ରାଜ୍ୟ

ପୂର୍ବତନ ବିଧାୟକଙ୍କ ପରଲୋକରେ ଶୋକ ପ୍ରକାଶ କଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ବରଗଡ଼,୬।୬ (ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମେଲଛାମୁଣ୍ଡା ନିର୍ବାଚନ ମଣ୍ଡଳୀର ପୂର୍ବତନ ଭାଜପା ବିଧାୟକ ମହମ୍ମଦ ରଫିକଙ୍କ ଶୁକ୍ରବାର ୭୧ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି । ତାଙ୍କ ପରଲୋକରେ ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…

ବଡ଼ କାର୍ଯ୍ୟାନୁଷ୍ଠାନ: କଳାହାଣ୍ଡି ଡେପୁଟି କଲେକ୍ଟର ନିଲମ୍ବିତ

ଭବାନୀପାଟଣା,୬।୬(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାପାଳଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଡେପୁଟି କଲେକ୍ଟର ଚିତ୍ତ ରଞ୍ଜନ ପିଲ୍ଲାଙ୍କୁ ଶୁକ୍ରବାର ରାଜ୍ୟ ସରକାର ନିଲମ୍ବିତ କରିଛନ୍ତି। ରାଜସ୍ବ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସୁପାରିଶ କ୍ରମେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଗତ ୨୦୨୦ରୁ…

ଗାଧୋଇଲା ବେଳେ ପଥର ସନ୍ଧିରେ ଖସିପଡ଼ିଲା ସବୁନ୍‌, ଆଣିବାକୁ ଯାଇ ୪୮ ଘଣ୍ଟା…

ଆର.ଉଦୟଗିରି, ୬ା୬(ମନୋଜ କୁମାର ପାଢୀ): ଗାଧୋଇବାକୁ ଯାଇ ଜଣେ ନାବାଳକଙ୍କ ହାତ ପଥର ସନ୍ଧିରେ ପଶିଯିବାରୁ ଦୀର୍ଘ ୮ ଘଣ୍ଟା ପରିଶ୍ରମ ପରେ ହାତ ବାହାରିଛି। ସେ ହେଉଛନ୍ତି ଗଜପତି ଜିଲା ଆର. ଉଦୟଗିରି ଥାନା ତିଳିଗାଆଁର …ଙ୍କ ପୁଅ ….।…

ବିଜେଡିରୁ ବିଦା ହୋଇଥିଲେ ଗଞ୍ଜାମ ବ୍ଲକ ଅଧ୍ୟକ୍ଷା ଶର୍ମିଷ୍ଠା: ଏବେ ଯୋଗଦେଲେ  ଭାଜପାରେ  

ଗଞ୍ଜାମ,୬ା୬(ବିଦ୍ୟାଧର ସାହୁ): ବିଜେଡିରୁ ବିଦାହେଲେ ଭାଜପାରେ ଯୋଗଦେଲେ। ଦଳ ବିରୋଧୀ କାର୍ଯ୍ୟ ଯୋଗୁ ଗଞ୍ଜାମ ବ୍ଲକ ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ ଓ ତାଙ୍କ ସ୍ବାମୀ ତଥା ପୂର୍ବତନ ବ୍ଲକ ଅଧ୍ୟକ୍ଷ ସୁରଥ ପାହାନଙ୍କୁ ବିଜେଡିରୁ ବହିଷ୍କାର କରାଯାଇଥିଲା। ଶୁକ୍ରବାର ଉଭୟ ଭାଜପାରେ…

ପିନାକୀ-ମହୁଆଙ୍କ ବିବାହକୁ ନେଇ ମୁହଁ ଖୋଲିଲେ ସୁର, କହିଲେ ପ୍ରେମ ଏମିତି ବ୍ୟାପିଲା ଯେ…

ଭୁବନେଶ୍ୱର,୬।୬: କୁହାଯାଏ ପ୍ରେମ ଅନ୍ଧ। କାହାକୁ କେତେବେଳେ କେଉଁ ବୟସରେ ପ୍ରେମ ହୋଇଥାଏ ତାହା ଜଣାପଡେନାହିଁ। ଯାହାର ଗୋଟିଏ ଉଦାହରଣ ଦେଖିବାକୁ ମିଳିଛି। ଟିଏମସିର ଟାଣୁଆ ନେତ୍ରୀ ମହୁଆ ମୋଇତ୍ରାଙ୍କୁ ଲୁଚିଲୁଚି ବିବାହ କରିଛନ୍ତି ବିଜେଡି ନେତା ପିନାକୀ ମିଶ୍ର। ୬୫ବର୍ଷ…

ଏସବୁ ଜିଲାକୁ ଅପରାହ୍ନରେ କାଳବୈଶାଖୀ: ପ୍ରବଳ ଘଡ଼ଘଡ଼ି ବର୍ଷା ସହ ଘଣ୍ଟାପ୍ରତି ପବନର ବେଗ ରହିବ…

ଭୁବନେଶ୍ୱର,୬ା୬: ରାଜ୍ୟର ବିଭିନ୍ନ ଜିଲାରେ ବଜ୍ରପାତ ସହ ବର୍ଷା ସମ୍ଭାବନା ରହିଛି। ଶୁକ୍ରବାର ଅପରାହ୍ନ ସୁଦ୍ଧା କିଛି ସ୍ଥାନରେ ବଜ୍ରପାତ ସହ ହାଲୁକା ବର୍ଷା ସମ୍ଭାବନା ରହିଛି। ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତ୍‌ସିଂହପୁର, ମୟୂରଭଞ୍ଜ, ସୁନ୍ଦରଗଡ଼, ଗଞ୍ଜାମ, ଗଜପତି,…

ତେଜିଲା ଆନ୍ଦୋଳନ: କ୍ଷତିପୂରଣ ଦାବିରେ ଗର୍ଜିଲେ ଚାଷୀ

ବିନିକା,୬।୬: ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁରରେ ଶୁକ୍ରବାର ଚାଷୀଙ୍କ ଆନ୍ଦୋଳନ ତେଜିବାରେ ଲାଗିଛି। ଚାଷୀମାନେ ବୀମା ଓ କ୍ଷତିପୂରଣ ପ୍ରଦାନ ଦାବିରେ ଗର୍ଜିବା ସହ ୧୨ ଘଣ୍ଟିଆ ବନ୍ଦ ପାଳନ କରିଛନ୍ତି। ଫଳରେ ରାମପୁର ସହରରେ ଦୋକାନ ବଜାର ସମ୍ପୂର୍ଣ୍ଣ…

ରାଜ୍ୟରେ ଖୁବଶୀଘ୍ର ଆସିବ କରୋନା ମାର୍ଗଦର୍ଶିକା: ଏଭଳି ସୂଚନା ଦେଇ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଲେ…

ଭୁବନେଶ୍ୱର,୬।୬: ରାଜ୍ୟରେ କରୋନା ସ୍ଥିତି ନିୟନ୍ତ୍ରଣାଧୀନ ରହିଛି। ତଥାପି ରାଜ୍ୟ ସରକାର ଖୁବଶୀଘ୍ର କରୋନା ମାର୍ଗଦର୍ଶିକା ଆଣିପାରନ୍ତି ବୋଲି ଶୁକ୍ରବାର ପ୍ରତିକ୍ରିୟା ରଖିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର। ରାଜ୍ୟରେ ପ୍ରତିଦିନ କିଛି କିଛି କରୋନା ରୋଗୀ ଚିହ୍ନଟ ହେଉଥିବା ବେଳେ…

ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଗାଡ଼ିକୁ ମୁହାଁମୁହିଁ ଧକ୍କା ଦେଲା ଅନ୍ୟ ଏକ ଗାଡ଼ି

ବାରଙ୍ଗ,୬ା୬(ଲିଙ୍ଗରାଜ ରାଉତ): ବାରଙ୍ଗ ଥାନା ଅନ୍ତର୍ଗତ ଷଣ୍ଢପୁର ବଜାର ନିକଟରେ ରାଜ୍ୟ ଯୋଗାଣ ମନ୍ତ୍ରୀଙ୍କ ଗାଡ଼ି ସହିତ ଗୋଟିଏ ଟ୍ରକ୍‌ ଧକ୍କା ହୋଇଛି। ଫଳରେ ଅଳ୍ପକେ ବର୍ତ୍ତିଯାଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ପ୍ରକାଶ ଯେ, ଶୁକ୍ରବାର ପୂର୍ବାହ୍ନରେ ରାଜ୍ୟ ସରକାରଙ୍କ…

ମଣ୍ଡିରେ ପଡ଼ିଛି ୩ ଲକ୍ଷ ପ୍ୟାକେଟ ଧାନ

ଅତାବିରା,୬।୬(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଅଞ୍ଚଳରେ ଚାଷୀ ସର୍ବାଧିକ ଧାନ ଉତ୍ପାଦନ କରିଥାନ୍ତି। ଚଳିତବର୍ଷ ଧାନ ଫସଲ ବେଶ୍‌ ଆଶାଜନକ ଭାବେ ହୋଇଥିଲା। ହେଲେ ଧାନ ଅମଳ କରି ବିକିବାରେ ବିଳମ୍ବ ହେଉଥିବାରୁ ଚାଷୀମାନେ ଚିନ୍ତିତ ହୋଇଛନ୍ତି। ମନ୍ଥର ଗତିରେ…

ସରକାର ବଦଳିଲା, ଅଗ୍ରଗତି ହେଲାନି

ସୋନପୁର,୬।୬(ମୃତ୍ୟୁଞ୍ଜୟ ଶତପଥୀ): ରାଜ୍ୟରେ ନୂଆ ଭାଜପା ସରକାର ଆସିବା ପରେ ସୁବର୍ଣ୍ଣପୁରରେ ମତ୍ସ୍ୟ ମହାବିଦ୍ୟାଳୟ ପ୍ରତିଷ୍ଠା ନେଇ ଜିଲାବାସୀ ଆଶା କରିଥିଲେ। ଏହି ଜିଲାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କୌଣସି ବଡ ପ୍ରତିଷ୍ଠାନ ନାହିଁ। ତେଣୁ ରାଜ୍ୟର ସବୁ ଅଞ୍ଚଳର…

ଆଇପିଏଲ୍‌ ଖେଳକୁ ନେଇ ଦୁଇ ଭାଇଙ୍କ ମଧ୍ୟରେ ମାଡ଼ପିଟ୍‌, ଜଣେ ମୃତ

ପଟାଙ୍ଗି,୬ା୬(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ରାଲେଗଡ଼ା ପଞ୍ଚାୟତର ତଳ ସାହିରେ ବସବାସ କରୁଥିବା ସ୍ବର୍ଗତଃ କମୁ ଲାଛନାଙ୍କ ପୁଅ କମୁ ଅଜିତ୍‌ ଗୁରୁତର ହୋଇ ଆନ୍ଧ୍ର ରାଜ୍ୟର ଏକ ଘରୋଇ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସାଧୀନ ରହିଥିଲେ। ଗୁରୁବାର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri