ସ୍ବେଚ୍ଛାସେବୀଙ୍କ ବନୀକରଣ ସଚେତନତାର ପ୍ରଶଂସା: ସିଡ୍‌ବଲ୍‌ରେ ‘ଧରିତ୍ରୀ’ ଲେଖି ସଜାଇଲେ

ପୁରୁଣା ଭୁବନେଶ୍ୱର,୧୯।୯ (ଡି.ଏନ.ଏ.): ବନୀକରଣ ପାଇଁ ଦୈନିକ ଖବରକାଗଜ ‘ଧରିତ୍ରୀ’ ସଚେତନତା ଓ ଉତ୍ସାହ ସୃଷ୍ଟି କରୁଥିବା ଦର୍ଶାଇ ନିଆରା ଢଙ୍ଗରେ ସମ୍ମାନ ଜଣାଇଛନ୍ତି ବହୁ ସ୍ବେଚ୍ଛାସେବୀ। ବନୀକରଣ କାର୍ଯ୍ୟରେ ନିୟୋଜିତ ଏହି ସ୍ବେଚ୍ଛସେବୀମାନେ ସିଡ୍‌ବଲ୍‌ ବା ବିହନ ପିଣ୍ଡୁଳାରେ ‘ଧରିତ୍ରୀ’ ଲେଖି ସଜାଇଛନ୍ତି। ସଚେତନତା କ୍ଷେତ୍ରରେ ଧରିତ୍ରୀ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଥିବାରୁ ଆମେ ଏଭଳି ସମ୍ମାନ ଦେଉଛୁ ବୋଲି ଏହି ଅଭିଯାନର ନେତୃତ୍ୱ ନେଉଥିବା ସାମାଜିକ କର୍ମୀ ସୁଶାନ୍ତ ସାହୁ କହିଛନ୍ତି।
ବନୀକରଣର ସଫଳତା ପଛରେ ସିଡ୍‌ବଲ୍‌ ବା ବିହନ ପିଣ୍ଡୁଳାର ଗୁରୁତ୍ୱପୂର୍ଣ୍ଣ ଭୂମିକା ଅଛି। ମାଟି ଓ ଗୋବର ଖତ ସହିତ ବିଭିନ୍ନ ବିହନକୁ ମିଶାଇ ପେଣ୍ଡୁ ବା ବଲ୍‌ ଆକାରରେ ତିଆରି କରାଯାଏ। ଏହାକୁ ଖାଲି ପଡ଼ିଥିବା ଜଙ୍ଗଲ ଜମିରେ ନିକ୍ଷେପ କଲେ ଏଥିରୁ ଅଙ୍କୁରଣ ହୋଇ ଗଛ ସୃଷ୍ଟି ହୁଏ। ଚାରା ପ୍ରସ୍ତୁତି, ରୋପଣ, ବାଡ଼ ଆଦିରେ ଗଛ ସୃଷ୍ଟି ପ୍ରକ୍ରିୟା ଖର୍ଚ୍ଚ ବହୁଳ ଓ ଚାରା ମୃତ୍ୟୁହାର ଅଧିକ ହେଉଥିବା ବେଳେ ସିଡ୍‌ବଲ୍‌ରେ ଖୁବ୍‌ କମ୍‌ ଖର୍ଚ୍ଚ, କମ୍‌ ପରିଶ୍ରମ ଓ ବିନା ତଦାରଖରେ ଗଛ ସୃଷ୍ଟି ହୋଇଥାଏ। ଚନ୍ଦକା ଜଙ୍ଗଲ ଚାରିପଟେ ସାହୁଙ୍କ ନେତୃତ୍ୱରେ ଏଭଳି ଅଭିଯାନ ଚାଲିଛି। ଧରିତ୍ରୀ ପୃଷ୍ଠାରେ ଏହି ନିଆରା ଉଦ୍ୟମକୁ ନେଇ ଖବର ପ୍ରକାଶନ ପରେ ଆଖପାଖ ବିଦ୍ୟାଳୟ, ଗ୍ରାମବାସୀ ଓ ସ୍ବେଚ୍ଛାସେବୀମାନେ ସିଡ୍‌ବଲ୍‌ ବନୀକରଣ ପ୍ରକ୍ରିୟାରେ ଯୋଡ଼ି ହୋଇଛନ୍ତି। ସିଡ୍‌ବଲ୍‌ ତିଆରି, ନିକ୍ଷେପ ଆଦି କାମ କରୁଥିବା ସ୍ବେଚ୍ଛାସେବୀମାନେ ପରିବେଶ ସଚେତନତା ଦିଗରେ ଗଣମାଧ୍ୟମ ବିଶେଷକରି ଧରିତ୍ରୀକୁ ପ୍ରଶଂସା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତରେ ଅଲଗା-ୟୁରୋପରେ ଅଲଗା କାହିଁକି? ଫାଣ୍ଟା ଠାରୁ ମ୍ୟାଗି ପର୍ଯ୍ୟନ୍ତ ପ୍ୟାକେଜ ହୋଇଥିବା ଖାଦ୍ୟ ପାଇଁ ଦ୍ୱୈତ ମାନଦଣ୍ଡ ଉପରେ ପ୍ରଶ୍ନ

ନୂଆଦିଲ୍ଲୀ,୨୫।୮: ଭାରତରେ ୟୁରୋପ ତୁଳନାରେ ପ୍ୟାକେଜ ହୋଇଥିବା ଖାଦ୍ୟ ଏବଂ ପାନୀୟର ସମାନ ବିଶ୍ୱ ବ୍ରାଣ୍ଡ ପାଇଁ ଭିନ୍ନ ରଚନା, ପୁଷ୍ଟିକର ସୂଚନା ଏବଂ ଚେତାବନୀ ଲେବଲର…

ଉତ୍ତରାଷାଢ଼ା ନକ୍ଷତ୍ର ସହ ଆୟୁଷ୍ମାନ ଯୋଗ: ଆଜିଠୁ ଏହି ୫ ରାଶିଙ୍କ ଭଲ ଦିନ ଆରମ୍ଭ, ଚାକିରିରେ ପ୍ରମୋସନ ସହ ଧନବର୍ଷା!

୨୫ ଅଗଷ୍ଟ ୨୦୨୬ ଦିନଟି ପଞ୍ଚାଙ୍ଗ ଓ ଜ୍ୟୋତିଷ ଦୃଷ୍ଟିରୁ ବେଶ ଖାସ୍‌ ରହିପାରେ। ଏହି ଦିନ ଶ୍ରାବଣ ଶୁକ୍ଳ ପକ୍ଷର ଦ୍ୱାଦଶୀ ତିଥି ଏବଂ ମଙ୍ଗଳବାର।…

କାର୍‌କୁ ୧୦୦ ମିଟର ଘୋଷାଡ଼ି ନେଲା ଟ୍ରକ, ଆଉ ତା’ପରେ…

ଭୁବନେଶ୍ୱର,୨୫।୮: ରାଜଧାନୀ ଭୁବନେଶ୍ୱର ପାହାଳ ନିକଟରେ ମଙ୍ଗଳବାର ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଭାରସାମ୍ୟ ହରାଇ ଏକ କାର୍‌କୁ ଧକ୍କା ଦେଇ ୧୦୦ ମିଟର ପର୍ଯ୍ୟନ୍ତ…

ଚନ୍ଦନ କଳସ ଯାତ୍ରାକୁ କୋରାପୁଟରେ ଭବ୍ୟ ସ୍ବାଗତ

କୋରାପୁଟ,୨୫।୮(ଅମିତାଭ ବେହେରା): ସନ୍ଥ ଶିରୋମଣି ଗୁରୁ ରବିଦାସଜୀଙ୍କ ୬୫୦ତମ ଜୟନ୍ତୀ ଅବସରରେ ସାମାଜିକ ସମରସତା ଓ ଭାଇଚାରାର ବାର୍ତ୍ତା ନେଇ ଆୟୋଜିତ ‘ସମରସ ସଂକଳ୍ପ ଅଭିଯାନ’ର ପବିତ୍ର…

ଦୁର୍ନୀତି ମାମଲାରେ ପୂର୍ବତନ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ୪ବର୍ଷ ସଶ୍ରମ କାରାଦଣ୍ଡ

ବରଗଡ଼,୨୫।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଭିଜିଲାନ୍ସର ସ୍ୱତନ୍ତ୍ର ବିଚାରପତି ପଦମପୁର ବ୍ଲକ ଅଧୀନ ପୁରେନା ଗ୍ରାମପଞ୍ଚାୟତର ପୂର୍ବତନ ପଞ୍ଚାୟତ ନିର୍ବାହୀ ଅଧିକାରୀ (PEO) ଛବିଳ ବାରିହାଙ୍କୁ ଦୁର୍ନୀତି ମାମଲାରେ…

ନାବାଳକଙ୍କ ବାର୍‌ହା ସହ ଦୁଇ ଘଣ୍ଟା ଧରି  ଲଢ଼େଇ: ଶେଷରେ ଜୀବନ ବଞ୍ଚାଇବା ପାଇଁ…

ବାଙ୍କୀ, ୨୫।୮ (ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ଗୋପାଳପୁର ପଞ୍ଚାୟତରେ ବାର୍‌ହା ଆତଙ୍କରେ ଭୟଭୀତ ଲୋକେ। ମଙ୍ଗଳବାର ସକାଳ ପ୍ରାୟ ସାଢ଼େ ୭ଟା ସମୟରେ ଗୋପାଳପୁର ପଞ୍ଚାୟତର ୧…

ଚନ୍ଦନପୁରରେ ଗୋଷ୍ଠୀ ସଂଘର୍ଷ, ପୋଲିସର ଫ୍ଲାଗମାର୍ଚ

ପୁରୀ,୨୫।୮: ପୁରୀ ଜିଲା ଚନ୍ଦନପୁର ଥାନା ଉତରଣା ମଠସାହିରେ ମଙ୍ଗଳବାର ଗୋଷ୍ଠୀ ସଂଘର୍ଷ ହୋଇଛି। ଗାଁର ଏକ ପୋଖରୀର ଦଳ ସଫା ଏବଂ ମାଛ ମରାକୁ କେନ୍ଦ୍ର…

ନିଶାମୁକ୍ତ ଓଡିଶା ଅଭିଯାନ କାର୍ଯ୍ୟକ୍ରମ, ନିଶା ସେବନ ବିରୋଧରେ ଶପଥ ପାଠ କଲେ ଛାତ୍ରୀଛାତ୍ର

ଦିଗପହଣ୍ଡି,୨୫।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ବଡଖେମୁଣ୍ଡି ହାଇସ୍କୁଲ ପରିସରରେ ମଙ୍ଗଳବାର ଦିଗପହଣ୍ଡି ଥାନା ପକ୍ଷରୁ ନିଶାମୁକ୍ତ ଓଡିଶା ଅଭିଯାନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri