ବଜ୍ରପାତରେ ଜଳିଗଲା ଗୁହାଳ: ୩୦ ଛେଳି ଜୀବନ୍ତ ଦଗ୍ଧ

ଦିଗପହଣ୍ଡି,୩୧ା୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପୋଡ଼ାମାରି ଗ୍ରାମ କୁମ୍ଭାର ସାହିରେ ବଜ୍ରପାତ ଘଟି କେଶବ ଗୌଡ଼ଙ୍କ ଗୁହାଳ ଘର ଜଳିଯାଇଛି। ଏହି ଅଗ୍ନିକାଣ୍ଡରେ କେଶବଙ୍କ ଗୁହାଳ ଘରେ ଥିବା ୩୦ଟି ଛେଳି ଜୀବନ୍ତ ଦଗ୍ଧ ହୋଇଥିବା ବେଳେ ୨୫ଟି ଛେଳି ଅର୍ଦ୍ଧଦଗ୍ଧ ହୋଇଛନ୍ତି।

ଶୁକ୍ରବାର ରାତି ପ୍ରାୟ ୧୨ଟାରେ ବର୍ଷା ସହ ବଜ୍ରପାତ ଘଟି ଗୁହାଳଟି ଜଳି ଯାଇଥିଲା। ଖବରପାଇ ପୋଡ଼ାମାରି ପଞ୍ଚାୟତ ସରପଞ୍ଚ ସନ୍ତୋଷ କୁମାର ବିଷୋୟୀ ଘଟଣାସ୍ଥଳରେ ପହଞ୍ଚି ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ପ୍ରାଣୀ ଚିକିତ୍ସକ ଟିମ୍‌ ଗାଁରେ ପହଞ୍ଚି ଅଗ୍ନିକାଣ୍ଡରେ ଅର୍ଦ୍ଧଦଗ୍ଧ ଛେଳିଗୁଡ଼ିକର ଚିକିତ୍ସା କରି ଫେରିଛନ୍ତି। ଧାରକରଜ କରି ଛେଳି ବ୍ୟବସାୟ କରୁଥିବା କେଶବ ଘଟଣାପରେ ହତୋତ୍ସାହିତ ହୋଇପଡ଼ିଛନ୍ତି। ଗରିବ ଅସହାୟ କେଶବଙ୍କୁ ସରକାରୀ ସହାୟତା ଯୋଗାଇଦେବାକୁ ସରପଞ୍ଚ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଆପଣ ପୁରୁଷ ହୋଇଥିଲେ…’ ତ୍ରିଶାଙ୍କୁ ନେଇ ଷ୍ଟାଲିନଙ୍କ ବିବାଦୀୟ ମନ୍ତବ୍ୟ ପରେ ଏମିତି କହିଲେ ଭାଜପା ନେତ୍ରୀ

ନୂଆଦିଲ୍ଲୀ,୫।୮: ଡିଏମକେ (DMK) ନେତା ଉଦୟନିଧି ଷ୍ଟାଲିନ ଅଭିନେତ୍ରୀ ତ୍ରିଶା କୃଷ୍ଣନଙ୍କୁ ନେଇ କରିଥିବା ବିବାଦୀୟ ମନ୍ତବ୍ୟ ପରେ ଭାରି ବିବାଦରେ ଫସିଯାଇଛନ୍ତି। ମଙ୍ଗଳବାର ପୋଲିସ ତାଙ୍କୁ…

ରାଷ୍ଟ୍ରପତି ଭବନରେ ପ୍ରଦର୍ଶିତ ହେବ ରଥଚକ

ଭୁବନେଶ୍ୱର,୫ା୮:ଓଡ଼ିଶାର ଆଧ୍ୟାତ୍ମିକ ଓ ସାଂସ୍କୃତିକ ଐତିହ୍ୟର ପ୍ରତୀକ ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ଏବେ ଦେଶର ସର୍ବୋଚ୍ଚ କାର୍ଯ୍ୟାଳୟ ରାଷ୍ଟ୍ରପତି ଭବନରେ ସ୍ଥାନ ପାଇବାକୁ ଯାଉଛି। ପୁରୀ ରଥଯାତ୍ରାର…

ନନ୍ଦିନୀ ଦେବୀ ଥିଲେ ପ୍ରବୀଣ ନାରୀ ନେତ୍ରୀ

ଭୁବନେଶ୍ୱର, ୫ା୮(ବନ୍ଦନା ସେଠୀ):ଓଡ଼ିଶାର ପ୍ରଥମ ତଥା ଏକମାତ୍ର ମହିଳା ମୁଖ୍ୟମନ୍ତ୍ରୀ, ବରେଣ୍ୟ ସାହିତ୍ୟ ସାଧିକା ନନ୍ଦିନୀ ଶତପଥୀଙ୍କ ଶ୍ରାଦ୍ଧଦିବସ ଅବସରରେ ମଙ୍ଗଳବାର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ଏହି…

ରାଜନୈତିକ ଦଳ ନୁହେଁ, ଏହି ରୂପରେ ମଇଦାନକୁ ଆସିବ CJP: ବଡ଼ ଖୁଲାସା କଲେ ସିଜେପି ପ୍ରବକ୍ତା

ନୂଆଦିଲ୍ଲୀ,୫।୮: ଜନ୍ତର-ମନ୍ତରରେ ଛାତ୍ରୀଛାତ୍ରଙ୍କ ଆନ୍ଦୋଳନ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ସହ ସଫଳ ହୋଇଥିଲା। ଏହି ଆନ୍ଦୋଳନର ଆରମ୍ଭ କରିଥିବା କକରୋଚ ଜନତା ପାର୍ଟି (CJP) ଏବେ…

ଦ୍ୱିତୀୟ ସ୍ତ୍ରୀଙ୍କ ଆକ୍ରମଣରେ ପ୍ରଥମ ସ୍ତ୍ରୀ ମୃତ

ଚିତ୍ରକୋଣ୍ଡା, ୫।୮(ଶିବଦତ୍ତ ସାହୁ): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ଥାନା ଅଧୀନ ପେଟିଆଗୁଡା ଗ୍ରାମରେ ଘରୋଇ କଳହକୁ ନେଇ ସୋମବାର ରାତିରେ ଏକ ହତ୍ୟାକାଣ୍ଡ ଘଟିଛି। ଗ୍ରାମର ଶୁକ…

ଏହି ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା: ଅରେଞ୍ଜ୍‌ ଓ୍ବାର୍ନିଂ ଜାରି

ଭୁବନେଶ୍ୱର,୫ା୮(ବନ୍ଦନା ସେଠୀ):ଚଳିତ ମୌସୁମୀରେ ଏଯାଏ ରାଜ୍ୟରେ ଭଲ ବର୍ଷା ହୋଇଛି। ଜୁଲାଇରେ ସ୍ବାଭାବିକଠାରୁ ଅଧିକ ବର୍ଷା ହୋଇଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।…

ସାର ପଳାଉଛି ଛତିଶଗଡ଼: ଚାଷୀ ହତାଶ

ବରଗଡ଼,୫।୮(ପ୍ରେମାନନ୍ଦ ଖମାରୀ): ରାଜ୍ୟରେ ସର୍ବାଧିକ ଧାନ ଫସଲ ହେଉଥିବା ବରଗଡ଼ ଜିଲାରେ ବର୍ତ୍ତମାନ ସାର ସଙ୍କଟ ଚାଷୀମାନଙ୍କୁ ଚିନ୍ତାରେ ପକାଇଦେଇଛି। ଜିଲାରେ ସାର ମହଜୁଦ ଅଛି, ଅଭାବ…

ଘରୁ ଡାକିନେଇ ଯୁକ୍ତ୨ ଛାତ୍ରଙ୍କୁ ବାଡ଼େଇ ମାରିଦେଲେ ୨ ସାଥୀ: ମଦ ପିଆଇ…

ଡେରାବିଶ, ୫ା୮(ବେବର୍ତ୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ଥାନା ଅଞ୍ଚଳର ଜଣେ ଯୁକ୍ତ୨ କଲେଜ ଛାତ୍ରଙ୍କୁ ଘରୁ ଡାକି ନେଇ ତାଙ୍କର ୨ଜଣ ସାଙ୍ଗ ମାଡ଼ମାରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri