାଣ ବଢିବା ସହ ୮ ତାରିଖ ଯାଏ ଲାଗି ରହିବ। ସୋମବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?