କନିଷ୍ଠ ଯନ୍ତ୍ରୀଙ୍କୁ ଉଠ୍‌ବସ୍‌ କରିବା ଘଟଣା: ବିଧାୟକ ସରୋଜ ମେହେରଙ୍କୁ ଜାମିନ

ଭୁବନେଶ୍ୱର, ୬।୭(ବ୍ୟୁରୋ): ଜଣେ କନିଷ୍ଠ ଯନ୍ତ୍ରୀଙ୍କୁ ଉଠ୍‌ବସ୍‌ କରାଇବା ଘଟଣାରେ ଗିରଫ ହୋଇ ଜେଲ ଯାଇଥିବା ପାଟଣାଗଡ଼ ବିଧାୟକ ସରୋଜ ମେହେରଙ୍କୁ ଜାମିନ ମିଳିଛି। ଭୁବନେଶ୍ୱର ସ୍ବତନ୍ତ୍ର କୋର୍ଟ ବିଧାୟକଙ୍କୁ ଶନିବାର ଜାମିନ ପ୍ରଦାନ କରିଛନ୍ତି। ୨ ଜଣ ଜାମିନଦାର ଏବଂ ୨୫ ହଜାର ଟଙ୍କା ବଦଳରେ କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଜାମିନ ଦେବା ସମୟରେ କୋର୍ଟ କେତେକ ସର୍ତ୍ତ ରଖିଛନ୍ତି। ବିଧାୟକ ସାକ୍ଷୀଙ୍କୁ ପ୍ରଭାବିତ କରିବେ ନାହିଁ, ତଦନ୍ତରେ ସହଯୋଗ କରିବେ ଏବଂ ବିଦେଶ ଗସ୍ତ କରିବାର ଥିଲେ ଏହା ପୂର୍ବରୁ କୋର୍ଟଙ୍କୁ ଅବଗତ କରାଇବେ ବୋଲି କୋର୍ଟ ସର୍ତ୍ତ ରଖିଛନ୍ତି।
ପ୍ରକାଶ ଯେ, ନିମ୍ନମାନର ରାସ୍ତାକାମ ଯୋଗୁ କନିଷ୍ଠ ଯନ୍ତ୍ରୀ ଜୟକାନ୍ତ ଶବରଙ୍କୁ ବିଧାୟକ ମେହେର ସର୍ବସମ୍ମୁଖରେ ଉଠବସ୍‌ କରାଇଥିଲେ। ଏହାର ଏକ ଭିଡିଓ ଗତ ଜୁନ୍‌ ୬ ତାରିତରେ ଭାଇରାଲ ହୋଇଥିଲା। ଏହି ଭିଡିଓ ବିଭିନ୍ନ ଗଣମାଧ୍ୟମରେ ପ୍ରସାରିତ ହେବା ପରେ ବିଧାୟକଙ୍କ ପାଇଁ ଅଡ଼ୁଆ ବଢ଼ିଯାଇଥିଲା। ତାଙ୍କୁ ଗିରଫ କରିବାକୁ ବିଭିନ୍ନ ଆଦିବାସୀ ସଂଗଠନ ଦାବି କରିଥିଲେ।
ଅପମାନର ଶିକାର ହୋଇଥିବା କନିଷ୍ଠ ଯନ୍ତ୍ରୀଙ୍କ ସ୍ତ୍ରୀ ପ୍ରବୀଣା ରାଜସିଂହ ଏ ନେଇ ପାଟଣାଗଡ଼ ଥାନାରେ ଏତଲା ଦେବା ପରେ ଏକ ମାମଲା ରୁଜୁ ହୋଇଥିଲା। ପରେ ତାଙ୍କୁ ପୋଲିସ ଗିରଫ କରିଥିଲା। ପାଟଣାଗଡ଼ରୁ ଭୁବନେଶ୍ୱରସ୍ଥିତ ଝାରପଡ଼ା ଜେଲ୍‌କୁ ସ୍ଥାନାନ୍ତର କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଶୁକ୍ରବାର ଯୁକ୍ତ୨ କଳା, ବାଣିଜ୍ୟ ପରୀକ୍ଷାଫଳ

ଭୁବନେଶ୍ୱର,୨୦।୬(ବ୍ୟୁରୋ): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ଦ୍ୱାରା ପରିଚାଳିତ ଯୁକ୍ତ୨ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷାଫଳ ଶୁକ୍ରବାର ଅପରାହ୍ନ ସାଢ଼େ ୩ଟାରେ ପ୍ରକାଶ ପାଇବ।...

