ରାଜ୍ୟ

୭ ବର୍ଷୀୟା ବାଳିକାଙ୍କୁ ବିଏମ୍‌ସିର ସହାୟତା

ଭୁବନେଶ୍ୱର,୨୨।୫(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ସ୍ବତନ୍ତ୍ର ସହାୟତା ପାଣ୍ଠିରୁ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ୭ବର୍ଷୀୟା ଜଣେ ବାଳିକାଙ୍କୁ ସହାୟତା ପ୍ରଦାନ କରିଛି। ଭିଏସ୍‌ଏସ୍‌ ନଗର ତାରିଣୀ ବସ୍ତିରେ ରହୁଥିବା ଶ୍ରେୟା ପାତ୍ରଙ୍କୁ ଏହି ସହାୟତା ମିଳିଛି। ମା’ବାପା ଛେଉଣ୍ଡ ଶ୍ରେୟା ଜେଜେ ମା’ ଓ…

ମର୍ଦ୍ଦରାଜପୁର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର:୧୫ବର୍ଷ ପରେ ବି କାର୍ଯ୍ୟକ୍ଷମ ହୋଇପାରୁନି

ଖଣ୍ଡପଡ଼ା,୨୨ା୫(ସ୍ବ.ପ୍ର.)- ଅଞ୍ଚଳବାସୀଙ୍କ ଦୀର୍ଘବର୍ଷର ଦାବି ପରେ ଖଣ୍ଡପଡ଼ା ବ୍ଲକ ମର୍ଦ୍ଦରାଜପୁରଠାରେ ଏକ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ସ୍ଥାପନ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦ୍‌ଘାଟନ କରିବାର ଦୀର୍ଘ ୧୫ବର୍ଷ ବିତିଯାଇଥିଲେ ମଧ୍ୟ ଏହା କାର୍ଯ୍ୟକ୍ଷମ ହୋଇପାରି ନାହିଁ। ଫଳରେ ଏହାକୁ ନେଇ…

ଖୋର୍ଦ୍ଧା ଜିଲା: ପାସ୍‌ହାର ୭୮.୬୭%ଭୁବନେଶ୍ୱରରେ ୮୨%

ଖୋର୍ଦ୍ଧା ଅଫିସ୍‌/ଭୁବନେଶ୍ୱର,୨୨।୫(ବ୍ୟୁରୋ): ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ୱାରା ପରିଚାଳିତ ୨୦୧୯ ମାଟ୍ରିକ୍‌ ପରୀକ୍ଷା ଫଳ ମଙ୍ଗଳବାର ପ୍ରକାଶ ପାଇଛି। ଖୋର୍ଦ୍ଧା ଜିଲାରେ ୭୮.୬୭ପ୍ରତିଶତ ପାସ୍‌ହାର ରହିଛି। ଜିଲାର ୩୩୮ ସ୍କୁଲର ୨୮,୨୫୯ ଛାତ୍ରୀଛାତ୍ର ଦଶମ ଶ୍ରେଣୀ ପରୀକ୍ଷା ଦେବା ପାଇଁ ଫର୍ମ…

କାନ୍ସ ରେଡ୍‌ କାର୍ପେଟରେ ସମ୍ବଲପୁରୀ ପୋଷାକ‘ଦି ଲାଷ୍ଟ୍‌ କଲର୍‌’ର ପ୍ରମୋଶନ କଲେ ଜିତେନ୍ଦ୍ର

ଭୁବନେଶ୍ୱର,୨୨।୫(ବ୍ୟୁରୋ): ଅନ୍ତର୍ଜାତୀୟସ୍ତରରେ ଖ୍ୟାତି ଅର୍ଜନ କରିଥିବା ଓଡ଼ିଶା ଜନ୍ମିତ ଫିଲ୍ମ ପ୍ରଡ୍ୟୁସର ଓ ପ୍ରମୋଟର ଜିତେନ୍ଦ୍ର ମିଶ୍ର ପୁଣିଥରେ କାନ୍ସ ଫିଲ୍ମ ଫେଷ୍ଟିଭାଲର ରେଡ୍‌ କାର୍ପେଟ୍‌ରେ ଚାଲିବାର ସୌଭାଗ୍ୟ ଅର୍ଜନ କରିଛନ୍ତି। କାନ୍ସରେ ସ୍ମାଇଲ୍‌ ଇଣ୍ଟରନ୍ୟାଶନାଲ ଫିଲ୍ମ ଫେଷ୍ଟିଭାଲ ଫର୍‌ ଚିଲ୍‌ଡ୍ରେନ୍‌…

ଦିନକ ପରେ ନିର୍ବାଚନ ଫଳ: ଭୋଟଗଣତି କେନ୍ଦ୍ରରେ କଡ଼ା ସୁରକ୍ଷା

ଢେଙ୍କାନାଳ ଅଫିସ, ୨୨।୫- ଖୋଲିବ ଇଭିଏମ୍‌ରେ ବନ୍ଦ ଥିବା ପ୍ରାର୍ଥୀଙ୍କ ଭାଗ୍ୟ। ଘଟିବ ସବୁ କଳ୍ପନାଜଳ୍ପନାର ଅନ୍ତ। କାହା ମୁଣ୍ଡରେ ଭୋଟର ସୁନାକଳସ ଢାଳିଛନ୍ତି ଏବଂ କାହାକୁ ପ୍ରତ୍ୟାଖ୍ୟାନ କରିଛନ୍ତି ତାହା ସ୍ପଷ୍ଟ ହେବ। ନିର୍ବାଚନର ଅନ୍ତିମ ପର୍ବ ଭୋଟ ଗଣତିକୁ…

ଭୋଟ ଗଣତି ପାଇଁ ସରିଲା ପ୍ରସ୍ତୁତି: ମୋଟ୍‌ ୧୬ ଟେବୁଲ ପାଇଁ କର୍ମଚାରୀ ନିୟୋଜିତ

ଅନୁଗୋଳ ଅଫିସ, ୨୨।୫- ଅନୁଗୋଳ ଜିଲାର ୫ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ୨୩ ତାରିଖର ଭୋଟ ଗଣତି ପାଇଁ ଆବଶ୍ୟକ କାଉଣ୍ଟିଂ ସୁପରଭାଇଜର, କାଉଣ୍ଟିଂ ଆସିଷ୍ଟାଣ୍ଟ, ଅଣୁ ପର୍ଯ୍ୟବେକ୍ଷକ ଓ ଅତିରିକ୍ତ ଅଣୁ ପର୍ଯ୍ୟବେକ୍ଷକମାନଙ୍କ ରାଣ୍ଡୋମାଇଜେଶନ କାର୍ଯ୍ୟ ମଙ୍ଗଳବାର ଏନ୍‌ଆଇସି ଭିଡିଓ କନ୍‌ଫରେନ୍ସ…

୩ବର୍ଷ ହେଲା ସରୁନି ରାସ୍ତା ନିର୍ମାଣ: ଅଧାରେ ଅଟକିଛି ବିସ୍ତାପାଳ-ମଙ୍ଗଳାପଶି ସଡ଼କ ଯୋଜନା

କେନ୍ଦୁଝର, ୨୨ା୫(ଡି.ଏନ୍‌.ଏ.): କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ କାର୍ଯ୍ୟକାରୀ ହେଉଥିବା ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା କାର୍ଯ୍ୟ ଅନେକ ଜାଗାରେ ଅଧାପନ୍ତରିଆ ହୋଇ ପଡି ରହିବା କାରଣରୁ ସମ୍ପୃକ୍ତ ଅଞ୍ଚଳର ଜନସାଧାରଣ ଗମନାଗମନରେ ଅସୁବିଧା ଭୋଗୁଛନ୍ତି। କିନ୍ତୁ ଠିକାଦାରମାନେ…

ଆନନ୍ଦପୁର ଭିଆଇପି ରୋଡ ଦୁରବସ୍ଥା: ଯେତେ ଲୁଚେଇଲେ ବି ଲୁଚୁନି ଫାଟ

ଆନନ୍ଦପୁର,୨୨। ୫(ସ୍ବ.ପ୍ର.)-ବର୍ଷାକୁ ଡର ଭିଆଇପି ରୋଡ। ସାମାନ୍ୟ ବର୍ଷା ହେଲେ ଫାଟି ଆଁ କରୁଛି। ଥରେ ନୁହେଁ କି ଅଧେ ନୁହେଁ ତିନି ତିନି ଥର ଠିକାଦାରଙ୍କ ତାଳିପକା ଉଦ୍ୟମ ବ୍ୟର୍ଥ ହେଉଛି। ଏବେ ରାସ୍ତାର ସ୍ଥାୟୀତ୍ୱକୁ ନେଇ ଉଠିଛି ନାନା…

ଝରଣା ପାଣି ଏକମାତ୍ର ଭରସା

ତେଲକୋଇ, ୨୨।୫(ଡି.ଏନ.ଏ.)-ତେଲକୋଇ ବ୍ଲକ ଅନ୍ତର୍ଗତ ଶିବନାରାୟଣପୁର ଗୋଡା ପଞ୍ଚାୟତ ଅଧୀନରେ ରହିଛି କାଞ୍ଜିଆଝରଣ ବସ୍ତି । ପାହାଡ ଉପରେ ବସବାସ କରୁଥିବା ୩୦ରୁ ଊର୍ଦ୍ଧ୍ୱ ଭୂୟାଁ ଜନଜାତି ପରିବାର ପାଣିପାଇଁ ଡହଳବିକଳ ଅବସ୍ଥାରେ ରହିବାକୁ ବାଧ୍ୟ ହୋଇଛନ୍ତି। ପାହାଡ ଉପରେ ଥିବା…

ଗଣତି କାର୍ଯ୍ୟ ଶୃଙ୍ଖଳିତ କରିବାକୁ ତତ୍ପରତା

ବାଲେଶ୍ୱର ଅଫିସ, ୨୨।୫-ସାଧାରଣ ନିର୍ବାଚନ ପରେ ବିଭିନ୍ନ ଗଣମାଧ୍ୟମରେ ଏକଜିଟ୍‌ ପୋଲ ପ୍ରକାଶ ପାଇଥିଲା। ଏହାକୁ ନେଇ ବିଭିନ୍ନ ରାଜନୈତିକ ଦଳ ମଧ୍ୟରେ ଉଷ୍ମତା ବଢ଼ି ଚାଲିଥିବା ବେଳେ ଆସନ୍ତା ୨୩ତାରିଖରେ ଗଣତି ହେବ। ବାଲେଶ୍ୱର ଜିଲାର ଲୋକ ସଭା ଏବଂ…

ତପ୍ତପାଣି ଘାଟିରେ ଓଲଟିଲା ମିନିବସ୍‌: ଜଣେ ମୃତ, ୨୫ ଆହତ

ଦିଗପହଣ୍ଡି,୨୧ା୫(ଡି.ଏନ.ଏ.)-ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ତପ୍ତପାଣି ଘାଟିରେ ମଙ୍ଗଳବାର ଅପରାହ୍ନ ପ୍ରାୟ ୫ଟାରେ ଏକ ମିନିବସ ଓଲଟି ପଡ଼ିବାରୁ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୫ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ ହୋଇଛନ୍ତି। ମୃତକ ହେଲେ ଦିଗପହଣ୍ଡି ବ୍ଲକ ଗଡ଼ସାମନ୍ତରାପୁର ଗ୍ରାମର ରଘୁନାଥ…

ସ୍ଥିତି ଦେଖି ନିଷ୍ପତ୍ତି ନେବ ବିଜେଡି : ପ୍ରତାପଦେବ

ଭୁବନେଶ୍ୱର,୨୧।୫(ବ୍ୟୁରୋ)- ଦିନକ ପରେ ସାଧାରଣ ନିର୍ବାଚନ ଫଳାଫଳ ପ୍ରକାଶ ପାଇବାକୁ ଯାଉଛି। ଅଧିକାଂଶ ଏକଜିଟ୍‌ ପୋଲ ଏନ୍‌ଡିଏ ସପକ୍ଷରେ ମତ ଦେଇଛନ୍ତି। କେତେକ ଏକ୍‌ଜିଟ୍‌ ପୋଲ ଏନ୍‌ଡିଏ ସଂଖ୍ୟା ଗରିଷ୍ଠତାରୁ ସାମନ୍ୟ କମ୍‌ ଆସନ ପାଇବ ବୋଲି ଆକଳନ କରିଛନ୍ତି। ଏହି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri