ପିନାକୀ-ମହୁଆଙ୍କ ବିବାହକୁ ନେଇ ମୁହଁ ଖୋଲିଲେ ସୁର, କହିଲେ ପ୍ରେମ ଏମିତି ବ୍ୟାପିଲା ଯେ…

ଭୁବନେଶ୍ୱର,୬।୬: କୁହାଯାଏ ପ୍ରେମ ଅନ୍ଧ। କାହାକୁ କେତେବେଳେ କେଉଁ ବୟସରେ ପ୍ରେମ ହୋଇଥାଏ ତାହା ଜଣାପଡେନାହିଁ। ଯାହାର ଗୋଟିଏ ଉଦାହରଣ ଦେଖିବାକୁ ମିଳିଛି। ଟିଏମସିର ଟାଣୁଆ ନେତ୍ରୀ ମହୁଆ ମୋଇତ୍ରାଙ୍କୁ ଲୁଚିଲୁଚି ବିବାହ କରିଛନ୍ତି ବିଜେଡି ନେତା ପିନାକୀ ମିଶ୍ର। ୬୫ବର୍ଷ ବୟସରେ ପିନାକୀ, ୫୦ବର୍ଷିୟ ମହୁଆଙ୍କ ହାତ ଧରିଛନ୍ତି।

ତେବେ ଏହାକୁ ନେଇ ମୁହଁ ଖୋଲିଛନ୍ତି ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ। ସେ କହିଛନ୍ତି, ‘ ପିନାକୀଙ୍କର ଯୋଡିଏ ପିଲା ଅଛନ୍ତି, ହେଲେ ୧୫ବର୍ଷ ହେଲାଣି ଛାଡପତ୍ର ଦେଇ ଦେଇଛନ୍ତି। ୧୫ବର୍ଷ ହେଲାଣି ଏକାଠି ଶୋଉ ନାହାନ୍ତି କି କଥାବାର୍ତ୍ତା ହେଉ ନାହାନ୍ତି। ଏହାରି ଭିତରେ ପାର୍ଲାମେଣ୍ଟରେ ୟାଙ୍କ ସହ ସମ୍ପର୍କ ହୋଇଛି। ସିଏ ସଂସଦରେ ଆଗରେ ବସନ୍ତି ଇଏ ତାଙ୍କ ପଛରେ ବସନ୍ତି । ପ୍ରେମ ବ୍ୟାପିଲା; ପ୍ରେମ ଏମିତି ବ୍ୟାପିଲା ଯେ ତାପରେ ଜର୍ମାନୀ ଯାଇ ଦୁହେଁ ବାହା ହୋଇଗଲେ। ମହୁଆ ପୂର୍ବରୁ ଜର୍ମାନୀରେ ଜଣଙ୍କୁ ବାହା ହୋଇଥିଲେ। ହେଲେ ସେ ଜର୍ମାନୀଙ୍କୁ ଛାଡି ଓଡ଼ିଆଙ୍କୁ ବାଛିଲେ। ଆମର ଜଗନ୍ନାଥଧାମକୁ ନେଇ ବିବାଦ ଚାଲିଥିଲା, ଲାଗୁଛି ଏବେ ବଙ୍ଗାଳୀ ଝିଅ ଓଡ଼ିଆ ବୋହୂ ହେବା ପରେ ସେ ବିବାଦ ତୁଟିଯିବ। ଦୁହିଁଙ୍କୁ ଶୁଭେଚ୍ଛା।

ସୂଚନାଥାଉ କି, ତୃଣମୂଳ କଂଗ୍ରେସ (ଟିଏମସି) ଏମପି ମହୁଆ ମୋଇତ୍ରା ବିବାହ କରିଛନ୍ତି। ସେ ବିଜେଡି ନେତା ତଥା ପୂର୍ବତନ ଏମପି ପିନାକୀ ମିଶ୍ରଙ୍କୁ ତାଙ୍କର ଜୀବନସାଥୀ କରିଛନ୍ତି। ଏନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ଯଦିଓ ବିବାହ ବିଷୟରେ ଉଭୟଙ୍କ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ସରକାରୀ ସୂଚନା ମିଳିନାହିଁ। ରିପୋର୍ଟରେ ଦାବି କରାଯାଇଛି ଯେ ମହୁଆ ଏବଂ ପିନାକୀ ଜର୍ମାନୀରେ ବିବାହ କରିଛନ୍ତି। ଉଭୟଙ୍କ ଏକ ଫଟୋ ମଧ୍ୟ ସାମ୍ନାକୁ ଆସିଛି।

‘ଦି ଟେଲିଗ୍ରାଫ’ରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ମହୁଆ ଏବଂ ପିନାକୀ ଜର୍ମାନୀରେ ଲୁଚିଲଚି ବିବାହ କରିଛନ୍ତି। ଏହି ବିଷୟରେ ଟିଏମସି ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଦିଆଯାଇ ନାହିଁ। ମହୁଆ ତାଙ୍କ ରାଜନୈତିକ ଜୀବନ ସହିତ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଅଛନ୍ତି। ମହୁଆ ପୂର୍ବରୁ ଡେନିସ ଫାଇନାନ୍ସର ଲାର୍ସ ବ୍ରୋର୍ସେନଙ୍କ ସହ ସମ୍ପର୍କରେ ଥିଲେ, କିନ୍ତୁ ସେମାନଙ୍କର ବିବାହ ଅଧିକ ଦିନ ତିଷ୍ଠି ପାରିଲା ନାହିଁ ଏବଂ ସେମାନଙ୍କର ଛାଡପତ୍ର ହୋଇଗଲା।

ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହୋଇଛି, ଯେଉଁଥିରେ ମହୁଆ ଏବଂ ପିନାକୀ ମିଶ୍ର ହାତ ଧରାଧରି ହସୁଥିବା ଦେଖାଯାଇଛି। ଫଟୋରେ ମହୁଆ ପାରମ୍ପରିକ ପୋଷାକ ଏବଂ ସୁନା ଅଳଙ୍କାରରେ ସଜ୍ଜିତ ଥିବା ଦୃଶ୍ୟ ଦେଖାଯାଇଛି।

ସୂଚନାଥାଉ କି, ମହୁଆ ଦ୍ୱିତୀୟ ଥର ପାଇଁ ଏମପି ଭାବରେ କାର୍ଯ୍ୟ କରୁଛନ୍ତି। ସେ ୨୦୧୯ ଲୋକ ସଭା ନିର୍ବାଚନରେ ପଶ୍ଚିମବଙ୍ଗର କୃଷ୍ଣ ନଗର ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ତେବେ ମହୁଆ ଏହି ନିର୍ବାଚନରେ ଜିତିଥିଲେ। ସେ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ କଲ୍ୟାଣ ଚୌବେଙ୍କୁ ପରାସ୍ତ କରିଥିଲେ। ୨୦୨୪ରେ ମହୁଆ ଦ୍ୱିତୀୟ ଥର ପାଇଁ ସେହି ଆସନରୁ ନିର୍ବାଚିତ ହୋଇଥିଲେ।

ମହୁଆ ମୋଇତ୍ରାଙ୍କ ପ୍ରଥମ କାର୍ଯ୍ୟକାଳ ବେଶ ବିବାଦୀୟ ଥିଲା। ତାଙ୍କ ଉପରେ ଟଙ୍କା ନେଇ ପ୍ରଶ୍ନ ପଚାରିବାର ଅଭିଯୋଗ ହୋଇଥିଲା। ମହୁଆ ‘କ୍ୟାସ ଫର୍‌ କ୍ୱେରୀ’ ମାମଲାରେ ଗୁରୁତର ଭାବରେ ଫସି ଯାଇଥିଲେ। ତାଙ୍କର ଲୋକ ସଭା ସଦସ୍ୟତା ବାତିଲ କରାଯାଇଥିଲା, ଯଦିଓ ମହୁଆ ମଧ୍ୟ ସୁପ୍ରିମକୋର୍ଟରେ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିଥିଲେ। ମହୁଆଙ୍କ ଉପରେ ତାଙ୍କ ବନ୍ଧୁ ହିରାନନ୍ଦନୀଙ୍କ ସହ ସଂସଦ ଲଗଇନ ଆଇଡି ଏବଂ ପାସୱାର୍ଡ ସେୟାର କରିବାର ମଧ୍ୟ ଅଭିଯୋଗ ହୋଇଥିଲା।

ବିଜେଡି ନେତା ପିନାକୀ ମିଶ୍ରଙ୍କ ବିଷୟରେ କହିବାକୁ ଗଲେ, ସେ ପୁରୀର ପୂର୍ବତନ ଏମପି। ପିନାକୀଙ୍କ ପ୍ରଥମ ବିବାହ ସଙ୍ଗୀତା ମିଶ୍ରଙ୍କ ସହିତ ହୋଇଥିଲା। ପିନାକୀ ଏବଂ ସଙ୍ଗୀତା ୧୬ ଜାନୁଆରୀ ୧୯୮୪ରେ ବିବାହ କରିଥିଲେ। ସେମାନଙ୍କର ଦୁଇଟି ସନ୍ତାନ ଅଛନ୍ତି, କିନ୍ତୁ ବର୍ତ୍ତମାନ ପିନାକୀ ମହୁଆଙ୍କୁ ବିବାହ କରିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?