ରାଜ୍ୟର ୨ ଉପମୁଖ୍ୟମନ୍ତ୍ରୀ ପଦବୀକୁ ଚ୍ୟାଲେଞ୍ଜ, ଜନସ୍ବାର୍ଥ ମାମଲା ଖାରଜ କଲେ… 

କଟକ,୧୦।୮(କାର୍ତ୍ତିକ ସାହୁ): ଓଡ଼ିଶା ସରକାରଙ୍କ ୨ ଉପମୁଖ୍ୟମନ୍ତ୍ରୀ ପଦବୀର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ରୁଜୁ ଜନସ୍ବାର୍ଥ ମାମଲାକୁ ହାଇକୋର୍ଟ ଗୁରୁବାର ଖାରଜ କରିଛନ୍ତି। ହାଇକୋର୍ଟ ମୁଖ୍ୟ ବିଚାରପତି ହରୀଶ ଟଣ୍ଡନ ଓ ବିଚାରପତି ଚିତ୍ତରଞ୍ଜନ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ରାୟ ପ୍ରକାଶ କରି ଆବେଦନକାରୀଙ୍କୁ ଭବିଷ୍ୟତରେ ସାଧାରଣ ଲୋକଙ୍କ ମୌଳିକ ଅଧିକାର କ୍ଷୁଣ୍ଣ ହେବା ସଂକ୍ରାନ୍ତୀୟ ଜନସ୍ବାର୍ଥ ମାମଲା ଦାଏର କରିବାକୁ ପରାମର୍ଶ ଦେଇଛନ୍ତି। ଏଭଳି ଆବେଦନ ଅଯୌକ୍ତିକ ବୋଲି ହାଇକୋର୍ଟ ମତପ୍ରକାଶ କରିଛନ୍ତି।
ମାମଲାର ବିବରଣୀ ଅନୁସାରେ, ଭାରତୀୟ ସମ୍ବିଧାନର ଧାରା ୧୬୩ ଓ ୧୬୪ ଅନୁଯାୟୀ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଓ କ୍ୟାବିନେଟ ମନ୍ତ୍ରୀମାନଙ୍କୁ ସ୍ବୀକୃତି ପ୍ରଦାନ କରାଯାଇଛି। ସମ୍ବିଧାନରେ ଉପମୁଖ୍ୟମନ୍ତ୍ରୀ ପଦବୀ ନାହିଁ। ତେବେ ଦଳୀୟ ଗୋଷ୍ଠୀକୁ ସନ୍ତୁଷ୍ଟ କରିବା ପାଇଁ ଏପରି ପଦବୀ ସୃଷ୍ଟି କରାଯାଇଛି। ସେମାନଙ୍କୁ ଅଧିକ ଦରମା, ଭତ୍ତା, ସୁରକ୍ଷା ଆଦି ସାଙ୍ଗକୁ ଅନ୍ୟାନ୍ୟ ସୁବିଧାସୁଯୋଗ ପ୍ରଦାନ କରିବାର ବ୍ୟବସ୍ଥା ନାହିଁ। ମନ୍ତ୍ରୀମାନଙ୍କ ଭଳି ୨ ଜଣ ଉପମୁଖ୍ୟମନ୍ତ୍ରୀ ଦରମା, ସୁବିଧାସୁଯୋଗ ପାଇବା କଥା। ମାତ୍ର ତାହା ନ ହୋଇ ଉପମୁଖ୍ୟମନ୍ତ୍ରୀ ଦ୍ୱୟଙ୍କ ପାଇଁ ମନ୍ତ୍ରୀମାନଙ୍କ ମଧ୍ୟରେ ଏକ ସ୍ବତନ୍ତ୍ର ଶ୍ରେଣୀ ସୃଷ୍ଟି କରାଯାଇଛି। ଉପମୁଖ୍ୟମନ୍ତ୍ରୀ ଦ୍ୱୟଙ୍କୁ ସରକାରୀ ଭାବେ ସ୍ବୀକୃତି ଦିଆଯାଇ ପ୍ରୋଟୋକଲ, ପାଓ୍ବାର, କର୍ମଚାରୀ, ବିଭିନ୍ନ ପ୍ରକାର ଖର୍ଚ୍ଚ ଯୋଗାଇ ଦିଆଯାଇଛି। ସରକାରୀ ଓ୍ବେବ୍‌ସାଇଟ୍‌ରେ ମୁଖ୍ୟମନ୍ତ୍ରୀଙ୍କ ସହ ୨ ଉପମୁଖ୍ୟମନ୍ତ୍ରୀଙ୍କ ଫଟୋ ଓ ନାମ ପ୍ରଦତ୍ତ ରହିଛି। ଉପମୁଖ୍ୟମନ୍ତ୍ରୀ ଦ୍ୱୟଙ୍କ ପାଇଁ ସରକାରୀ ଅର୍ଥ ଅଧିକ ଖର୍ଚ୍ଚ ମଧ୍ୟ ହେଉଛି। ମାତ୍ର ଏସବୁ ପ୍ରଦାନ ପାଇଁ କୌଣସି ଆଇନଗତ ବିଧି ନାହିଁ। କୌଣସି ପ୍ରଣିତ ଆଇନ ବିନା ଏସବୁ ଅସାମ୍ବିଧାନିକ ବୋଲି ଦର୍ଶାଇ ହାଇକୋର୍ଟ ଆଇନଜୀବୀ ଏଲିନା ଦାଶଙ୍କ ପକ୍ଷରୁ ଉକ୍ତ ଜନସ୍ବାର୍ଥ ମାମଲା ଦାଏର ହୋଇଥିଲା। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଶ୍ରୀନିବାସ ମହାନ୍ତି ମାମଲା ପରିଚାଳନା କରୁଥିଲେ।
Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ରତ୍ନଭଣ୍ଡାର ଗଣତି-ମଣତିକୁ ନେଇ ଆଇନ ମନ୍ତ୍ରୀଙ୍କ ବଡ଼ ବୟାନ: ତାଲିକା ସାର୍ବଜନୀନ ହେବନି

ଭୁବନେଶ୍ୱର, ୧୦।୯: ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି-ମଣତି ଏବଂ ଅଳଙ୍କାର ତାଲିକାଭୁକ୍ତ ପ୍ରକ୍ରିୟାକୁ ନେଇ ରାଜ୍ୟ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏକ ବଡ଼ ପ୍ରତିକ୍ରିୟା ରଖିଛନ୍ତି। ରତ୍ନଭଣ୍ଡାରରୁ…

ଆଫଗାନିସ୍ତାନ-ଭାରତ ପ୍ରଥମ ମ୍ୟାଚ୍‌କୁ ନେଇ ହଟିଲା ଦ୍ୱନ୍ଦ୍ୱ

ନୂଆଦିଲ୍ଲୀ,୧୦ା୯: ରାଜଧାନୀରେ ବ୍ରିକ୍ସ ସମିଟ କାରଣରୁ ଆସନ୍ତା ୧୩ରେ ଆଫଗାନିସ୍ତାନ ଓ ଭାରତ ମଧ୍ୟରେ ହେବାକୁ ଥିବା ପ୍ରଥମ ଟି୨୦ ମ୍ୟାଚ୍‌କୁ ଦିନକ ପାଇଁ ସ୍ଥଗିତ ରଖାଯିବାର…

BDAର ୩୫ ବର୍ଷରୁ ଊର୍ଦ୍ଧ୍ୱ ଜମି ବିବାଦରେ ପଡ଼ିଲା ପୂର୍ଣ୍ଣଚ୍ଛେଦ, ୨୦୦ ହିତାଧିକାରୀଙ୍କୁ ଆଶ୍ୱସ୍ତି, ଦୂର ହେଲା…

ଭୁବନେଶ୍ୱର,୧୦।୯(ରବିନାରାୟଣ ଜେନା): ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ)ଠାରୁ ଦୀର୍ଘ ୩୫ ବର୍ଷ ତଳେ ପ୍ଲଟେଡ୍‌ ସ୍କିମରେ ନେଇଥିବା ୨୦୦ରୁ ଊର୍ଦ୍ଧ୍ୱ ହିତାଧିକାରୀଙ୍କୁ ଏବେ ଆଶ୍ୱସ୍ତି ମିଳିଛି। ରାଜସ୍ବ ପର୍ଷଦ…

ଅକ୍ଟୋବର ୨ରୁ ଭୁବନେଶ୍ୱରରୁ ବ୍ୟାଙ୍କକ୍‌କୁ ପୁଣି ଉଡ଼ିବ ବିମାନ, ସପ୍ତାହକୁ ଦୁଇଥର…

ଭୁବନେଶ୍ୱର,୧୦ା୯(ବନ୍ଦନା ସେଠୀ) – ଭୁବନେଶ୍ୱରରୁ ଥାଇଲାଣ୍ଡ ରାଜଧାନୀ ବ୍ୟାଙ୍କକ୍‌କୁ ସିଧାସଳଖ ବିମାନ ସେବା ପୁଣି ଆରମ୍ଭ ହେବ। ଅକ୍ଟୋବର ୨ରୁ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରରୁ ବ୍ୟାଙ୍କକ୍‌…

ଘର ସାମ୍ନାରେ ଯୁବକଙ୍କୁ ଦଳି ଦେଲା ହାତୀ

ଜି.ଉଦୟଗିରି,୧୦ା୯(ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲା ଜି.ଉଦୟଗିରି ଓ ଟିକାବାଲି ବ୍ଲକ୍‌ ସୀମାନ୍ତରେ ଜଣେ ଯୁବକଙ୍କୁ ଦନ୍ତାହାଦୀ ଦଳି ଦେଇଛି। ସେ ହେଲେ ପିକରଡ଼ି ପଞ୍ଚାୟତ କାମ୍ବାନାଯୁ…

ବଙ୍ଗୋପସାଗରରେ ଲଘୁଚାପ: ୧୦ ଜିଲାରେ ଝଡ଼ବର୍ଷା, ୟେଲୋ ଓ୍ବାର୍ନିଂ ଜାରି…

ଭୁବନେଶ୍ୱର, ୧୦ା୯(ବନ୍ଦନା ସେଠୀ) – ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଗୁରୁବାର ସକାଳ ୫ଟା ୩୦ରେ ଲଘୁଚାପର ରୂପ ନେଇଛି। ଏହା ଅପରାହ୍ନ ୨ଟା ୩୦ ସୁଦ୍ଧା ଉତ୍ତର…

୨୦୦ ବୁଥ୍‌ରେ BLA-2 ସଭ୍ୟଙ୍କୁ ତାଲିମ; ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ କଂଗ୍ରେସର ସାଙ୍ଗଠନିକ ମନ୍ଥନ

ଦିଗପହଣ୍ଡି, ୧୦।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ କଇଠଖଣ୍ଡି ଗ୍ରାମରେ କଂଗ୍ରେସ ଦଳ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ସାଙ୍ଗଠନିକ ସଭା ଅନୁଷ୍ଠିତ…

ଲାଞ୍ଜିଗଡ଼-ଜଗନ୍ନାଥପୁର ରାସ୍ତା ମରଣଜନ୍ତା: ବଂଶଧାରା ପୋଲ ନିକଟରେ ବିରାଟ ଘାଇ, କେତେବେଳେ ବି ଘଟିପାରେ…

ଲାଞ୍ଜିଗଡ଼, ୧୦।୯ (ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ଲାଞ୍ଜିଗଡ଼-ଜଗନ୍ନାଥପୁର ମୁଖ୍ୟ ରାସ୍ତାର ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ହୋଇପଡ଼ିଛି। ବଂଶଧାରା ନଦୀ ପୋଲ ନିକଟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri