କଳାମାଟିଆ ଗ୍ରାମରେ ଅଗ୍ନିକାଣ୍ଡ: ସବୁ ଜଳିଗଲା
ବରୀ,୨୭।୪(ମହେନ୍ଦ୍ର ସ୍ବାଇଁ): ଯାଜପୁର ଜିଲା ବରୀ ତହସିଲ ଅଧୀନସ୍ଥ କଳାମାଟିଆ ପଂଚାୟତ କଳାମାଟିଆ ଗ୍ରାମରେ ଅଗ୍ନିକାଣ୍ଡ ଘଟଛି। ଏଥିରେ ଗୋଟିଏ ପରିବାରର ତିନି ଜଣଙ୍କର ତିନି ବଖରା ଘର ସମ୍ପୁର୍ଣ୍ଣ ଜଳିଯାଇଛି। ସୂଚନା ମୁତାବକ, ଏହି ଗ୍ରାମର ଚରଣ ଦାସ ପି-ଦିବାକର…
୪ ବର୍ଷର ଶିଶୁ କନ୍ୟାଙ୍କୁ ଚକଲେଟ ଓ ଚିପ୍ସ ଦେଇ ନିର୍ମାଣାଧୀନ ଅଙ୍ଗନଓ୍ବାଡ଼ି କେନ୍ଦ୍ରରେ ବଳାତ୍କାର କରି ହତ୍ୟା କରିଥିଲେ ମାମୁ: ବାନ୍ଧିଲା ପୋଲିସ
ଦିଗପହଣ୍ଡି, ଛତ୍ରପୁର,୨୭।୪(ଅଶେଷ ନାଥ ମିଶ୍ର/ସନ୍ତୋଷ ପାଢ଼ୀ): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗି ଗ୍ରାମରେ ଲଜ୍ଜ୍ୟାଜନକ ହୃଦୟବିଦାରକ ଘଟଣା ଘଟିଛି। ଶୁକ୍ରବାର ସନ୍ଧ୍ୟାରୁ ନିଖୋଜ ଥିବା ଜଣେ ୪ ବର୍ଷର ଶିଶୁକନ୍ୟାଙ୍କ କ୍ଷତାକ୍ତ ମୃତଦେହ ଶନିବାର ସକାଳେ ପାଟପୁର ପୋଲିସ ଜବତ…
ଢ଼ାବାରେ ପୋଲିସ ଚଢ଼ାଉ: ଜଣେ ଗିରଫ
ଧର୍ମଗଡ,୨୬।୪(ଘାସିରାମ ଜଗତ): ବେଆଇନ ମଦ କାରବାର ଉପରେ ଅଙ୍କୁଶ ଲଗାଇବା ଲାଗି ଧର୍ମଗଡ ଥାନାରେ ନୂତନ ଭାବେ ଯୋଗ ଦେଇଥିବା ଥାନା ଅଧିକାରୀ ପ୍ରଶାନ୍ତ କୁମାର କୋଲାରସଙ୍କ ନେତୃତ୍ୱରେ ଧର୍ମଗଡ ନିକଟସ୍ଥ ଚିଲଚିଲା ଗ୍ରାମର ଏକ ଢ଼ାବାରେ ଚଢାଉ କରାଯାଇ ୧୧୯…
ଭୁବନେଶ୍ୱର ବିମାନବନ୍ଦରରେ ୧୨ ଘଣ୍ଟାରୁ ଅଧିକ ସମୟ ଅଟକି ରହିବା ପରେ ଯାତ୍ରୀଙ୍କ ହଙ୍ଗାମା
ଭୁବନେଶ୍ୱର,୨୭ା୪: ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରରେ ଯାତ୍ରୀମାନେ ଅଟକି ରହିବା କାରଣରୁ ଉତ୍ତେଜନା ସୃଷ୍ଟି ହୋଇଛି। ୧୨ ଘଣ୍ଟାରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ଯାତ୍ରୀମାନେ ସେମାନଙ୍କ ଗନ୍ତବ୍ୟସ୍ଥଳରେ ପହଞ୍ଚି ପାରିନାହାନ୍ତି। ୨୫ରୁ ଅଧିକ ଯାତ୍ରୀ ଭୁବନେଶ୍ୱର ବିମାନବନ୍ଦରର ଗେଟ୍…
Video: ଭୁବନେଶ୍ୱରରେ ବ୍ୟବସାୟୀଙ୍କ ଘରେ ପଶି ସୁନା ଅଳଙ୍କାର, ନଗଦ ଟଙ୍କା ଲୁଟ୍; ସାମ୍ନାକୁ ଆସିଲା CCTV ଫୁଟେଜ୍
ଭୁବନେଶ୍ୱର,୨୭ା୪: କିଛି ଦିନର ନୀରବତା ପରେ ରାଜଧାନୀ ଭୁବନେଶ୍ୱରରେ ପୁନର୍ବାର ଏକ ବଡ଼ ଧରଣର ଲୁଟ୍ ଘଟଣା ଘଟିଛି। ଲୁଟେରାମାନେ ଜଣେ ବ୍ୟବସାୟୀଙ୍କ ଘରେ ପଶି ସୁନା ଅଳଙ୍କାର ଏବଂ ନଗଦ ଟଙ୍କା ଲୁଟି ନେଇଛନ୍ତି। ଲୁଟେରାମାନଙ୍କ କାର୍ଯ୍ୟକଳାପ ସିସିଟିଭିରେ କଏଦ…
କଲବଲ କରିବ ଖରାଗୁଳୁଗୁଳି, କାଳବୈଶାଖୀ: ମେ’ ୧ ପର୍ଯ୍ୟନ୍ତ ଏସବୁ ଜିଲାରେ
ଭୁବନେଶ୍ୱର,୨୭ା୪(ଅନୁରାଧା ମହାରଣା): ରାଜ୍ୟରେ ଖରାଗୁଳଗୁଳି ସହ କାଳବୈଶାଖୀ ପ୍ରଭାବ ଦେଖିବାକୁ ମିଳୁଛି। ରବିବାର ରାଜ୍ୟର ବିଭିନ୍ନ ଜିଲାରେ ଗ୍ରୀଷ୍ମ ଲହରି ନେଇ ୟେଲୋ ଓ୍ବାର୍ନିଂ ରହିଥିବାବେଳେ କାଳାବୈଶାଖୀ ଭୟ ମଧ୍ୟ ରହିଛି। ଝାରସୁଗୁଡ଼ା, ବୌଦ୍ଧ, ବଲାଙ୍ଗୀର, ସମ୍ବଲପୁର ଆଦି ଜିଲାରେ ଗ୍ରୀଷ୍ମପ୍ରବାହ…
ଅବ୍ୟବସ୍ଥାରେ ଚାଲିଛି ଗଞ୍ଜାମ ବାଳିକା ବିଦ୍ୟାଳୟ: ଶ୍ରେଣୀଗୃହ ନାହିଁ, ୪ କୋଠରିରେ ପଢୁଛନ୍ତି ୩୮୫ଛାତ୍ରୀ
ଗଞ୍ଜାମ,୨୭ା୪(ବିଦ୍ୟାଧର ସାହୁ ): ଗଞ୍ଜାମ ସହର କରଣ ସାହି ଷ୍ଟେସନ ରୋଡ଼ସ୍ଥିତ ବାଳିକା ଉଚ୍ଚ ବିଦ୍ୟାଳୟ ଅବ୍ୟବସ୍ଥାରେ ଚାଲିଛି। ୪୬ ବର୍ଷର ଏହି ପୁରାତନ ବିଦ୍ୟାଳୟରେ ଶ୍ରେଣୀଗୃହ ଅଭାବ, ଶିକ୍ଷକ ଅଭାବଜନିତ ସମସ୍ୟା ଛାତ୍ରୀଙ୍କ ପାଡପଢାରେ ପ୍ରଭାବ ପକାଉଛି। ବିଦ୍ୟାଳୟର ଅବ୍ୟବସ୍ଥା…
୬ ଲକ୍ଷ ଯୋଗ୍ୟ ହିତାଧିକାରୀ ପାଇବେ ରାଶନ କାର୍ଡ
ଭୁବନେଶ୍ୱର,୨୭ା୪(ସୁନିତ୍ ମିଶ୍ର): ରାଜ୍ୟରେ ପ୍ରାୟ ଲକ୍ଷେ ଲୋକଙ୍କ ରାଶନ କାର୍ଡ କଟିଛି। ଏହାବାଦ୍ ଅନ୍ୟ ୫ ଲକ୍ଷ ମୃତ ହିତାଧିକାରୀଙ୍କୁ ମିଶାଇ ମୋଟ ୬ ଲକ୍ଷ କାର୍ଡ କାଟି ଦିଆଯାଇଛି। ଏହି ୬ ଲକ୍ଷ କାର୍ଡ ଗରିବ ଲୋକଙ୍କୁ ଦିଆଯିବ ବୋଲି…
ରାଇପାହାଡ଼ର ଘରେ ଘରେ ଆନ୍ଧ୍ର, ଓଡ଼ିଶା ବିଦ୍ୟୁତ୍ ମିଟର
ନନ୍ଦପୁର,୨୭ା୪ (ତୁଷାରକାନ୍ତ ମହାନ୍ତି): ଗୋଟିଏ ଘରେ ଲାଗିଛି ଦୁଇ ରାଜ୍ୟର ବିଦ୍ୟୁତ୍ ମିଟର। ଗୋଟିଏ ଆନ୍ଧ୍ରର ଅନ୍ୟଟି ଓଡ଼ିଶାର। ଏଭଳି ଘଟଣା ନନ୍ଦପୁର ବ୍ଲକ୍ ଗୋଲୁର ପଞ୍ଚାୟତର ରାଇପାହାଡ ଗ୍ରାମରେ ଦେଖିବାକୁ ମିଳିଛି। ଗ୍ରାମରେ ଆନ୍ଧ୍ର ପକ୍ଷରୁ ଲାଗିଥିବା ମିଟରରେ ବିଦ୍ୟୁତ୍…
ମୌଳିକ ସେବା ଅପହଞ୍ଚ: ଚଟାଣରେ ଚିକିତ୍ସା, ହାତରେ ସାଲାଇନ
ବରଗଡ଼,୨୬।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ରହିଥିବା ସହରାଞ୍ଚଳ ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରରେ ରୋଗୀଙ୍କୁ ସର୍ବନିମ୍ନ ମୌଳିକା ସୁବିଧା ସୁଯୋଗ ଅପହଞ୍ଚ ହୋଇପଡ଼ିଛି। ଏଠାରେ ଡାକ୍ତର ଅଭାବ ନିତିଦିନିଆ ଘଟଣା ହୋଇପଡ଼ିଛି। ସେହିପରି ଶଯ୍ୟା ଅଭାବ, ରୋଗୀଙ୍କୁ ସାଲାଇନ ଦେବାରେ ଅବ୍ୟବସ୍ଥା ମଧ୍ୟ ସାମ୍ନାକୁ…
ନବ ଦାସ ହତ୍ୟା ମାମଲା: ଗୋପାଳଙ୍କ ସ୍ତ୍ରୀଙ୍କ ବୟାନ ରେକର୍ଡ କଲା କ୍ରାଇମ୍ବ୍ରାଞ୍ଚ
ବ୍ରହ୍ମପୁର, ୨୬ା୪(ସୁବାସ ଚନ୍ଦ୍ର ପାଢ଼ୀ): ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟା ମାମଲାର ତଦନ୍ତ ଜାରି ରଖିଛି କ୍ରାଇମ୍ବ୍ରାଞ୍ଚ। ଶନିବାର କ୍ରାଇମ୍ବ୍ରାଞ୍ଚ ଏଏସ୍ପି ବିଜୟ କୁମାର ମଲ୍ଲିକଙ୍କ ନେତୃତ୍ୱରେ ଏକ ଟିମ୍ ମନ୍ତ୍ରୀଙ୍କୁ ହତ୍ୟା ଅଭିଯୋଗରେ ଗିରଫ ହୋଇଥିବା ପୋଲିସ ଏଏସ୍ଆଇ…
ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଜୟନ୍ତୀ
ମୋହନା,୨୬ା(ମନ୍ମଥ ମିଶ୍ର): ମୋହନାରେ ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ୧୩୪ତମ ଜୟନ୍ତୀ ପାଳିତ ହୋଇଛି। ମୋହନାସ୍ଥିତ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଯୁବକ ସଂଘ ପକ୍ଷରୁ ହୋଇଥିବା ଏହି ଉତ୍ସବରେ ସଂଘ ସଭାପତି ଅଜିତ ପାତ୍ର ଓ ବାର୍ ଆସୋସିଏଶନ ଉପସଭାପତି ସୀମାଞ୍ଚଳ କାର୍ଜି,…
Archives


