କାଲି ଫୋପାଡ଼ି ଥିଲେ ଟଙ୍କା: ଆଜି ବନ୍ଧାହେଲେ କୁବେର ଯନ୍ତ୍ରୀ
ଭୁବନେଶ୍ୱର,୩୧।୫: ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ କୁବେର RW ମୁଖ୍ୟଯନ୍ତ୍ରୀ ବୈକୁଣ୍ଠନାଥ ଷଡ଼ଙ୍ଗୀଙ୍କୁ ଶନିବାର ଗିରଫ କରିଛି ଭିଜିଲାନ୍ସ। ଶୁକ୍ରବାର ତାଙ୍କ ଘରୁ ମିଳିଥିଲା ନଗଦ ୨.୫୬ କୋଟି ଟଙ୍କା ମିଳିଥିଲା। ଗ୍ରାମ୍ୟ ଉନ୍ନୟନ ବିଭାଗର ମୁଖ୍ୟଯନ୍ତ୍ରୀ (ପ୍ଲାନ୍ ରୋଡ୍ସ)…
ଦାରିଙ୍ଗବାଡ଼ିରେ ବର୍ଷା ସାଙ୍ଗକୁ ଅଦିନ କୁହୁଡ଼ି, ଜନଜୀବନ ପ୍ରଭାବିତ
ଦାରିଙ୍ଗବାଡ଼ି,୩୧ା୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଲଘୁଚାପ ଜନିତ ବର୍ଷାରେ ଜନଜୀବନ ପ୍ରଭାବିତ ହୋଇଛି। ଦିନ ତମାମ ପାଗ ମେଘୁଆ ସହ ବର୍ଷା ଲାଗିରହିଛି। ସେହିପରି ଦିନ ହେଉକି ରାତି ଦାରିଙ୍ଗବାଡ଼ି ଓ ତାର ଆଖପାଖ ଅଞ୍ଚଳରେ ଘନକୁହୁଡି…
ମନ୍ତ୍ରୀଙ୍କ ବଡ଼ ସୂଚନା: ବଦଳିବ ମାଷ୍ଟରକ୍ୟାଣ୍ଟିନ୍ ନାଁ, କିଏ ନିଷ୍ପତ୍ତି ନେବେ ଜାଣନ୍ତୁ…
ଭୁବନେଶ୍ୱର,୩୧ା୫: ବଦଳିବ ଭୁବନେଶ୍ବର ମାଷ୍ଟରକ୍ୟାଣ୍ଟିନ ନାଁ। ଏନେଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ବଡ଼ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, ଓଡ଼ିଶାରେ ଓଡ଼ିଆ ଅସ୍ମିତାକୁ ଗୁରୁତ୍ୱ ଦିଆଯିବ। ମାଷ୍ଟରକ୍ୟାଣ୍ଟିନ୍ ସହିତ ଇଂରେଜ ଅମଳରୁ ଥିବା କିଛି…
ଲିଙ୍ଗରାଜ ମନ୍ଦିରରେ ନୀତି ବନ୍ଦ
ଭୁବନେଶ୍ୱର,୩୧ା୫: ମହାପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିରରେ ବିଭ୍ରାଟକୁ ନେଇ ନୀତିକାନ୍ତି ବନ୍ଦ ହୋଇଛି। ବିନା ମଙ୍ଗଳ ଆଳତିରେ ସାହାଣ ମେଲା ଦର୍ଶନକୁ ନେଇ ବିବାଦ ଉପୁଜିଛି। ଶୀତଳଷଷ୍ଠୀ ଭଳି ଦିନରେ ନୀତିକାନ୍ତି ବନ୍ଦ ରହିଛି। ଅବକାଶ ପରେ ମଙ୍ଗଳ ଆଳତୀ ନକରି ସିଧା…
୧୯ ଘଣ୍ଟା ଅଟକ ପରେ ବିଧାୟକ, ଗ୍ରାମବାସୀଙ୍କୁ ଛାଡିଲା ପୋଲିସ
ସୁନ୍ଦରଗଡ଼/ବଣାଇଁ,୩୧।୫(ଜୟ ନାରାୟଣ ମେଣ୍ଡୁଳି/ପ୍ରଦୀପ ତ୍ରିପାଠୀ): ୧୯ ଘଣ୍ଟା ଅଟକ ପରେ ବିଧାୟକ ଯୋଗେଶ ସିଂ ଏବଂ ଗ୍ରାମବାସୀଙ୍କୁ ଛାଡ଼ିଲା ପୋଲିସ। ଉପ ଜିଲାପାଳ, ଅତିରିକ୍ତ ଏସ୍ପି ଏବଂ ଏସଡିପିଓ ଅଟକ ବିଧାୟକ ଓ ଗ୍ରାମବାସୀଙ୍କ ସହ ଆଲୋଚନା ପରେ ଛାଡ଼ିଲା ପୋଲିସ।…
ଶେଷ ପର୍ଯ୍ୟାୟରେ ପୁରୁଷୋତ୍ତମପୁର ଠାକୁରାଣୀ ଯାତ୍ରା, ମନ ମୋହୁଛି ମୀନା ବଜାର
ପୁରୁଷୋତ୍ତମପୁର,୩୧ା୫(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରର ପ୍ରସିଦ୍ଧ ଐତିହାସିତ ପଞ୍ଚ ଠାକୁରାଣୀଙ୍କ ଦ୍ବିତୀୟ ବାର୍ଷିକ ଯାତ୍ରାର ଶେଷ ପର୍ଯ୍ୟାୟ ଶନିବାର ୨୫ ଦିନରେ ପହଞ୍ଚିଛି। ମା’ ପଞ୍ଚ ଠାକୁରାଣୀଙ୍କ ଆଶୀର୍ବାଦ ଭିକ୍ଷା ଲାଗି ବଡ଼ବଜାର ଅସ୍ଥାୟୀ ମନ୍ଦିରରେ ଭକ୍ତଙ୍କ ଭିଡ଼ ଲାଗି…
ଅଫିସ ଯିବା ବେଳେ ଟ୍ରକ୍ ପଛରେ ପିଟିହେଲା କାର୍, ଚାଲିଗଲା ଇଞ୍ଜିନିୟରଙ୍କ ଜୀବନ
ବରଗଡ଼,୩୧ା୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ରାସ୍ତାରେ ଶନିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍କୁ ଅନ୍ୟ ଏକ କାର୍ ପଛପଟୁ ଧକ୍କା ଦେବରୁ କାର୍ ଚାଳକଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ, ବରଗଡ଼ ଗଙ୍ଗାଧର ନଗର ନିବାସୀ ଇଞ୍ଜିନିୟର ତୁଷାର…
ବଜ୍ରପାତରେ ଜଳିଗଲା ଗୁହାଳ: ୩୦ ଛେଳି ଜୀବନ୍ତ ଦଗ୍ଧ
ଦିଗପହଣ୍ଡି,୩୧ା୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପୋଡ଼ାମାରି ଗ୍ରାମ କୁମ୍ଭାର ସାହିରେ ବଜ୍ରପାତ ଘଟି କେଶବ ଗୌଡ଼ଙ୍କ ଗୁହାଳ ଘର ଜଳିଯାଇଛି। ଏହି ଅଗ୍ନିକାଣ୍ଡରେ କେଶବଙ୍କ ଗୁହାଳ ଘରେ ଥିବା ୩୦ଟି ଛେଳି ଜୀବନ୍ତ ଦଗ୍ଧ ହୋଇଥିବା ବେଳେ…
୯ରୁ ଆନ୍ଦୋଳନକୁ ଓହ୍ଲାଇବେ ବନ କର୍ମଚାରୀ, ଦାବି ପୂରଣ ନ ହେଲେ…
ଭଞ୍ଜନଗର,୩୧ା୫(ବାବୁଲା ପ୍ରଧାନ): ଓଡ଼ିଶା ଅଣ ଗେଜେଟେଡ୍ ବନସେବା ସଂଘ ପକ୍ଷରୁ ୩ ଦଫା ଦାବି ନେଇ ଜୁନ୍ ୯ରେ ରାଜ୍ୟର ସମସ୍ତ ଜିଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯିବ। ତେଣୁ ଆଗାମୀ ଆନ୍ଦୋଳନ କିଭଳି ସଫଳ ହେବ…
ଭିଜିଲାନ୍ସ ଜାଲରେ ଆଉ ଜଣେ ସରକାରୀ ବାବୁ, ଏକକାଳୀନ ୪ ସ୍ଥାନରେ ଚାଲିଛି ଚଢ଼ାଉ
ବ୍ରହ୍ମପୁର,୩୧ା୫(ସୁବାସ ପାଢ଼ୀ): ଆଉ ଜଣେ ସରକାରୀ ବାବୁ ପଡ଼ିଛନ୍ତି ଭିଜିଲାନ୍ସ ଜାଲରେ। ବ୍ରହ୍ମପୁର ଆର୍ ଆଣ୍ଡ୍ ବି ଡିଭିଜନ-୧ର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ (AEE) ଏନ୍.ଦିଲ୍ଲୀପ କୁମାର ଚୌଧୁରୀଙ୍କ ନାମରେ ଆୟ ବହିଃଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୪ଟି ସ୍ଥାନରେ ଚଢ଼ାଉ…
‘ବିଜୁ ହଲ’ ଉଦ୍ଘାଟନ କଲେ ଅପରାଜିତା ଷଡଙ୍ଗୀ: ବଢୁଛି ଚର୍ଚ୍ଚା
ଜାକର୍ତ୍ତା,୩୧।୫: ଅପରେଶନ ସିନ୍ଦୂରର ସର୍ବଦଳୀୟ ସଂସଦୀୟ ପ୍ରତିନିଧି ଦଳର ସଦସ୍ୟ ତଥା ଭାଜପା ଏମ୍ପି ଅପରାଜିତା ଷଡଙ୍ଗୀ ଶନିବାର ଜାକର୍ତ୍ତାରେ ଭାରତୀୟ ଦୂତାବାସର ‘ବିଜୁ ହଲ’ ଉଦଘାଟନ କରିଛନ୍ତି। ଏହାସହ ଇଣ୍ଡୋନେସିଆର ସ୍ବାଧୀନତା ସଂଗ୍ରାମରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ସ୍ବର୍ଗତ…
ଘର ଭିତରୁ ମିଳିଲା ଫରେଷ୍ଟରଙ୍କ ଅର୍ଦ୍ଧଦଗ୍ଧ ମୃତଦେହ, ପାରିପାର୍ଶ୍ୱିକ ସ୍ଥିତି ଦେଖି…
ନୟାଗଡ଼,୩୧ା୫(ଲୋକନାଥ ମିଶ୍ର): ନୟାଗଡ଼ ଟାଉନ ଥାନାର ବାରମାସି ଦଣ୍ଡାସ୍ଥିତ ଅଞ୍ଚଳର ଘର ଭିତରୁ ନୟାଗଡ଼ ବନଖଣ୍ଡ ପଞ୍ଚରିଡ଼ା ରେଞ୍ଜର ଫରେଷ୍ଟର ଶିଶିର ସାହୁଙ୍କ ଅର୍ଦ୍ଧଦଗ୍ଧ ପୋଡ଼ା ମୃତଦେହ ଜବତ ହୋଇଛି। ନୟାଗଡ଼ ଟାଉନ ଥାନା ପୋଲିସ ମୃତଦେହ ଉଦ୍ଧାର କରି ତଦନ୍ତ…
Archives


