ରାଜ୍ୟ

ବର୍ଷା-ବଜ୍ରପାତ ସମ୍ଭାବନା: ଅପରାହ୍ନ ୫.୩୦ ଯାଏ ସତର୍କ ରହିବାକୁ ପରାମର୍ଶ

ଭୁବନେଶ୍ୱର,୨୬।୪(ବ୍ୟୁରୋ): ରାଜ୍ୟର ବିଭିନ୍ନ ଜିଲାରେ ରବିବାର ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି। ଏନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ବିଶେଷକରି ସୁନ୍ଦରଗଡ଼, ସମ୍ବଲପୁର, ନୂଆପଡ଼ା, ଦେବଗଡ଼, ଭଦ୍ରକ, ବାଲେଶ୍ୱର, ଜଗତସିଂହପୁର, କେନ୍ଦ୍ରାପଡ଼ା, ବାଲେଶ୍ୱର,...

ସୁସ୍ଥ ହେଲେ ଆଉ ଜଣେ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୨୬।୪(ବ୍ୟୁରୋ): ରାଜ୍ୟରେ ପୁଣି ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଟୁଇଟ୍‌ ଯୋଗେ ସୂଚନା ଦିଆଯାଇଛି। ସୁସ୍ଥ ହୋଇଥିବା ବ୍ୟକ୍ତିଜଣଙ୍କ ଭୁବନେଶ୍ୱରର। ସେ ଏମ୍ସ କୋଭିଡ-୧୯ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ତେବେ ତାଙ୍କର ରିପୋର୍ଟ...

ସୁନ୍ଦରଗଡ଼ର ନାଲାରୋଡ୍‌ କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା: ଅନ୍ୟାଦେଶ ପର୍ଯ୍ୟନ୍ତ କଟକଣା ବଳବତ୍ତର

ସୁନ୍ଦରଗଡ଼(ଡି.ଏନ୍‌.ଏ.) /ରାଉରକେଲା ଅଫିସ, ୨୬।୪: ସୁନ୍ଦରଗଡ଼ ଜିଲାରେ ପୂର୍ବ ତିନି ଆକ୍ରାନ୍ତ ଚିକିତ୍ସିତ ହେବା ପରେ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ, ରବିବାର ଆଉ ତିନିଗୋଟି କୋଭିଡ -୧୯ ପଜିଟିଭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ତିନି ଆକ୍ରାନ୍ତଙ୍କ...

ଯାଜପୁରରେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା: ଦଶରଥପୁର ବ୍ଲକର ୫ ଗାଁ କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା, ମେ’ ୧୦ ଯାଏ ବଳବତ୍ତର

ଯାଜପୁର ଅଫିସ, ୨୬।୪- ଯାଜପୁର ଜିଲା ଦଶରଥପୁର ବ୍ଲକର ୩ଟି ପଞ୍ଚାୟତର ୫ ଗ୍ରାମକୁ ରବିବାର କଣ୍ଟେନମେଣ୍ଟ ଜୋନ୍‌ ଭାବେ ଜିଲାପାଳ ରଞ୍ଜନ କୁମାର ଦାସ ଘୋଷଣା କରିଛନ୍ତି। ପୂର୍ବରୁ ବିରଜାପୁର ଗ୍ରାମକୁ କଣ୍ଟେନମେଣ୍ଟ ଘୋଷଣା ହୋଇଥିବାରୁ ଏହାକୁ ମେ’...

କରୋନା ସଂକ୍ରମଣ ଭୟ: ଭଦ୍ରକର ସବୁ ଫେରିଘାଟକୁ ସଟ୍‌ଡାଉନ୍‌ ଘୋଷଣା କଲେ ଜିଲାପାଳ

ଭଦ୍ରକ ଅଫିସ,୨୬।୪: କରୋନାକୁ ନିୟନ୍ତ୍ରଣ କରିବା ପାଇଁ ଜିଲାର ସମସ୍ତ ଫେରିଘାଟକୁ ଜିଲାପାଳ ଜ୍ଞାନ ରଞ୍ଜନ ଦାସ ସଟ୍‌ଡାଉନ୍‌ ଘୋଷଣା କରିଛନ୍ତି। ପଡୋଶୀ ଜିଲା ଯାଜପୁରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା କାରଣରୁ ସବୁ ଫେରିଘାଟରେ ଯାତାୟାତକୁ ଜିଲା ପ୍ରଶାସନ...

