ଫୁଲକୁ ନେଇ କଣ୍ଟା ବିବାଦ

ପୁରୀ ଅଫିସ,୬ା୭: ଆରମ୍ଭରୁ ବିବାଦରେ ଫସିଥିବା ଶ୍ରୀମନ୍ଦିର ଫୁଲସଜାକୁ ନେଇ ପୁଣି ଏକ ନୂଆ ବିବାଦ ମୁଣ୍ଡ ଟେକିଛି। ଫୁଲ ପାଇଁ ଉଠିଛି କଣ୍ଟା ବିବାଦ। ମହାପ୍ରଭୁଙ୍କ ସେବା ପାଇଁ ସୁଦୂର ଦିଲ୍ଲୀରୁ ଆସିଥିବା ଭକ୍ତ କେ.କେ. ଶର୍ମା ଏହି ବିବାଦ ମଧ୍ୟକୁ ଠେଲି ହୋଇଯାଇଛନ୍ତି। ଅନ୍ୟପକ୍ଷରେ ତାଙ୍କୁ ଫୁଲ ସଜାଇବା ଲାଗି ଅନୁମତି ଦେଇଥିବା ଶ୍ରୀମନ୍ଦିର ପ୍ରଶାସନକୁ ଏଥିପାଇଁ ନୋଟିସ୍‌ ଜାରି ହୋଇପାରେ ବୋଲି ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ) ପକ୍ଷରୁ ସୂଚନା ମିଳିଛି। ଶ୍ରୀମନ୍ଦିର ହେଉଛି ଜାତୀୟ ପୁରାତନ ଐତିହ୍ୟ। ଏଭଳି କାର୍ଯ୍ୟ ଜାତୀୟ ଐତିହ୍ୟ ରକ୍ଷଣାବେକ୍ଷଣ ଆଇନର ବିରୁଦ୍ଧାଚରଣ ବୋଲି ଏଏସ୍‌ଆଇ ପକ୍ଷରୁ କୁହାଯାଇଛି। ଫୁଲ ସଜାଇବା ବେଳେ ଶ୍ରୀମନ୍ଦିରରେ ବହୁତ କଣ୍ଟା ବାଡା ଯାଇଛି। ଫଳରେ ଏହା ଦ୍ୱାରା ପୁରାତନ ଐତିହ୍ୟର କାରୁକାର୍ଯ୍ୟ ପ୍ରତି କ୍ଷତି ପହଞ୍ଚତ୍ଛି। ଏଥିସହ ପୁରାତନ ପଥର ପ୍ରତି ମଧ୍ୟ ବିପଦ ସୃଷ୍ଟି ଆଶଙ୍କା ପ୍ରକାଶ କରିଛି ଏଏସ୍‌ଆଇ। ଏଥିପାଇଁ ଏଏସ୍‌ଆଇର ପରାମର୍ଶ ନିଆଯାଇ ନ ଥିବା ଏଏସ୍‌ଆଇର ଜଣେ ଅଧିକାରୀ କହିଛନ୍ତି। ଏହି କାରଣ ଲାଗି ଶ୍ରୀମନ୍ଦିର ପ୍ରଶାସନକୁ ନୋଟିସ୍‌ ଦିଆଯାଇପାରେ ବୋଲି ଜଣାପଡିଛି। ଏ ସମ୍ପର୍କରେ ଶ୍ରୀମନ୍ଦିରର ଅଧୀକ୍ଷଣ ଯନ୍ତ୍ରୀ ବିନ୍ଧେଶ୍ୱର ପାତ୍ର କହିଛନ୍ତି, ସେମିତି କିଛି ପଥରରେ ପ୍ରଭାବ ପଡିବ ମୁଁ ଭାବୁନାହିଁ। କଣ୍ଟା ଅତିବେଶିରେ ୧ ସେଣ୍ଟିମିଣ୍ଟର ଯାଇଥିବ। କିନ୍ତୁ ମନ୍ଦିର କାନ୍ଥ ହେଉଛି ୧୮ରୁ ୨୦ ଇଞ୍ଚ। ତେଣୁ ପ୍ରଭାବ ପଡିବ ନାହିଁ। ଏଏସ୍‌ଆଇ ରିପୋର୍ଟ ବିଷୟରେ ମୁଁ ଜାଣିନାହିଁ ବୋଲି ପାତ୍ର କହିଥିଲେ।
ସୂଚନାଥାଉ କି, ଗତ ୨ ତାରିଖରେ କାରିଗରମାନେ ଫୁଲ ସଜାଉଥିଲେ। ଅପରାହ୍ନରେ ସିଂହଦ୍ୱାର ଜୟ ବିଜୟ ମୂର୍ତ୍ତି ଉପରେ ଚଢି ଫୁଲ ସଜାଉଥିବା ଦେଖିବାକୁ ମିଳିଥିଲା। ଏହାକୁ ନେଇ ଭକ୍ତ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଏଥିସହ ଏଏସ୍‌ଆଇ ମଧ୍ୟ ଏହାକୁ ନେଇ ଘୋର ଉଦ୍‌ବେଗ ପ୍ରକାଶ କରିଥିଲା। ମାତ୍ର ୧୫ ଦିନ ପୂର୍ବରୁ ଜୟ ବିଜୟ ମୂର୍ତ୍ତି କେମିକାଲ ଦିଆଯାଇ ସ୍ଥାପନ କରାଯାଇଥିବା ବେଳେ କାରିଗରମାନେ ତା ଉପରେ ଚଢିଥିଲେ।  ମୂର୍ତ୍ତି ଠିକ୍‌ ଭାବେ ସେଟ୍‌ ହେଲା କି ନାହିଁ ତାହାକୁ ନେଇ ଆଶଙ୍କା ପ୍ରକାଶ କରିଛି ଏଏସ୍‌ଆଇ। ତେଣୁ ଫୁଲ ସଜାକୁ ନେଇ ଗୋଟିଏ ପରେ ଗୋଟିଏ ବିବାଦ ମୁଣ୍ଡ ଟେକୁଛି।


Enter your email to get our daily news in your inbox.

All Right Reserved By Dharitri.Com

Video: ମେଟ୍ରୋରେ ଯାତ୍ରା କଲେ ପ୍ରଧାନମନ୍ତ୍ରୀ ମୋଦି, ପିଲାମାନଙ୍କ ସହିତ ଆଲୋଚନା ସମୟରେ ତାଙ୍କ ସଂସଦୀୟ କ୍ଷେତ୍ର କାଶୀକୁ ମନେ ପକାଇଲେ, ଯାହାକୁ ନେଇ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ,୬।୯: ଦିଲ୍ଲୀ ମେଟ୍ରୋରେ ଯାତ୍ରା କରୁଥିବା ଯାତ୍ରୀମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ, ଶନିବାର (ସେପ୍ଟେମ୍ବର 5, 2026) ସାରେ, ସେମାନଙ୍କ ସହିତ ଯାତ୍ରା କରୁଥିବା ଦେଖି ଖୁସିରେ…

ରୋନାଲ୍ଡୋ-ମେସିଙ୍କୁ ନେଇ ଇତିହାସରେ ପ୍ରଥମ ଥର ଘଟିବାକୁ ଯାଉଛି ଏମିତି ଘଟଣା, ଅପେକ୍ଷାରେ ପ୍ରଶଂସକ

ନୂଆଦିଲ୍ଲୀ,୬।୯: ପର୍ତ୍ତୁଗାଲର କ୍ରିଷ୍ଟିଆନୋ ରୋନାଲ୍ଡୋ ଏବଂ ଆର୍ଜେଣ୍ଟିନାର ଲିଓନେଲ ମେସି ଫୁଟବଲ ଜଗତର ଦୁଇ କିମ୍ବଦନ୍ତୀ ତାରକା। ପ୍ରାୟ 15 ବର୍ଷ ଧରି, ସେମାନଙ୍କର ପ୍ରତିଦ୍ୱନ୍ଦ୍ୱିତା ବିଶ୍ୱ…

୨୦୨୭ ଯାଏ ୩ ରାଶିଙ୍କୁ କଲବଲ କରିବେ ଶନି, ଛୋଟ ଛୋଟ ଭୁଲ ପଡିବ ଭାରି!

ବର୍ତ୍ତମାନ ସମୟରେ ଶନିଦେବ ମୀନ ରାଶିରେ ଅବସ୍ଥାନ କରୁଛନ୍ତି ଏବଂ ତାଙ୍କ ଗୋଚରର ପ୍ରଭାବ କିଛି ରାଶି ଉପରେ ବିଶେଷ ଭାବରେ ଦେଖିବାକୁ ମିଳୁଛି। ସାଢ଼େସାତୀ ଓ…

ବୈଭବ ସୂର୍ଯ୍ୟବଂଶୀଙ୍କ ନାଁରେ ପୁଣି ଲଜ୍ଜାଜନକ ରେକର୍ଡ!

ନୂଆଦିଲ୍ଲୀ,୬।୯: ୨୦୨୬ ଦୁଲୀପ ଟ୍ରଫି ଫାଇନାଲର ପ୍ରଥମ ଇନିଂସରେ ବୈଭବ ସୂର୍ଯ୍ୟବଂଶୀ ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିଲେ ଏବଂ ୧୫ତମ ଓଭରରେ ୪୪ ରନ କରି ଆଉଟ ହୋଇଥିଲେ।…

ଦୀପାବଳି ପାଇଁ ଏବେଠୁ ବୁକ୍‌ ହୋଇଗଲା ସବୁ ଟ୍ରେନ ଟିକେଟ୍‌! କିଛି ସମୟରେ…

ନୂଆଦିଲ୍‌ଲୀ,୬।୯: ଦୀପାବଳିରେ ଘରକୁ ଯିବା ପାଇଁ ପ୍ରସ୍ତୁତ ହେଉଥିବା ରେଳ ଯାତ୍ରୀମାନଙ୍କ ପାଇଁ ରିଜର୍ଭେସନ ୱିଣ୍ଡୋ ଖୋଲିଯାଇଛି। ନଭେମ୍ୱର ୮ ତାରିଖ ଦୀପାବଳିକୁ ଦୃଷ୍ଟିରେ ରଖି ଯାତ୍ରୀମାନେ…

କାର- ଅଟୋ ମୁହାଁମୁହିଁ ଧକ୍କା: ୨ ଜଣ ଗୁରୁତର

ଧାମନଗର, ୬/୯ (ସନ୍ତୋଷ କୁମାର ମହାପାତ୍ର): ଧାମନଗର ଥାନା ଅଧୀନ ୧୬ ନମ୍ବର ଜାତୀୟ ରାଜପଥର ଧାମନଗର ଛକ ଫ୍ଲାଏଓଭର ବ୍ରିଜ୍‌ ନିକଟରେ ରବିବାର ସକାଳ ପ୍ରାୟ…

ମହମ୍ମଦ ଶାମିଙ୍କୁ ନେଇ ଆସିଲା ବଡ଼ ଖବର, ଚୟନକର୍ତ୍ତାଙ୍କ ନଜର ଦୁଲୀପ ଟ୍ରଫି ଫାଇନାଲ ଉପରେ

ନୂଆଦିଲ୍ଲୀ,୬।୯: ଅଭିଜ୍ଞ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ଶାମିଙ୍କ ODI ଦଳକୁ ଫେରିବା ପାଇଁ ପଥ ଖୋଲିପାରେ। ଭାରତ ସେପ୍ଟେମ୍ବର 27 ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ…

ଜେଲ୍‌ରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ, ପରିବାର ପକ୍ଷରୁ କ୍ଷତିପୂରଣ ଦାବି କରି…

ପାରଳାଖେମୁଣ୍ଡି,୬ା୯(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ସବ୍‌ଜେଲ୍‌ରେ ଜଣେ ବିଚାରାଧୀନ କଏଦୀଙ୍କ ଆକସ୍ମିକ ମୃତ୍ୟୁକୁ ନେଇ ଚର୍ଚ୍ଚା ଜୋର ଧରିଛି। ମୃତକ ହେଲେ ରାୟଗଡ଼ ବ୍ଲକ ଜିରାଙ୍ଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri