ରାଜ୍ୟ

ବିଏମ୍‌ସିର ପଲିଥିନ ବ୍ୟାନ୍‌ ବାଟବଣା

ଭୁବନେଶ୍ୱର, ୧୯।୯(ବ୍ୟୁରୋ): ଗତବର୍ଷ ଅକ୍ଟୋବର ୨ରୁ ରାଜ୍ୟରେ ପ୍ଲାଷ୍ଟିକ୍‌ ଓ ପଲିଥିନ ବ୍ୟବହାର ବନ୍ଦ କରାଯାଇଛି। ରାଜଧାନୀକୁ ସ୍ବଚ୍ଛ ଓ ସୁନ୍ଦର ସହରରେ ପରିଣତ କରିବା ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ମଧ୍ୟ ଏହି ନିୟମକୁ କଡ଼ାକଡ଼ି ଲାଗୁ କରିଥିବା…

ବ୍ରାଉନ୍‌ସୁଗାର ଡିଲର ସେକ୍‌ ରାଜାଙ୍କ ଘର ଉପରେ ଚଢ଼ାଉ: ସିସି କ୍ୟାମେରା ଜଗୁଥିଲା କଳାବେପାର

ଭୁବନେଶ୍ୱର, ୧୯।୯(ବ୍ୟୁରୋ)/ ବାଲେଶ୍ୱର ଅଫିସ: ବ୍ରାଉନ୍‌ସୁଗାର ଡିଲର ସେକ୍‌ ରାଜା କ୍ରାଇମବ୍ରାଞ୍ଚ ସ୍ପେଶାଲ ଟାସ୍କଫୋର୍ସ (ଏସ୍‌ଟିଏଫ୍‌) ହାତରେ ଧରାପଡିବା ପରେ ଅନେକ ଗୁମର ଫିଟିବାରେ ଲାଗିଛି। ଓଡ଼ିଶା ସମେତ ପଶ୍ଚିମବଙ୍ଗ, ରାଜସ୍ଥାନ, ନେପାଳ, ବାଂଲାଦେଶ, ଗୋଆରେ ରାଜାଙ୍କର ନେଟ୍‌ଓ୍ବର୍କ ରହିଛି। ବାଂଲାଦେଶରୁ…

ର଼୍ୟାଗିଂ ଘଟଣା: ୬ ଅନ୍ତେବାସୀ ହଷ୍ଟେଲରୁ ବହିଷ୍କୃତ ବହିଷ୍କାର ନିର୍ଦ୍ଦେଶ ପ୍ରତିବାଦରେ ଧାରଣା

କଟକ ଅଫିସ,୧୯।୯: ରେଭେନ୍‌ଶା ବିଶ୍ୱବିଦ୍ୟାଳୟ ଇଷ୍ଟ ହଷ୍ଟେଲରେ ମଙ୍ଗଳବାର ହୋଇଥିବା ର଼୍ୟାଗିଂ ଅଭିଯୋଗରେ ୬ଜଣ ଅନ୍ତେବାସୀଙ୍କୁ ହଷ୍ଟେଲରୁ ବହିଷ୍କାର ନିର୍ଦ୍ଦେଶ ହୋଇଛି। ଏହି ନିର୍ଦ୍ଦେଶକୁ ପ୍ରତିବାଦ କରି ବୁଧବାର ରାତିରେ ଇଷ୍ଟ ହଷ୍ଟେଲ ଅନ୍ତେବାସୀମାନେ ଧାରଣାରେ ବସିଥିଲେ। ଏପରି କି ମୁଖ୍ୟଫାଟକ…

ଶୋଭାପାଇବ ପ୍ୟାରିସ୍‌ର ଡିଜ୍‌ନିଲ୍ୟାଣ୍ଡ ପାର୍କ

କଟକ ରୋଡ,୧୯।୯(ଡି.ଏନ୍‌.ଏ.): ଚଳିତବର୍ଷ ଝାରପଡ଼ା ଦୁର୍ଗାପୂଜା ସମିତି ନବମ ବର୍ଷରେ ପହଞ୍ଚିଛି। ପୂର୍ବରୁ ବିଭିନ୍ନ ସମୟରେ ଆକର୍ଷଣୀୟ ତୋରଣ ନିର୍ମାଣ କରି ଚର୍ଚ୍ଚାକୁ ଆସିଥିବା ପୂଜା ସମିତି ଚଳିତଥର ପ୍ୟାରିସ୍‌ର ଡିଜ୍‌ନିଲ୍ୟାଣ୍ଡ ପାର୍କ ନିର୍ମାଣ କରିବାକୁ ଯାଉଛି। ଏହା ମୁଖ୍ୟ ଆକର୍ଷଣ…

ପୂର୍ବତଟ ରେଳପଥରେ ଆରମ୍ଭ ହେଲା ‘ଇ-କାର୍ଯ୍ୟାଳୟ’

ଭୁବନେଶ୍ୱର,୧୯।୯(ବ୍ୟୁରୋ): ପୂର୍ବତଟ ରେଳପଥରେ ବୁଧବାର ‘ଇ-କାର୍ଯ୍ୟାଳୟ’ ପ୍ରଣାଳୀ ଉଦ୍‌ଘାଟନ ହୋଇଛି। ଏହି ପ୍ରଣାଳୀକୁ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ବିଦ୍ୟାଭୂଷଣ ଉଦ୍‌ଘାଟନ କରିଥିବାବେଳେ କାଗଜ ବିହୀନ ସବୁଜ ରେଳପଥ, କାର୍ଯ୍ୟଶୈଳୀରେ ସ୍ବଚ୍ଛତା ଆଣିବା ସକାଶେ ରେଳପଥ ପକ୍ଷରୁ ‘ଏନଆଇସି (ନ୍ୟାଶନାଲ ଇନଫରମେଟିକ୍ସ ସେଣ୍ଟର)…

ସ୍ବେଚ୍ଛାସେବୀଙ୍କ ବନୀକରଣ ସଚେତନତାର ପ୍ରଶଂସା: ସିଡ୍‌ବଲ୍‌ରେ ‘ଧରିତ୍ରୀ’ ଲେଖି ସଜାଇଲେ

ପୁରୁଣା ଭୁବନେଶ୍ୱର,୧୯।୯ (ଡି.ଏନ.ଏ.): ବନୀକରଣ ପାଇଁ ଦୈନିକ ଖବରକାଗଜ ‘ଧରିତ୍ରୀ’ ସଚେତନତା ଓ ଉତ୍ସାହ ସୃଷ୍ଟି କରୁଥିବା ଦର୍ଶାଇ ନିଆରା ଢଙ୍ଗରେ ସମ୍ମାନ ଜଣାଇଛନ୍ତି ବହୁ ସ୍ବେଚ୍ଛାସେବୀ। ବନୀକରଣ କାର୍ଯ୍ୟରେ ନିୟୋଜିତ ଏହି ସ୍ବେଚ୍ଛସେବୀମାନେ ସିଡ୍‌ବଲ୍‌ ବା ବିହନ ପିଣ୍ଡୁଳାରେ ‘ଧରିତ୍ରୀ’…

ଆରମ୍ଭ ହେବ ‘ଜେଲ୍‌ ରେଡିଓ’: ଜେଲ ଅନ୍ତେବାସୀ ହେବେ ରେଡିଓ ଜକି

ଭୁବନେଶ୍ୱର,୧୯।୯(ବ୍ୟୁରୋ): ଅନ୍ୟ ରାଜ୍ୟ ପରି ଓଡିଶାର ବିଭିନ୍ନ ଜେଲ୍‌ରେ ରହୁଥିବା ଅନ୍ତେବାସୀମାନେ ରେଡିଓ ଜକି (ଆର୍‌ଜେ) ହୋଇ ଶୁଣାଇବେ ନିଜ ମନର କଥା। ଲୋକେ ଶୁଣିବେ ସେମାନଙ୍କ ଜୀବନର କାହାଣୀ। ଏଥିପାଇଁ ଆରମ୍ଭ ହେବ ‘ଜେଲ୍‌ ରେଡିଓ’। ପ୍ରାଥମିକ ପର୍ଯ୍ୟାୟରେ ଝାରପଡ଼ା…

ଗିରଫ ହେଲେ ଆଶୀର୍ବାଦ

କଟକ ଅଫିସ,୧୯।୯: ଓସିଏର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରାଙ୍କୁ ଗୁରୁବାର ସକାଳେ ସିବିଆଇ ଗିରଫ କରିଛି।ଭୋରରୁ କଟକ ସ୍ଥିତ ତାଙ୍କ ବାସଭବନରେ ସିବିଆଇ ଚଢ଼ାଉ କରିବା ସହ ତାଙ୍କୁ ଗିରଫ କରିଛି। ଅନ୍ୟପଟେ ଜନୈକ ହୋଟେଲ ମାଲିକ କମଳାକାନ୍ତ ଦାସଙ୍କୁ ମଧ୍ୟ…

ପିଆଜ ଦର ବୃଦ୍ଧି ନେଇ ଖାଉଟି ଅସନ୍ତୁଷ୍ଟ

ଭୁବନେଶ୍ୱର, ୧୯।୯(ବ୍ୟୁରୋ): ରାଜ୍ୟରେ ପିଆଜ ଦର ବୃଦ୍ଧି ନେଇ ଖାଉଟିଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ନିତ୍ୟ ବ୍ୟବହାର୍ଯ୍ୟ ଏହି ସାମଗ୍ରୀ କିଲୋ ପିଛା ୩୮ରୁ ୪୨ ଟଙ୍କାରେ ବିକ୍ରି ହେଉଛି। ଖୁଚୁରା ପିଆଜ ବ୍ୟବସାୟୀମାନେ ଅଧିକ ପିଆଜ ରଖିବାକୁ ପଛଘୁଞ୍ଚା…

ମାସେ ବନ୍ଦ ରହିବ ଭୁବନେଶ୍ୱର-ବ୍ୟାଙ୍କକ୍‌ ବିମାନ ସେବା

ଭୁବନେଶ୍ୱର,୧୯।୯(ବ୍ୟୁରୋ): ଭୁବନେଶ୍ୱରକୁ ବ୍ୟାଙ୍କକ୍‌କୁ ଚଳାଚଳ କରୁଥିବା ଏୟାର ଇଣ୍ଡିଆର ଡାଇରେକ୍ଟ ଫ୍ଲାଇଟ୍‌ ସେବା ସେପ୍ଟେମ୍ବର ୨୩ରୁ ଅସ୍ଥାୟୀଭାବେ ବନ୍ଦ ରହିବ। ଏହା ଅକ୍ଟୋବର ଶେଷ କିମ୍ବା ନଭେମ୍ବର ଆରମ୍ଭରୁ ପୁଣି ଚଳାଚଳ କରିବ। ବୁଧବାର ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ପର୍ଯ୍ୟଟନ…

ର଼୍ୟାଗିଂକୁ ନେଇ ଓଏଚ୍‌ଆର୍‌ସିଙ୍କ ଉଦ୍‌ବେଗ: ୫ ବିଭାଗକୁ ରିପୋର୍ଟ ତଲବ

ଭୁବନେଶ୍ୱର,୧୯।୯(ବ୍ୟୁରୋ): ରାଜ୍ୟରେ ଥିବା ଶିକ୍ଷାନୁଷ୍ଠାନଗୁଡିକରେ ର଼୍ୟାଗିଂ ମୁଖ୍ୟ ସମସ୍ୟା ଭାବେ ଦେଖା ଦେଇଛି। ନିକଟରେ ସମ୍ବଲପୁରଠାରେ ଏକ ଘରୋଇ କଲେଜରେ ଜଣେ ଛାତ୍ରଙ୍କୁ ସହପାଠୀମାନେ ର଼୍ୟାଗିଂ କରିବା ଘଟଣା ସୋସିଆଲ ମିଡିଆରେ ପ୍ରକାଶ ପାଇବା ପରେ ଓଡ଼ିଶା ମାନବାଧିକାର କମିଶନ(ଓଏଚ୍‌ଆରସି) ଗଭୀର…

ଶିଶୁକନ୍ୟାଙ୍କୁ ବଳାତ୍କାର କରି ବୃଦ୍ଧ ଗିରଫ

ଦଶରଥପୁର,୧୯।୯ (ଡିଏନ୍‌ଏ): ଦଶରଥପୁର ବ୍ଲକ ଚମ୍ପେଇପାଳ ପଞ୍ଚାୟତ କୁଆଁରପୁର ଗ୍ରାମର ୫ ବର୍ଷର ଶିଶୁକନ୍ୟାକୁ ଜଣେ ବୃଦ୍ଧ ବଳାତ୍କାର କରିବା ଅଭିଯୋଗରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ଉକ୍ତ ଗ୍ରାମର ବିଜୟ ପାଢ଼ୀ(୬୫)। ଶିଶୁକନ୍ୟା ଜଣକ ସାଙ୍ଗମାନଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?