ଓଡ଼ିଶା-ଗୁଜରାଟ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା: ଫସି ରହିଥିବା ଓଡ଼ିଆ ବସ୍‌ ଯୋଗେ ଫେରିବା ନେଇ ନିଷ୍ପତ୍ତି

ଭୁବନେଶ୍ୱର,୨୬।୪(ବ୍ୟୁରୋ): ଗୁଜରାଟରେ କାମ କରୁଥିବା ଓଡ଼ିଆ ଶ୍ରମିକମାନେ ଓଡ଼ିଶା ଫେରିବେ। ସେମାନଙ୍କୁ ନିରାପଦରେ ରାଜ୍ୟକୁ ଫେରାଇ ଆଣିବା ଲାଗି ରବିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀଙ୍କ ମଧ୍ୟରେ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଆଲୋଚନା ହୋଇଛି।...

ଚେନ୍ନାଇରୁ ୨ ଲକ୍ଷ ଟଙ୍କାରେ ଡଙ୍ଗା ଭଡ଼ା କରି ଗଞ୍ଜାମ ଫେରିବା ଘଟଣା: ତଦନ୍ତ ନିର୍ଦ୍ଦେଶ ଦେଲେ ମନ୍ତ୍ରୀ

ଭୁବନେଶ୍ୱର,୨୬।୪(ବ୍ୟୁରୋ): କରୋନା ମୁକାବିଲା ଲାଗି ସାରା ଦେଶରେ ଏବେ ଲକ୍‌ଡାଉନ୍‌ ସ୍ଥିତି ଜାରି ରହିଛି। ଫଳରେ ବିଭିନ୍ନ ରାଜ୍ୟରେ ଓଡ଼ିଆମାନେ ଫସି ରହିଛନ୍ତି। ସେମାନେ ଭିଟାମାଟିକୁ ଫେରିବା ପାଇଁ ବିଭିନ୍ନ ଉପାୟ ଆପଣାଉଛନ୍ତି। ଏହି କ୍ରମରେ ୨ ଲକ୍ଷ ଟଙ୍କାରେ...

ଆଜି ଅକ୍ଷୟ ତୃତୀୟା: ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ, କୃଷି କାର୍ଯ୍ୟରେ ସାମାଜିକ ଦୂରତା ବଜାୟ ରଖିବାକୁ ପରାମର୍ଶ

ଭୁବନେଶ୍ୱର,୨୬।୪(ବ୍ୟୁରୋ): ଆଜି ପବିତ୍ର ଅକ୍ଷୟ ତୃତୀୟା। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ଟୁଇଟ୍‌ କରି କହିଛନ୍ତି, ପବିତ୍ର ଅକ୍ଷୟ ତୃତୀୟାରେ ରାଜ୍ୟବାସୀ ବିଶେଷକରି ଆମ ଚାଷୀ ଭାଇଭଉଣୀମାନଙ୍କୁ ଶୁଭେଚ୍ଛା ଜଣାଉଛି। କରୋନା ସଂକ୍ରମଣକୁ...

ସଟ୍‌ଡାଉନ୍‌ କାର୍ଯ୍ୟକାରୀ ସଫଳ, ୩ ଜିଲାବାସୀଙ୍କୁ ଧନ୍ୟବାଦ: ଡିଜିପି

କଟକ ଅଫିସ,୨୬।୪: କରୋନା ଭୁତାଣୁର ସଂକ୍ରମଣକୁ ରୋକିବା ପାଇଁ ତିନୋଟି ଜିଲା ଯଥା ଭଦ୍ରକ, ବାଲେଶ୍ବର ଏବଂ ଯାଜପୁର ଜିଲ୍ଲାରେ ଘୋଷଣା କରାଯାଇଥିଲା। ରବିବାର ସକାଳ ଏହା ଶେଷ ହୋଇଛି। ତେବେ ୬୦ ଘଣ୍ଟିଆ ସର୍ଟଡାଉନ୍‌ କାର୍ଯ୍ୟକାରୀ କରିବାରେ ପୋଲିସ...

ଦୋକାନ ଖୋଲିବାକୁ ମିଳିଲା ଅନୁମତି

ନୂଆଦିଲ୍ଲୀ/ଭୁବନେଶ୍ୱର,୨୬।୪(ବ୍ୟୁରୋ): କରୋନା(କୋଭିଡ-୧୯) ସଂକ୍ରମଣ ଆଶଙ୍କାରେ ସମଗ୍ର ଦେଶ ମାସେରୁ ଊର୍ଦ୍ଧ୍ୱକାଳ ଧରି ଲକ୍‌ଡାଉନ ରହିଛି। ଦୋକାନ ବଜାର, ବେପାର ବାଣିଜ୍ୟ, କାମଧନ୍ଦା ସବୁକିଛି ବନ୍ଦ ହୋଇଯାଇଛି। ଲୋକମାନେ ହାତବାନ୍ଧି ଘରେ ବସିଛନ୍ତି। ଦ୍ୱିତୀୟ ପର୍ଯ୍ୟାୟ ଲକ୍‌ଡାଉନ ଶେଷ ହେବାକୁ ଆହୁରି...

ମହଙ୍ଗା ପଡ଼ିଲା ନକଲି ଇନ୍ସପେକ୍ଟରଙ୍କ ମିଶନ ଲଭ୍‌: ଗିରଫ ହେଲେ ଖବରଦାତା ଓ ସହଯୋଗୀ

ଭୁବନେଶ୍ୱର,୨୬।୪ (ବ୍ୟୁରୋ): ଶୁକ୍ରବାର ଜଣେ ନକଲି ମହିଳା ଆଇପିଏସ୍‌ଙ୍କ କାରନାମା ପଦାକୁ ଆସିଥିବା ବେଳେ ଶନିବାର ଅନୁରୂପ ଘଟଣା ଘଟିଛିି। ନକଲି ଇନ୍ସପେକ୍ଟରଙ୍କ ମିଶନ୍‌ ଲଭ୍‌ ମହଙ୍ଗା ପଡ଼ିଛି। ଜଣେ ଯୁବକ ନିଜକୁ ଖଣ୍ଡଗିରି ଥାନାର ଇନ୍ସପେକ୍ଟର ପରିଚୟ ଦେଇ...

ଆଜି ଅକ୍ଷୟ ତୃତୀୟା: କରୋନା ପାଇଁ ଅଧୁରା ରହିବ ସୁନା କିଣାବିକା ସ୍ବପ୍ନ

ଭୁବନେଶ୍ୱର,୨୬।୪(ବ୍ୟୁରୋ): ଆଜି ଅକ୍ଷୟ ତୃତୀୟା। ଏହିଦିନଠାରୁ ସୁନା କିଣିବାକୁ ହିନ୍ଦୁ ପରମ୍ପରା ଅନୁଯାୟୀ ଶୁଭ ବୋଲି ବିବେଚନା କରାଯାଏ। ସୁନା କିଣି ଘରକୁ ଆଣିଲେ ଲକ୍ଷ୍ମୀ ଆସନ୍ତି ବୋଲି ବିଶ୍ୱାସ ରହିଛି। ଏଥିପାଇଁ ଲୋକେ ପ୍ରତିବର୍ଷ ଅକ୍ଷୟ ତୃତୀୟାରେ କିଛିନା...

ଜରୁରୀକାଳୀନ ପାସ୍‌ ଦେବାକୁ ଡାକ୍ତର ନେଲେ ଲାଞ୍ଚ, ସିଡିଏମ୍‌ଓଙ୍କ ନିର୍ଦ୍ଦେଶ ପରେ ତଦନ୍ତ ଆରମ୍ଭ

କାକଟପୁର, ୨୬।୪(ଡି.ଏନ.ଏ): ଲକ୍‌ଡାଉନ ସମୟରେ ବାହାରକୁ ଯିବା ପାଇଁ ଆବଶ୍ୟକ ଜରୁରୀକାଳୀନ ପାସ୍‌ ଦେବାକୁ କାକଟପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଜଣେ ଡାକ୍ତର ଲାଞ୍ଚ ନେଇଥିବା ଅଭିଯୋଗ ହୋଇଛି। ସିଡିଏମ୍‌ଓଙ୍କ ନିର୍ଦ୍ଦେଶକ୍ରମେ ଶୁକ୍ରବାର ବାଙ୍ଗୁରୀଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଅଧିକାରୀ ଡା. ଆଶିଷ...

ଆଜି ଅଖିମୁଠି, ଚିନ୍ତାରେ ଚାଷୀ

ଭୁବନେଶ୍ୱର,୨୬।୪(ବ୍ୟୁରୋ): ରବିବାର ଅକ୍ଷୟ ତୃତୀୟା ବା ଅଖିମୁଠୀ। ପ୍ରତିବର୍ଷ ଭଳି ଚାଷୀପୁଅ କୃଷି କାର୍ଯ୍ୟର ଶୁଭାରମ୍ଭ କରିବ। ମାଟି ମା’କୁ ପୂଜାକରି ବର୍ଷକ ପାଇଁ ଯୋଗାଡ଼ କରିବ ଆହାର। ରାଜ୍ୟରେ ଏହି ଦିନ ହେଉଛି ଓଡ଼ିଆ ଚାଷୀ ପରିବାରଙ୍କ ପାଇଁ...

ଓଡ଼ିଶା ଉପରେ ଘୂର୍ଣ୍ଣିବଳୟ: ୧୦ ଜିଲାରେ ପ୍ରବଳ ବର୍ଷା ସମ୍ଭାବନା, ଅରେଞ୍ଜ ୱାର୍ନିଂ ଜାରି

ଭୁବନେଶ୍ୱର,୨୬।୪(ବ୍ୟୁରୋ): ଛତିଶଗଡ, ପଶ୍ଚିମବଙ୍ଗ ଏବଂ ଉତ୍ତର ଓଡିଶା ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ବିଦର୍ଭ ଏବଂ ପୂର୍ବ ମଧ୍ୟ ପ୍ରଦେଶ ଉପରେ ଏକ ଟ୍ରପ୍‌ ଲାଇନ୍‌ ସୃଷ୍ଟି ହୋଇଛି। ଏହାଛଡା ବଙ୍ଗୋପସାଗରୁ ବହୁ ଅଂଶରେ ଜଳୀୟ ବାଷ୍ପ ବାୟୁ...

ଜାରି ହେଲା ଗାଇଡ୍‌ଲାଇନ: କ୍ୱାରାଣ୍ଟାଇନ ପରେ କାମକୁ ଯାଇପାରିବେ ଶ୍ରମିକ

ଭୁବନେଶ୍ୱର,୨୬।୪(ବ୍ୟୁରୋ): ଅନ୍ୟରାଜ୍ୟରୁ ଓଡ଼ିଶାକୁ ଆସିଥିବା ଓ ରାଜ୍ୟ ଭିତରେ ଥିବା ଶ୍ରମିକଙ୍କୁ ଆଶ୍ୱସ୍ତି ମିଳିଛି। ବିଭିନ୍ନ ଜିଲାରେ ଥିବା ୨,୬୧୦ ରିଲିଫ କ୍ୟାମ୍ପରେ ୧୪ଦିନ କ୍ୱାରାଣ୍ଟାଇନ୍‌ ବିତାଇ ସାରିଥିବା ଶ୍ରମିକମାନେ ରାଜ୍ୟ ଭିତରେ ଯେକୌଣସି ସ୍ଥାନକୁ କାମ କରିବାକୁ ଯାଇପାରିବେ।...

ଆଜିଠୁ ଚନ୍ଦନଯାତ୍ରା: କଟକଣା ପାଇଁ ନରେନ୍ଦ୍ର ସରୋବରକୁ ବିଜେ କରିବେନି ମହାପ୍ରଭୁ, ଶ୍ରୀମନ୍ଦିର ଭିତରେ ସମ୍ପନ୍ନ ହେବ ବିଧି

ପୁରୀ ଅଫିସ,୨୬।୪: ଅକ୍ଷୟ ତୃତୀୟାରୁ ଆରମ୍ଭ ହୋଇଥାଏ ଚନ୍ଦନ ଯାତ୍ରା। ତେଣୁ ରବିବାରଠାରୁ ୨୧ ଦିନିଆ ବାହାର ଚନ୍ଦନ ଯାତ୍ରାରେ ଜଳକ୍ରୀଡ଼ା କରିବେ ମହାପ୍ରଭୁ। କିନ୍ତୁ କରୋନା କଟକଣା ପାଇଁ ଏ ବର୍ଷ ନରେନ୍ଦ୍ର ସରୋବରକୁ ବିଜେ କରିବେନି ମହାପ୍ରଭୁଙ୍କ...

ରାଉରକେଲାର ୩ ନୂଆ ପଜିଟିଭ୍‌ଙ୍କ ତଥ୍ୟ ଦେଲା ସ୍ବାସ୍ଥ୍ୟ ବିଭାଗ: ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ପୁରୁଷ, ୨ ମହିଳା

ଭୁବନେଶ୍ୱର,୨୬।୪(ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଶହେ ପାର କରିଛି। ରବିବାର ଆଉ ୩ ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୦୩ରେ ପହଞ୍ଚିଛି। ତେବେ ଏସବୁ ଆକ୍ରାନ୍ତ ସୁନ୍ଦରଗଡ଼ ଜିଲା ରାଉରକେଲାର। ଏମାନଙ୍କ ମଧ୍ୟରେ ଜଣେ...