ରେଳ ଷ୍ଟେଶନ ସ୍ବଚ୍ଛତା ସର୍ଭେ: ୯ରୁ ୮୭କୁ ଖସିଲା ଭୁବନେଶ୍ୱର

ଭୁବନେଶ୍ୱର,୩ା୧୦(ବ୍ୟୁରୋ): ରାଜସ୍ଥାନର ଜୟପୁର, ଯୋଧପୁର ଓ ଦୁର୍ଗାପୁରା ହେଉଛି ଦେଶର ସବୁଠାରୁ ସ୍ବଚ୍ଛ ରେଳ ଷ୍ଟେଶନ। ପ୍ରଥମ, ଦ୍ୱିତୀୟ ଓ ତୃତୀୟରେ ଯଥାକ୍ରମେ ଏହି ଷ୍ଟେଶନଗୁଡିକ ରହିଛି। ବୁଧବାର ଦେଶର ୭୨୦ ଷ୍ଟେଶନକୁ ନେଇ କରାଯାଇଥିବା ଏହି ସ୍ବଚ୍ଛତା ସର୍ଭେର ଫଳାଫଳ ବୁଧବାର ପ୍ରକାଶ ପାଇଛି। ଦୁଃଖର ବିଷୟ ଯେ, ଗତଥର ଏହି ସର୍ଭେ ତାଲିକାରେ ୯ମ ସ୍ଥାନରେ ଥିବା ଭୁବନେଶ୍ୱର ଷ୍ଟେଶନ ଚଳିତବର୍ଷ ୮୭କୁ ଖସି ଆସିଛି। ଏହି ସର୍ଭେରେ ସଫେଇ, ବର୍ଜ୍ୟବସ୍ତୁ ପରିଚାଳନା, ମଇଳା ପାଣି ପରିଚାଳନା, ସବୁଜ ସାର୍ଟିଫିକେଟ, ଶକ୍ତି ସଂରକ୍ଷଣ, ଆଇଏସଓ ସାର୍ଟିଫିକେଟକୁ ମାନଦଣ୍ଡରେ ସାମିଲ କରାଯାଇଥିଲା। ଏ ନେଇ ପୂର୍ବରୁ ୨୬ ଅଗଷ୍ଟରେ ଧରିତ୍ରୀରେ ପ୍ରକାଶିତ ‘ସ୍ବଚ୍ଛତାରେ ତଳକୁ ଖସିପାରେ ଭୁବନେଶ୍ୱର ଷ୍ଟେଶନ’ ଖବର ସତ ହୋଇଛି। ଅନ୍ୟ ଷ୍ଟେଶନ ଅପେକ୍ଷା ଭୁବନେଶ୍ୱର ଷ୍ଟେଶନରେ ଭିତ୍ତିଭୂମିର ଅଭାବ, ସ୍ବଳ୍ପ ଲୋକବଳ ଓ ଉନ୍ନତ ଜ୍ଞାନକୌଶଳର ଅଭାବ ଯୋଗୁ ଏଭଳି ଫଳ ମିଳିଛି ବୋଲି ଅନୁମେୟ କରାଯାଉଛି। ଏହି ତାଲିକାରେ ଦେଶର ରାଜଧାନୀ ଦିଲ୍ଲୀର କୌଣସି ଗୋଟିଏ ବି ଷ୍ଟେଶନ ସ୍ଥାନ ପାଇନାହଁି। ରାଜସ୍ଥାନ, ଗୁଜରାଟ, ପଞ୍ଜାବ ଓ ହରିୟାଣା ଏହି ତାଲିକାରେ ଶୀର୍ଷ ସ୍ଥାନରେ ରହିଛନ୍ତି। ପୂର୍ବତଟ ରେଳପଥରେ ଭୁବନେଶ୍ୱର ୮୭ରେ ଥିବାବେଳେ ବିଶାଖାପାଟଣା ୮୪ରେ ରହିଛି। ସୂଚନାଯୋଗ୍ୟ, ରେଳପଥ ୨୦୧୬ଠାରୁ ଷ୍ଟେଶନଗୁଡିକର ସ୍ବଚ୍ଛତା ପାରାମିଟର ଚେକ୍‌ କରୁଛି। ଚଳିତଥର କ୍ୱାଲିଟି କାଉନସିଲ ଅଫ ଇଣ୍ଡିଆ ଷ୍ଟେଶନର ସ୍ବଚ୍ଛ ସର୍ବେକ୍ଷଣ କରୁଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଜନ୍ମ ହେଲା ୮ ଗୋଡ଼ ଥିବା ମଇଁଷି: ଦେଖିବାକୁ ଲୋକଙ୍କ ଭିଡ଼

ଭୋପାଳ,୧୨।୧୦: ମଧ୍ୟପ୍ରଦେଶର ଡିଣ୍ଡୋରୀ ଜିଲାରୁ ଏକ ବିରଳ ଘଟଣା ସାମ୍ନାକୁ ଆସିଛି। ଏଠାରେ ଏକ ମଇଁଷି ଆଠଟି ଗୋଡ଼ ଥିବା ଛୁଆକୁ ଜନ୍ମ ଦେଇଛି। ଏହି ଖବର…

ସମସ୍ୟା ଘେରରେ ଡୁମେରମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ: ଗେଟ ଆଗରେ ବସିଲେ ଛାତ୍ରୀଛାତ୍ର

ଲାଞ୍ଜିଗଡ଼, ୧୨।୧୦ (ରମେଶ ଚନ୍ଦ୍ର ନାୟକ): ବିଦ୍ୟାଳୟରେ ନାହିଁ ପିଇବା ପାଣିର ସୁବିଧା, ବିଜୁଳି ସଂଯୋଗ ଓ ସୁରକ୍ଷା ପାଚେରୀ। ଶୌଚାଳୟ ଓ ଜଳର ସୁବ୍ୟବସ୍ଥା ନଥିବାରୁ…

ବଦଳିଲେ ଓଡ଼ିଶାର ରାଜ୍ୟପାଳ: ହରିବାବୁ କମ୍ଭମପାଟିଙ୍କ ସ୍ଥାନ ନେଲେ…

ଭୁବନେଶ୍ୱର,୧୨।୧୦: ରାଜ୍ୟପାଳ ସ୍ତରରେ ବଡ଼ ଅଦଳବଦଳ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଓଡ଼ିଶା ସମେତ ୬ଟି ରାଜ୍ୟରେ ନୂଆ ରାଜ୍ୟପାଳଙ୍କୁ ନିଯୁକ୍ତି ଦିଆଯାଇଛି। ଏହି ଅଦଳବଦଳରେ ବର୍ତ୍ତମାନର…

ଜଙ୍ଗଲକୁ କାଠ ପାଇଁ ଯାଉଥିଲେ ସୁଲୋଚନା, ନଦୀ ପାର୍‌ ହେବା ସମୟରେ ଘଟିଲା…

ମୋହନା.,୧୨।୧୦(ମନ୍ମଥ ମିଶ୍ର): ନଦୀ ପାର ହେବା ସମୟରେ ଭାସି ଯାଇ ମହିଳାଙ୍କ ମୃତ୍ୟୁ ଘଟିଛି l ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଗଜପତି ଜିଲା ରା…

ମାଣିକେଶ୍ୱରୀ ଛକ ନିକଟରୁ ମିଳିଲା ଅଜଣା ବୃଦ୍ଧାଙ୍କ ମୃତଦେହ: ବଢୁଛି ସନ୍ଦେହ

ଭବାନୀପାଟଣା,୧୨।୧୦(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଭବାନୀପାଟଣା ସହର ମାଣିକେଶ୍ୱରୀ ଛକ ଯାତ୍ରୀ ପ୍ରେକ୍ଷାଳୟରୁ ସୋମବାର ଅପରାହ୍ନରେ ଜଣେ ଅଜଣା ବୃଦ୍ଧାଙ୍କ ମୃତଦେହ ଉଦ୍ଧାର ହୋଇଛି। ଖବର ପାଇ…

ଥୁଆମୂଳ ରାମପୁରରେ ୧୭ ଦିନ ହେଲା ପାନୀୟ ଜଳ ସଙ୍କଟ: ‘ପାଣ୍ଠି ଅଭାବ’ ସଫେଇକୁ ନେଇ ଅସନ୍ତୋଷ

ଥୁଆମୂଳ ରାମପୁର, ୧୨।୧୦ (ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମାରେ ପାନୀୟ ଜଳ ସଙ୍କଟ ଗୁରୁତର ରୂପ ନେଇଛି। ‘ବସୁଧା’ ଯୋଜନାରେ ଜଳ…

୩୬ ଦିନ ଜେଲରୁ ରହିବା ପରେ ଦମ୍‌ଦାର ପ୍ରତ୍ୟାବର୍ତ୍ତନ କଲେ ଏହି ଖେଳାଳି, ପ୍ରଥମ ମ୍ୟାଚରେ ଶତକ ମାରି କାନ୍ଦି ପକାଇଲେ…

ନୂଆଦିଲ୍ଲୀ,୧୨।୧୦: ରଣଜୀ ଟ୍ରଫିର ନୂଆ ସିଜନ ଅକ୍ଟୋବର ୧୧ରୁ ଆରମ୍ଭ ହୋଇଛି। ବଙ୍ଗଳା ଓ ଦିଲ୍ଲୀ ମଧ୍ୟରେ ଖେଳାଯାଉଥିବା ମ୍ୟାଚରେ ବଙ୍ଗଳା ଦଳ ଦିଲ୍ଲୀ ଉପରେ ଚାପ…

୧୩ରୁ ୨୨ ଯାଏ ୧୦ ଟ୍ରେନ୍‌ ବାତିଲ, କେଉଁ କେଉଁ ଟ୍ରେନ୍‌ ହେଲା ବାତିଲ୍‌ ଜାଣନ୍ତୁ…

ଜୟପୁର,୧୨ା୧୦(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁରସ୍ଥିତ ମାଳିଗୁଡ଼ା ଓ ଛତ୍ରୀପୁଟ ରେଳ ଷ୍ଟେଶନ ମଧ୍ୟରେ ଭୂସ୍ଖଳନ ଯୋଗୁ ଚାଲିଥିବା ପୁନରୁଦ୍ଧାର କାର୍ଯ୍ୟ ପାଇଁ ପୂର୍ବତଟ ରେଲଓ୍ବେ ରାୟଗଡ଼ା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?