ଫେବୃୟାରୀ ୮ରୁ ନବମ, ଏକାଦଶ ଶ୍ରେଣୀର ପାଠପଢ଼ା

ଭୁବନେଶ୍ୱର,୧।୨(ବ୍ୟୁରୋ): ଫେବୃୟାରୀ ୮ରୁ ନବମ ଏବଂ ଏକାଦଶ ଶ୍ରେଣୀର ପାଠ ପଢ଼ା ଆରମ୍ଭ ହେବ। ସୋମବାର ଏନେଇ ସରକାର ଘୋଷଣା କରିଛନ୍ତି। ଫେବୃୟାରୀ ୮ରୁ ଏପ୍ରିଲ...

ରାଜ୍ୟର ୩୯ ଜଣଙ୍କୁ ମିଳିବ ପୋଲିସ ପଦକ

ଭୁବନେଶ୍ୱର,୧୫ା୮(ବ୍ୟୁରୋ):ସ୍ବାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ବୁଧବାର ରାଜ୍ୟ ପୋଲିସ ପଦକ ଘୋଷଣା ହୋଇଛି। ଉଲ୍ଲେଖନୀୟ ସେବା ପାଇଁ ଓଡ଼ିଶାର ୩୯ଜଣ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କୁ...

ଇଭିଏମ୍‌ର ସ୍ବଚ୍ଛତାକୁ ନେଇ ମାମଲା: ଖାରଜ କଲେ ହାଇକୋର୍ଟ

କଟକ ଅଫିସ,୨୩।୭: ଇଭିଏମ୍‌ର ସ୍ବଚ୍ଛତାକୁ ନେଇ ହାଇକୋର୍ଟରେ ରୁଜୁ ହୋଇଥିବା ମାମଲା ଖାରଜ ହୋଇଛି। ଉକ୍ତ ମାମଲାକୁ ବେଆଇନ ଦର୍ଶାଇ ଅଦାଲତ ଖାରଜ କରିଛନ୍ତି। ଏହାକୁ...

ସୋସିଆଲ ମିଡିଆରେ ‘କଇଁଛ ତରକାରି’ ଭାଇରାଲ

ଭୁବନେଶ୍ୱର,୨୨।୭(ଅଭିଜିତ ଦାସ): ସଂରକ୍ଷିତ ବନ୍ୟପ୍ରାଣୀ ‘କଇଁଛ’ ରାଜ୍ୟରେ ଅସୁରକ୍ଷତି ହୋଇପଡୁଛି। ଚାଲାଣ ହେବା ସହ ଶିକାର ବଢ଼ିଚାଲିଛି। କଇଁଛକୁ ମାରି ତରକାରି କରି ଖିଆଯାଉଛି। ପୁଣି...

ଫାଇନାନ୍ସ କର୍ମଚାରୀଙ୍କଠାରୁ ୩ଲକ୍ଷ ଲୁଟ୍‌

ନିଆଳି,୫ା୧୦(ଡି.ଏନ୍‌.ଏ): ନିଆଳି ବ୍ଲକ ନିକଟରୁ ଶୁକ୍ରବାର ୩ ଲୁଟେରା ଏକ ଫାଇନାନ୍ସ ସଂସ୍ଥାର ଦୁଇ କର୍ମଚାରୀଙ୍କୁ ମାଡ଼ ମାରି ୩ଲକ୍ଷ ୧୮ହଜାର ୧୩୦ଟଙ୍କା ଲୁଟି ନେଇଥିବା...

ବଜେଟ୍‌ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ: ଜାଣନ୍ତୁ କ’ଣ ରହିଛି ମୁଖ୍ୟାଂଶ

ଭୁବନେଶ୍ୱର,୨୨।୨(ବ୍ୟୁରୋ): ସୋମବାର ବିଧାନସଭାରେ ରାଜ୍ୟ ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ। ଗତବର୍ଷ ଅପେକ୍ଷା ଚଳିତବର୍ଷ ବଜେଟର ପରିମାଣ ୧୩ ପ୍ରତିଶତ ବଢ଼ିଛି। ଚଳିତ...

ଆଜିଠୁ ଧବଳେଶ୍ୱର ପୀଠରେ ୧୪୪ ଧାରା

ଖୁଣ୍ଟୁଣୀ,୧୨ା୧୧ (ଡି.ଏନ.ଏ.): କଟକ ଜିଲା ଆଠଗଡ଼ର ପ୍ରସିଦ୍ଧ ଧବଳେଶ୍ୱରଙ୍କ ପୀଠରେ ପ୍ରତିବର୍ଷ ପଞ୍ଚକ ଓ ବଡ଼ଓଷାରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଭକ୍ତଙ୍କ ସମାଗମ ହୋଇଥାଏ। ହେଲେ...

Advertisement
Archives

Model This Week